ଜାଣନ୍ତୁ କୁଣ୍ଡଳୀର ତୁଳା ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତୁଳାରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ ।

ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ । ତୁଳାରାଶିରେ ଚନ୍ଦ୍ରଥିଲେ ଜାତକ ତୁଳାରାଶି ହେବ । ଯାହାଫଳରେ ଜାତକ ଦେବ, ବ୍ରାହ୍ମଣଭକ୍ତ, ବାହନ ଓ ପଶୁଯୁକ୍ତ, ପରାକ୍ରମୀ, ବୈଭବଶାଳୀ, ଧାର୍ମିକ, ଭୋଗୀ, ସୁଖି, ଚତୁର, ବୁଦ୍ଧିମାନ, କଳାପ୍ରେମୀ, ରାଜାଙ୍କପ୍ରିୟ ।

ବାପାମାଙ୍କ ପୂଜକ, ଗୁରୁଭକ୍ତି, ବିଦ୍ୱାନ, ବହୁତ ଗପେ, କାବ୍ୟପ୍ରେମୀ, ଯୁଦ୍ଧପ୍ରେମୀ, ସୁନ୍ଦର ଶରୀର, ଦୁଷ୍ଟଜନ ସହ ମିତ୍ରତା, ସର୍ବତ୍ର ମାନନୀୟ, ଶ୍ରେଷ୍ଠ ସଂଗ୍ରହ କାରୀ, ଧର୍ମରେ ତତ୍ପର, ଚତୁର, ବହୁତ ଦାସଦାସୀଙ୍କ ଦ୍ୱାରା ସୁଶୋଭିତ, ଶ୍ରେଷ୍ଠ ଶ୍ରୀମାନ, ପଣ୍ଡିତ, କଳାରେ ନିପୂଣ, ଉତ୍ସାହୀ, ଶିକ୍ଷିତକୁ ସମ୍ମାନଦିଅନ୍ତି, ଆସ୍ତିକ, ପରୋପକାରୀ, ବ୍ୟାପାରରେ ଧନ ପ୍ରାପ୍ତି, ନିତ୍ୟ ଆଦର ପୂର୍ବକ ଜୀବନସାଥିଙ୍କ କଥା ମାନିଥାନ୍ତି, କୂଅ, ପୋଖରୀ ଇତ୍ୟାଦି ଲୋକାର୍ପଣ କରନ୍ତି ।

ମିଷ୍ଟାନ୍ନ ଭୋଜନ ପ୍ରିୟ, ଭାଇ ତଥା ପୁତ୍ର କମ୍‌ ଥାନ୍ତି ଓ କ୍ଷେତ କାମରେ ଚତୁର ହୋଇଥାନ୍ତି । ଯେଉଁ ଜାତକରେ ଚନ୍ଦ୍ର ତୁଳାରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ବ୍ରାହ୍ମଣ ଦେବତାଙ୍କ ଶ୍ରେଷ୍ଠ ଭକ୍ତ, ଅଳ୍ପଧନୀ, ବାବବିବାଦ ମଗ୍ନ, ସାର୍ବଜନୀନ ଓ ସାମାଜିକ କାମରେ ରୁଚି, ପ୍ରତ୍ୟେକକାମ ପାଇଁ ପର ଉପରେ ନିର୍ଭର କରନ୍ତି ଓ ପ୍ରଭାବଶାଳୀ ହୋଇଥାନ୍ତି । ୬, ୧୬, ୨୬, ୩୬, ୪୬, ୫୬ବର୍ଷ ମାନଙ୍କରେ ସଙ୍କଟମୟ ପରିସ୍ଥିତିରେ ପଡିଥାନ୍ତି । ନବମ ବର୍ଷ ବୟସରେ ଅଗ୍ନି ଜନିତ କଷ୍ଟ ପ୍ରାପ୍ତ ହୁଏ । ଅଷ୍ଟମ ବର୍ଷରେ ଜ୍ୱର ଲାଗିରହେ, ବାରବର୍ଷରେ ଜଳଭୟ ହୁଏ, କୋଡିଏ ବର୍ଷରେ ସର୍ପଭୟ ଓ ଯାତ୍ରାକରୁଥିବା ସମୟରେ ତଳକୁ ଖସିପଡନ୍ତି ।

ଏକୋଇଶି ବର୍ଷରେ ବୃକ୍ଷ ଇତ୍ୟାଦି ଉଚ୍ଚସ୍ଥାନରୁ ପଡିଯିବାର ଭୟଜାତ ହୁଏ, ଯଦି ଚନ୍ଦ୍ରଙ୍କୁ ସୌମ୍ୟଗ୍ରହ ଦୃଷ୍ଟି ଦେଇଥାନ୍ତି ତେବେ ୮୫ବର୍ଷରେ ଏହି କଷ୍ଟ ଦେଖାଦେବ । ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀତିଥି ଶୁକ୍ରବାର ଦିନ ପ୍ରଥମ ପ୍ରହରରେ ଦେହାନ୍ତ ହୋଇଥାଏ, ଏହା ନିର୍ଯ୍ୟାଣ ଫଳରେ କୁହାଯାଇଛି । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧-କାହାଠାରୁ କୌଣସି ବସ୍ତୁ ମାଗଣାରେ କେବେବି ନିଅନ୍ତୁ ନାହିଁ । ୨- ବିବାହ ସମୟରେ ଶ୍ୱଶୁର ଘରୁ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଅବଶ୍ୟ ନିଅନ୍ତୁ ।

( ମୋତି ରତ୍ନ, ସୁନା, ରୂପା, ଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାବଳଦ ଓ ଗାଈ, ଧଳା ଚନ୍ଦନ) ୩- ଏକ ମାଟିଘଡିରେ ଗଙ୍ଗାଜଳ ଭର୍ତ୍ତିକରି ଘରେ ରଖନ୍ତୁ ତଥା ପ୍ରତ୍ୟେକ ରାତ୍ରିରେ ସେହି ସ୍ଥାନରେ ଦୀପ ଜାଳନ୍ତୁ ।  ୪- ରାତ୍ରରେ ଖୋଲା ସ୍ଥାନରେ ଏକ ପାତ୍ରରେ କ୍ଷୀର ରଖନ୍ତୁ । ୩- ଶ୍ଵଶୁର ଘରର ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ୫- ଧର୍ମ ବିରୁଦ୍ଧ ଆଚରଣ ଦ୍ଵାରା ଜୀବନ ନଷ୍ଟ ହୋଇପାରେ । ୬- ସୋମବାର ଦିନ ବହିଯାଉଥିବା ପାଣିରେ ଚାଉଳ କିଛି ପକାନ୍ତୁ । ୭- ପ୍ରତ୍ୟେକବର୍ଷ ଜନ୍ମଦିନରେ କ୍ଷୀରି ତିଆରି କରି ପିଲାମାନଙ୍କୁ ଖୁଆନ୍ତୁ । ୮- ଯେତେକଷ୍ଟ ପଡୁପଛେ ସୁନା ଅଳଙ୍କାର ଟିକେ ଦେହରେ ପିନ୍ଧନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!