ଘରେ ରଖନ୍ତୁ ଏହି ୨୫ଟି ବସ୍ତୁ, ରହିବନି କୌଣସି ବାସ୍ତୁ ସମସ୍ଯା- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ନିମ୍ନଲିଖିତ ବସ୍ତୁ ରଖିଲେ ସୁଖ ସମୃଦ୍ଧି ବୃଦ୍ଧିହୋଇ ସବୁ ସଙ୍କଟ ଦୂର ହୋଇଥାଏ । ପ୍ରାଚୀନ କାଳରେ ଲୋକମାନେ ଘରେ ଏହି ଜିନିଷ ରଖୁଥିଲେ । କାରଣ ପ୍ରତ୍ୟେକ ବସ୍ତୁ ଗ୍ରହ ନକ୍ଷତ୍ର ସହିତ ଜଡିତ ହୋଇଛି । କହିବାକୁ ଗଲେ ଏହି ବସ୍ତୁକୁ ରଖିଲେ ଜୀବନରେ ସୁଧାର ଆସିବା ସହ ନିରୋଗରେ ସୁସ୍ଥ ଶରୀରରେ ଜୀବନ ଯାପନ କରିପାରିବେ ଓ ଭବିଷ୍ୟତ ବଂଶଧରମାନେ ମଧ୍ୟ ସୁଖରେ କାଳାତିପାତ କରିପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ଏହି ୨୫ଟି ବସ୍ତୁ କଣ? – ୧ଶ୍ରୀ ହନୁମାନଙ୍କ ଚିତ୍ର ବା ମୂର୍ତ୍ତି ରଖନ୍ତୁ । ୨- ତମ୍ବା ପଇସା ଗୋଟିଏ ଟଙ୍କା ପଇସା ରଖୁଥିବା ଜାଗାରେ ରଖନ୍ତୁ । ୩- ଘରୁ ବାହାରିବା ଦ୍ଵାରର ବାମ ପାଖରେ ମାଟିଘଡିରେ ଆମ୍ବଡାଳ, ନଡିଆ ନାଲିକପଡା ଓ ନାଲିଫୁଲ ଦେଇ କଳସ ବସାନ୍ତୁ ।

୪- ନିମ୍ବ, କରଞ୍ଜ ବା ସହାଡା ଦନ୍ତକାଠି, ବେଳେବେଳ ବ୍ୟବହାର କରନ୍ତୁ । ୫- ଠାକୁର ଘରେ ସଞ୍ଜ ସକାଳେ ଧୂପ ଦୀପ ଜାଳନ୍ତୁ । ୬- କଳା ଓ ଧଳା ରାଶି କିଛି ଠାକୁର ଘରେ ରଖନ୍ତୁ । ୭- ଠାକୁର ଘରେ ପିତଳ ବା ତମ୍ବା ଆସନ ଉପରେ ଶଙ୍ଖରଖି ସେଥିରେ ପାଣିଭରି ତୁଳସୀପତ୍ର ଶାତୋଟି ପକେଇ ପରଦିନ ସେହିପାଣିକୁ ଗାଧୋଇବାପରେ ପିଅନ୍ତୁ ।

୮- କେଶର, ଚନ୍ଦନ, ଲଗାନ୍ତୁ । ୯- ଅତର ଓ କର୍ପୁର ଠାକୁରଘରେ ଓ ଶୋଇବାଘରେ ରଖନ୍ତୁ । ୧୦- ଏଗାରଟି ଧଳାକୌଡ଼ି ହଳଦିଆ କପଡା ଉପରେ ସଜେଇ ସେଥିରେ କୁଙ୍କୁମ ସିନ୍ଦୁର ଲଗାନ୍ତୁ । ୧୧-ଘୋଡାନାଲ ବା ଡଙ୍ଗାକଣ୍ଟାରେ ମୁଦି ତିଆରିକରି ପ୍ରତ୍ୟେକ ଦୁଆରବନ୍ଧରେ ଲଗେଇ ଦିଅନ୍ତୁ ।

୧୨- ପାଞ୍ଚଖଣ୍ଡ କଞ୍ଚାହଳଦୀ ହଳଦିଆ କପଡାରେ ବାନ୍ଧି ରୋଷେଇଘରେ ଶୋଇବାଘରେ ରଖନ୍ତୁ । ୧୩- ମୟୂରଚନ୍ଦ୍ରିକା ପାଞ୍ଚୋଟି ପଙ୍ଖାଭଳି ବାନ୍ଧି ପ୍ରତ୍ୟେକଙ୍କ ଶୋଇବା ଘରେ ମୁଣ୍ଡଉପରେ କାନ୍ଥରେ ଟାଙ୍ଗି ଦିଅନ୍ତୁ । ୧୪- କାଠ ବୋର୍ଡ । ୧୫- ପାଇଖାନା ବା ସୌଚାଳୟରେ କାଚ ପାତ୍ରରେ ବଡଦାନା ଲୁଣ ରଖି ତାଉପରେ ଖଣ୍ଡେ ଫିଟିକିରି ରଖି ଦିଅନ୍ତୁ ।

୧୬- ଠାକୁରଘରେ ଗୀତାବହି ନିଶ୍ଚୟ ରଖନ୍ତୁ । ୧୭- ରୋଷେଇ ଘରର ଐଶାନ୍ୟକୋଣରେ ମାଠିଆ, ସୁରେଇରେ ପାଣି ଭର୍ତ୍ତିକରି ରଖିବା ସହ ସେହିପାଣିକୁ ପ୍ରାୟ ସମୟରେ ପିଆନ୍ତୁ । ୧୮- ରୂପାରେ ତିଆରି ହାତୀ । ୧୯- ପଥର ବାସନ । ୨୦- କଂସା, ପିତ୍ତଳ ଓ ତମ୍ବା ବାସନ ।

୨୧- ମାଟି ବା ରୂପା ପାତ୍ରରେ ମହୁ ଭର୍ତ୍ତି କରି ରଖନ୍ତୁ । ୨୨- ଗୁଣ୍ଡ ସୁରମା ଶୋଇବା ଘରେରଖି ବେଳେବେଳେ ଆଖିରେ ଲଗାଇବେ । ୨୩- ରୂପା ପାତ୍ରରେ ପାଣି ଭର୍ତ୍ତି କରି ରଖିବେ, ଶୁଖିଗଲେ ଆଉଥରେ ପାଣି ରଖିବେ । ୨୪- ରୋଷେଇ ଘରେ କିଛି ଗୁଡ ରଖନ୍ତୁ ଓ ଜନ୍ଦା ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ । ୨୫- ବର୍ଗାକାର ଆକୃତିର ଏକ ତମ୍ବାଖଣ୍ଡ ତକିଆ ତଳେ ରଖନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!