ଘରେ କୁକୁର ପାଳୁଛନ୍ତି କି, ଜାଣନ୍ତୁ ଏହି ଖାସ କଥା- Shakuna Apasakuna

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆଜିକାଲି ସମସ୍ତେ ବିଦେଶୀ କୁକୁର ପାଳନ କରିବାର ଅଭ୍ୟାସ ବଢିଯାଇଛି । ଦେଶୀ କୁକୁରମାନେ ରାସ୍ତା କଡରେ ଭୋକ ଉପାସରେ ମରିଯାଉଛନ୍ତି, କିଏ କାର୍ ବା ଟ୍ରାକ୍ ତଳେ ପଡି ମଧ୍ୟ କରିଯାଉଛନ୍ତି । ହିନ୍ଦୁ ଧର୍ମରେ କୁକୁର ପାଳନ କରିବାକୁ ବାରଣ କରାଯାଇଛି । ଆସନ୍ତୁ ଜାଣିବା କୁକୁର ପାଳନ କଲେ ତାର ୫ପ୍ରକାର ଲାଭ ହୁଏ ଓ ୨ ପ୍ରକାର କ୍ଷତି ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- କୁକୁର ଯମଠାରୁ ରକ୍ଷା କରେ – ହିନ୍ଦୁ ଧର୍ମରେ କୁକୁରକୁ ଯମଙ୍କ ଦୁତ ମଧ୍ୟ କୁହାଯାଏ । କୁକୁରକୁ ଭଗବାନ ଭୈରବଙ୍କ ସେବକ ବୋଲି ବିବେଚନା କରାଯାଇଛି । କୁକୁରକୁ ଖାଇବାକୁ ଦେଲେ ଭୈରବ ଦେବତା ପ୍ରସନ୍ନ ହୁଅନ୍ତି ଓ ସବୁ ସଙ୍କଟରୁ ରକ୍ଷା କରନ୍ତି । ବିଶ୍ବାସ କରାଯାଏ ଯେ ଯଦି କୁକୁରକୁ ଭଲଭାବରେ ଯତ୍ନ ନେଇ ତାକୁ ଖୁସି କରିଲେ ସେହି କୁକୁର ଯମଦୁତକୁ ପ୍ରବେଶ କରିବାକୁ ଦିଏ ନାହିଁ ।

୨- ମନ୍ଦ ଆତ୍ମାମାନଙ୍କ ଠାରୁ ରକ୍ଷା କରେ – ବାସ୍ତବରେ କୁକୁର ଏକ ଏମିତି ପ୍ରାଣୀ ଅଟେ ଯାହା କି ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ଓ ଈଶ୍ବର ମାଧ୍ୟମରେ ସୂକ୍ଷ୍ମ ଜଗତର ଆତ୍ମା କୁ ଦେଖିବାର କ୍ଷମତା ଅଛି । କୁକୁର ବହୁତ ଦୂର ପର୍ଯ୍ୟନ୍ତ ଗନ୍ଧ ଶୁଙ୍ଘି ପାରେ । କୁକୁରକୁ ହିନ୍ଦୁ ଧର୍ମରେ ଏକ ରହସ୍ୟମୟ ଜୀବ ବୋଲି ବିବେଚନା କରାଯାଇଛି । କୁକୁରକୁ ଦେଖି ସମସ୍ତ ପ୍ରକାର ଆତ୍ମା ପଳାଇଯାନ୍ତି ।

୩- ଚୋର ଡକାୟତି ମାନଙ୍କ ଠାରୁ ରକ୍ଷା କରେ – କୁକୁର ହେଉଛି ଏକ ବିଶ୍ବସ୍ଥ ଜୀବ ଅଟେ । ଯିଏ କି ପୂର୍ବରୁ ସମସ୍ତ ପ୍ରକାର ବିପଦକୁ ଚିହ୍ନି ଥାଏ । ପ୍ରାଚୀନ ଓ ମଧ୍ୟଯୁଗ ସମୟରେ ଲୋକମାନେ କୁକୁରକୁ ନିଜ ସହିତ ରଖୁଥିଲେ, ଯାହା ଦ୍ବାରା ସେମାନେ ବଣୁଆ ଜନ୍ତୁ, ଚୋର, ଡକାୟତି, ଭୁତ ଆଦିକୁ ଏଡାଇ ପାରିବେ ।

ବନଜାରା ଓ ଆଦିବାସୀମାନେ କୁକୁରମାନଙ୍କୁ ରଖୁଥିଲେ ଯାହା ଦ୍ବାରା କୌଣସି ବିପଦ ଆସିବା ପୂର୍ବରୁ ସତର୍କ ହୋଇଯିବେ । ଜଙ୍ଗଲରେ ରହୁଥିବା ସାଧୁ ସନ୍ଥମାନେ ମଧ୍ୟ କୁକୁରକୁ ରଖୁଥିଲେ, ଯାହା ଦ୍ବାରା କୁକୁର ସେମାନଙ୍କୁ ବିପଦ ବିଷୟରେ ସଚେତନ କରାଇବ । ବର୍ତ୍ତମାନ ସମୟରେ ଲୋକମାନେ ନିଜ ଘରେ କୁକୁରକୁ ଏଥିପାଇଁ ପାଳନ କରୁଛନ୍ତି କି ସେ ଘରକୁ ଚୋର ଠାରୁ ରକ୍ଷା କରିବା ।

୪- ଶନି ଓ କେତୁ ଗ୍ରହଙ୍କ ଉପାୟ – ବିଶ୍ବାସ କରାଯାଏ ଯେ କଳା କୁକୁର ଯେଉଁଠି ରହିବ ସେଠାରେ ନକରାତ୍ମକ ଶକ୍ତି ସୃଷ୍ଟି ହୁଏ ନାହିଁ । କାରଣ କଳା କୁକୁର ଉପରେ ଶନି ଓ କେତୁଙ୍କର ପ୍ରଭାବ ପଡିଥାଏ । ଶନି ଦେବତାଙ୍କୁ ପ୍ରସନ୍ନ କରିବାକୁ ପରାମର୍ଶ ଦିଆଯାଇଥିବା ଉପାୟ ହେଉଛି ଘରେ କଳା କୁକୁର ପାଳନ କରିବା । ରାହୁ ଓ କେତୁଙ୍କ ଠାରୁ ରକ୍ଷା ପାଇବା ପାଇଁ ମଧ୍ୟ ଘରେ କଳା କୁକୁରକୁ ପାଳନ କରିବାକୁ କୁହାଯାଇଛି ।

ଯେଉଁ ଲୋକମାନେ କଳା କୁକୁରକୁ ଖାଇବାକୁ ଦେଉଛନ୍ତି ସେମାନଙ୍କୁ ଶନିଦେବ ପ୍ରସନ୍ନ ହୋଇଥାନ୍ତି । କୁକୁରକୁ ତେଲର ରୁଟି ଖାଇବାକୁ ଦେଲେ ମଧ୍ୟ ଶନିଦେବଙ୍କ ସହିତ ରାହୁ ଓ କେତୁଙ୍କୁ କୁଦୋଷ ଦୂର ହୋଇଯାଏ । ରାହୁ ଓ କେତୁଙ୍କ ଯୋଗ କାଳସର୍ପ ଯୋଗରେ ପୀଡିତ ଲୋକମାନଙ୍କୁ ଏହି ଉପାୟ ଦ୍ବାରା ଲାଭ ମିଳିଥାଏ ।

ସନ୍ତାନ ସୁଖ ହେତୁ – ଲାଲ୍ କିତାବ ଅନୁସାରେ ସନ୍ତାନ ସୁଖରେ ବାଧା ଆସିଲେ କଳା କୁକୁର ବା ଧଳା କାଳ ମିଶ୍ରିତ କୁକୁରକୁ ପାଳନ କରିବା ଉଚିତ୍ । ଏଥିରେ ସନ୍ତାନ ସୁଖ ପ୍ରାପ୍ତି ହୁଏ । ଏହି ଉପାୟ ସନ୍ତାନର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଶୁଭ କାରକ ହୋଇଥାଏ ।

କୁକୁରଟି କଳା ବା ଧଳା କଳା ମିଶ୍ରିତ ରଙ୍ଗ କୁକୁର ରଖିବା ଉଚିତ୍, କିନ୍ତୁ ମନେ ରଖିବାକୁ ହେବ ଯେ କୁକୁରର ନଖ ସଂଖ୍ୟା ୨୨ ବା ତାଠାରୁ ଅଧିକ ହେବା ଉଚିତ୍ । ଅଧିକ ନଖ ଥିବା କୁକୁରକୁ କେତୁଙ୍କ ରୂପରେ ବିବେଚନା କରାଯାଇଛି । ଏପରି କୁକୁର ଆପଣଙ୍କ ଭାଗ୍ୟକୁ ବଦଳାଇ ପାରେ । ଶକୁନ ଶାସ୍ତ୍ରରେ କୁକୁରକୁ ଶକୁନ ରତ୍ନ ଭାବରେ ବିବେଚନା କରାଯାଇଛି । କାରଣ କୁକୁରଟି ମଣିଷ ଅପେକ୍ଷା ଅଧିକ ବିଶ୍ଵସ୍ତ ହୋଇଥାଏ । ସେ ଭବିଷ୍ୟବକ୍ତା ଓ ନିଜର ବ୍ୟବହାର ଦ୍ୱାରା ଶୁଭ ଅଶୁଭର ମଧ୍ୟ ସତର୍କ କରାଇଥାଏ ।

କଳା କୁକୁର ପାଳନ କଲେ ଅଟକିଥିବା ଧନ ମିଳିଯିବ । ଅଚାନକ ଭାବରେ ହେଉଥିବା ସଙ୍କଟରୁ ମୁକ୍ତି ପାଇବେ । ଆର୍ଥିକ ସଙ୍କଟ ଦୂର ହେବ । ପେଟ ରୋଗ, ଗଣ୍ଠି ଯନ୍ତ୍ରଣା ଓ ଅନ୍ୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ପ୍ରେତ ବାଧାରୁ ମୁକ୍ତି ପାଇବା ପାଇଁ ମଧ୍ୟ କଳା କୁକୁର ପାଳନ କରାଯାଏ । କଳା କୁକୁର ବ୍ୟବସାୟ ଓ କର୍ମ କ୍ଷେତ୍ରରେ ସଫଳତା ଓ ଉନ୍ନତି ପାଇଁ ମଧ୍ୟ ସହାୟକ ହୋଇଥାଏ ।

କ୍ଷତି –

୧- କୁକୁର ଅପଶକୁନ ହୋଇଥାଏ- କୁକୁର ଭୁକିବା ଓ କାନ୍ଦିବା ଖରାପ ବୋଲି କୁହାଯାଏ । ସୂତ୍ର ଓ ଗ୍ରନ୍ଥରେ ମଧ୍ୟ କୁକୁରକୁ ଅଶୁଦ୍ଧ ବୋଲି ବିବେଚନା କରାଯାଇଛି । କୁକୁରର ସ୍ପର୍ଶରେ ଓ ତାର ଦୃଷ୍ଟିରେ ଖାଦ୍ୟ ଅପବିତ୍ର ହୋଇଯାଏ । ଶକୁନଶାସ୍ତ୍ର ଅନୁସାରେ ଯଦି କୁକୁର ଘରର ଚାରିପାଖରେ ବୁଲି କାନ୍ଦେ ତେବେ ଅପଶକୁନ ବା ଅଦଭୁତ ଘଟଣା କୁହାଯାଇଛି ଏବଂ ଇନ୍ଦ୍ରଙ୍କ ସମ୍ବନ୍ଧିତ ଭୟ ବୋଲି କୁହାଯାଇଛି । ଯଦି କୁକୁର କୌଣସି ଶୁଭ କାର୍ଯ୍ୟ ସମୟରେ ରାସ୍ତା ବନ୍ଦ କରେ ତେବେ ଅସମାନତା ଓ ଅନିଶ୍ଚିତତା ଦେଖାଯାଏ ।

୨-ଦେବତା ପ୍ରବେଶ କରନ୍ତି ନାହିଁ – କୁହାଯାଇଛି ଯେ ଯେଉଁ ଘରେ କୁକୁର ଥାଏ ସେଠାରେ ଭଗବାନ ପ୍ରବେଶ କରନ୍ତି ନାହିଁ । ସେଠାରେ ପୂଜା ପାଠ ସବୁ ବ୍ୟର୍ଥ ହୋଇଯାଏ । କୁକୁର ଘରେ ରହିବା ଅର୍ଥ ହେଉଛି ଯମ ଦୂତ ଘରେ ରହିବା ବୋଲି କୁହାଯାଇଛି । କୁହାଯାଏ କି ଯେଉଁ ଘରେ କୁକୁର ଥାଏ ସେହି ଘର ବର୍ବାଦ ହୋଇଯାଏ ଓ ଉନ୍ନତି ହୁଏ ନାହିଁ । ଋଗ ବେଦରେ ଏକ ସ୍ଥାନରେ କୁକୁରର ଶବ୍ଦର ବିଷୟରେ ଉଲେଖ ହୋଇଛି, ଯାହା କି ବିନାଶର କାରଣ ହୋଇଛି ।

୩- ଘରେ ବ୍ୟାକ୍ଟେରିଆ ବ୍ୟାପିଥାଏ – ଯଦି କୁକୁରକୁ ଘରେ ପାଳନ କରାଯାଏ ତେବେ ତାକୁ ପିଲାମାନଙ୍କ ପରି ତାର ଯତ୍ନ ନେବାକୁ ପଡିବ । ଯେମିତିକି ଠିକ୍ ସମୟରେ ଖାଇବା ପିଇବା ଓ ଅନ୍ୟାନ୍ୟ କାମ ମଧ୍ୟ କରିବାକୁ ପଡିବ । ଏହା କରିବା ଦ୍ଵାରା ସମୟ ମଧ୍ୟ ନଷ୍ଟ ହେବ । ଆହୁରି ତାର ଲୋମ ମଧ୍ୟ ଏଠି ସେଠି ପଡିଥାଏ । ଏହା ବ୍ୟତୀତ କୁକୁର ରହୁଥିବା ସ୍ଥାନରେ ଜୀବାଣୁ ମାନଙ୍କ ସଂଖ୍ୟା ବଢିଯାଏ । ମାଂସାହାରୀ ଜୀବ ହୋଇଥିବାରୁ କୁକୁରକୁ ବହୁତ ଶୀଘ୍ର ସଂକ୍ରମଣ ବିସ୍ତାର କରେ ।

ତେଣୁ କୁକୁର ରହୁଥିବା ସ୍ଥାନକୁ ପରିଷ୍କାର ପରିଛନତା କରିବା ଆବଶ୍ୟକ, ନଚେତ୍ ଘରର ଲୋକମାନେ ମଧ୍ୟ ସଂକ୍ରମିତ ହୋଇ ପାରନ୍ତି । ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ କୁକୁର ପାଳନ କରୁଥିବା ଲୋକମାନେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚନ୍ତି । ଆମେରିକୀୟ ହାର୍ଟ ଆସୋସିଏସନ ଜର୍ଣ୍ଣାଲ ରେ ପ୍ରକାଶିତ ଏକ ରିପୋର୍ଟ ଓ ଏକ ମେଟା ଏନାଲିସିସରେ ଏହି କଥା ପ୍ରକାଶ ପାଇଛି । ଏହା ହୃଦଘାତ କିମ୍ବା ଷ୍ଟ୍ରୋକ୍ ହେବାର ସମ୍ଭାବନାକୁ ହ୍ରାସ କରିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!