ରାଶି ଅନୁସାରେ ଜାଣନ୍ତୁ ସଫଳତା ପ୍ରାପ୍ତିର ସହଜ ଉପାୟ- କରିକି ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ସମସ୍ତେ ସଫଳ ହେବାକୁ ଚାହାନ୍ତି, କିନ୍ତୁ ସମସ୍ତଙ୍କ ଭାଗ୍ୟ ସମସ୍ତଙ୍କ ସାଥ ଦିଏ ନାହିଁ । କିଛି ଲୋକ ଅତି ସହଜରେ ସଫଳତା ପାଇ ଯାଆନ୍ତି ତ କିଛି ଲୋକ ଅନେକ ପରିଶ୍ରମ କରି ମଧ୍ୟ ସଫଳ ହୋଇ ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଆପାଣଙ୍କ ରାଶି ଅନୁସାରେ କହିବୁ କିଛି ଉପାୟ ଯାହା ଦ୍ଵାରା ସଫଳତା ଆପଣଙ୍କ ପାଦ ଛୁଇଁବ । ଜାଣନ୍ତୁ ରାଶି ଅନୁସାରେ କେଉଁ ସବୁ ଉପାୟ ଦ୍ୱାରା ପାଇବେ ସଫଳତା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ ରାଶି:-

ଭଗବାନ ଶିବ ବା ହନୁମାନଙ୍କ ପୂଜାର୍ଚ୍ଚନା ଆପଣମାଙ୍କ ପାଇଁ ବହୁତ ଲାଭ ଦାୟକ।
ମଙ୍ଗଳବାର ବା ଶନିବାର ଦିନ ହନୁମାନଙ୍କୁ ଗୁଡ ଓ ଚଣା ଭୋଗ କରିବେ ବା ହନୁମାନ ଚାଳିଶା ପାଠ ତଥା ଆରତୀ କରନ୍ତୁ।
ରବିବାର ଦିନ ପ୍ରାତଃ ସୂର୍ଯ୍ୟଙ୍କୁ କ୍ଷୀର ଓ ମିଶ୍ରି ମିଶ୍ରିତ ଜଳ ଅର୍ପଣ କରନ୍ତୁ।

<< ଓଡିଆ କ୍ୟାଲେଣ୍ଡର ୨୦୧୯ >>> | <<< Janma Patrika>>>

ବୃଷ ରାଶି:-

ଶୁକ୍ରବାର ଦିନ କୌଣସି ଏକ ଧାର୍ମିକ ସ୍ଥାନରେ କ୍ଷୀର ବାଣ୍ଟନ୍ତୁ।
ସାଧୁ ସନ୍ୟାସୀ ମାନଙ୍କୁ ଏବଂ ଗରିବ ଛୋଟ ଛୁଆ ମାନଙ୍କୁ ଭୋଜନ କରନ୍ତୁ।
ଛୋଟ କନ୍ୟାଙ୍କୁ ଶୁକ୍ରବାର ଦିନ ଧଳା ମିଠା ବାଣ୍ଟନ୍ତୁ।

ମିଥୁନ ରାଶି:-

ଗାଇଙ୍କୁ ପାଳଙ୍ଗ ବା ଚଣା ଖାଇବାକୁ ଦିଅନ୍ତୁ।
ଗୁରୁବାର ଦିନ ଲକ୍ଷ୍ମୀପୁରାଣ ପାଠ କରନ୍ତୁ।
ବୁଧାବାର ଦିନ ଗରିବ ପିଲ୍ଲ ମାନଙ୍କୁ ଖାତା ବହି ବାଣ୍ଟନ୍ତୁ ।

କର୍କଟ ରାଶି:-

ଧଳା ରଙ୍ଗର ଗାଇଙ୍କୁ ନିଜ ହାତରେ ଚାରା ଖୁଆନ୍ତୁ।
ଶିବ ଭଗବାନ ଙ୍କୁ ନିୟମିତ ପୂଜା କରନ୍ତୁ।
ଶୁକ୍ରବାର ଦିନ ଗରିବ କନ୍ୟା ମାନଙ୍କୁ ଖିରୀ ବା ଧଳା ମିଠା ବାଣ୍ଟନ୍ତୁ।

ଆହୁରି ପଢନ୍ତୁ: ଜାଣନ୍ତୁ ହିନ୍ଦୁ ପରମ୍ପରା ସହ ଜଡିତ କିଛି ବୈଜ୍ଞାନିକ ତତ୍ତ୍ଵ।

ସିଂହ ରାଶି:-

ତାମସିକ ବସ୍ତୁର ସେବନ କମ୍ କରନ୍ତୁ।
ପ୍ରତିଦିନ ପ୍ରାତଃ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
ଶନିବାର ଦିନ ସୋରିଷ ତେଲ ଦାନ କରନ୍ତୁ।
ଗୁରୁଜନଙ୍କ ସେବା କରନ୍ତୁ।

କନ୍ୟା ରାଶି;-

ବୁଧବାର ଦିନ ଗଣେଶଙ୍କ ମନ୍ଦିରରେ ଲଡୁ ଭୋଗ କରନ୍ତୁ।
ଗାଇଙ୍କୁ ଖାଦ୍ଯ ଦିଅନ୍ତୁ।
ଗରିବ ପିଲାମାନଙ୍କୁ ପୁସ୍ତକ ଦାନ କରନ୍ତୁ।
ତୁଳସୀ ଗଛର ପୂଜା କରନ୍ତୁ।

ତୁଳା ରାଶି:-

ଶୁକ୍ରବାର ଦିନ ଗରିବ କନ୍ୟା ମାନଙ୍କୁ ଖିରୀ ଖାଇବାକୁ ଦିଅନ୍ତୁ।
ଗରିବ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରନ୍ତୁ।
ଶନିବାର ଦିନ କଳା ବସ୍ତୁ ବା କଳା ଡାଲି ଦାନ କରନ୍ତୁ।

ଆହୁରି ପଢନ୍ତୁ: ସିନ୍ଦୁର ଦ୍ଵାରା ମିଳିଥାଏ ଏହି ସବୁ ଉପକାର।

ବିଛା ରାଶି:-

ମଙ୍ଗଳବାର ବା ଶନିବାର ଦିନ ଗରିବଙ୍କୁ ଖାଇବାକୁ ଦିଅ।
ଗାଇନନ୍କୁ କଞ୍ଚା ଘାସ ଖାଇବାକୁ ଦିଅନ୍ତୁ।
ଶୁକ୍ରବାର ଦିନ ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ।

ଧନୁ ରାଶି:-

ଗୁରୁବାର ଦିନ ଗରିବ ପିଲାମାନଙ୍କ ମଧ୍ୟରେ ହଳଦିଆ ମିଠା ବାଣ୍ଟନ୍ତୁ।
ସର୍ବଦା ସୂର୍ଯ୍ୟଙ୍କୁ ପ୍ରାତଃ ଜଳ ଅର୍ପଣ କରନ୍ତୁ।
ମଥାରେ କେଶରର ତିଳକ ଲଗାନ୍ତୁ।

ମକର ରାଶି:-

ଗରିବ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରନ୍ତୁ।
କାର୍ଯ୍ୟ କ୍ଷେତ୍ରରେ ସଚୋଟତା ରକ୍ଷା କରନ୍ତୁ।
ଅସତ୍ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

ଆହୁରି ପଢନ୍ତୁ: ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି ସବୁ କାମ।

କୁମ୍ଭ ରାଶି:-

ଶନିବାର ଦିନ ରାଶି ତେଲର ଦାନ କରନ୍ତୁ।
ବୃଦ୍ଧ ଲୋକଙ୍କୁ ଏବଂ ଗରିବ ପିଲା ମାନଙ୍କୁ ଭୋଜନ କରାନ୍ତୁ।
କଳା ଚଣା, ଗୋଲମରିଚର ସେବନ କରନ୍ତୁ।

Yearly Hindi Horoscope Kumbha

ମୀନ ରାଶି:-

ଗାଧୋଇବା ପାଣିରେ ହଳଦୀ ପକାଇ ଗାଧାନ୍ତୁ।
ମଥାରେ କେଶରର ତିଳକ ଲଗାନ୍ତୁ।
ଗୁରୁବାର ଦିନ ଗରିବ ପିଲାମାନଙ୍କ ମଧ୍ୟରେ ହଳଦିଆ ମିଠା ବାଣ୍ଟନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!