ଆପଣଙ୍କ ରାଶି ଅନୁସାରେ ସୋମବାର ଦିନ କରନ୍ତୁ ଏହି ଉପାୟ, ବଦଳି ଯାଇପାରେ ଭାଗ୍ୟ। 

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆପଣଙ୍କ ରାଶି ଅନୁସାରେ ସୋମବାର ଦିନ କରନ୍ତୁ ଏହି ଉପାୟ, ବଦଳି ଯାଇପାରେ ଭାଗ୍ୟ।

ଶିବପୁରାଣ ଅନୁସାରେ ଶ୍ରାବଣ ମାସରେ ଭଗବାନ ଶିବ ପୃଥିବୀ ପୃଷ୍ଠରେ ଅବତରଣ କରି ନିଜର ଶ୍ଵଶୁର ଘରକୁ ଯାଇଥିଲେ, ସେଠାରେ ତାଙ୍କର ସ୍ଵାଗତ ଜଳାଭିଷେକ ଦ୍ଵାରା ହୋଇଥିଲା। ଏହା ମାନ୍ୟତା ଅଛି ଯେ ପ୍ରତ୍ୟକ ବର୍ଷ ଶ୍ରାବଣ ମାସରେ ଶିବ ନିଜର ଶ୍ଵଶୁର ଘରକୁ ଆସନ୍ତି, ସେଥିପାଇଁ ଭୂ-ଲୋକବାସୀଙ୍କ ପାଇଁ ଶିବ କୃପା ପ୍ରାପ୍ତ କରିବାର ଏହା ହେଉଛି ସର୍ବୋତ୍ତମ ମାସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମାର୍କଣ୍ଡେୟ ଋଶି ଅଳ୍ପାୟୁ ଥିଲେ, ସେ ଏହି ଶ୍ରାବଣ ମାସରେ ଭଗବାନ ଶିବ ଙ୍କର ଆରାଧନା କରିଥିଲେ ଓ ଭଗବାନ ତାଙ୍କୁ ଦର୍ଶନ ଦେଇଥିଲେ। ମାର୍କଣ୍ଡେୟଙ୍କୁ ଶ୍ରାବଣ ମାସରେ ହିଁ ପ୍ରଥମ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ସମ୍ବନ୍ଧରେ ଅବଗତ ହୋଇଥିଲେ। ସେଥିପାଇଁ ମଧ୍ୟ ଏହି ଶ୍ରାବଣ ମାସ ବହୁତ ମହତ୍ବପୂର୍ଣ୍ଣ ଅଟେ। ଶ୍ରାବଣ ମାସର ସୋମବାର ସବୁ କର୍ମ ପାଇଁ ଉତ୍ତମ ଅଟେ।

ଜାଣନ୍ତୁ ରାଶି ଅନୁସାରେ କେମିତି କରିବେ ଏହି ଦିନ ପୂଜା-

ମେଷ ରାଶି-

ଶିବଙ୍କୁ ଲାଲ ଚନ୍ଦନ ଏବଂ ଲାଲ ଫୁଲ ଅର୍ପଣ କରନ୍ତୁ। ସବୁ କଷ୍ଟ ଦୂର ହୋଇ ସୁଖ ସମୃଦ୍ଧି ପ୍ରାପ୍ତ ହେବ।

ବୃଷ ରାଶି-

ଚମେଲୀ ଫୁଲ ଚଢାଇ ରୁଦ୍ରାଷ୍ଟାକ ପାଠ କରନ୍ତୁ। ଏହା ଦ୍ଵାରା ଆପଣ ବିଶେଷ ଶୁଭ ଫଳ ପାଇବେ। ସବୁ ସମସ୍ୟା ଦୂର ହେବ।

ମିଥୁନ ରାଶି-

ଶିବଙ୍କୁ ଦୁଦୁରା, ଭାଙ୍ଗ ଅର୍ପଣ କରି ପଞ୍ଚାକ୍ଷରି ସ୍ତୋତ୍ର ପାଠ କରନ୍ତୁ। ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ ହେବ।

କର୍କଟ ରାଶି-

ଭାଙ୍ଗ ମିଶ୍ରିତ କ୍ଷୀରରେ ଭଗବାନ ଶିବ ଙ୍କର ଅଭିଷେକ କରାନ୍ତୁ, ବହୁତ ଶୁଭଫଳ ପାଇବେ।

ସିଂହ ରାଶି-

ଶିବଙ୍କୁ ଅରଖ ଫୁଲ ଅର୍ପଣ କରିବା ସହ ଶିବ ଚାଳିଶା ପାଠ କରନ୍ତୁ। ସବୁ ଦୁଃଖ ନାସ ହେବ। ଭାଗ୍ୟରେ ପରିବର୍ତ୍ତନ ଆସିବ।

କନ୍ୟା ରାଶି-

ଶିବଙ୍କୁ ବେଲପତ୍ର, ଦୁଦୁରା ଓ ଭାଙ୍ଗ ଆଦି ଦେଇ ଅଭିଷେକ କରନ୍ତୁ, ଏବଂ ପଞ୍ଚାକ୍ଷରି ମନ୍ତ୍ରର ଜପ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।

ତୁଳା ରାଶି-

କ୍ଷୀରରେ ଶିବ ଲିଙ୍ଗର ଅଭିଷେକ କରିବା ସହ ଶିବ ସହସ୍ରନାମ ସ୍ତୋତ୍ର ପାଠ କରନ୍ତୁ। ଏହା ଦ୍ଵାରା ସମସ୍ତ କାର୍ଯ୍ୟ ସିଦ୍ଧି ହେବ ଓ ସବୁ ସମସ୍ୟା ଦୂର ହେବ।

ବିଛା ରାଶି-

ଶିବଙ୍କୁ ଗୋଲାପ ଫୁଲ ବା ବେଲପତ୍ର ଅର୍ପଣ କରନ୍ତୁ ଏବଂ ରୁଦ୍ରାଷ୍ଟାକ ପାଠ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବ।

ଧନୁ ରାଶି-

ହଳଦୀ ରଙ୍ଗର ଫୁଲ ଚଢାନ୍ତୁ ବା ଖିରି ଭୋଗ ଲାଗନ୍ତୁ। ଏହା ସହ ତାଣ୍ଡବ ସ୍ତୋତ୍ର ପାଠ କରନ୍ତୁ ସବୁ ସମସ୍ୟା ଦୂର ହବ ଓ କର୍ମରେ ଉନ୍ନତି ହେବ।

ମକର ରାଶି-

ଶିବଙ୍କୁ ଦୁଦୁରା, ଭାଙ୍ଗ, ବେଲପତ୍ର, ପଦ୍ମ ଫୁଲ ଆଦି ଅର୍ପଣ କରନ୍ତୁ। ଏବଂ ଗୌରି ମନ୍ତ୍ର ପାଠ କରନ୍ତୁ। ଧନ ପ୍ରାପ୍ତି ହେବ ।

କୁମ୍ଭ ରାଶି-

ଆଖୁରସ ବା ମହୁରେ ଅଭିଷେକ କରନ୍ତୁ, ଏବଂ ପଞ୍ଚାକ୍ଷରି ସ୍ତୋତ୍ର ପାଠ କରନ୍ତୁ। ସମସ୍ତ ପ୍ରକାର ଦୁଃଖକଷ୍ଟ ଦୂର ହୋଇ ଶୁଭ ଫଳ ପ୍ରାପ୍ତି ହେବ।

ମୀନ ରାଶି-

ଶିବଙ୍କୁ ପଞ୍ଚାମୃତ ବା ଧଳା ଚନ୍ଦନ ଏବଂ ହଳଦୀ ରଙ୍ଗ ଫୁଲର ମାଳା ଅର୍ପଣ କରନ୍ତୁ ଏବଂ ପଞ୍ଚାକ୍ଷରି ସ୍ତୋତ୍ର ପାଠ କରନ୍ତୁ। ଶୁଭ ଫଳ ମିଳିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!