ଜାଣନ୍ତୁ! ଋଣମୁକ୍ତ ହେବା ପାଇଁ କିଛି ଚମତ୍କାର ତଥ୍ୟ। ଋଣମୁକ୍ତି ମନ୍ତ୍ର ଏବଂ ସ୍ତୋତ୍ର। 

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣନ୍ତୁ! ଋଣମୁକ୍ତ ହେବା ପାଇଁ କିଛି ଚମତ୍କାର ତଥ୍ୟ। ଋଣମୁକ୍ତି ମନ୍ତ୍ର ଏବଂ ସ୍ତୋତ୍ର। 

କୌଣସି ବଡ଼ ବ୍ୟବସାୟ କରିବାକୁ ଚାହୁଁଥିଲେ ସର୍ବ ପ୍ରଥମେ କେଉଁ ସଂସ୍ଥାରୁ ଋଣ ମିଳି ପାରିବ।  ସେ କଥା ଆପଣ ଚିନ୍ତା କରିବେ। କିନ୍ତୁ ଋଣ ମନୁଷ୍ୟର ସ୍ୱାଭିମାନକୁ ନଷ୍ଟ କରିଥାଏ।  ଆଜିକାଲି ଲୋକମାନେ ଜୀବନରେ ସୁଖ ଭୋଗ କରିବାକୁ ଋଣ ନେଇ ଖର୍ଚ୍ଚ କରିଥାନ୍ତି।  ଋଣ କେମିତି ସୁଝିବାକୁ ହେବ ତାହା ଚିନ୍ତା ନକରି ପ୍ରଚୁର ଖର୍ଚ୍ଚ କରିଥାନ୍ତି।  ମଧ୍ୟମ ସ୍ତରୀୟ ବ୍ୟକ୍ତିମାନେ  ସନ୍ତାନର ବିବାହ ପାଇଁ, ରୋଗରୁ ବଞ୍ଚିବା ପାଇଁ, ବାହନ କ୍ରୟ କରିବା ପାଇଁ, ଦୁର୍ଘଟଣା ଓ ଆକସ୍ମିକ ବିପତ୍ତିରୁ ରକ୍ଷା ପାଇବା ପାଇଁ ଗୃହ ନିର୍ମାଣ ପାଇଁ ଋଣ କରିଥାନ୍ତି।  ପ୍ରାୟତଃ  ସମୟ ସମୟରେ ଛୋଟିଆ କାମରେ ମଧ୍ୟ ଋଣ ବୋଝ ମୁଣ୍ଡରେ ଲଦି ହୋଇଥାଏ।  ବେଳେବେଳେ ଧନହାନୀ, ବ୍ୟବସାୟରେ କ୍ଷତି, କୌଣସି ଲୋକ ପାଇଁ ଗ୍ୟାରେଣ୍ଟର ହେଲେ ମଧ୍ୟ ଋଣ ବୋଝରେ ବୁଡ଼ି ଯାଆନ୍ତି।  ଆପଣ ଋଣମୁକ୍ତ ହେବା ପାଇଁ କିଛି ଚମତ୍କାର ତଥ୍ୟ ଜାଣନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭଗବାନ ଶିବଙ୍କର କାର୍ଯ୍ୟ ହେଲା ବିଷପାନ କରିବା ଏବଂ ଶକ୍ତିରୁ କେବେ ନିବୃତ୍ତ ହୁଅନ୍ତି  ନାହିଁ।  କିନ୍ତୁ ଗଣେଶ ସୌମ୍ୟତାର ପ୍ରତୀକ ଅଟନ୍ତି।  ଶିବ ଓ ଶକ୍ତିର ପ୍ରତୀକ ଗଣେଶ ଅଟନ୍ତି।  ଏହାଙ୍କର ଉପାସନାରେ ସାଧକ ବିଷ ପାନରୁ ବଞ୍ଚି ପାରିବ।  ଋଣ ମଧ୍ୟ ବିଷପାନ ସଦୃଶ୍ୟ ଅଟେ।  ଯେଉଁ ବ୍ୟକ୍ତି ଗଣେଶଙ୍କୁ ଉପାସନା କରନ୍ତି ତାଙ୍କର ଭାଗ୍ୟ ସୁନା କଲମରେ ଲେଖାଯାଇଥାଏ।  ପ୍ରତ୍ୟେକ ମାସର ଉଭୟ ପକ୍ଷ ଚତୁର୍ଥୀ ତିଥିର ଶୁଭ ଅବସରରେ ଭଗବାନ ଗଣେଶଙ୍କ ସମ୍ବନ୍ଧରେ କିଛି ମହତ୍ୱପୂର୍ଣ୍ଣ ପ୍ରୟୋଗ ଏବଂ ସାଧନାର ସୂତ୍ର ଦେଉଅଛି।  ଯାହାଦ୍ୱାରା ନିଜର ଜୀବନରେ ଋଣମୁକ୍ତ ହୋଇ ପାରିବେ। ବିଶେଷତଃ ତା ୩୦। ୮। ୨୦୧୮ ମସିହା ଗୁରୁବାର ଦିନ ଗୌରୀଚତୁର୍ଥୀ ବ୍ରତରେ  ଋଣମୁକ୍ତି ପାଇଁଗଣେଶଙ୍କ ସିଦ୍ଧ ମନ୍ତ୍ର ଓ ସ୍ତୋତ୍ର ପାଠକଲେ ଋଣ ମୁକ୍ତିର ବାଟ ଖୋଲି ଯିବ।

୩୦ ତାରିଖ ଭୋରରୁ ଉଠି ସ୍ନାନ ସାରି ଦୈନିକ କାର୍ଯ୍ୟରୁ ନିବୃତ୍ତ ରହିବେ।  ସଫା ହଳଦିଆ ଲୁଗା ପିନ୍ଧିବେ।  କୌଣସି ନିରୋଳା ଘରେ ବା ଏକାନ୍ତସ୍ଥାନରେ ପୂର୍ବ ଦିଗକୁ ମୁହଁ କରି ବସିବେ।  ବସିବା ପାଇଁ କୁଶରେ ତିଆରି ଆସନ ଉପଯୋଗ କରିବେ।  ନିଜ ସମ୍ମୁଖରେ ଆମ୍ବକାଠରେ ତିଆରି ହୋଇଥିବା ପିଢା କିମ୍ବା ଖଟୁଲିରେ ଧଳା ବସ୍ତ୍ର ବିଛାଇବେ ଓ ଏହାର ଉପରେ ଏକ ଥାଳି ରଖିବେ।  ଏହି ଥାଳିରେ ସିନ୍ଦୂରରେ ଶୁଭଲାଭ ଓ ସ୍ୱସ୍ତିକ ଚିହ୍ନ  ତିଆରି କରିବେ।  ଖଟୁଲି ଉପରେ ଗଣେଶ ଚିତ୍ର ବା ମୂର୍ତ୍ତି ସ୍ଥାପନ କରିବେ।  ଥାଳିରେ ଲାଲ୍ ରଂଗର ସୂତାକୁ ଚାରିପଟେ ବୁଲେଇ ରଖିବେ ଏବଂ ଏହା ଉପରେ ପ୍ରାଣ ପ୍ରତିଷ୍ଠିତ “ଗଣେଶ  ଯନ୍ତ୍ର” ସ୍ଥାପନ କରି ପାରିଲେଭଲ । ଚିତ୍ର ବା ମୂର୍ତ୍ତି କୁ ପଞ୍ଚାମୃତରେ ସ୍ନାନ କରାଇବେ।  ଚିତ୍ର ବା ମୂର୍ତ୍ତି କୁ ଫୁଲ, ଚନ୍ଦନ, ଧୂପ, ଦୀପ ଓ ଭୋଗ ଲଗେଇ ପୂଜା କରିବେ।  ଶୁଦ୍ଧ ଘିଅରେ ଦୀପକୁ ଜଳେଇବେ।  ଗଣେଶଙ୍କୁ ଲଡୁ ଭୋଗ ସମର୍ପଣ କରିବେ । ଆଖି ଖୋଲିକରି ପୂର୍ଣ୍ଣ ଶ୍ରଦ୍ଧାରେ ଗଣେଶଙ୍କୁ ପ୍ରାର୍ଥନା କରିବେ।

ଋଣମୁକ୍ତି ମନ୍ତ୍ର  –

ଓଁ ଗଣେଶ ଋଣଂଛିନ୍ତି ବରେଣ୍ୟଂ ହୁଂ ନମଃ ଫଟ୍ ।

ପୂଜା କରି ସାରିବା ପରେ ଉପରୋକ୍ତ ମନ୍ତ୍ରକୁ ୧୦୮୦ ଥର ବା ୧୦ ମାଳ ହଳଦି ମାଳାରେ ଜପ କରିବେ। ମନ୍ତ୍ର ଜପ କରିସାରିବା ପରେ ସ୍ତୋତ୍ର ମଧ୍ୟ ପାଠ କରିଲେ ଭଲ। ପରଦିନ ଠାରୁ ୪୩ ଦିନ ପର୍ଯ୍ୟନ୍ତ ଏକମାଳା ଜପକରିଲେ ମନ୍ତ୍ର ସିଦ୍ଧିହେବ। ଏହି ମନ୍ତ୍ର ସିଦ୍ଧ ହେବାପରେ ବ୍ୟକ୍ତି ଋଣ ମୁକ୍ତହୋଇଥାଏ ଓ ଏହା ସହିତ ଦାରିଦ୍ର୍ୟତା ନାଶ ହୋଇ ଧନବାନ, ଜ୍ଞାନବାନ ମଧ୍ୟ ହୋଇଥାଏ  ।

ଋଣ ହର୍ତ୍ତା ଗଣେଶ ସ୍ତୋତ୍ର :-

ସୃଷ୍ଟିୟାଦୋ ବ୍ରହ୍ମଣା ସମ୍ୟକ ପୁଜିତଃ ଫଳ ସିଦ୍ଧୟେ ।

ସଦୈବତ୍ରୀ ପାର୍ବତୀ ପୁତ୍ର ଋଣନାଶଂ କରୋତୋମେଁ। ।

ତ୍ରିପୁରସ୍ୟ ବଧାତ୍ ପୂର୍ବ ଶମ୍ଭୁନା ସଶ୍ୟଗର୍ଚ୍ଚିତଃ ।

ସଦୈବ ପାର୍ବତୀ ପୁତ୍ର ଋଣନାଶଂ କରୋତୋମେଁ। ।

ହିରଣ୍ୟ କଶ୍ୟପାଦିନାଂ ବଦାର୍ଥ ବିଷ୍ଣୁନାର୍ଚିତ ।

ସଦୈବ ପାର୍ବତୀ ପୁତ୍ର ଋଣନାଶଂ କରୋତୋମେଁ। ।

ମହିଷସ୍ୟ ବଧେ ଦେବ୍ୟା ଗଣନାଥଃ ପ୍ରପୁଜିତଃ ।

ସଦୈବ ପାର୍ବତୀ ପୁତ୍ର ଋଣନାଶଂ କରୋତୋମେଁ। ।

ଭାସ୍କରେଣ ଗଣେଶସ୍ତୁ ପୂଜିତଶ୍ଚ ସିଦ୍ଧୟେ ।

ସଦୈବ ପାର୍ବତୀ ପୁତ୍ର ଋଣନାଶଂ କରୋତୋମେଁ ।

ଶଶିନା କାନ୍ତି ସିଦ୍ଧୟର୍ଥଂ ପୂଜିତୋ ଗଣନାୟକଃ। ।

ସଦୈବ ପାର୍ବତୀ ପୁତ୍ର ଋଣନାଶଂ କରୋତୋମେଁ ।

ପାଳନାୟଚ ତପସ୍ୟା ବିଶ୍ୱାମିତ୍ରତା ପୂଜିତଃ। ।

ସଦୈବ ପାର୍ବତୀ ପୁତ୍ର ଋଣନାଶଂ କରୋତୋମେଁ ।

ଇଦଂ ତ୍ୱଋଣ ସ୍ତୋତ୍ରଂ ଦୀବ୍ର ଦରିଦ୍ରୟ ନାଶନମ୍। ।

ଏକ ବାରଂ ପଠେନିତ୍ୟୟଂ ବର୍ଷମେକଂ ସମାହିତଃ। ।

ଦରିଦ୍ରଂ ଦାରୁଣଂ ତ୍ୱତା କୁବେର ସମତାଂ ବ୍ରଜେତ୍।

ଫଡ଼ନ୍ତୋଅସ୍ୟଂମହାମନ୍ତ୍ରଃସାର୍ଦ୍ଧପଚ୍ଚଦଶାକ୍ଷରଃ। ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!