ସବୁ ଇଚ୍ଛା ହେବ ପୂର୍ଣ୍ଣ !! ଗଣେଶପୂଜାରେ ନିଶ୍ଚିତ କରନ୍ତୁ ଏହି କେତୋଟି ଉପାୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗଣେଶପୂଜାରେ କରନ୍ତୁ ଏହି ଉପାୟ।

ଆପଣଙ୍କ ମନକାମନା କାହିଁକି ପୂରଣ ହେଉ ନାହିଁ- ସମସ୍ତ ବ୍ୟକ୍ତିଙ୍କ ମନରେ କିଛି ନା କିଛି କାମନା ଭରି ରହିଥାଏ। ସମସ୍ତେ ସୁନ୍ଦର, ଆକର୍ଷକ ହେବାକୁ ଚାହିଁଥାନ୍ତି। ଜୀବନରେ ପୂର୍ଣ୍ଣ ଗୃହସ୍ଥ ସୁଖ ଭୋଗ କରିବାକୁ ପସନ୍ଦ କରିଥାନ୍ତି। କେତେ ଜଣଙ୍କର ଏହି କାମନା ପୂର୍ଣ୍ଣ ହୁଏତ କେତେକଙ୍କର ଅପୁରଣ ରହିଯାଏ। ସାଧାରଣ ନୀତି ନିୟମ ପାଳନ କରିବା ଦ୍ଵାରା ସମସ୍ତ କାମନା ସଫଳତାରେ ପୂର୍ଣ୍ଣ ହୋଇଥାଏ। ଯେଉଁମାନଙ୍କର ମନକାମନା ପୂର୍ଣ୍ଣ ହେଉ ନାହିଁ  ସେମାନେ ଏହି ପ୍ରୟୋଗ କରିବା ଦ୍ଵାରା ପ୍ରାୟତଃ ସମ୍ଭବ କାମନା ପୂର୍ଣ୍ଣ ହୋଇ ପରେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରୟୋଗ ବିଧି:-

ଗଣେଶପୂଜା ଦିନ ନିଶାନ୍ତ ସମୟରେ ବା ଯେକୌଣସି ମାସର ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ପ୍ରଭାତ ସମୟରେ ସ୍ନାନ ଶୌଚ ସାରି, କର୍ପୁର ମିଶ୍ରିତ ଚନ୍ଦନ ମସ୍ତକରେ ଧାରଣ କରିବେ, ଦୁଇବାହୁ, ଦୁଇକର୍ଣ୍ଣ ଓ ନାଭିରେ ଚନ୍ଦନ ଲେପନକରି ସ୍ୱଛ ଧଳାବସ୍ତ୍ର ପରିଧାନ ପୂର୍ବକ ଉତ୍ତରୀୟ କାନ୍ଧରେ ଧାରଣ କରିବେ। ଧଳାରଙ୍ଗର କମ୍ବଳ ଆସନରେ ନିଜେ ପୂର୍ବାଭିମୁଖ ହୋଇ ବସିବେ, ନିଜ ସାମ୍ନାରେ ଛୋଟ ଖଟୁଲି ବା ଆମ୍ବ କାଠର ଖୋଳାହୋଇଥିବା ପିଢା ଉପରେ ନାଲି ବସ୍ତ୍ର ବିଛେଇ ଗଣେଶଙ୍କ ଛୋଟ ମୂର୍ତ୍ତି ବା ଫଟୋ ସ୍ଥାପନ କରି ଚନ୍ଦନ, ସିନ୍ଦୁର, ଧୂପ, ଦୀପ ଓ ଲଡୁଭୋଗ ସମର୍ପଣ କରି ନିମ୍ନ ମନ୍ତ୍ରକୁ ୪୦ମିନିଟ୍‌ ପର୍ଯ୍ୟନ୍ତ ଜପ କରିବେ। ଏଗାର ଦିନ ପର୍ଯ୍ୟନ୍ତ  ବା ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ଏହିପ୍ରୟୋଗ କରିବା ଆବଶ୍ୟକ।

ମନ୍ତ୍ର- ଓଁ କ୍ଲୀଂ ହୁଂ ମନୋବାଂଛିତଂ ସିଦ୍ଧୟେ ଫଟ୍‌

1. ଚତୁର୍ଦ୍ଦଶୀଦିନ ମୂର୍ତ୍ତି ବା ଫଟୋକୁ ନଦୀ କିମ୍ବା ପୋଖରୀରେ ବିସର୍ଜନ କରିବେ।

2. ଏଗାର ଦିନ ପର୍ଯ୍ୟନ୍ତ  ଘରେ କୌଣସି ବାଳିକାକୁ ଭୋଜନ ଓ ଉପହାର ଦାନ ଦେବେ ।

3. ଜ୍ଞାତ ହେଉ ବା ଅଜ୍ଞାତରେ କାହାରି ସହିତ ଦ୍ଵନ୍ଦ କଳି ଝଗଡା କରିବେନାହିଂ।

4. କର୍ମ କର୍ତ୍ତବ୍ୟରେ ଅବହେଳା ନକରି କର୍ତ୍ତବ୍ୟ କରିଚାଳିବେ ଓ ଆମିଷ ଏବଂ ମାଦକଦ୍ରବ୍ୟ ଠାରୁ ଦୂରେଇ ରହିବେ।

5. ପ୍ରୟୋଗ ସମୟରେ ମିଥ୍ୟାର ଆଶ୍ରୟ ନେବେ ନାହିଁ ତାହାଦ୍ୱାରା ବ୍ୟକ୍ତିର ସମସ୍ତ କାମନା ନଷ୍ଟ ହୋଇଯିବ।

6. ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦର୍ଶନ କରିବେ ନାହିଁ ।

7. ପ୍ରୟୋଗ ସମୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ।

ଏହି ମନ୍ତ୍ରକୁ ଥରେ ଜପ କରିବେ

ଭାସ୍କରେଣ ଗଣେଶସ୍ତୁ ପୂଜିତଶ୍ଚ ସିଦ୍ଧୟେ। ଶଶିନା କାନ୍ତି ସିଦ୍ଧୟର୍ଥଂ ପୂଜିତୋ ଗଣନାୟକଃ।

ପାଳନାୟଚ ତପସ୍ୟା ବିଶ୍ୱାମିତ୍ରତା ପୂଜିତଃ। ଇଦଂ ତ୍ୱ ସ୍ତୋତ୍ରଂ ଦୀବ୍ର ଦରିଦ୍ରୟ ନାଶନମ୍।

ସୃଷ୍ଟିୟାଦୋବ୍ରହ୍ମଣା ସମ୍ୟକ ପୁଜିତଃ ଫଳ ସିଦ୍ଧୟେ। ତ୍ରିପୁରସ୍ୟ ବଧାତ୍ ପୂର୍ବ ଶମ୍ଭୁନା ସଶ୍ୟଗର୍ଚ୍ଚିତଃ।

ହିରଣ୍ୟ କଶ୍ୟପାଦିନାଂ ବଦାର୍ଥ ବିଷ୍ଣୁନାର୍ଚିତ। ଫଡ଼ନ୍ତୋଅସ୍ୟଂମହାମନ୍ତ୍ରଃସାର୍ଦ୍ଧପଚ୍ଚଦଶାକ୍ଷରଃ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!