ଦୈନିକ ରାଶିଫଳ: 19 ନଭେମ୍ବର ୨୦୨୦, ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ନଭେମ୍ବର ମାସ ୧୯ତାରିଖ, ଗୁରୁବାର, ବିଛାମାସ ୪ଦିନ, କାର୍ତ୍ତିକମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି, ପୂର୍ବାଷାଢାନକ୍ଷତ୍ର, ଦିବା ୯ଟା ୩୯ମିନିଟ୍ ଗତେ ଉତ୍ତରାଷାଢା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର, ଦିବା ୩ଟା ୩୦ମିନିଟ୍ ଗତେ ମକର ରାଶିରେ ଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର, ଦିବା ୩ଟା ୩୦ମିନିଟ୍ ଗତେ ସିଂହ ରାଶିର ଘାତଚନ୍ଦ୍ର। ବେଲ, ପଣସ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୬ଟା ୨ମିନିଟ୍ ରୁ ୭ଟା ୨୮ମିନିଟ୍, ସନ୍ଧ୍ୟା ୫ଟା ୫୫ମିନିଟ୍ ରୁ ରାତ୍ର ୯ଟା ୨୧ମିନିଟ୍।

ମେଷ:-

ଶରୀର ସୁସ୍ଥ ରହିବ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଟଙ୍କାର ଆବଶ୍ୟକତା ପୂରଣ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତର ଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ବୃଷ:-

ବ୍ୟବସାୟରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ସମସ୍ୟା ଦୂର ହୋଇ ସମ୍ମାନୀତ ହେବେ। ଜଣେ ବନ୍ଧୁଙ୍କଠାରୁ ସହଯୋଗ ପାଇବେ। ଧର୍ମ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ରାଜନୈତିକ କ୍ଷେତ୍ରରେ ବ୍ୟକ୍ତିଗତ ଓ ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ। ଛାତ୍ରଛାତ୍ରୀ ମାନଙ୍କର ମାନସିକ ବିକାଶ ଘଟିବ। କେତେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମିଥୁନ:-

ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳର ଅବସାନ ହେବ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। ସହକର୍ମୀମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ସହ ଯଶ, ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇ ଯାଇ ଅଭିଷ୍ଟ ପ୍ରାପ୍ତି ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କର୍କଟ:-

ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ଅତି ସହଜରେ ବାକିଥିବା ଅର୍ଥ ପାଇବେ। ସୁଯୋଗ ହାତପାହାନ୍ତାରେ ପହଞ୍ଚିବ। ଛାତ୍ର ଛତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ। ଦୂରଯାତ୍ରାକରି ବିଶେଷ ଲାଭାନ୍ୱିତ ହେବେ। ଶୁଭ ସମାଚାର ପାଇ ମନ ଖୁସି ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସଂପର୍କ ଫଳରେ ସମ୍ମାନୀତ ହେବେ। ପ୍ରେମ ପ୍ରସଙ୍ଗରେ ବନ୍ଧୁମାନେ ସହଯୋଗ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ବିଦେଶୀ ଦ୍ରବ୍ୟ ବାଣିଜ୍ୟରେ ଅଧିକ ଲାଭଦାୟକ ହେବ। ଛାତ୍ର ଛତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ। ବାଦବିବାଦ, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ଆର୍ଥିକସ୍ଥିତି ପୂର୍ବପରି ରହିବ। ପ୍ରେମ ପ୍ରସଙ୍ଗରେ ବିରୋଧୀ ମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରି ପାରିବେ ନାହିଁ। ରାଜନୈତିକ କ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେଇ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ବନ୍ଧୁମାନେ ସହଯୋଗ କରିବେ। ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର ହେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-

ଯେକୌଣସି ପ୍ରତିଯୋଗୀତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ। କାରବାରରେ ସ୍ଥିତି ଠିକ୍ ରହିବ। ମାନସିକ ସ୍ଥିତି ଭଲ ରହିବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜାଗାଜମିପାଇଁ ଥିବା ସମସ୍ୟାର ସମାଧାନ ହେବ। ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଗୃହ ସୁଖମିଳିବ। ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। ବାଦବିବାଦ, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ବସ୍ତ୍ରଆଭୂଷଣ ଲାଭ ହୋଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ଶୁଭକାର୍ଯ୍ୟ ପାଇଁ ଇଚ୍ଛାକରି ଗୁରୁଜନମାନଙ୍କ ଠାରୁ ଆର୍ଶିବାଦ ପାଇବେ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ। କର୍ମଚାରୀ ଓ ଶ୍ରମିକମାନେ ଉପରିସ୍ଥଙ୍କୁ ଆପଣାର କରି ବେସୀ ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ଧର୍ମାନୁଷ୍ଠାନରେ ଯୋଗଦାନ କରି ପ୍ରଶଂସା ପାଇବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବିଚ୍ଛା:-

ସାମାଜିକ ଉତ୍ସବରେ ଭାଗ ନେବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ। ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠା ବୃଦ୍ଧି ହେବ। ପ୍ରେମିକ ପ୍ରେମିକାମାନେ ଆମୋଦ ପ୍ରମୋଦର ସୁଯୋଗ ପାଇବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ବ୍ୟବସାୟରେ ସହଯୋଗୀମାନେ ଉନ୍ନତିପାଇଁ ଚେଷ୍ଟା କରିବା ଫଳରେ ପ୍ରସାର ପ୍ରଚାର କରି ଲାଭ ବାନ୍ ହେବେ। ଆର୍ଥିକସ୍ଥିତି ପୂର୍ବପରି ରହିବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ଧନୁ:-

ଶତୃ ପରାଜିତ ହେବେ। ସ୍ୱାସ୍ଥ୍ୟ ଠିକ୍ ରହିବ। ଜାଗା, ଜମି, ଗୃହ ବାହାନ ଆଦି କ୍ରୟ ଓ ବିକ୍ରୟ କରି ପାରନ୍ତି। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପରିଶ୍ରମଦ୍ୱାରା ବ୍ୟବସାୟରେ ଅଚଳାବସ୍ଥା ସୁଧୁରିଯିବ। ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବା ପାଇଁ ଆୟୋଜନ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ବ୍ୟବସାୟରେ ସମସ୍ୟା ସମାଧାନ କରି ଆୟର ମାର୍ଗ ପ୍ରଶସ୍ତ କରିବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ବନ୍ଧୁମାନଙ୍କ ସହଯୋଗ ଫଳରେ ପରିବାରରେ ଆନନ୍ଦ ଲହରୀ ଖେଳିଯିବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚିଯିବେ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଭାଇଙ୍କଠାରୁ ସହଯୋଗ ପାଇବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କୁମ୍ଭ:-

ଆର୍ଥିକସ୍ଥିତିରେ ଉନ୍ନତି ହେବ। ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ। ପ୍ରେମ ସମ୍ବନ୍ଧରେ ବିଫଳ ହେବେ । ଅତି ପ୍ରିୟ ବନ୍ଧୁଙ୍କ ଠାରୁ ଦୂରେଇ ଯିବାର ସମ୍ଭାବନା ଅଛି। ଗୃହରେ ଧାର୍ମିକ କାର୍ଯ୍ୟ କରିପାରନ୍ତି। ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

୧୦ଶୁଭ ସମାଚାର ପାଇ ମନ ଖୁସି ହେବ। ବିଦ୍ୟା ଓ ଖେଳରେ ଉନ୍ନତି ହେବ। ଦାମ୍ପତ୍ୟଜୀବନ ସୁଖମୟ ହେବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ପ୍ରେମିକ ପ୍ରେମିକାମାନେ ଦୂରଯାତ୍ରାକରି ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ। ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ମନୋରଞ୍ଜନ କରିବାର ସମୟ ପାଇବେ। ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। ଜନ ସେବାରେ ପ୍ରଶଂସା ମିଳିବ। ଦୂରଯାତ୍ରାରେ ସୁଖମିଳିବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!