Karkata Saptahika Rasifala: Weekly Cancer Horoscope (28 Sep – 4 Oct 2026) ଦୈନିକ ରାଶିଫଳ ସାପ୍ତାହିକ ରାଶିଫଳ ମାସିକ ରାଶିଫଳ ବାର୍ଷିକ ରାଶିଫଳ ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ Cancer Weekly Success & Predictions: 28 Sep – 4 Oct 2026☀️ କର୍କଟ ରାଶିର ସାପ୍ତାହିକ ରାଶିଫଳ ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଶତୃମାନେ ପରାଜିତ ହୋଇ ବାକିଥôବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥôକ କ୍ଷେତ୍ରରେ ଉନ୍ନତି ହେବ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧôକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥôଲେ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାକôାରରେ ଯଶସ୍ୱୀ ହେବେ। ନୂତନ ଯୋଜନାରେ ସଫଳତା ମିଳିବ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଯୋଗେ ଦୂରଯାତ୍ରାର ସୁଯୋଗ ପାଇବା ସହ ଆଶାତୀତ ଲାଭ ମିଳିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବା ସହ ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହୋଇ ସମ୍ମାନିତ ହେବେ। ପ୍ରତିକାର- ପ୍ରତ୍ୟେକଦିନ ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।