ପବିତ୍ର ତୁଳସୀ ପତ୍ରକୁ ତୋଳିବା ପୂର୍ବରୁ ଏହି ୬ଟି ନିୟମକୁ ନିଶ୍ଚିନ୍ତ ଧ୍ୟାନ ରଖନ୍ତୁ- Tulasi Puja Bidhi

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ମାନ୍ୟତା ଅନୁସାରେ ତୁଳସୀ ଗଛକୁ ବହୁତ ମହତ୍ଵ ଦିଆଯାଇଛି । ଏହି ଗଛକୁ ଦେବତୁଲ୍ୟ ମନାଯାଏ ଓ ହିନ୍ଦୁ ପରିବାରରେ ଏହି ତୁଲସୀକୁ ପୂଜା ମଧ୍ୟ କରାଯାଏ । ହିନ୍ଦୁ ଧର୍ମରେ ପ୍ରତ୍ୟେକ ଘରର ବାହାରକୁ ବା ଅଗଣାରେ ତୁଳସୀ ଗଛ ଲଗାଇବା ନିୟମ ରହିଛି । ଧାର୍ମିକ ମହତ୍ଵ ପାଇବା ସହିତ ଏହି ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଫାଇଦା ମିଳିଥାଏ ।  ଏହି ପତ୍ରକୁ ଖାଦ୍ୟର ସ୍ଵାଦ ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ପ୍ରତିଦିନ ତୁଳସୀ ଗଛକୁ ପୂଜା କରିବା ଓ ଜଳ ଅର୍ପଣ କରିବା ପ୍ରାଚୀନ କାଳର ପରମ୍ପରା ଅଟେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେଉଁ ଘରେ ସବୁ ଦିନ ତୁଳସୀ ଗଛକୁ ପୂଜା କରାଯାଏ ସେହି ଘରେ ସୁଖ, ସମୃଦ୍ଧତା ଓ ସୌଭାଗ୍ୟ  ପ୍ରାପ୍ତି ହୁଏ । କେବେ ମଧ୍ୟ ଅର୍ଥର ଅଭାବ ହୁଏ ନାହିଁ । ତେଣୁ ପ୍ରତିଦିନ ତୁଳସୀ ଗଛକୁ ପୂଜା କରିବା ଓ ଜଳ ଅର୍ପଣ କରିବା ଉଚିତ୍ । ଯେଉଁ ବ୍ୟକ୍ତି ପ୍ରତିଦିନ ତୁଳସୀ ପତ୍ର ଖାଏ, ସେହି ବ୍ୟକ୍ତିର ଶରୀର ଅନେକ ପ୍ରକାର ରୋଗରୁ ରକ୍ଷା ପାଇଥାଏ । ତେଣୁ ଏହି ପତ୍ରକୁ ତୋଳିବା ପୂର୍ବରୁ ୬ଟି ନିୟମ ପ୍ରତି ନିଶ୍ଚୟ ଧ୍ୟାନ ରଖିବା ଜରୁରୀ ଅଟେ ।

ବିଶେଷ କରି ତୁଳସୀ ପତ୍ର ଖାଇଲେ ଥଣ୍ଡା, କାଶ, ଜ୍ଵର ଭଳି ସମସ୍ୟାରୁ ରକ୍ଷା ମିଳିଥାଏ । ସେଥିପାଇଁ ଲୋକମାନେ ତୁଳସୀ ପତ୍ରକୁ ତୋଳିଥାନ୍ତି । କିନ୍ତୁ ଶାସ୍ତ୍ରରେ ତୁଳସୀ ପତ୍ରକୁ ତୋଳିବାର କିଛି ନିୟମ କୁହାଯାଇଛି ।

୧- ତୁଳସୀ ପତ୍ରକୁ ନଖରେ ତୋଳିବ ନାହିଁ-

ଅନେକ ଲୋକମାନେ ଏହି ପତ୍ରକୁ ତୋଳିବା ପାଇଁ ନିଜ ନଖକୁ ବ୍ୟବହାର କରିଥାନ୍ତି । ଏହାକୁ ନଖ ନ ଲଗାଇ ଆଙ୍ଗୁଠି ଦ୍ଵାରା ତୋଳିବେ । ତୁଳସୀ ଗଛରୁ ଝଡି ପଡିଥିବା ପତ୍ରକୁ ବ୍ୟବହାର କରିବା ଉଚିତ୍ ।

୨- କେଉଁ ବାରରେ ତୁଳସୀ ପତ୍ର ତୋଳିବ ନାହିଁ-

ଶାସ୍ତ୍ର ଅନୁସାରେ ରବିବାର ଦିନ ତୁଳସୀ ପତ୍ର କଦାପି ତୋଳିବ ନାହିଁ । ସେହିପରି ଅମାବାସ୍ୟା, ଚତୁର୍ଦ୍ଦଶୀ ଓ ଦ୍ଵାଦଶୀ ତିଥିରେ ମଧ୍ୟ ତୁଳସୀ ପତ୍ର ତୋଳିବା ଅଶୁଭ ବୋଲି କୁହାଯାଏ । ରବିବାର ଦିନ ତୁଳସୀ ଗଛରେ ଜଳ ମଧ୍ୟ ଅର୍ପଣ ନ କରିବା ଉଚିତ୍ । ଯେଉଁ ବ୍ୟକ୍ତି ଏହି ଦିନ ମାନଙ୍କରେ ତୁଳସୀ ପତ୍ର ତୋଳିଥାଏ ସେହି ବ୍ୟକ୍ତି ଆର୍ଥିକ ସମସ୍ୟାର ସାମ୍ନା ଅକରିବାକୁ ପଡିଥାଏ ।

୩- କେଉଁ ସମୟରେ ତୁଳସୀ ପତ୍ର ତୋଳିବ ନାହିଁ-

ସୂର୍ଯ୍ୟ ଅସ୍ତ ହେବା ପରେ ତୁଳସୀ ପତ୍ର ନ ତୋଳିବା ଉଚିତ୍ ।  ଶାସ୍ତ୍ରରେ କୁହାଯାଇଛି ଯେ ସନ୍ଧ୍ୟା ସମୟରେ ଦେବୀ ତୁଳସୀ ଯାହାକୁ ଶ୍ରୀ ରାଧାଙ୍କ ସ୍ୱରୂପ ମନାଯାଇଛି, ସେ ବଣରେ ଶ୍ରୀ କୃଷ୍ଣଙ୍କ ସହିତ ରାସ କରିବା ପାଇଁ ଯାଇଥାନ୍ତି । ଯଦି ତାଙ୍କ ରାସରେ କିଏ ବାଧା ଉତ୍ପନ୍ନ କରେ ତେବେ ସେ ରାଧାଙ୍କ ସହିତ ଶ୍ରୀ କୃଷ୍ଣଙ୍କର କ୍ରୋଧ ମଧ୍ୟ ଭୋଗ କରିବାକୁ ପଡିଥାଏ । ଏହା ବ୍ୟତୀତ ଚନ୍ଦ୍ର ଓ ସୂର୍ଯ୍ୟ ଗ୍ରହଣ ସମୟରେ ମଧ୍ୟ  ତୁଳସୀ ପତ୍ର ନ ତୋଳିବା ଉଚିତ୍ ।

୪- ତୁଳସୀ ପତ୍ରକୁ କେତେବେଳେ ଛୁଇଁବ ନାହିଁ-

ସବୁବେଳେ ଗାଧୋଇବା ପରେ ତୁଳସୀ ପତ୍ରକୁ ଛୁଇଁ ପାରିବେ । ଯଦି ତୁଳସୀ ପତ୍ର ଝଡି ତଳେ ପଡିଛି ତେବେ ମଧ୍ୟ ହାତକୁ ସଫା କରି ଛୁଇଁବେ । ଯଦି ଆପଣ ଘରେ ଲଡୁ ଗୋପାଳ କୃଷ୍ଣ ରଖିଛନ୍ତି ଓ ତାଙ୍କ ପାଖରେ ସେହି ତୁଳସୀ ପତ୍ର ରଖିଛନ୍ତି ବା ଭୋଗ ଲଗାଇବା ପାଇଁ ପୁରୁଣା ତୁଳସୀ ପତ୍ରର ବ୍ୟବହାର କରୁଛନ୍ତି, ତେବେ ୧୧ ଦିନରୁ ଅଧିକ ଦିନର ପତ୍ରକୁ ବ୍ୟବହାର କରନ୍ତୁ ନାହିଁ ।

୫- ମଉଳି ଯାଇଥିବା ଗଛ ବା ପତ୍ରକୁ କଣ କରିବ-

ଯଦି ଘରେ ତୁଳସୀ ଗଛ ବା ପତ୍ର ଶୁଖିଯାଇଛି ଓ ପତ୍ର କଅଁଳୁ ନାହିଁ ତେବେ ସେହି ଗଛକୁ ଘରେ ରଖନ୍ତୁ ନାହିଁ । ଏହାକୁ କାଢି ନଦୀରେ ବିସର୍ଜନ କରିଦିଅନ୍ତୁ । କାରଣ ଶୁଖିଯାଇଥିବା ତୁଳସୀ ଗଛ ଅଶୁଭ ବୋଲି କୁହାଯାଏ ।

୬-କେଉଁଥିରେ ତୁଳସୀ ପତ୍ର ଚଢାଇବ ନାହିଁ-

ଭଗବାନ ବିଷ୍ଣୁଙ୍କର ତୁଳସୀ ଅତି ପ୍ରିୟ ଅଟେ । ତେଣୁ ଭଗବାନ ବିଷ୍ଣୁଙ୍କୁ ସବୁ କ୍ଷେତ୍ରରେ ତୁଳସୀ ଅର୍ପଣ କରିପାରିବେ । ଭଗବାନ ଶିବ ଓ ଶ୍ରୀ ଗଣେଶଙ୍କୁ କଦାପି ତୁଳସୀ ପତ୍ର ଚଢାଇବ ନାହିଁ । କାରଣ ଶ୍ରୀ ରାଧା ଭଗବାନ ଶିବଙ୍କୁ ନିଜର ଆରାଧ୍ୟ ମାନନ୍ତି ଓ ତୁଳସୀ ଗଛ ଶ୍ରୀ ରାଧାଙ୍କର ଏକ ସ୍ୱରୂପ ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!