ଦୈନିକ ରାଶିଫଳ: 06 ଜୁଲାଇ 2021, ମା ମଙ୍ଗଳାଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜୁଲାଇ ମାସ ୬ ତାରିଖ, ମଙ୍ଗଳବାର, ମିଥୁନ ମାସ ୨୨ ଦିନ, ଆଷାଢ ମାସ, କୃଷ୍ଣପକ୍ଷ, ଦ୍ଵାଦଶୀ ତିଥି, କୃତ୍ତିକା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର । ଶୂଳ ଯୋଗ, କୌଳବ କରଣ । ମକର ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ପୋଇ, ମସୁରଡାଲି ନ ଖାଇଲେ ଭଲ । ଯୋଗିନୀ- ନୈରୁତ କୋଣରେ ରାତି ୧ଟା ୨ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭବେଳା- ଦିବା ୧ଟା ୩୦ମିନିଟ୍ ରୁ ଦିବା ୩ଟା ୮ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସକାଳ ୬ଟା ୫୫ମିନିଟ୍ ରୁ ଦିବା ୮ଟା ୩୪ମିନିଟ୍ । ରାତ୍ରି ୭ଟା ୪୭ମିନିଟ୍ ରୁ ରାତି ୯ଟା ୮ମିନିଟ୍ । ଶୁଦ୍ଧଶୁଭସମୟ- ପ୍ରାତଃ ୫ଟା ୧୭ମିନିଟ୍ ରୁ ୬ଟା ୫୪ମିନିଟ୍, ସକାଳ ୯ଟା ୪୦ମିନିଟ୍ ରୁ ୧୨ଟା ୧୬ମିନିଟ୍, ଦିବା ୪ଟା ୪୮ମିନିଟ୍ ରୁ ୫ଟା ୩୨ମିନିଟ୍, ସନ୍ଧ୍ୟା ୬ଟା ୨୭ମିନିଟ୍ ରୁ ୭ଟା ୮ମିନିଟ୍, ରାତ୍ର ୯ଟା ୯ମିନିଟ୍ ରୁ ୧୦ଟା ୨ମିନିଟ୍, ରାତ୍ର ୧୨ଟା ୧୪ମିନିଟ୍ ରୁ ୨ଟା ୨୨ମିନିଟ୍ ।

ମେଷ:-

ବ୍ୟବସାୟରେ ଉତ୍ତମ ରୋଜଗାର କରି ପାରିବେ । ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ଅତି ସହଜରେ ବାକିଥିବା ଅର୍ଥ ପାଇବେ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା, ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ । ରାଜନୈତିକ କ୍ଷେତ୍ରରେ ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ । ବିବାଦୀୟ ପରିସ୍ଥିତି ଯୋଗୁ ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଚାଲୁଥିବା କାର୍ଯ୍ୟରେ ବାଧା ଉପୁଜିବ ନାହିଁ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବେ । ପରିଶ୍ରମ ଓ ମେହନତର ପରିଣାମ ମିଳିବ । କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ବ୍ୟବସାୟ ସଂସ୍ଥାନ, ଶିଳ୍ପପ୍ରତିଷ୍ଠା ଯୋଜନା ସାଫଲ୍ୟ ଦାୟକ ହେବ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ନତୁବା ଧଳା ରୁମାଲଟିଏ ପାଖରେ ରଖନ୍ତୁ ।

ମିଥୁନ:-

ପ୍ରତିଦ୍ଵନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ । ସତ୍ୟବାଦୀ, ଶାନ୍ତିପ୍ରିୟ, ଧୈର୍ଯ୍ୟଶିଳ, ଭଦ୍ର ବ୍ୟକ୍ତିଭାବେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି । ବ୍ୟବସାୟିକ କ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହୋଇ ଆଶାଜନକ ଫଳ ପ୍ରାପ୍ତିହେବ । ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

କର୍କଟ:-

ସୁଯୋଗ ହାତ ପାହାନ୍ତାରେ ପାଇ ପାରିବେ । ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ । ମାଲିମୋକଦ୍ଦମା ଓ ପ୍ରତିଦ୍ୱନ୍ଦିତାରେ ସଫଳ ହୋଇ ପ୍ରଶଂସିତ ହେବେ । ଚାକିରୀରେ ପଦୋନ୍ନତି, ଯଶପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧିପାଇବ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣହେବେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ପାଇ ଆର୍ଥିକ ବୃଦ୍ଧି ସହ ବକେୟା ଅର୍ଥ ପ୍ରାପ୍ତି ହେବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

ସିଂହ:-

ସାମାଜିକ ସ୍ତରରେ ସମ୍ମାନଲାଭ କରିବେ । ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟି ଯିବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ । ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଶତୃ ମାନେ ମଥାନତ କରିବେ ଓ ପୁରାତନ ରୋଗର ଉପସମ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-

ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ । ପ୍ରେମିକ ପ୍ରେମିକାମାନେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବେ । ଆୟ ଉପାର୍ଜନରେ ବାଧାନାହିଁ । କ୍ରୀଡ଼ା, କଳା, ସାହିତ୍ୟ କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡି ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ଆୟ ବୃଦ୍ଧି ହେବ । କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ରାଜନୀତି କ୍ଷେତ୍ରରେ ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ଲୋକମାନେ ସାହାଯ୍ୟ କରିବେ । ପାରିବାରିକ ସ୍ଥିତିର ଅବ୍ୟବସ୍ଥିତତାକୁ ଆଧାର କରି ଧନହାନୀ ହେବାର ଯୋଗ ଅଛି । ଏକ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟବ୍ୟସ୍ତତା ଭିତରେ ରହି ନିଜର ମାନସିକ-ଭାରସାମ୍ୟ ହରେଇ ପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ବ୍ୟବସାୟରେ ବିଶେଷ ଲାଭବାନ ହୋଇ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ଲୋକଙ୍କ ସମ୍ପର୍କରେ ରହିବା ପାଇଁ ଟେଲିଫୋନ୍ ଓ ଇଣ୍ଟରନେଟ୍ ରେ ଯୋଗାଯୋଗ କରିବେ । ବିପରୀତ ଲିଙ୍ଗୀଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ଦୂରଯାତ୍ରା କଷ୍ଟକର ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ଧନୁ:-

ଗୃହୋପକରଣ, ନୂତନଦ୍ରବ୍ୟ କ୍ରୟ କରି ପାରନ୍ତି । ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ପ୍ରେରଣା ଓ ସହକର୍ମୀଙ୍କ ସାହାଯ୍ୟ ପାଇ ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟିହେବ । ବ୍ୟବସାୟରେ ପ୍ରଚୁର ଲାଭହେବ । ପ୍ରତିକାର-ହଳଦୀ ଖଣ୍ଡେ ପାଖରେ ରଖନ୍ତୁ ।

ମକର:-

ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ । ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହିବେ । ବ୍ୟୟ ଅଧିକ ହେତୁ ମନଦୁଃଖ ହେବ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-

ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହେବା ଫଳରେ ମାନସିକ ଦୁଶ୍ଚିନ୍ତା ଦୂରହେବ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚଆଶା ସଫଳ ହେବ । କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ । କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମୀନ:-

ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଲାଭପାଇବେ । ନୂତନ କର୍ମ ନିଯୁକ୍ତି ପାଇ ପାରନ୍ତି । ଗୃହସ୍ଥ ଜୀବନ ସୁଖମୟ ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ନୂତନ ସମ୍ପତି କ୍ରୟ କରି ପାରନ୍ତି । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ପାଇଁ କରିଥିବା ଯୋଜନା ସଫଳ ହୋଇପାରିବ । ପଡା ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହୋଇପାରେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!