ଜୀବନରେ ଆଣିଦେବ ସୁଖ ଓ ସମୃଦ୍ଧି କରନ୍ତୁ ସୂର୍ଯ୍ୟ ପୂଜାର ଏହି ସରଳ ଉପାୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନରେ ଆଣିଦେବ ସୁଖ ଓ ସମୃଦ୍ଧି ସୂର୍ଯ୍ୟ ପୂଜାର ଏହି ସରଳ ଉପାୟ।

ଯିଏ ଅନ୍ଧାରକୁ ଦୁରକରି ଆମକୁ ଆଲୋକ ପ୍ରଦାନ କରୁଥିବା ଦେବତା ସେ ହେଉଛନ୍ତି ସାକ୍ଷାତ ସୂର୍ଯ୍ୟ । ହିନ୍ଦୁ ଧର୍ମରେ ତାଙ୍କୁ ସୂର୍ଯ୍ୟ ଦେବ ବୋଲି ନାମ ଦିଆ ଯାଇଛି। ଧାର୍ମିକ ଆସ୍ଥା ଅଛି ଯେ ସୂର୍ଯ୍ୟ ଦେବଙ୍କର ସର୍ବଦା ପୂଜା କରିଲେ ବ୍ୟକ୍ତିକୁ ମାନସମ୍ମାନ, ସୁଖ ସମୃଦ୍ଧି ଓ ଯଶ ଆଦି ପ୍ରାପ୍ତ ହୁଏ। ପ୍ରତ୍ୟକ ଦିନ ତାଙ୍କର ପୂଜା କଲେ ମନରେ ଆସ୍ଥା ଓ ବିଶ୍ବାସ ଜାଗୃତ ହୁଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶାସ୍ତ୍ର ଅନୁସାରେ ନିୟମିତ କର୍ମ ହିଁ ହେଉଛି ଆମର ଧର୍ମ, ଏହି ଭାବନା ସହ ନିୟମିତ ରବିବାର ଦିନ ସୂର୍ଯ୍ୟ ଦେବଙ୍କ ଉପାସନା କଲେ ରୋଗମୁକ୍ତ ଓ ଉଚ୍ଚ ପଦ ପଦବୀ ପ୍ରାପ୍ତ ହୁଏ। ଶାସ୍ତ୍ରରେ ରବିବାରକୁ ସୂର୍ଯ୍ୟଙ୍କ ବାର ବୋଲି କୁହାଯାଇଛି। ସେଥିପାଇଁ ଏହିଦିନ ସୂର୍ଯ୍ୟ ନମସ୍କାର ଓ ସୂର୍ଯ୍ୟ ପୂଜାର ବିଶେଷ ମହତ୍ଵ ରହିଛି। ଏହା ମଧ୍ୟ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରେ।

ଜାଣନ୍ତୁ କଣ ସବୁ ଲାଭ ମିଳିଥାଏ ସୂର୍ଯ୍ୟ ପୂଜା ଦ୍ଵାରା-

ସୂର୍ଯ୍ୟ ପୂଜା, ସୂର୍ଯ୍ୟ ସ୍ତୋତ୍ର ପାଠ, ସୂର୍ଯ୍ୟ ମନ୍ତ୍ର ଜପ ଆଦି କରିବା ଦ୍ଵାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।

ସୂର୍ଯ୍ୟ ଗାୟତ୍ରୀ- “ଓଁ ଆଦିତ୍ୟାୟ ବିଦମହେ ଦିବାକରାୟ ଧୀମହି ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ”॥

ସୂର୍ଯ୍ୟ ବୀଜ ମନ୍ତ୍ର- “ଓଁ ହ୍ରାଂ ହ୍ରୀଂ ହ୍ରୌଂ ସ: ଓଁ ଭୂଭୁର୍ବଃ ସ୍ଵଃ ଓଁ ଆକୃଷ୍ଣେନ ରଜସା ବର୍ତମାନୋ ନିବେଶଯନ୍ନମୃତମ୍ମର୍ତଂଚ ହିଣ୍ଯଯେନ ସବିତା ରଥେନା ଦେବୋ ୟାତି ଭୁବନାନି ପଶ୍ଯନ ଓଁ ସ୍ୱ: ଭୁବଃ ଭୂଃ ଓଁ ସ: ହ୍ରୌଂ ହ୍ରୀଂ ହ୍ରାଂ ଓଁ ସୂର୍ଯ୍ୟାୟେ ନମଃ”।

ସୂର୍ଯ୍ୟ ଜପ ମନ୍ତ୍ର- “ଓଁ ହ୍ରାଂ ହ୍ରୀଁ ହ୍ରୌଂ ସ: ସୂର୍ଯ୍ୟାୟେ ନମଃ “

ସୂର୍ଯ୍ୟ ଦେବଙ୍କୁ ନମସ୍କାର ପୂର୍ବକ ମୁଣ୍ଡ ଭୂମିରେ ସ୍ପର୍ଶ କରିଲେ ସମସ୍ତ ପାପ କ୍ଷେୟ ହୁଏ।

ସୂର୍ଯ୍ୟ ଦେବଙ୍କ ପୂଜା ସମ୍ପର୍ଣ୍ଣ କରିବା ପରେ ମନରେ ପବିତ୍ର ଭାବନା ସହ ପରିକ୍ରମା କରିଲେ ରୋଗରୁ ମୁକ୍ତି ମିଳିଥାଏ। ଖାଲି ପାଦରେ ପରିକ୍ରମା କରିବା ଉଚିତ।

ରବିବାର ଦିନ ସୂର୍ଯ୍ୟଙ୍କୁ ଲାଲ୍ ଫୁଲ ବା ଧଳା ପଦ୍ମ ଦେଇ ପୂଜା କରନ୍ତୁ, ବ୍ରତ ଉପସନା ରଖିଲେ ସୂର୍ଯ୍ୟ କୃପା ଦ୍ଵାରା ବ୍ୟକ୍ତିକୁ ଖ୍ୟାତି, ସଫଳତା ବା ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ସୂର୍ଯ୍ୟଙ୍କର ସର୍ବଦା ପୂଜା କରିବା ଦ୍ଵାରା ବ୍ୟକ୍ତି ବଳବାନ ଓ ସାହାସୀ ହୋଇଥାଏ।

ସୂର୍ଯ୍ୟ ପୂଜା ବ୍ୟକ୍ତିର ମନରୁ କ୍ରୋଧ, ଅହଂକାର, ଲୋଭ, ଇଚ୍ଛା ଏବଂ ଖରାପ ବିଚାରକୁ ନଷ୍ଟ କରିଥାଏ।

ସକାଳେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ପରେ ତଳେ ପଡିଥିବା ଜଳକୁ ନିଜର ଆଖିରେ ଲଗାନ୍ତୁ।

ଦିନଟି ମଙ୍ଗଳ ହେଉ ସୂର୍ଯ୍ୟ ଦେବଙ୍କୁ ଏହା କାମନା କରି ମଥାରେ ନାଲି ଚନ୍ଦନର ତିଳକ ଲଗାନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!