Monthly Horoscope- କେମିତି କଟିବ ୨୦୨୧ ମସିହା ଜାନୁୟାରୀ ମାସଟି (ମେଷ, ବୃଷ, ମିଥୁନ, କର୍କଟ) ରାଶିର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ। ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟସହଯୋଗ ମିଳିବ। ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ। ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ। ଜନ ସମ୍ପର୍କ ବୃଦ୍ଧି ପାଇବ। ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ। ବକେୟା ଅର୍ଥ କିଛି ମିଳିବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ବଜାୟ ରହିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବିଦ୍ୟାର୍ଥିମାନେ ବିଦ୍ୟାରେ ଉନ୍ନତି କରିବା ସହ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ। ନୂତନକର୍ମ ନିଯୁକ୍ତି ପାଇବେ। କାର୍ଯ୍ୟର ପ୍ରଗତିପାଇଁ ସମସ୍ତପ୍ରକାର ପ୍ରୟାସ କରିବେ। ଦୂରଯାତ୍ରାରେ ଆଶା ମୁତାବକ ଫଳ ପାଇବେ। ଆକସ୍ମିକ ଧନପ୍ରାପ୍ତି ହେବ। ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ। ଲଟେରୀ, ଜୁଆ, ସଟ୍ଟା ଓ ସେୟାର୍ ମାର୍କେଟରେ ଅର୍ଥ ପ୍ରାପ୍ତି ହେବ। ସବୁଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ। ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-  ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଉଚ୍ଚ ପଦାଧିକାରୀ ମାନଙ୍କୁ ବିରୋଧୀ ନ କରିବାକୁ ବିଶେଷ ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ। ବ୍ୟବସାୟରେ ଶତୃ ପରାଜିତ ହୋଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ନୂତନ ଯୋଜନାରେ ସଫଳତା ମିଳିବ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଯୋଗେ ଦୂରଯାତ୍ରାର ସୁଯୋଗ ପାଇବା ସହ ଆଶାତୀତ ଲାଭ ମିଳିବ।

ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବା ସହ ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହୋଇ ସମ୍ମାନିତ ହେବେ। ପ୍ରେମିକ ପ୍ରେମିକା ମାନଙ୍କର ମାନସିକ ଦୁଶ୍ଚିନ୍ତା ଦୂର ହୋଇ ପ୍ରେମ କ୍ଷେତ୍ରରେ ଶାନ୍ତି ମିଳିବ। ଶିଳ୍ପବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭପାଇବେ। କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଭ୍ରମଣ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଉତ୍ତମ ରୋଜଗାର ମିଳିବ। ନିଜ ପରିଶ୍ରମରୁ ନୂତନ କର୍ମ ନିଯୁକ୍ତି ପାଇବେ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତଫଳ ପ୍ରଦାନ କରିବ। ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ଆନନ୍ଦିତ ହେବେ। କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବା ସହ ଶୁଭ ସୂଚନା ମଧ୍ୟ ପାଇବେ। ଗୃହରେ ଥିବା କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଭାବର ସମାଧାନ ହେବ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ-ପ୍ରଦାନ କରି ଉଚିତ ଲାଭ ପାଇବେ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ ଅଧିକାରୀ କାମରେ ପ୍ରସନ୍ନ ରହି କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ।

ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର ଇତ୍ୟାଦିରେ କାର୍ଯ୍ୟରତ ଥିଲେ କିମ୍ବା ଏହି ସମ୍ବନ୍ଧିୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ରାଜନୈତିକ କ୍ଷେତ୍ରରେ ନିଜର ଏକ ନିମ୍ନ ବାହ୍ୟରୂପ ଧାରଣ କରିବା ସହିତ ବିଜ୍ଞତାର ସହିତ ପରିସ୍ତିତିର ସମ୍ମୁଖୀନ ହେବା ଶ୍ରେୟସ୍କର। ଶିକ୍ଷାକ୍ଷେତ୍ରରେ ରୁଚି ବୃଦ୍ଧି ପାଇବା ସହ ପରୀକ୍ଷା ପରିଣାମ ଅନୁକୂଳ ହେବ। ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରି ପାରିବେ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। କେତେକ କ୍ଷେତ୍ରରେ ବନ୍ଧୁମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

କର୍କଟ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ। ଛାତ୍ରତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ଶାନ୍ତି ଲଭିବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ।

ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଋଣରୁ ମୁକ୍ତି ମିଳିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ଦାୟକ। ଦୂର ସମ୍ପର୍କୀୟ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇ ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବା ସହ ଆର୍ଥିକଚିନ୍ତା ଦୂର ହୋଇଯିବ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉତ୍ତୀର୍ଣ୍ଣ ହେବେ। ବାଦବିବାଦ, ମାଲିମୋକଦ୍ଦମା ଓ କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଶିକ୍ଷାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ମନର ଆଶାଆକାଂକ୍ଷା ପୂରଣ ହେବ। ରାଜନୈତିକ କ୍ଷେତ୍ରରେ ଉତ୍ତମ ଆଚରଣ ଓ ମଧୁର ସ୍ୱଭାବ ଯୋଗୁ ଯଶଖ୍ୟାତି ଅର୍ଜନ କରିବା ସହ ବହୁତ ଲୋକପ୍ରିୟତା ହାସଲ କରି ଉନ୍ନତି ପଥରେ ଅଗ୍ରସର ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!