ଦୈନିକ ରାଶିଫଳ: 12 ଜାନୁୟାରୀ ୨୦୨୧, ମା’ ମଙ୍ଗଳାଙ୍କ କୃପାରୁ ଆଜି ଏହି ସବୁ ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀମାସ ୧୨ତାରିଖ, ମଙ୍ଗଳବାର, ଧନୁମାସ ୨୯ଦିନ, ପୌଷମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥି, ମୂଳା ନକ୍ଷତ୍ର, ସକାଳ ୭ଟା ୩୭ମିନିଟ୍ ଗତେ ପୂର୍ବାଷାଢା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର । ମକର ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ, ଦିବା ୧୨ଟା ୨୨ମିନିଟ୍ ପରେ ଆମିଷ, ତୈଳ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୨୮ମିନିଟ୍ ରୁ ୭ଟା ୧୦ମିନିଟ୍, ସକାଳ ୯ଟା ୧୨ମିନିଟ୍ ରୁ ୧୧ଟା ୩୨ମିନିଟ୍, ସନ୍ଧ୍ୟା ୫ଟା ୨୩ମିନିଟ୍ ରୁ ୭ଟା ୧ମିନିଟ୍, ରାତ୍ର ୮ଟା ୩୯ମିନିଟ୍ ରୁ ୮ଟା ୫୦ମିନିଟ୍, ରାତ୍ର ୯ଟା ୪୫ମିନିଟ୍ ରୁ ରାତ୍ର ୧୨ଟା ୨୦ମିନିଟ୍ ।  ପର୍ବଦିନ- ନଷ୍ଟ ଚନ୍ଦ୍ରୋପବାସ ଓ ନିଶା ପାଳନ, ଗୃହରେ ବକୁଳ ଲାଗି, ବକୁଳ ଅମାବାସ୍ୟା,ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସାମାଜିକ କ୍ଷେତ୍ରରେ ସମ୍ମାନ ବଢିବ । କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତ ଅନୁସାରେ କର୍ମକ୍ଷେତ୍ରରେ ଆଗେଇବେ । ଦୂରେଇ ଯାଇଥିବା ବନ୍ଧୁ ମିତ୍ରମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ରାଜନୀତିରେ ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବା ଫଳରେ ଫାଇଦା ଉଠାଇବେ । ବ୍ୟବସାୟରେ ପ୍ରଚୁର ଲାଭ ପାଇବା ସହ ଧନ ଲାଭର ମାର୍ଗ ଖୋଲିଯିବ । ପଢ଼ାପଢ଼ିରେ ମାନସିକ ଶାନ୍ତି ଦେଖା ଦେବ । ଦୂର ଯାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇ ପାରେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ବୃଷ:-

ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ପୂର୍ଣ୍ଣ ସଫଳତା ପାଇବେ । ବାଦବିବାଦ, ପ୍ରତିଯୋଗିତାପରୀକ୍ଷା, ମାଲିମକଦ୍ଦମା ଓ ସାକ୍ଷାତକାରରେ ବିଜୟୀ ହେବେ । ବନ୍ଧୁ ମିତ୍ରଙ୍କ ସହ ସୁସଂପର୍କ ସୃଷ୍ଟି ହେବ । ଦାମ୍ପତ୍ୟ କଳହ ସମାଧାନ ହୋଇ, ସନ୍ତାନଙ୍କର ଉନ୍ନତିରେ ଖୁସିହେବେ । କୌଣସି ନୂତନ ବ୍ୟକ୍ତିଙ୍କୁ ଭରସା କରି କାର୍ଯ୍ୟ କଲେ କ୍ଷତିରେ ପଡିବେ । ବୁଝି ବିଚାରି କାର୍ଯ୍ୟ ନକଲେ ଅନେକ କ୍ଷେତ୍ରରେ ଲଜ୍ଜା ଅପମାନ ସହ୍ୟ କରିବାକୁ ପଡ଼ିପାରେ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

ମିଥୁନ:-

ବିଦେଶ ଯାତ୍ରାରେ ସଫଳ ହେବେ । ଜାଗାଜମି, ଗୃହ ଉପକରଣ କ୍ରୟ କରିବେ । ଯାନ ବାହାନ ପ୍ରାପ୍ତି ହେବ । ରାଜନୀତିରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ଋଣମୁକ୍ତ ଓ ଋଣପ୍ରାପ୍ତି ହେବ । ନୂତନ ସଂସ୍ଥାର ଆୟୋଜନ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବା ସହ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ଅଚାନକ ଯାତ୍ରା ଫଳରେ ବିଶେଷ ଉପକୃତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ଶାରିରୀକ ସୁସ୍ଥତା ସହ ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯାଇ ମାନସିକ ଶାନ୍ତି ପାଇବେ । ନୂତନ କାରବାରରେ ସଫଳତା ମିଳିବ । ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ଉଧାର ଦେଲେ ଫେରି ପାଇବା ସହଜହେବ । ଭାତୃ ବିବାଦ, ଜମି ବାଡ଼ି ଓ ଘରଜାଗା ନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଅନେକ ଶୁଭକର୍ମର ସୁଯୋଗ ପାଇବେ । ଯେ କୌଣସି କାର୍ଯ୍ୟ ହାତକୁ ନେଲେ ଶେଷ କରିବା ପରେ ଆଶ୍ୱସ୍ଥି ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-

ଶତ୍ରୁମାନେ ପରାଜିତ ହେବେ । ମାନସିକ ଶାନ୍ତି ଦେଖାଦେବ । ବିଦେଶ ଯାତ୍ରାରେ ଲାଭ ପାଇବେ । ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ । କର୍ମକ୍ଷେତ୍ରରେ ଯେଉଁ ଯାଗାରେ ଦସ୍ତଖତ କରିବାକୁ ପଡିବ ବୁଝି ବିଚାରି କରିବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ପରିବାରରେ ସୁଖଦାୟକ ବାତାବରଣ ଦେଖାଦେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-

ଶତ୍ରୁମାନେ ମଥାନତ କରିବେ । ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ । ପୂରାତନ ରୋଗରୁ ଉପଶମ ମିଳିବା ସହ ବନ୍ଧୁ ସମାଗମ ହେବ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଆକସ୍ମିକ ଧନ ପ୍ରାପ୍ତି ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଧାର୍ମିକ ଓ ସାମାଜିକ ଉତ୍ସବରେ ଯୋଗ ଦେଇ ପ୍ରସଂଶିତ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-

ସମସ୍ତ କାର୍ଯ୍ୟ ମନୋନୁକୂଳ ହେବ । ଅନେକ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ । ଋଣପ୍ରାପ୍ତି, କର୍ମତତ୍ପର, ବ୍ୟବସାୟରେ ସଫଳତା ପାଇବେ । ଉଚ୍ଚ ସମ୍ମାନ ଲାଭ, ମନରେ ଉତ୍ସାହ ଓ ମିଷ୍ଠାନ୍ନ ଭୋଜନ ପ୍ରାପ୍ତିହେବ । ପରିବାରରେ ପ୍ରସନ୍ନତା ବିରାଜମାନ କରିବ । କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧିହେବ । ରାଜନୀତିରେ ସଫଳତା ପାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ବିଚ୍ଛା:-

ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଯୋଗେ ସାମାନ୍ୟ ଲାଭ ମିଳିବ । ପୂରାତନ ବନ୍ଧୁ ଓ ମିତ୍ରଙ୍କ ସହଯୋଗ ଅଧିକ ଲାଭଦାୟକ ହେବ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ବିଦେଶ ଯାତ୍ରାରେ ଧନହାନୀ ହେବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ଧନୁ:-

ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଶତ୍ରୁହାନୀ, ସହଯୋଗପ୍ରାପ୍ତି, ମିତ୍ରଲାଭ, ଶରୀର ସୁସ୍ଥ ରହିବ । ନୂତନ କାର୍ଯ୍ୟାରମ୍ଭ, ଚିତ୍ତପ୍ରସନ୍ନ, କାର୍ଯ୍ୟସିଦ୍ଧି, ଉଚ୍ଚପ୍ରଶଂସା ଲାଭ କରିବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ସଫଳତା ପ୍ରାପ୍ତିହେବ । ଯେଉଁ କାର୍ଯ୍ୟପାଇଁ ଆପଣ ଲମ୍ବା ସମୟର ପ୍ରୟାସରତ ଥିଲେ ଆଜିତାହା ପୂରଣ ହୋଇପାରେ । ବ୍ୟବ ସାୟରେ ଅଟକିଥିବା ଧନ ମିଳିଯିବା ଫଳରେ ଆଶାତୀତ ଲାଭପାଇ ଆୟବଢ଼ିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମକର:-

ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ବ୍ୟବସାୟ ଭଲ ଗତିରେ ଚାଲିବ । କର୍ମଚାରୀମାନେ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ବନ୍ଧୁ ଓ ସହକର୍ମୀଙ୍କଠାରୁ ଆଶାତୀତ ସହଯୋଗ ମିଳିବ । ନୂତନକାର୍ଯ୍ୟର ପ୍ରେରଣା ପାଇବେ । ପାରିବାରିକକ୍ଷେତ୍ରରେ ଅଶାନ୍ତି ଦେଖାଦେଇ ଦୂରେଇଯିବ । ବାଦବିବାଦ, ମାଲିମକଦ୍ଦମା, କ୍ରିଡା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ କରିବେ । ଶାରୀରିକ ପୀଡ଼ା ଯୋଗେ, ମନରେ ଦୁଶ୍ଚିନ୍ତାଭୟ ରହିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କୁମ୍ଭ:-

ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା ଫଳରେ ଉତ୍ତମ ରୋଜଗାର କରିପାରିବେ । ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । କଳା, ମଞ୍ଚ, ସିନେମା, ଚିତ୍ରକଳା କ୍ଷେତ୍ରରେ ସଫଳତା ମିଳିବା ସହ ସୁନାମ ଅର୍ଜନ କରିବେ । ସ୍ୱଭାବରେ ଦୃଢ଼ତା ଓ କଠୋରତା ସୃଷ୍ଟି ହେବ । ଆତ୍ମନିୟନ୍ତ୍ରଣ କରିବା ଶିଖିବେ । ବ୍ୟବସାୟ ପାଇଁ ଧାଁ ଦଉଡ ଓ ଅଧିକ ସଂଘର୍ଷ କରିବାକୁ ପଡିବ । ଅଯଥା ଦୂରଯାତ୍ରା କରନ୍ତୁ ନାହିଁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-

ଶିକ୍ଷାକ୍ଷେତ୍ରରେ ସାହସ ଓ ଦୃଢସଂକଳ୍ପ ଫଳରେ ପରୀକ୍ଷା ପ୍ରତିଯୋଗିତାରେ ଜୟ ଲାଭ କରିବେ । ମିତ୍ର ଓ ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ପ୍ରାପ୍ତି ହେବ । ପରିବାରରେ ମାନ ମନାନ୍ତର ଦୂର ହେବ । ବିଦେଶ ଯାତ୍ରାରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତିି ହୋଇ ଉଚ୍ଚ ଆଶା ସଫଳହେବ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । କୌଣସି ଶୁଭ ସମାଚାର ଶୁଣି ଆନନ୍ଦ ହେବେ । ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!