ପୂର୍ବଜନ୍ମର ପାପ ଖଣ୍ଡନ ପାଇଁ କରନ୍ତୁ କାଳୀୟ ଦଳନଏକାଦଶୀ ବ୍ରତ। ଜାଣନ୍ତୁ ବ୍ରତ ପାଳନ ମୂହୁର୍ତ୍ତ ଓ ବିଧି।

ଶେୟାର କରନ୍ତୁ ଅନ୍ୟମାନକ ସହିତ

କାଳୀୟ ଦଳନଏକାଦଶୀ ବ୍ରତ କଥା ଓ ପାଳନ ବିଧି। 

ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବମାସ କୃଷ୍ଣପକ୍ଷର ଏକାଦଶୀକୁ କାଳୀୟଦଳନ ଏକାଦଶୀ କୁହାଯାଏ। ଏହି ଏକାଦଶୀ ଦିନ ଗୌତ୍ତମ ମୁନୀଙ୍କ ପରାମର୍ଶରେ ପ୍ରାରବ୍ଧ ଖଣ୍ଡନ ପାଇଁ ରାଜା ହରିଶ୍ଚନ୍ଦ୍ର ବ୍ରତ ପାଳନ ପୂର୍ବକ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା କରି ଶ୍ମଶାନ ଜଗୁଆଳୀରୁ ପୁନରାୟ ରାଜ୍ୟସମ୍ପଦ ଫେରିପାଇ ଅନ୍ତକାଳେ ବୈକୁଣ୍ଠ ପ୍ରାପ୍ତି ହୋଇଥିଲେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ଏକାଦଶୀ ୨୦୧୮ମସିହା ସେପ୍ଟେମ୍ବରମାସ ୬ ତାରିଖ ଗୁରୁବାରରେ ଦିନ ପଡୁଛି। ଧର୍ମ ଗ୍ରନ୍ଥ ଅନୁସାରେ ମନୁଷ୍ୟମାନେ କଠିନ ତପସ୍ୟା ଦ୍ଵାରା ଯେଉଁ ଫଳ ପ୍ରାପ୍ତ କରିପାରନ୍ତି ନାହିଁ, ସେହି ଫଳ କାଳିନାଗ ଫଣାକୁ ଦଳନ କରୁଥିବା ଶ୍ରୀ କୃଷ୍ଣଙ୍କ ନିକଟରେ ଏକାଦଶୀ ଦିନ ବାସ କରିଲେ ପ୍ରାରବ୍ଧ ଖଣ୍ଡନ ହୋଇ ପୂଣ୍ୟଫଳ ମିଳିଥାଏ ଓ ବ୍ରତାଚାରୀ ମନୁଷ୍ୟ ଏହିଜନ୍ମରେ ସୁଖସୌଭାଗ୍ୟ ଭୋଗକରି ବିଷ୍ଣୁଲୋକକୁ ଗମନ କରନ୍ତି। ଯେଉଁମାନେ ଏହି ଏକାଦଶୀ ଉପବାସ ବ୍ରତ କରନ୍ତି ସେମାନଙ୍କ ପିତୃପୁରୁଷ ମଧ୍ୟ ନର୍କ ଯନ୍ତ୍ରଣାରୁ ମୁକ୍ତିପାଇ ବିଷ୍ଣୁଲୋକ ଯାଇଥାନ୍ତି। ଏହି ବ୍ରତ ବିଧି ନିୟମାନୁସାରେ ପାଳନ କରାଯିବା ଉଚିତ୍।

ବ୍ରତବିଧି –

ଏହି ବ୍ରତର ପାଳନ ସେପ୍ଟେମ୍ବର ମାସ ୬ ତାରିଖ ଗୁରୁବାରରେ ଏକାଦଶୀତିଥି ପଡୁଥିବାରୁ ଅତ୍ୟନ୍ତ ଶୁଭଦାୟକ ଏଣୁ ଏହିଦିନ ସମସ୍ତ ବ୍ରତୀ ବ୍ରତ କରିବା ଆବଶ୍ୟକ। ଏହି ଦିନ ଗହମ, ହରଡ, ମୁଗ, ଚଣା, ଯଅ, ମସୁର ଓ ଚାଉଳ ଆଦିରୁ ଜାତ ଦ୍ରବ୍ୟମାନ ଭୋଜନ କରିବେ ନାହିଁ, କାରଣ ଏହା ଏକାଦଶୀ ଦିନ ପୂଜା କରାଯାଏ। ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍। କେବଳ ଫଳମୂଳ ସେବନ କରି ପାରିବେ।

ପାଳନ ବିଧି:-

ଏହି ଏକାଦଶୀତିଥି ଦିନ ପ୍ରାତଃରୁ ଉଠି ସ୍ନାନ ଆଦି କରିବା ପରେ ବ୍ରତର ସଙ୍କଳ୍ପ ନେବା ଉଚିତ୍। ସଙ୍କଳ୍ପ ନିଜ ଶକ୍ତି ଅନୁସାରେ କରିବା ଦରକାର। ସଙ୍କଳ୍ପ କରିବା ପରେ ପୂର୍ଣ୍ଣକୁମ୍ଭ ବା ଘଟ ସ୍ଥାପନା କରିବେ। ତାହା ଉପରେ ଶ୍ରୀ କୃଷ୍ଣଙ୍କ କାଳୀୟ ଦଳନ ମୃର୍ତ୍ତୀ କିମ୍ବା ବନ୍ଧେଇ ଫଟୋ ସ୍ଥାପନ କରିବେ। ଯେଉଁମାନେ ଏହି ବ୍ରତ ପାଳନ କରିବେ ସେମାନେ ରାତିରେ ଶ୍ରୀ ବିଷ୍ଣୁସହସ୍ର ନାମ ପାଠ କରିବା ଉଚିତ୍।

ଏହି ବ୍ରତର ସମାପନ ଏକାଦଶୀତିଥିରେ ହୁଏ ନାହିଁ। ଏହା ଦ୍ଵାଦଶୀତିଥିରେ ପ୍ରାତଃରୁ ଉଠି ସ୍ନାନ ଆଦି କରିବା ପରେ ବାଳକ ଓ ବ୍ରହ୍ମଣଙ୍କୁ ଅନ୍ନ ଦାନ ସହିତ ଦକ୍ଷିଣା ଦେଲାପରେ ବ୍ରତ ସମାପ୍ତ କରିବେ। ଏହି ବ୍ରତ କରିବା ଦ୍ଵାରା ସମସ୍ତ ପାପରୁ ମୁକ୍ତି ହୋଇ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!