ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ଏହି କେତୋଟି ଜିନିଷ – ଧନର ଅଭାବ ରହିବ ନାହିଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ଏହି ସବୁ ଜିନିଷ

ଘରେ ସୁଖ ଶାନ୍ତି ସମୃଦ୍ଧି ପାଇଁ ମନୁଷ୍ୟ କେତେ କଣ ଉପାୟ କରି ଥାଏ , ତଥାପି ସବୁ ବେଳେ କଳହ , ଝଗଡା , ଅଶାନ୍ତି , ଧନ ଅଭାବ ଲାଗି ରହି ଥାଏ । ସୁଖରେ ରହି ବାକୁ ହେଲେ ଏସବୁ ଠାରୁ କିପରି ଦୂରେଇ ରହିବା, ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ। ତେବେ ବାସ୍ତୁ ଶାସ୍ତ୍ର ଅନୁ ଯାଇ ଏମିତି କିଛି ଆମେ କରି ପାରିବା ଯାହାକି ଘରେ ନକାରାତ୍ମକ ଶକ୍ତି ର ପ୍ରଭାବ କ୍ଷୀଣ କରି ପାରିବ ଓ ସକାରାତ୍ମକ ପରିବେଶ ସୃଷ୍ଟି ହେବ । ଯଦି ଆମେ ଏହି କେତୋଟି ସରଳ ଉପାୟ କରି ପାରୁ ତେବେ ଘରୁ ନିଶ୍ଚୟ ଧନର ଅଭାବ ଦୂର ହେବ ଓ ସର୍ବଦା ସୁଖ ଶାନ୍ତି ପୁରି ରହିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧. ସୁଗନ୍ଧ ଫୁଲ

 

ଘରର ସାମ୍ନା ଦୁଆର ରେ କାଚର ଏକ ପାତ୍ରରେ ସୁଗନ୍ଧ ଯୁକ୍ତ ଫୁଲ ରଖନ୍ତୁ ,ଏହା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେଇ ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହେଇ ଥାଏ ।

ଆହୁରି ପଢନ୍ତୁ: କଣ ଆପଣଙ୍କର ଜନ୍ମ ସୂର୍ଯ୍ୟାସ୍ତ ପୂର୍ବରୁ ହୋଇଛି କି? ଯଦି ହଁ, ତେବେ ନିଶ୍ଚୟ ଜାଣନ୍ତୁ ଏହି ୪ଟି ମୁଖ୍ୟ କଥା।

୨. ସ୍ଵସ୍ତିକ ଚିହ୍ନ

ଘର ମୁଖ୍ୟ ଦ୍ୱାର ରେ ସ୍ୱସ୍ତିକ ଚିହ୍ନ ବା ଶୁଭ ଲାଭ ର ପ୍ରତୀକ ସ୍ଥାପନା କରନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ର ପ୍ରଭାବ ଘର ଉପରେ ପଡ଼ି ନଥାଏ, ଏବଂ ଘରେ ସୁଖ ସମୃଦ୍ଧି ବଢି ଥାଏ ।

୩. ଲକ୍ଷ୍ମୀ ଙ୍କ ପାଦ ଚିହ୍ନ

ମା ଲକ୍ଷ୍ମୀ ଙ୍କୁ ଧନ ଏବଂ ସୌଭାଗ୍ୟ ର ଦେବୀ କୁହାଯାଏ ତେଣୁ ମା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ରେ ମା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ର ଝୋଟି ଆଙ୍କନ୍ତୁ ଏହା ଦ୍ୱାରା ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହି ଥାଏ ।

୪. ବଡ କବାଟ

ଘରର ମୁଖ୍ୟ ଦ୍ୱାର ର କବାଟ କୁ ଅନ୍ୟ କବାଟ ତୁଳନା ରେ ବଡ ରଖନ୍ତୁ ।

ଆହୁରି ପଢନ୍ତୁ: ଘିଅ ବା ତେଲରେ ନୁହେଁ ଏଠି ପାଣିରେ ଜଳେ ଦୀପ! ଏଭଳି ଏକ ଆଶ୍ଚର୍ଯ୍ୟ ମନ୍ଦିର ଯେଉଁଠି ୫୦ ବର୍ଷରୁ ଉର୍ଦ୍ଧ ହେଲା ହେଉଅଛି ଏହି ଚମତ୍କାର। ଏହାର ରହସ୍ୟ ଏବେବି ଅଗୋଚର।

୫. ପତ୍ର ମାଳା

ଦେବଦାରୁ, ଆମ୍ବ କିମ୍ବା ଅଶୋକ ଗଛର ପତ୍ରରେ ଏକ ମାଳା ତିଆରି କରି ଘର ଦୁଆରେ ଟାଙ୍ଗନ୍ତୁ ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେଇ ଥାଏ । ମାଳା ଟି ଶୁଖିଗଲେ ଏହାକୁ ବଦଳାଇ ଦିଅନ୍ତୁ ଏବଂ ଏକ ନୂଆ ମାଳା ଟାଙ୍ଗି ଦିଅନ୍ତୁ ।

୬. ଗଣେଶ ଙ୍କ ମୂର୍ତ୍ତି

ସବୁ ବିଘ୍ନ ନାଶ କରନ୍ତି ବୋଲି ତାଙ୍କୁ ବିଘ୍ନନାଶକ କୁହା ଯାଏ ତେଣୁ ଘର ମୁଖ୍ୟ ଦ୍ଵାରରେ ଧଳା ଗଣେଶ ଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ । ସମସ୍ତ କଷ୍ଟ ଦୂର ହେବା ସହିତ ସୁଖ ସମୃଦ୍ଧି ଲାଭ ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!