ଯଦି ଚାହୁଁଛନ୍ତି ନିଜ ଜୀବନରେ ସୁଖ ଓ ଶାନ୍ତି ତେବେ କରନ୍ତୁ ଏହି ୮ଟି ଉପାୟ। ଜାଣି ନିଅନ୍ତୁ ସେହି ଉପାୟ ଗୁଡିକ କଣ?   

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭାଗ୍ୟୋନ୍ନତି ଓ କର୍ମୋନ୍ନତି ପାଇଁ କରନ୍ତୁ ଏହି ୮ଟି ଉପାୟ।

୧. ଗାଈ ବାଛୁରୀକୁ କ୍ଷୀର ପିଆଉଥିବା ଦେଖିଲେ ସେହି ସମୟରେ ଗାଈକୁ ଫଳ, ମିଠା ବା କିଛି ସ୍ୱାଦିଷ୍ଟ ଖାଦ୍ୟ ଖୁଆଇବା ଦରକାର । ଏମିତି କରିଲେ ସମସ୍ତ ବାଧାବିଘ୍ନ ନାଶ ହୋଇ ଭୋଗ ବିଳାସରେ ବୃଦ୍ଧି ହୋଇଥାଏ। ଏହା ଶୁଭତାର ପ୍ରତୀକ କୁହାଯାଏ । ଆଉରି ମଧ୍ୟ ଅନେକ ଶୁଭ କାର୍ଯ୍ୟରେ ନିରନ୍ତର ଲାଗିବା ଅବରୋଧର ଅନ୍ତ ହୋଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୨. ଯଦି ଯାତ୍ରା କରିବା ସମୟରେ ନାଚୁଥିବା ମୟୂର ଦେଖାଯାଏ ତେବେ ସେହି ସ୍ଥାନରୁ କିଛି ମାଟି ଆଣି ପର୍ସରେ ରଖିଲେ ଆୟରେ ବୃଦ୍ଧି ହୋଇଥାଏ। ଯଦି ମୟୂରର ଖସିଥିବା ପକ୍ଷୀସେହି ସ୍ଥାନରେ ମିଳେ ତେବେ ତାହାକୁ ଆଣି ନାଲି କପଡ଼ାରେ ଘୋଡେଇ ଧନ ରଖିବା ସ୍ଥାନରେ ଅଥବା ଆଲମୀରା ବା ବାକ୍ସରେ ରଖିଲେ ଧନ ସଞ୍ଚୟରେ ବୃଦ୍ଧି ହୁଏ ।

୩. ଯଦି ନବବିବାହିତା କନ୍ୟା କଥାବାର୍ତ୍ତା କରିବା ଓ ହସିବା ସମୟରେ ଆଖିରୁ ଲୁହ ଝରିଆସେ ତେବେ ସେହି ସମୟରେ ଦକ୍ଷିଣ ହସ୍ତର ତର୍ଜନୀ ଆଙ୍ଗୁଠିରେ ଆଖିର ଲୁହକୁ ପୋଛିଆଣି ନିଜ ଜିଭରେ ଚାଟିନେବା ଉଚିତ୍‌। ଏହା ଭାଗ୍ୟବର୍ଦ୍ଧକ ତଥା ସମୃଦ୍ଧିଦାୟକ ସୂଚକ।

୪. ସନ୍ତାନ ପ୍ରାପ୍ତି ପାଇଁ ଆଶାୟୀ ଥିବା ମହିଳାକୁ ଯଦି କୌଣସି ନବବିବାହିତା କନ୍ୟା ନିଜ ଇଛାରେ ଫଳ ଅଥବା କିଛି ମିଠାଖାଦ୍ୟ ଦିଏ ତାହାକୁ ଶ୍ରଦ୍ଧାର ସହିତ ଗ୍ରହଣ କରି ନବବିବାହିତାର ପାଦଛୁଇଁ ମନ ମଧ୍ୟରେ ପୁତ୍ରପ୍ରାପ୍ତି ହେଉ କହି କାମନା କରିଲେ ନିଶ୍ଚୟ ପୁତ୍ର ପ୍ରାପ୍ତିହେବ। ପୁତ୍ରହୀନା ନାରୀ ନକହି ନମାଗି ଯଦି ଏହି ପ୍ରକାର ମିଳେ।

୫. ଯଦି ପରିବାରର କୌଣସି ମହିଳାଙ୍କ ସହିତ ଶତୃତା ରହିଥାଏ ତେବେ ରବିବାର ଦିନ ଏକ ମାଟିର ପାତ୍ରରେ ନିଆଁ ରଖି ତାଉପରେ ପାରାର ଶୁଖିଲା ମଳକୁ ପକାଇ ଧୂଆଁ ସବୁଆଡେ ଦେଲେ ଶତୃତା ଦୂର ହୋଇଥାଏ। ଯଦି ପରିବାରର କୌଣସି ସଦସ୍ୟ ପୀଡିତ ଥାଆନ୍ତି ତେବେ ଏହି ଉପାୟରେ ସେ ମଧ୍ୟ ସୁସ୍ଥ ହୋଇଯିବେ।

୬. ଯଦି ପ୍ରାତଃ କାଳରେ ଝାଡୁଦାର ଝାଡୁକରୁଥିବାର ଦେଖାଯାଏ ତେବେ ତାକୁ କିଛି ଅର୍ଥ ଦାନ ଦେଲେ ଶୁଭ ହେବ ଓ ମନୋବାଞ୍ଛିତ ଫଳ ପ୍ରାପ୍ତିହେବ। ଯଦି କୌଣସି ମହିଳା ଝାଡୁଦାର ଝାଡୁକରୁଥିବାର ଦେଖାଯାଏ ତେବେ ତାକୁ ସଧବା ସାମଗ୍ରୀ ଶଙ୍ଖା ସିନ୍ଦୁର ସହ କିଛି ଦକ୍ଷିଣା ଶ୍ରଦ୍ଧାର ସହଦେଲେ ଶୁଭତାରେ ବୃଦ୍ଧି ହୋଇ ସୁଖ ସୌଭାଗ୍ୟ ପ୍ରାପ୍ତିହେବ।

୭. କୌଣସି ଶୁଭ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଘରୁ ବାହାରିବା ସମୟରେ ନାକର ଯେଉଁ ପୁଡାରେ ନିଶ୍ୱାସ ଯାଉଥିବ ସେହିପଟର ଗୋଡ଼ ଆଗକୁ ବଢ଼ାଇବେ ଓ ସେହି ସମୟରେ ନାରାୟଣ-ନାରାୟଣ-ନାରାୟଣ ବୋଲି ୩ଥର କହିବେ । ଏହା କରିବାଦ୍ଵାରା କାର୍ଯ୍ୟ ନିଶ୍ଚୟ ସଫଳ ହେବ। ପ୍ରାତଃ ସ୍ନାନ କରି ମୁଣ୍ଡରେ କର୍ପୁର ମିଶ୍ରିତ ଚନ୍ଦନ ଲଗେଇବା ଉଚିତ୍‌ ।

୮. ଯଦି ଶନିବାର ଦିନ ମାତୃ ସ୍ଥାନିୟା କୌଣସି ସଧବା ସ୍ତ୍ରୀଙ୍କୁ  ଶାଗୁଆ ରଙ୍ଗର ବସ୍ତ୍ର ସହିତ ଶଙ୍ଖା, ସିନ୍ଦୂର (ସଧବା ସାମଗ୍ରୀ) ଦାନ କରନ୍ତି, ଏହା ଆପଣଙ୍କ ପାଇଁ ଅତ୍ୟଧିକ ଶୁଭ ହେବ ଗ୍ରହ ପୀଡା ନିବାରଣ ହୋଇ ଧନଜନ ଗୋପାଲକ୍ଷ୍ମୀ ପ୍ରାପ୍ତିହେବ। ଯଦି ଆପଣ ଦାନ ଦେବାକୁ ଇଛା କରୁଥାନ୍ତି ତେବେ ଅସହାୟ ଓ ଅସହାୟାଙ୍କୁ ଦାନ କରନ୍ତୁ ଦେଖିବେ ଆପଣଙ୍କ ଦାନର ସହେଗୁଣ ଆପଣଙ୍କ ପିଲାମାନଙ୍କ ପାଖକୁ ଫେରି ଆସିବ। (ଏହାପରୀକ୍ଷିତ )


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!