2021 ନୂଆବର୍ଷ ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ବହୁତ କଷ୍ଟକର ହେବାକୁ ଯାଉଛି, ରୁହନ୍ତୁ ସତର୍କ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା ।  ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ । ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ । ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ । ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ ।

ତୁଳା:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ ତୁଳା ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ତୃତୀୟ ଭାବରେ, ମଙ୍ଗଳ ସପ୍ତମ ଭାବରେ, ଗୁରୁ, ଶନି ଚତୁର୍ଥ ଭାବରେ, ଶୁକ୍ର, କେତୁ ଦ୍ଵିତୀୟ ଭାବରେ ଓ ରାହୁ ଅଷ୍ଟମ ଭାବରେ ଅବସ୍ଥାନ କରୁଛନ୍ତି । ଯାହା ଫଳରେ ରବି, ଚନ୍ଦ୍ର, ଶୁକ୍ର ଶୁଭଫଳ ପ୍ରଦାନ କରିବେ । ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇପାରିବେ । ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ ।

ଛଅଟିଗ୍ରହ ଆପଣଙ୍କ ବିପକ୍ଷରେ ଥିଲାବେଳେ ତିନୋଟି ଅସ୍ଥିର ଗ୍ରହ ଆପଣଙ୍କ ସପକ୍ଷରେ ରହୁଛନ୍ତି ଯାହା ଫଳରେ ଶାରୀରିକ କ୍ଷମତା, ଦକ୍ଷତା, ଯୋଜନା, ଅର୍ଥ, ମାନସମ୍ମାନ, ପ୍ରତିଷ୍ଠା ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ସ୍ଥିତି ବଢାଇବାରେ ସାହାଯ୍ୟ କରିବ । ଶକ୍ତି ଦ୍ଵାରା କାର୍ଯ୍ୟକୁ ପୂରଣ କରିବେ । ସ୍ବପ୍ନ ସାକାର ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ।

ଗୁରୁ, ଶନି ଚତୁର୍ଥ ଭାବରେ ରହିବା ଫଳରେ ପ୍ରାୟ କାର୍ଯ୍ୟରେ ବାଧା ଦେଖାଦେବ । କିନ୍ତୁ କାର୍ଯ୍ୟ କ୍ଷେତ୍ର ବ୍ୟତୀତ ଅଲଗା କ୍ଷେତ୍ରରେ ଲାଭ ପାଇବେ । ଅଟକିଥିବା କାର୍ଯ୍ୟକୁ ପୂରଣ କରିବାର ସୁଯୋଗ ପାଇବେ । ନୂତନ ଗୃହ ମଧ୍ୟ ତିଆରି କରିପାରିବେ । ବୃହସ୍ପତି ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରି ସନ୍ତାନଭାବରେ ରହିବା ଫଳରେ ସେଥିରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ । ଏକ ନୂତନ ଆତ୍ମବିଶ୍ଵାସ ଜନ୍ମ ହୋଇ ମାନ ସମ୍ମାନରେ ବୃଦ୍ଧି ହେବ । ଭବିଷ୍ୟତ ପାଇଁ ଯୋଜନା କରିବେ । କର୍ମକ୍ଷେତ୍ର ପାଇଁ ଶାରୀରିକ କ୍ଷମତା ଓ ମାନସିକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ ମିଳିବ ।

ଶିକ୍ଷା ଓ ସନ୍ତାନଙ୍କର ଭଲ ହେବ । ଅଚାନକ ଧନ ପ୍ରାପ୍ତି ହେବ । ଏହି ସମୟରେ ଆପଣ ସେୟାର ମାର୍କେଟିଂ ଇତ୍ୟାଦି ଯୋଜନାରେ ବିନିଯୋଗ କରିପାରିବେ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ ।

କର୍ମ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ, ସ୍ଥାନ ପରିବର୍ତ୍ତନ ମଧ୍ୟ ହୋଇପାରେ । ବିଶେଷ କରି ଯେଉଁମାନେ ନିଜ ପିଲାମାନଙ୍କ ପାଇଁ ଯୋଜନା କରୁଛନ୍ତି ସେମାନଙ୍କ ପାଇଁ ବିଶେଷ ଯତ୍ନ ନେବା ଆବଶ୍ୟକ । ରାହୁ ଅଷ୍ଟମ ଭାବରେ ଥିବାରୁ ଶତୃମାନଙ୍କ ଠାରୁ ସତର୍କ ରହିବା ଉଚିତ । ନତୁବା କିଛି ସମସ୍ୟା ସୃଷ୍ଟି ହୋଇପାରେ । ନିଜଉପରେ ବିଶ୍ଵାସର ଭାବନା ବହୁତ ଶକ୍ତିଶାଳୀ ହେବ ଓ ବେଳେବେଳେ ନାସ୍ତିକତା ମଧ୍ୟ ବୃଦ୍ଧି ପାଇବ । କିନ୍ତୁ କଠିନ ପରିଶ୍ରମ କରିବାକୁ ପଡିବ । ବିଶେଷ କରି ଶାରୀରିକ କଷ୍ଟ ଭୋଗ କରି ପାରନ୍ତି । ଯେପରିକି ପେଟ, ପିଠି ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା, ଚର୍ମରୋଗ ଆଦି ଭୋଗ କରି ପାରନ୍ତି । ପ୍ରତିଯୋଗୀତାରେ ବହୁତ ପରିଶ୍ରମ କରିବାକୁ ହେବ ।

ଯେଉଁମାନେ ବିଦେଶରେ ରହି ପାଠ ପଢୁଛନ୍ତି ସେମାନେ ଟିକେ ସଚେତନ ରହିବା ଆବଶ୍ୟକ । ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି । ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ନବଗ୍ରହ ମହାଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୧ ମାଳା ଜପ କରନ୍ତୁ ଔଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ । ୨- ପ୍ରଥମ ମାସର ଯେକୌଣସି ଶୁକ୍ରବାରଦିନ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସୀସା, ରାଶି, ସୋରିଷତେଲ, ନୀଳବସ୍ତ୍ର, କଳାଫୁଲ, କମ୍ବଳ ଓ ପନିକି ବା ଛୁରୀ ଦାନ କରି ଦିଅନ୍ତୁ । ୩- ରୂପା ପଇସା ପକେଟରେ ରଖନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!