ଦେବାଦେବୀଙ୍କ ପୂଜାର୍ଚ୍ଚନାରେ ପୁଷ୍ପର ମହତ୍ତ୍ୱ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦେବାଦେବୀଙ୍କ ପୂଜାର୍ଚ୍ଚନାରେ ପୁଷ୍ପର ମହତ୍ତ୍ୱ।

ସଂସାରର ସମସ୍ତ ବ୍ୟକ୍ତି ଏମିତିକି ଆବାଳ ବୃଦ୍ଧ ବନିତା ସମସ୍ତେ ନିଜ ନିଜର ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କେହି ପଞ୍ଚୋପଚାର, ଦଶୋପଚାର ଓ ଷୋଡ଼ଶପଚାରରେ ପୂଜା କରିଥାନ୍ତି । କିନ୍ତୁ ଦେବତାଙ୍କୁ କେଉଁ ପୁଷ୍ପରେ ଅର୍ଚ୍ଚନା କରାଯାଏ, ଦେବତାଙ୍କର କେଉଁ ଅଙ୍ଗରେ ପୁଷ୍ପ ଚଢ଼େଇବା ଉଚିତ୍‍, କେଉଁ ପୁଷ୍ପ କେତେଦିନ ପର୍ଯ୍ୟନ୍ତ ନିର୍ମଳ ଓ ସ୍ୱଚ୍ଛ ରହିପାରିବ ଏ ସମସ୍ତ ବିଷୟରେ ପ୍ରାୟତଃ ଅନଭିଜ୍ଞ ଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଦୁଷିତ ପୁଷ୍ପ କୌଣସି ଦେବାଦେବୀଙ୍କୁ ଅର୍ପିତ କରିବା ଫୁଲ ତୋଳିବା ସମୟରେ ଉପଯୁକ୍ତ ମନ୍ତ୍ର, ନିଶିଦ୍ଧ କାଳ, ବିହିତ ଫୁଲ, ନିଶିଦ୍ଧ ଫଉଲ, ଫୁଲ ଚଢ଼େଇବାର ବିଧିବିଧାନ, ଚଢ଼ିଥିବା ଫୁଲକୁ ଦେବତାଙ୍କ ଅଙ୍ଗରୁ ବାହାର କରିବା ବିଧାନ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।

ଫୁଲ ତୋଳିବା ମନ୍ତ୍ର-

ମାନୁଷକଂ ଗୁରୁତ୍ୱ ତ୍ୱଂ ସ୍ଥାନତ୍ୟାଗଂଚମା କୁରୁ, ଦେବତା ପୂଜନାର୍ଥାୟ ପ୍ରାର୍ଥୟାମି ବନସ୍ପତେ ।

ପୂର୍ବ ଦିଗକୁ ମୁହଁକରି ହାତଯୋଡ଼ି ଉପରୋକ୍ତ ମନ୍ତ୍ରକୁ ଉଚ୍ଚାରଣ କରିସାରିବା ପରେ ପ୍ରଥମ ଫୁଲକୁ ଓଁ ପୃଥିବୈ ନମଃ କହି ନିକ୍ଷେପ କରିବ । ତୃତୀୟ ଫୁଲ ତୋଳିବା ସମୟରେ ଓଁ ପୃଥିବୈ ନମଃ କହି ଫୁଲ ପାତ୍ରରେ ରଖିବ । ପ୍ରାତଃ କାଳରେ ସୂର୍ଯ୍ୟୋଦୟ ସମୟରେ ବା ଶଯ୍ୟା ତ୍ୟାଗ କରିବା ପରେ ହାତପାଦ ଧୌତକରି ପୁଷ୍ପ ଚୟନ କରିବ । ସ୍ନାନ ସାରି ତୁଳସୀ ଓ ବେଲପତ୍ର ତୋଳିବା ଉଚିତ୍‍ ।

ପୂର୍ବଦିନର ଫୁଲ, ପୂର୍ବଦିନର ଜଳ ବାସି ହୋଇଯାଇଥାଏ । ଏହାକୁ ଦେବତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବା ଅନୁଚିତ୍‍ । କିନ୍ତୁ ତୁଳସୀ ଜଳ ଓ ଗଙ୍ଗାଜଳ କିମ୍ବା ତିର୍ଥଜଳ କେବେ ବାସି ହୁଏ ନାହିଁ । ବସ୍ତ୍ର ଯଜ୍ଞପବିତ ଏବଂ ଆଭୁଷଣାଦିରେ ଦୋଷ ନଥାଏ । ମାଳିଘରେ ରଖା ହୋଇଥିବା ଫୁଲ ବାସି ହୁଏ ନାହିଁ । ଏହି ଫୁଲକୁ ପ୍ରକ୍ଷଣ କରି ଦେବତାଙ୍କୁ ଅର୍ପଣ କରିବା ଉଚିିତ୍‍ ।

ଫୁଲକୁ ଶୁଙ୍ଗିଲେ ଦେବତାଙ୍କ ପାଇଁ ଅଯୋଗ୍ୟ ହୋଇଯାଏ । ନାଗଚମ୍ପା, ବାଇଗଣ ଫୁଲ, ଶୁଷ୍କ, ବାସି, ମଳିନ, ଦୂଷିତ ଓ ଉଗ୍ରଗନ୍ଧଯୁକ୍ତ ଫୁଲ ଦେବତାଙ୍କୁ ଅର୍ପଣ କରିବା ଅନୁଜିତ୍‍ । ଫୁଲ କଢ଼ ଦେବତାଙ୍କୁ ଅର୍ପଣ କରିବା ଅନୁଚିତ୍‍ କିନ୍ତୁ ପଦ୍ମକଢ଼ ଦେବତାଙ୍କୁ ଅର୍ପଣ କରିବା ଉଚିତ୍‍ । କୌଣସି ଫୁଲକୁ ପାଣିରେ ବୁଡେଇ ଧୋଇବା ଅନୁଚିତ୍‍ । କେବଳ ଫୁଲ ଉପରେ ପାଣି ସିଞ୍ଚନ କରାଯିବ ।

 

ସ୍ନାନସାରି ଯେକୌଣସି ଫୁଲ ତୋଳିଲେ ପୁଣ୍ୟ ଅପକ୍ଷା ପାପର ମାତ୍ରା ବୃଦ୍ଧି ପାଇଥାଏ । ସେ ଫୁଲକୁ ଦେବତାମାନେ ଗ୍ରହଣ କରନ୍ତି ନାହିଁ । ସମସ୍ତ କ୍ଷେତ୍ରରେ ଅକ୍ଷତ ପ୍ରୟୋଗ କରାଯାଏ । କିନ୍ତୁ ଶାଳଗ୍ରାମ ଉପରେ ଅକ୍ଷତ ଚଢ଼େଇବା ନିଷେଧ ।

ଶିବଙ୍କର ପ୍ରିୟଫୁଲ-

ବେଲପତ୍ର, ଅରଖ, କନିଅର, କିଆ, ପୁଶଫୁଲ, ପାଟଳୀ, ମନ୍ଦାର, ପୁନଙ୍ଗ, ନାଗଚମ୍ପା, ରାଶିଫୁଲ, ଟଗର, ଜୟନ୍ତି, ପଳାସ, ନାଗକେଶର, ଶଙ୍ଖପୁଷ୍ଫି, ଗୟଶ, ଅପରାଜିତା, ଧୂତୁରା ଫୁଲ ।

ଶିବଙ୍କର ନିଷେଧ ଫୁଲ-

କଦମ୍ବ, ଶିରିସ, କଇଁଥ, ଗାଜର, ବାହାଡା, କପା, ଗମ୍ଭାରୀ, ସିମିଳି, କେତକୀ, ମାଳତୀ, ଯୁଇ, ବନ୍ଧୁକ, କୁନ୍ଦ, ଜୟପର୍ଣ୍ଣ ମୟୂରକଣ୍ଠି, କୁନ୍ଦଫୁଲ ମାଘ ମାସକୁ ଛାଡ଼ି ଅନ୍ୟ ମାସରେ ଗ୍ରହଣ କରାଯାଏ ।

ବିଷ୍ଣୁଙ୍କର ପ୍ରିୟଫୁଲ-

ତୁଳସୀଦଳ, ମାଳତୀ, ଅଶୋକ, ସେଫାଳି, ବାସନ୍ତୀ, ଆମ୍ବଡ଼ା, ଟଜ୍ଞର, ଯୁଇ, ଯାଇ, ପାଟଳୀ, ଚମ୍ପା, ଲବଙ୍ଗ, ମାଧବୀ, ଚାମେଲୀ, ବାଣ, ପାରିଜାତ, ତିଳକ, ବୈଜୟନ୍ତି, ମଂଜରୀ ଓ କାଠଚମ୍ପା, କେତକୀ ଫୁଲରେ କାର୍ତ୍ତିକ ମାସରେ ବିଷ୍ଣୁପୂଜା କଲେ ମୋକ୍ଷପ୍ରାପ୍ତି ହୋଇଥାଏ । ସମସ୍ତ ପ୍ରକାର ଧଳା ଏବଂ ହଳଦିଆ ଫୁଲ ବିଷ୍ଣୁଙ୍କର ପ୍ରିୟ ଅଟେ ।

ବିଷ୍ଣୁଙ୍କର ନିଶିଦ୍ଧ ଫୁଲ-

ଅରଖ, ଧୂତୁରା, କାଂଚି, ସିମୁଳି, ଶିରସ, କଇଥ, କନିଅର । ବିଷ୍ଣୁଙ୍କ ଉପରେ ଅକ୍ଷତ ଅର୍ପଣ କରିବା ଦୋଷାବହ ।
ଗଣେଶ ଓ ସୂର୍ଯ୍ୟପୂଜାରେ ତୁଳସୀ ବ୍ୟତୀତ ସମସ୍ତଫୁଲ ଗ୍ରହଣୀୟ । ଲାଲ୍‍ ରଙ୍ଗର ଫୁଲ ଅତ୍ୟନ୍ତ ପ୍ରିୟ । ଗଣେଶଙ୍କର ଧଳା ଫୁଲ ଏବଂ ଦୁବ, ବରକୋଳି ପତ୍ର ଅତ୍ୟନ୍ତ ପ୍ରିୟ।

ଦୂର୍ଗାଙ୍କର ପ୍ରିୟ ଫୁଲ-

ଶିବଙ୍କର ସମସ୍ତ ପ୍ରିୟ ପୁଷ୍ପସହ ଲୋଧ, କେଶର, ଅଶୋକ, ଅଗସ୍ତି, ମଦନ, ସିନ୍ଦୁବାର, ମାଧବୀ ଆଦି ଦୁର୍ଗାଙ୍କର ଅତିପ୍ରିୟ ।

ଦୂର୍ଗାଙ୍କର ନିଶିଦ୍ଧ ଫୁଲ-

ତିଳକ, ତୁଳସୀ, ତମାଳ, ଦୂବ, ଫୁଲ, ପତ୍ର ଫଳ ଏ ସମସ୍ତ ପଦାର୍ଥ ଅଧମୁଖ ବା ଓଲଟା କରି ଦେବତାଙ୍କୁ ସମର୍ପଣ କରିବେ ନାହିଁ । ଫୁଲର ଅଭାବରେ ତୁଳସୀ ପତ୍ର, ଚମ୍ପା, କମଳିନି, ବେଲ, ଅଶୋକ, କୁଶ, ଦୂବ, ନାଗବଲ୍ଲୀ, ଅପାମାର୍ଗ, ଅଗସ୍ତ୍ୟ ଓ ଅଁଳା ଏହି ପତ୍ରମାନଙ୍କରେ ଦେବପୂଜାର୍ଚ୍ଚନା କରିବା ଉଚିତ୍‍ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!