ଯଦି ଜୀବନରେ ଚାହୁଁଛନ୍ତି ସୁଖ ଓ ସମୃଦ୍ଧି ତେବେ ନିଶ୍ଚୟ କରନ୍ତୁ ଏହି ୧୫ଟି ସରଳ ବାସ୍ତୁ ଉପାୟ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ୧୫ଟି ସରଳ ବାସ୍ତୁ ଉପାୟ କଲେ ଜୀବନରେ ନିଶ୍ଚୟ ଖୁସି ମିଳିବ । ଅନେକ ସମୟରେ ବିନା କାରଣରେ ଘରେ ଟେନସନ ଏବଂ କଳି ଝ-ଗ-ଡା ସୃଷ୍ଟି ହୁଏ । ପାରସ୍ପରିକ ସଂପର୍କରେ ତିକ୍ତତାଭାବ ଓ ଉଦାସୀନତା ଦେଖାଦିଏ । ଯଦି ଆପଣଙ୍କ ଜୀବନରେ ସୁଖ ଚାହୁଁଛନ୍ତି, ତେବେ ଏହି ପଦକ୍ଷେପଗୁଡିକ ଅନୁସରଣ ନିଶ୍ଚୟ କରନ୍ତୁ ଆସନ୍ତୁ ଜାଣିବା ଏହି ୧୫ଟି ସହଜ ସରଳ ଉପାୟ ଗୁଣିକ କଣ । ୧୫ଟି ବାସ୍ତୁ ଉପାୟ-

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଶନି, ମଙ୍ଗଳ, ରାହୁ ଗ୍ରହଙ୍କୁ ଶାନ୍ତି କରିବା ପାଇଁ ଭୈରବ ପୂଜା କରନ୍ତୁ । ସପ୍ତାହରେ ଥରେ ଘରେ ଗୁଗୁଳ ଧୂଆଁ ବା ଧୂପ ଦେବା ଶୁଭ ହୋଇଥାଏ ।

୨- ଗହମରେ ୨ଟି ନାଗକେଶର ଓ ୧୧ଟି ତୁଳସୀ ପତ୍ର ପକାଇ ଗହମ ପେଶିଲେ ଶୁଭ ହୁଏ ।

୩- ଘରେ ସୋରିଷ ତେଲର ଦୀପରେ ଲବଙ୍ଗ ପକାଇ ଜାଳିଲେ ଶୁଭ ହୁଏ ।

୪- ପ୍ରତି ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଢାଳନ୍ତୁ ।

୫- ରୋଟି କରିବା ପୂର୍ବରୁ ତାୱା ଉପରେ କ୍ଷୀର ଛିଞ୍ଚିଲେ ଶୁଭ ହୁଏ ।

୬- ପ୍ରଥମ ରୋଟି ଗୋମାତାକୁ ଖାଇବାକୁ ଦିଅନ୍ତୁ ।

୭- ଘରର ୩ଟି କବାଟ ଗୋଟିଏ ସିଧାରେ ନ ହେବ ଉଚିତ୍ ।

୮- ଶୁଖିଲା ଫୁଲ ଘରେ ରଖନ୍ତୁ ନାହିଁ । ଯଦି ବୃକ୍ଷର ଏକ ବିରାଟ ଶାଖା କିମ୍ବା ଲତା, ଗୃହର ଦକ୍ଷିଣ-ପଶ୍ଚିମ କାନ୍ଥକୁ ସ୍ପର୍ଶ କରୁଥାଏ ଓ ଗୃହ କର୍ତ୍ତା, ଦକ୍ଷିଣ-ପଶ୍ଚିମ ଦିଗର ଗୃହରେ ଶୟନ କରୁଥାଆନ୍ତି, ତେବେ ତାଙ୍କର ସୁଖନିଦ୍ରା ନହେବା ସହିତ ପରିବାରରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ । ବିଶେଷତଃ ଜାମୁ, ଆମ୍ବ, ବଟ ବୃକ୍ଷର ଶାଖା, ଦକ୍ଷିଣ-ପଶ୍ଚିମ କାନ୍ଥକୁ ସ୍ପର୍ଶ କରୁଥିଲେ, ଆର୍ଥିକ କ୍ଷତି ଓ ଜୀବନସାଥିଙ୍କ ସହିତ ମନାନ୍ତର ହୋଇଥାଏ । ଗୃହର କାନ୍ଥକୁ ସ୍ପର୍ଶ କରୁଥିବା ଶାଖାକୁ କାଟିଦେଲେ, ଆର୍ଥିକ ଉନ୍ନତି ସହିତ ପରିବାରରେ ଶାନ୍ତି ଫେରିଆସିଥାଏ ।

୯- ସନ୍ଥ ମହାତ୍ମାଙ୍କର ଆଶୀର୍ବାଦ ଦେଉଥିବା ଫଟୋ ଘରେ ଲଗାନ୍ତୁ ।

୧୦- ଘରେ ଭାଙ୍ଗି ଯାଇଥିବା ଜିନିଷ ଓ ଅନାବଶ୍ୟକ ବସ୍ତୁ ରଖନ୍ତୁ ନାହିଁ ।

୧୧- ଦକ୍ଷିଣ ପୂର୍ବ ଦିଗର କୋଣରେ ସବୁଜ ପରିପୂର୍ଣ୍ଣ ଚିତ୍ର ଲଗାନ୍ତୁ ।

୧୨- ଘରେ ଟପଟପ ହୋଇ ପାଣି ପଡୁଥିବା ଟ୍ୟାପ୍ ରହିବା ଉଚିତ୍ ନୁହେଁ ।

୧୩- ଘରେ ଗୋଲାକାର ଧାରର ଆସବାବପତ୍ର ଶୁଭ ଅଟେ ।

୧୪- ଘରେ ପୂର୍ବ ଦିଗର ଗ୍ୟାଲେରୀରେ ବା ପୂଜା ସ୍ଥାନରେ ତୁଳସୀ ଗଛ ରଖନ୍ତୁ ।

୧୫- ବାସ୍ତୁ ଅନୁଯାୟୀ ଉତ୍ତର କିମ୍ବା ପୂର୍ବ ଦିଗରେ ଜଳ ନିଷ୍କାସନ କରିବା ଆର୍ଥିକ ଦୃଷ୍ଟିରୁ ଶୁଭ ଅଟେ । ତେଣୁ ଘର ନିର୍ମାଣ କରିବା ସମୟରେ ଏହି ଜିନିଷକୁ ଧ୍ୟାନରେ ରଖିବା ଆବଶ୍ୟକ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!