ବିଦ୍ୟା ଓ ଧନଧାନ୍ୟ ଆଶା କରୁଥିଲେ କରନ୍ତୁ ଏହି ଉପାୟ।
ମିଥୁନ, ସିଂହ, ଧନୁ ଓ ମୀନ ରାଶିର ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତବ୍ୟକ୍ତି ଏହି ଉପାୟ କଲେ ବିଦ୍ୟାବୁଦ୍ଧି, ଧନଜନ, ସୁଖ ସୌଭାଗ୍ୟପ୍ରାପ୍ତିହେବ। ଏହି ରାଶିରେ ଜନ୍ମିତ ବ୍ୟକ୍ତି ମାନେ ବିପରୀତ ପରିସ୍ଥିତିକୁ ମଧ୍ୟ ନିଜର ସହଜ ସ୍ୱାଭାବିକ ବୁଦ୍ଧିମତାରେ ସ୍ୱାନୁକୂଳ କରିବାରେ କ୍ଷମତା ରହିଥାଏ। ସ୍ୱଭାବରେ ସରଳ, ବହୁତ ପରିଶ୍ରମୀ, ସ୍ୱକାର୍ଯ୍ୟ ଦକ୍ଷ, ଚତୁର ତଥା ଜୀବନରେ ଅଦ୍ଭୂତ କ୍ଷମତା ରହିଥାଏ। ଯଦି ଦାମ୍ପତ୍ୟ ଜୀବନରେ କୌଣସି ବାଧାବିଘ୍ନ ଆସେ ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ।
ବୁଧବାରେ ସ୍ନାନଶୌଚ ପ୍ରଭାତରୁ ସାରି ସବୁଜରଙ୍ଗରବସ୍ତ୍ର ପରିଧାନ କରି ହରିଡାଚନ୍ଦନ ମସ୍ତକରେ ଲଗେଇ ସାମ୍ନାରେ ରାଧା କୃଷ୍ଣଙ୍କଫଟୋ ରଖି ୫୪ଟି ଟଗରଫୁଲରେ ମାଳାଗୁନ୍ଥି ରାଧା କୃଷ୍ଣଙ୍କଫଟୋରେ ପିନ୍ଧେଇବେ। ତୁଳସୀ ମାଳରେ ଓଁ କ୍ଳୀଂ କୃଷ୍ଣାୟ ନମଃ। ମନ୍ତ୍ରକୁ ୧୦୮ ଥର ପ୍ରତ୍ୟେକ ବୁଧବାର ଦିନ ଜପ କରିବେ ଓ ପୂଜା କରିବା ପରେ ସେହିମାଳାକୁ ଧଳା ବସ୍ତ୍ରରେ କିଛି ମୂଦ୍ରା ସହିତ ବାନ୍ଧି ତକିଆ ତଳେ କିମ୍ବା ଧନରଖିବା ସ୍ଥାନରେ ରଖି ଦେବେ। ଏଥିରେ ଦାମ୍ପତ୍ୟ ଜୀବନରେ ସମସ୍ତ ବାଧାବିଘ୍ନ ଦୂରେଇଯିବା ସହ ରୋଜଗାରରେ ଅଭିବୃଦ୍ଧି ଘଟିବ।
୧. ପୂଜାଘର
ସାଧନାକକ୍ଷ ବା ପୂଜାଘର ଯେକୌଣସି ଫିକାରଙ୍ଗ ହୋଇଥିଲେ ସଫଳଦାୟକ ହେବ।
ଆହୁରି ପଢନ୍ତୁ: କଣ ଆପଣଙ୍କର ଜନ୍ମ ସୂର୍ଯ୍ୟାସ୍ତ ପୂର୍ବରୁ ହୋଇଛି କି? ଯଦି ହଁ, ତେବେ ନିଶ୍ଚୟ ଜାଣନ୍ତୁ ଏହି ୪ଟି ମୁଖ୍ୟ କଥା।
୨. ଦକ୍ଷିଣାବର୍ତ୍ତୀ ଶଙ୍ଖ
ଯଦି ଉଚ୍ଚସ୍ତରୀୟ ଆର୍ଥିକ ସଫଳତା ଚାହୁଁଥାନନ୍ତି ତେବେ ଅମାବାସ୍ୟା ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ପୂଜା କରି ନିଜର ଧନ ସଞ୍ଚୟ ସ୍ଥାନରେ ରଖିବା ଉଚିତ୍। ଏଥିରେ ଆର୍ଥିକସ୍ଥିତିରେ ନିରନ୍ତର ଉନ୍ନତି ହୋଇଥାଏ।
୩. ଲକ୍ଷ୍ମୀପୂଜା
ଯଦି ଆପଣ କରଜ ଋଣରେ ବୁଡ଼ିରହିଥାନ୍ତି, ତେବେ ଲକ୍ଷ୍ମୀପୂଜା କରିବା ସମୟରେ ଗଣେଶଙ୍କୁ ହଳଦୀର ମାଳା ପିନ୍ଧେଇବେ। ପରେ ସେହି ମାଳାକୁ ଶାଗୁଆ ବସ୍ତ୍ରରେ ବାନ୍ଧି ପୂଜାଘର ଅଥବା ଆଲମାରୀରେ ରଖିଦେବେ।
୪. ବରଗଛର ପାଞ୍ଚଟି ଫଳ
ମଙ୍ଗଳବାରେ ବରଗଛର ପାଞ୍ଚଟି ଫଳ ଆଣି ତାକୁ ନାଲି ଚନ୍ଦନ ଲଗେଇ ନାଲି ବସ୍ତ୍ରରେ କିଛି ମୁଦ୍ରା ସହିତ ବାନ୍ଧିବେ ନିଜର ଶୋଇବାଘର ଅଥବା ବ୍ୟବସାୟ ପ୍ରତିଷ୍ଠାନରେ ଏକ ଲୁହାକଣ୍ଟାରେ ଟାଙ୍ଗିଦେବେ।
୫. ସ୍ମୃତିଶକ୍ତି ଓ ବାକ୍ସିଦ୍ଧି ପାଇଁ
ସ୍ମୃତିଶକ୍ତି ଓ ବାକ୍ସିଦ୍ଧି ପାଇଁ : ଯେଉଁମାନେ ବାକ୍ସିଦ୍ଧି ଓ ବହୁ ଶୃତିଧର ହେବାକୁ ଚାହାନ୍ତି, ସେମାନେ ନିଜେ ନିମ୍ନୋକ୍ତ ଔଷଧି ପଥ୍ୟ କରି ସେବନ କରନ୍ତୁ। ଦେଖିବେ କିପରି ସତ୍ୟରେ ପରିଣତ ହେବ।
ଗୁଡ଼ିଚ୍ୟପାମାର୍ଗ ବିଡ଼ଙ୍ଗଶଙ୍ଖିନୀ ବଚାଭୟାକୁଷ୍ଠଶତାବରୀ ସମାଃ
ଘୃତେନ ଲୀଢ଼ାପରିକଳ୍ପ୍ୟମାନବଃ ତ୍ରିଭିର୍ଦିନୈ ଶ୍ଳୋକସହସ୍ରଧାରଣମ୍।
ଅର୍ଥାତ୍- ଗୁଡ଼ିଚି, ଅପାମାର୍ଗ, ବିଡ଼ଙ୍ଗ, ଶଙ୍ଖପୁଷ୍ପୀ, ବଚ, ହରିଡ଼ା, କୁଢ଼ ଓ ଶତାବରୀ ଆଦି ଏହି ସମସ୍ତ ଦ୍ରବ୍ୟକୁ ସମଭାଗରେ ଆଣି ଚୂର୍ଣ୍ଣ କରିବ। ଏହି ଚୂର୍ଣ୍ଣରୁ ୨ଚାମଚ ପ୍ରମାଣେ ନେଇ ଗବ୍ୟଘୃତ ସଙ୍ଗରେ କିଛିଦିନ ସେବନ କଲେ ସ୍ମୃତିଶକ୍ତି, ମେଧାଶକ୍ତି ଓ ଭାବନାଶକ୍ତି ବୃଦ୍ଧି ହେବ। ବ୍ରହ୍ମଚର୍ଯ୍ୟ ଠିକ୍ ରହିବ। ଏହା ପରୀକ୍ଷିତ।