ବାସ୍ତୁ ଶାସ୍ତ୍ର ଅନୁସାରେ, ଜାଣନ୍ତୁ! ଗୃହର କେଉଁ ଦିଗରେ କରିବେ ସିଢି ଘର?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗୃହର ଏହି ଦିଗରେ ସିଢି ଘର ଥିଲେ କୌଣସି ସମସ୍ୟା କେବେ ଦେଖାଦିଏ ନାହିଁ।

ଶ୍ରାବଣ ମାସରେ ପ୍ରବଳ ବର୍ଷା ହୋଇଥାଏ, ଏବଂ ଏହି ବର୍ଷାର ମଜା ନବା ପାଇଁ ଛୁଆଠୁ ବୃଦ୍ଧ ପର୍ଯ୍ୟନ୍ତ ନିଜ ଘରର ଛାତ ବା ବାଲକୋନୀ ଆଦିକୁ ଯାଇ ଥାନ୍ତି। ତେବେ ଏବେ କଥା ଆସିଲା ସିଢି ଘର ବା ସିଢିର, ଘରର ଛାତକୁ ଯିବା ପାଇଁ ସବୁ ଘରେ ସିଢି ତିଆରି ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଘରର ସିଡ଼ି କେବଳ ଏହି କାମ ପାଇଁ ଉପଯୋଗୀ ନୁହେଁ ବରଂ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସିଢି ସେହି ଘରେ ରହୁଥିବା ଲୋକମାନଙ୍କର ଉନ୍ନତିର ବାଟ ଖୋଲିଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ କିଛି କଥା-

ବାସ୍ତୁ ଶାସ୍ତ୍ର ଅନୁସାରେ ସିଡ଼ିର ନିର୍ମାଣ ଉତ୍ତରରୁ ଦକ୍ଷିଣ କିମ୍ବା ପୂର୍ବରୁ ପଶ୍ଚିମ ଦିଗରେ କରିବା ଆବଶ୍ୟକ। ଯଦି ଆପଣ ଘରେ ପୂର୍ବ ଦିଗ ଆଡକୁ ସିଢି କରୁଥାନ୍ତି ତେବେ ଏହି କଥାକୁ ଧ୍ୟାନରେ ରଖିବେ କି ଯେମିତି ସିଢି ପୂର୍ବ ଦିଗର କାନ୍ଥରେ ଲାଗିବ ନାହିଁ। ପୂର୍ବ କାନ୍ଥଠୁ ଅତି କମ୍ ରେ ୩ ଇଞ୍ଚ ଛାଡି ସିଢି କରିଲେ ସେହି ଘର ବାସ୍ତୁ ଦୋଷରୁ ମୁକ୍ତ ହୋଇଥାଏ।

ସିଢି କରିବା ପାଇଁ ଦକ୍ଷିଣ ପଶ୍ଚିମ ଦିଗ ଅତି ଉତ୍ତମ ଅଟେ। ଏହି ଦିଗରେ ସିଢି ହେଲେ ଗୃହରେ ବାସ କରୁଥିବା ବ୍ୟକ୍ତିମାନଙ୍କର ପ୍ରଗତି ଏବଂ କାର୍ଯ୍ୟରେ ସଫଳତା ମିଳେ। ଐଶାନ୍ୟ କୋଣରେ କେବେବି ସିଢି ନିର୍ମାଣ କରନ୍ତୁ ନାହିଁ। ଏହାଦ୍ଵାରା ଆର୍ଥିକ ଅନାଟନ, ସ୍ଵାସ୍ଥ୍ୟରେ ଅବନତି, ଚାକିରି ଓ ବ୍ୟବସାୟରେ କ୍ଷତି ଆଦି ସହିବାକୁ ପଡେ। ଏହି ଦିଗରେ ସିଢି ରହିଲେ ବ୍ୟକ୍ତିର ସବୁ କ୍ଷେତ୍ରରେ ଅବନତି ହୋଇଥାଏ। ଦକ୍ଷିଣ ପୂର୍ବ ଦିଗରେ ସିଡି କରିବା ମଧ୍ୟ ଉଚିତ ନୁହେଁ, ଏହା ଦ୍ଵାରା ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହେ।

ତଳ ଘରେ ନିଜେ ରହି ଯଦି ଉପର ଘରଟି ଭଡାରେ ଲଗାଉଛନ୍ତି ତେବେ ମୁଖ୍ୟ ଦ୍ଵାର ଆଗରେ ସିଢିର ନିର୍ମାଣ କରନ୍ତୁ ନାହିଁ। ବାସ୍ତୁ ବିଜ୍ଞାନ ଅନୁସାରେ ଏହା ଦ୍ଵାରା ଭଡାରେ ରହୁଥିବା ଲୋକଙ୍କର ଭାଗ୍ୟ ଉନ୍ନତି ହୋଇଥାଏ ଓ ମାଲିକକୁ କ୍ଷତି ସହିବାକୁ ପଡେ।

ଉପାୟ-

ସିଢିର ଆରମ୍ଭ ଓ ଶେଷରେ ଦ୍ଵାର ବନାନ୍ତୁ।

ସିଢି ତଳେ କେବେ ବି ଜୋତା, ଚପଲ, ବା ଘରର ଅଦରକାରୀ ଜିନିଷ ରଖନ୍ତୁ ନାହିଁ।

ମାଟି ପାତ୍ରରେ ବର୍ଷା ପାଣି ପୁରାଇ ତାକୁ ସେହି ମାଟି ପାତ୍ରର ଘୋଡାଣିରେ ଘୋଡେଇ ଦିଅନ୍ତୁ, ଏହାକୁ ସିଢି ତଳେ ମାଟିରେ ପୋତି ଦିଅନ୍ତୁ। ମାନ୍ୟତା ଅଛି ଯେ ଏହା ଦ୍ଵାରା  ହେଉଥିବା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!