ରାଶି ଅନୁସାରେ ଜାଣନ୍ତୁ ବିବାହ କରିବାର ଉତ୍ତମ ସମୟ! ଜାଣନ୍ତୁ କେଉଁ ବୟସରେ ବିବାହ କଲେ ଆପଣ ସାରା ଜୀବନ ଖୁସିରେ ରହିବେ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାଶି ଅନୁସାରେ ଜାଣନ୍ତୁ ବିବାହ କରିବାର ସଠିକ ବୟସ। ଜୀବନସାରା ରହିବେ ଖୁସିରେ!

ବିବାହ ପାଇଁ ଆମ ସମାଜରେ ବା ଘର ପରିବାରରେ ଏକ ନିର୍ଦ୍ଧିଷ୍ଟ ବୟସ ନିର୍ଧାରିତ କରିଥାନ୍ତି। କିଛି ପରିବାରରେ ସେମାନେ ନିଜ ସନ୍ତାନ ମାନଙ୍କର ବିବାହ ୨୦-୨୫ବର୍ଷ ବୟସ ମଧ୍ୟରେ ନିର୍ଦ୍ଧାରିତ କରିଥାନ୍ତି ତ କେଉଁ ପରିବାରରେ ୨୫-୩୦ ବୟସକୁ ସଠିକ ବୋଲି କୁହନ୍ତି। ଏମାନଙ୍କ ମଧ୍ୟରେ କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏବେ ବି ବାଲ୍ୟ ବିବାହକୁ ଠିକ ବୋଇ କହୁଛନ୍ତି। କିନ୍ତୁ ଜ୍ଯୋତିଷ ଶସ୍ତ୍ର ଅନୁସାରେ ସମସ୍ତ ରାଶି ଅନୁଯାଇ ସେମାନଙ୍କ ବିବାହର ଏକ ନିର୍ଦ୍ଧିଷ୍ଟ ବୟସ ଅଛି, ସେହି ଅନୁସାରେ ଯଦି ବିବାହ କରାଯାଏ ତେବେ ଜୀବନ ଅତ୍ୟନ୍ତ ସୁଖରେ କଟିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ-

ମେଷ ରାଶିର ବ୍ୟକ୍ତିମାନେ ବହୁତ ଧର୍ଯ୍ୟହରା ଅଟନ୍ତି, ସେମାନେ ସମସ୍ତ କାର୍ଯ୍ୟ ଶୀଘ୍ର ଶୀଘ୍ର ସମ୍ପର୍ଣ୍ଣ କରିବାକୁ ଚେଷ୍ଟା କରନ୍ତି। ଏହାଦ୍ଵାରା ବହୁତ ସମସ୍ୟା ମଧ୍ୟ ଦେଖାଦିଏ। ବିବାହ ମଧ୍ୟ ଏମାନେ ଅତି କମ ବୟସରୁ କରି ନିଅନ୍ତି, କିନ୍ତୁ ଏମାନଙ୍କ ରାଶି ଅନୁସାରେ ଏମାନକୁ ୨୬ ବର୍ଷ ପରେହିଁ ବିବାହ କରିବା ଉଚିତ।

ବୃଷ-

ଏହି ରାଶିର ବ୍ୟକ୍ତି ନିଜ ଜୀବନସାଥିଙ୍କ ଅପେକ୍ଷାରେ ବହୁତ ସମୟ ବିତାଇ ଦିଅନ୍ତି। ସେ ନିଜ ପାଇଁଏମିତି ଏକ ଜୀବନ ସାଥି ଖୋଜନ୍ତି ଯିଏ ତାଙ୍କ ମନ କଥା ବୁଝିପାରୁଥିବ ଓ ଏବଂ ଟଙ୍କାର ପ୍ରଶଂସା କରୁଥିବ। ଯେବେ ତାଙ୍କୁ ତାଙ୍କ ମନ ମୁତାବକ ଜୀବନସାଥୀ ମିଳିଯାଏ ସେ ବିବାହ କରିନିଅନ୍ତି। ଆପଣକ ପାଇଁ ୩୦ ବର୍ଷ ବୟସ ସବୁଠୁ ଉତ୍ତମ ଅଟେ ବିବାହ ପାଇଁ।

ମିଥୁନ-

ଯଦି ମିଥୁନ ରାଶିର ବ୍ୟକ୍ତି ୨୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ବି ସମ୍ବନ୍ଧରେ ନ ପଡନ୍ତି ତେବେ ସେ ବହୁତ ଭାବିଚିନ୍ତି ନିଜ ଜୀବନର ନିର୍ଣ୍ଣୟ ନିଅନ୍ତି। ୩୦ ବର୍ଷ ବୟସ ପରେ ଆପଣଙ୍କୁ ବିବାହ ପାଇଁ ଭାବିବା ଆବଶ୍ୟକ ଏହା ଆଗରୁ ନୁହେଁ।

କର୍କଟ-

କର୍କଟ ରାଶିର ଲୋକ ୨୦ବର୍ଷ ବୟସରୁ ହିଁ ନିଜ ଜୀବନରେ କୌଣସି ଏକ ସମ୍ପର୍କରେ ଯୋଡି ହେଇଯାନ୍ତି। ଏମାନଙ୍କ ପାଇଁ ଯୁବାବସ୍ଥାରେ ପ୍ରେମ କରିବା ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ଏମାନେ ଭାବନ୍ତି। କିନ୍ତୁ ଯଦି ଆପଣ ୩୦ ବର୍ଷ ପରେ ବିବାହ କରୁଛନ୍ତି ତେବେ ଏହା ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭ।

ସିଂହ-

ସିଂହ ରାଶିର ବ୍ୟକ୍ତି ବହୁତ ଶାନ୍ତ ଅଟନ୍ତି ସେଥିପାଇଁ ସେମାନଙ୍କ ସମ୍ପର୍କ ମଧ୍ୟ ବହୁତ ଦିନ ଧରି ଚାଲେ। ଏମାନେ ନିଜ ଜୀବନର ୪୦ବର୍ଷ ବୟସରେ ବିବାହ କରିଲେ ବହୁତ ଖୁସିରେ ରହିବେ।

କନ୍ୟା-

କନ୍ୟା ରାଶିର ବ୍ୟକ୍ତି ନିଜ ଜୀବନରେ କଣ ଛନ୍ତି ତାହା ସେ ଭଲ ଭାବେ ଜାଣିଥାନ୍ତି, ତାହା ଡେରିରେ ମିଳୁ କି ଶୀଘ୍ର ସେଥିପାଇଁ ତାନନ୍କୁ କିଛି ଚିନ୍ତା ମଧ୍ୟ ନଥାଏ। ଯଦି ତାଙ୍କୁ ୨୦ ବର୍ଷ ବୟସରେ ଜୀବନସାଥି ମିଳିଯାନ୍ତି ତେବେ ସେ ବିବାହ ପାଇଁ କ୍ପାଚାଇବେ ନାହିଁ, କିନ୍ତୁ ରାଶି ଅନୁସାରେ ତାଙ୍କୁ ୨୫ ରୁ ୨୬ ବର୍ଷ ବୟସ ମଧ୍ୟରେ ବିବାହ କରିବା ଉଚିତ।

ତୁଳା-

ଏମାନେ ବହୁତ ଧର୍ଜ୍ୟବାନ ଓ ଶାନ୍ତ ଅଟନ୍ତି। ଏମାନେ ବହୁତ ସରଳ ହୃଦୟର ମଧ୍ୟ। ୨୦ ରୁ ୩୦ବର୍ଷ ବୟସ ମଧ୍ୟରେ କେବେ ବି ଏମାନେ ବିବାହ କରିପାରିବେ।

ବିଛା-

ଏହି ରାଶିର ବ୍ୟକ୍ତି ନିଜ ଜୀବନସାଥୀ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚାହାଁନ୍ତି। ଏମାନେ ସବୁକିଛି ଶୀଘ୍ର ଶୀଘ୍ର କରିବାକୁ ଚାହାଁନ୍ତି। ଯଦି ଏମାନେ ଶୀଘ୍ର ବିବାହ କରନ୍ତି ତେବେ ବହୁତ ସମସ୍ଯା ଦେଖା ଦିଏ ଏମାନଙ୍କ ଜୀବନରେ। ସେଥିପାଇଁ ଏମାନେ ୩୦ ବର୍ଷ ପରେ ହିଁ ବିବାହ କରିବା ଉଚିତ।

ଧନୁ-

ଧନୁ ରାଶିର ବ୍ୟକ୍ତି ଜୀବନକୁ ବୁଝିବା ପାଇଁ ବହୁତ ସମୟ ଲାଗନ୍ତି, ସେ ସମସ୍ତ କଥାକୁ ଭଲଭାବେ ପରୀକ୍ଷା କଲେ ହିଁ କୌଣସି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି। ସେଥିପାଇଁ ଏମାନଙ୍କୁ ବହୁତ ସମୟ ଦରକାର। ଯଦି ଆପଣ ନିଜ ବୟସର ୪୦ ବର୍ଷରେ ବିବାହ କରନ୍ତି ତେବେ ଆପଣଙ୍କ ଜୀବନ ସୁଖମୟ ହେବ।

ମକର-

ମକର ରାଶିର ବ୍ୟକ୍ତି ୨୦, ୩୦, ୪୦, ୫୦ ବର୍ଷ ମଧ୍ୟରୁ କୌଣସି ବି ବୟସରେ ବିବାହ କରି ପାରିବେ। ଏମାନେ ନିଜ ସଂପର୍କକୁ ବହୁତ ଭଲ ଭାବେ ବୁଝନ୍ତି ।

କୁମ୍ଭ-

କୁମ୍ଭ ରାଶିର ଲୋକ ସମ୍ପର୍କକୁ ନେଇ ସେତେ ଗମ୍ବ୍ଭିର ନୁହନ୍ତି, ଏମାନଙ୍କ ପାଇଁ ସମ୍ପର୍କର କୀଚଚି ମୂଲ୍ୟ ନାହିଁ। ଏମାନଙ୍କଠୁ କୌଣସି ବି ବଡ ନିର୍ଣ୍ଣୟ ନେବାର ଆଶା ରଖିବେ ନହିଁ।

ମୀନ-

ଏମାନେ ନିଜ ପାଇଁ ବହୁତ କିଛି ଯୋଜନା ଆଗରୁ ବନେଇ ନିଅନ୍ତି ଓ ସେଥିରେ ହିଁ ଚାଲନ୍ତି। ଯଦି ୨୬ ବର୍ଷ ବୟସରେ ବିବାହ କରନ୍ତି ତେବେ ବହୁତ ଭଲରେ ଜୀବନ ଅତିବାହିତ ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!