ଟଙ୍କା ଗଣିବା ବେଳେ ବା ରଖିବା ସମୟରେ ଯଦି କରୁଛନ୍ତି ଏହି ଭୁଲ କାମ ତେବେ ସାବଧାନ, ନଚେତ୍ କଙ୍ଗାଳ ହୋଇଯିବେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସନାତନ ଧର୍ମରେ ସବୁ ଦେବୀ ଦେବତାଙ୍କୁ ଅଲଗା ଅଲଗା ସ୍ଥାନ ଓ କାର୍ଯ୍ୟ ଦିଆଯାଇଛି । ସେହିପରି ଭଗବାନ ବିଷ୍ଣୁଙ୍କର ପତ୍ନୀ ମାତା ଲକ୍ଷ୍ମୀଙ୍କୁ ଧନବୈଭବ ଓ ଐଶ୍ଵର୍ଯ୍ୟ ଦେବୀ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର ଘରେ ସବୁବେଳେ ଧନଧାନ୍ୟ ଭରି ରହିଥାଏ । କଦାପି ଅର୍ଥର ଅଭାବ ହୁଏ ନାହିଁ । ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ କ୍ରୋଧ କରନ୍ତି ସେ ବ୍ୟକ୍ତିର ସବୁବେଳେ ଧନ ଅଭାବ ଲାଗିରହେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେଥିପାଇଁ ସବୁ ଲୋକମାନେ ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଇଛା କରନ୍ତି । ତେଣୁ ଧନକୁ ନେଇ ବିଶେଷ ସାବଧାନ ରହିବା ଉଚିତ୍ । ଯଦି ଆପଣ ଟଙ୍କା ରଖିବା ବେଳେ ବା ଗଣିବା ବେଳେ କିଛି ଭୁଲ କରୁଥାନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧଭାବ ହୁଅନ୍ତି । ଯାହାଫଳରେ ଧନ ସମ୍ବନ୍ଧିତ ସମସ୍ୟା ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କି ଟଙ୍କା ରଖିବା ବେଳେ ବା ଗଣିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ।

ଟଙ୍କା ଗଣିବା ସମୟରେ ଆଙ୍ଗୁଠିରେ ଛେପ ଲଗାଇବା-

ସର୍ବଦା ଲୋକମାନେ ଟଙ୍କା ପଇସା ଗଣିବା ସମୟରେ ଆଙ୍ଗୁଠିରେ ଛେପ ଲଗାଇ ଟଙ୍କା ଗଣନ୍ତି । କିନ୍ତୁ ଏହା ଭୁଲ୍ ଅଟେ । ଯେଉଁ ହାତରେ ଟଙ୍କା ଗଣୁଛନ୍ତି ସେହି ହାତକୁ ପାଟିରେ ଛେପ ଲଗାଇ ଗଣୁଛନ୍ତି । ଏହା ନିଜ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ଟଙ୍କା ପଇସା ଅନେକ ଲୋକଙ୍କର ହାତକୁ ହାତ ହୋଇ ଆସିଥାଏ । ଏହା ବ୍ୟତୀତ ଟଙ୍କା ପଇସା ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ । ଯଦି ଆପଣ ଟଙ୍କା ପଇସା ଗଣିବା ସମୟରେ ଆଙ୍ଗୁଠିରେ ଛେପ ଲଗାଇ ଟଙ୍କା ଗଣୁଛନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧ ହୁଅନ୍ତି । ଯେଉଁ କାରଣରୁ ଆପଣଙ୍କୁ ଧନ ଅଭାବର ସାମ୍ନା କରିବାକୁ ପଡିଥାଏ ।

ଟଙ୍କା ପଇସା ରଖିବାର ସଠିକ୍ ଉପାୟ ଓ ସ୍ଥାନ

ଅନେକ ଲୋକମାନେ ଟଙ୍କା ପଇସାକୁ ଯେ କୌଣସି ଜାଗାରେ ରଖି ଦିଅନ୍ତି । ବେଳେବେଳେ ପଲଙ୍କ ଉପରେ ତକିଆ ତଳେ ବା ଅନ୍ୟ ଜାଗାରେ ରଖି ଦିଅନ୍ତି । କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଆର୍ଥିକ ସ୍ଥିତିରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଟଙ୍କା ପଇସାକୁ ସବୁବେଳେ ସଠିକ୍ ସ୍ଥାନରେ ରଖିବା ଆବଶ୍ୟକ । ଏହା ସହିତ ଯେଉଁ ସ୍ଥାନରେ ଟଙ୍କା ରଖିବେ ସେହି ସ୍ଥାନ ସଫା ସୁତୁରା ହେବା ଉଚିତ୍ ଓ ଯେପରି ପାଣି ନ ଲାଗିବା ଉଚିତ୍ । ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ପାଇଁ ଆଲମୀରାରେ ଗୋମତୀ ଚକ୍ର ବା ଲାଲ୍ ରଙ୍ଗର କପଡାରେ ଏକ କଉଡି ଉପରେ କେସର ଲଗାଇ ରଖିବା ଉଚିତ୍ ।

ପର୍ସରେ ଏହିଭଳି ଟଙ୍କା ରଖନ୍ତୁ ନାହିଁ –

ଅନେକ ଲୋକମାନେ ନିଜ ପର୍ସରେ ଟଙ୍କା ରଖିବା ସହିତ ଅନ୍ୟ କିଛି ଚିଠା ରଖନ୍ତି । ଅନେକ ସେହି ପର୍ସରେ ଛୋଟ ଛୁରୀ ବା ବ୍ଲେଡ୍ ମଧ୍ୟ ରଖିବାର ଅଭ୍ୟାସ ଥାଏ । ଏଥିରେ ଆପଣଙ୍କୁ ଧନ ସମ୍ବନ୍ଧିତ ସମସ୍ୟା ସାମ୍ନା କରିବାକୁ ପଡିଥାଏ । ତେଣୁ ପର୍ସରେ ଟଙ୍କା ବା ପଇସା ରଖବା ବେଳେ ଠିକ୍ ଭାବରେ ଟଙ୍କା ବା ପଇସାକୁ ଅଲଗା ଅଲଗା ରଖିବା ଉଚିତ୍ ।

ଟଙ୍କା ବା ପଇସା ଫୋପାଡି କରି ଦେବା-

ଅନେକ ଲୋକମାନେ ରାଗିବା ବେଳେ ଟଙ୍କାକୁ ଫୋପାଡି ଦିଅନ୍ତି ବା ଛାଟି ଦିଅନ୍ତି । ସେହିପରି ଯଦି ଘରର ଉପର ମହଲାରେ ଥିବେ ତେବେ ଟଙ୍କା ବା ପଇସାକୁ ତଳକୁ ପକେଇ ବିକ୍ରିବାଲାକୁ ଦେଇଥାନ୍ତି । ଏଥିରେ ମାତା ଲକ୍ଷ୍ମୀ କ୍ରୋଧ ହୋଇଥାନ୍ତି ଯାହା ଫଳରେ ଧନ ସମ୍ବନ୍ଧିତ ସମସ୍ୟା ଭୋଗ କରିବାକୁ ପଡିଥାଏ । ସେଥିପାଇଁ କଦାପି ଏହି ଭୁଲ୍ କାମ କରନ୍ତୁ ନାହିଁ । ଯଦି ହଠାତ୍ ଟଙ୍କା ବା ପଇସା ହାତରୁ ଖସି ପଡିଯାଏ ତେବେ ତୁରନ୍ତ ଉଠାଇ ଆଣି ମୁଣ୍ଡରେ ଲଗାଇ ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!