ରବି ଚଳିଲେ ସିଂହ ରାଶିକୁ, କଣ ରହିବ ୧୨ଟି ରାଶି ଉଓରେ ଏହାର ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରବି ମହାଗ୍ରହ ୨୦୨୦ ମସିହା ଅଗଷ୍ଟମାସ ୧୬ ତାରିଖ ରବିବାରରେ କର୍କଟ ରାଶିରୁ ସିଂହରାଶିକୁ ଗମନ କରିବେ। ସିଂହରାଶିରେ ରବି ସଂକ୍ରମଣ କରିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ ଶିକ୍ଷା, ସ୍ୱାସ୍ଥ୍ୟ, ସୁଖ, ସମ୍ପତ୍ତି, ସନ୍ତାନ, ପେଷା, ବେଉଷା, ଦାମ୍ପତ୍ୟ, ପ୍ରେମ, ଚାଷ, ବାସ, କର୍ମ, ବ୍ୟବସାୟ, ଆୟ, ବ୍ୟୟ, ଜମା, ଖର୍ଚ, ରାଜନୀତି ଓ ପାରିବାରିକ କ୍ଷେତ୍ରରେ କଣ ଶୁଭାଶୁଭ ଫଳ ଭୋଗକରିବେ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ସତର୍କ ରହି ଲାଭବାନ୍ ହେବେ ଓ କର୍ମଚାରୀ ମାନେ ଅନେକ କ୍ଷୟକ୍ଷତିରୁ ଉଦ୍ଧାର କରିବେ। ଉପାର୍ଜ୍ଜନ ପାଇଁ ଅନେକ ଉପାୟ ଚିନ୍ତାକରି ସଫଳ ହେବେ। ବ୍ୟବସାୟ ବଢ଼େଇବାପାଇଁ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କ ଆଦିରୁ ଋଣ ପ୍ରାପ୍ତିହେବ। ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, କୋରିଅର, କୋଇଲା, କୋଳଥ, ଖାଦ୍ୟଦ୍ରବ୍ୟ, ଖାଇବାତେଲ, ଘିଅ, ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ। ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଡାକ୍ତର ମାନେ କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇପାରିବ। ପାରିବାରିକ ସମସ୍ୟା, ଗୃହରେ କଳହ, ପତିପତ୍ନୀଙ୍କ ମଧ୍ୟରେ ମତଭେଦ, ବିରୋଧ ଭାବ ଓ ତିକ୍ତତା ଦୂରେଇଯିବ। ପ୍ରତିକାର: କୁକୁରକୁ ଖାଇବାକୁ ଦେବେ। ଆମିଷ ଓ ମାଦକଦ୍ରବ୍ୟ ତ୍ୟାଗକରନ୍ତୁ।

ବୃଷ:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ଆମୋଦପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳାସଙ୍ଗୀତ, ମଉଜ ମଜିଲିସ୍ ରେ ଉତ୍ସାହ ବଢିବ। ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନପ୍ରିୟ, ଗୁଣିଜ୍ଞାନୀ, ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ। ବିଭାଗୀୟପରୀକ୍ଷା, ପ୍ରତିଯୋଗି ପରୀକ୍ଷାର ପରିଣାମ ମନ ଅନୁକୂଳହେବ। ଉଚ୍ଚବିଦ୍ୟା ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ। ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଓ ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ। କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ କରି ବାକୁ ଉତ୍ସାହ ବଢିବ ଓ ଶୁଭ ସମାଚାର ଶୁଣିବେ। ପାରିବାରିକ ଜୀବନରେ ଦାମ୍ପତ୍ୟସୁଖ ବୃଦ୍ଧିହେବ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭକରିବେ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା  ପାଇଁ କରିଥିବା ଯୋଜନା ସଫଳ ହୋଇପାରିବ। ଏମିତି କିଛି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶ ଧାରାରେ ବାଧା ଉତ୍ପନ୍ନ କରିବେ। ବୃଥାଭ୍ରମଣ ଦ୍ୱାରା ପୁରାତନ ରୋଗର ପ୍ରକୋପ ବୃଦ୍ଧିପାଇବ ଓ ନୂତନରୋଗ ପ୍ରକାଶହୋଇ ପାରେ। ପ୍ରତିକାର:- ମାଦକଦ୍ରବ୍ୟ ବ୍ୟବହାର କରନ୍ତୁନାହିଁ।

ମିଥୁନ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଭାଗ୍ୟର ପ୍ରବଳତାହେତୁ ସମସ୍ତକାର୍ଯ୍ୟ ସହଜ ସରଳରେ ପୂର୍ଣ୍ଣହେବ। ସନ୍ତାନ ସୁଖ ପ୍ରାପ୍ତି ନତୁବା ତତୁଲ୍ୟ ନୂତନଗୃହ, ନୂତନଯାନ, ନୂତନବ୍ୟବସାୟ, ନୂତନଜାଗା ଜମି ପ୍ରାପ୍ତିହେବ। ବ୍ୟବସାୟକୁ ପ୍ରସାରିତ କରିବାକୁ ଚାହୁଁଥିଲେ ଆବଶ୍ୟକ ଅର୍ଥ ବନ୍ଧୁମିତ୍ରଙ୍କଠାରୁ ଓ ବ୍ୟାଙ୍କଋଣ ପ୍ରାପ୍ତିହେବ। ଅଟକିଥିବା ଧନ, ଦେଇଥିବା ଉଧାର, ସେୟାର ବଜାର, ଲଟେରୀ, ଜୁଆଆଦିରେ ବିଶେଷ ଲାଭବାନ ହେବେ। ଆୟ ବହୁତ ହେବା ସହ ଆର୍ଥିକ ସ୍ଥିତିରେ ବୃଦ୍ଧି, ନୂତନବ୍ୟବସାୟ ଆରମ୍ଭ, ଭାଗିଦାରୀ ବ୍ୟବସାୟରେ ପ୍ରବଳ ଉନ୍ନତି ହେବା ସହ ଆଶାତୀତ ଲାଭ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ଇଚ୍ଛିତସ୍ଥାନରେ ସ୍ଥାନାନ୍ତରଣ, ବିଭାଗିୟ ଅଧିକାରୀ କିମ୍ବା ସହକର୍ମୀଙ୍କସହ ମଧୁରସମ୍ପର୍କ ସ୍ଥାପନହେବ।  ପାରିବାରିକ  ସମସ୍ୟା ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ପରୀକ୍ଷା, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷାପାଇଁ ପ୍ରସ୍ତୁତହେବା ଉଚିତ୍ କିମ୍ବା ଡାକ୍ତରୀପାଠ ପଢ଼ୁଥିଲେ ବିଶେଷ ସଫଳତା ପ୍ରାପ୍ତହେବ। ପ୍ରତିକାର: ବାପା ମାଆ ଗୁରୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନରେ ଶୁଭ ଫଳ ପାଇବେ। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ପରିବାରରେ ଶାନ୍ତି ବିରାଜମାନ କରିବ।  ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳହେବା ସହ ଏମିତି କାର୍ଯ୍ୟ କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ। ନୂତନ କାର୍ଯ୍ୟାରମ୍ଭ କଲେ କାର୍ଯ୍ୟପୂରଣ କରିପାରିବେ। ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ। ଜମିଜମା କ୍ରୟ ବିକ୍ରୟ, ସେୟାରବଜାର, ଜୁଆ, ଲଟେରୀ, ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନେ ଆଶାତୀତ ଲାଭ କରିବା ଫଳରେ ଆୟ ବୃଦ୍ଧିପାଇବ। ଅକସ୍ମାତ ଭୂମିଲାଭ ଯୋଗ ମଧ୍ୟ ଘଟିବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ଓ ଆଶା କରୁଥିବା ଫଳ ପାଇ ପାରିବେ । ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ଗୁରୁଜନ କେହି ସନ୍ତୁଷ୍ଟ ରହିବେ। ନାନା ବାଟରେ ଧନାଗମ ଘଟିବ। କୃଷିଜୀବୀମାନେ ଧାନ, ଗହମ, ବାଜେରା, ମକା, ପନିପରିବା କ୍ଷେତରୁ ବେଶ୍ ଲାଭବାନ ହୋଇ ପାରିବେ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ଠିକାଦାରୀ, ସଡକ, ଗୃହନିର୍ମାଣ, ଗୃହୋପକରଣ, ଗୃହ ନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ହିସାବପତ୍ର ସହ ଭଲଭାବରେ ଜଗାରଖା କରିବା ଦ୍ୱାରା ବିଶେଷ ଲାଭବାନ୍ ହେବେ। କଳକାରଖାନା, କୋଇଲା ଖଣି, ରେଳ ବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରିବା ଫଳରେ କର୍ମୋନ୍ନତି ହେବ। ବନ୍ଧୁ ଓ ପଡୋଶୀଙ୍କ ସହିତ ମିଳନ ହେବା ଫଳରେ ଗହଣା, ବସ୍ତ୍ର ଓ ଅନ୍ୟ ସାମଗ୍ରୀ ଉପହାର ମିଳିବ। ଅନେକ କାର୍ଯ୍ୟରେ ସମ୍ପୃକ୍ତ ହେବେ, କର୍ମ କ୍ଷେତ୍ରରେ ଯୋଗ୍ୟତାରେ ଯୋଡି ହୋଇ ପଦୋନ୍ନତି ମିଳିବାର ରାସ୍ତା ସଫା ହୋଇଯିବ। ବ୍ୟବସାୟରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସି ଉନ୍ନତି ଓ ଲାଭ ପ୍ରାପ୍ତି ହେବା ସହ ଲକ୍ଷ ପ୍ରାପ୍ତି ସହଜ ହୋଇଯିବ। ସରକାରୀକର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବା ସହ ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରି ପାରିବେ। ରାଜନୈତିକ କ୍ଷେତ୍ରରେ ଗସ୍ତ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ ଓ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ। ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳ ହୋଇ ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ସନ୍ତାନମାନେ ସୁନାମ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ଋଣଭାରରୁ ମୁକ୍ତି ପାଇବେ। ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ। ଯୁବକ ଯୁବତୀମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ଶୁଭ ସୂଚନା ପାଇବେ। ବ୍ୟବସାୟୀମାନେ ଘର ଅପେକ୍ଷା  ବ୍ୟବସାୟ କ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିଲେ ବ୍ୟବସାୟରେ ଉନ୍ନତିହେବା ସହ ଅଧିକ ଲାଭ ପାଇ ପାରନ୍ତି। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ମାଆ ବାପାଙ୍କ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳପାଇବା ସହ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବଢିବ। ପ୍ରତିକାର: ଗୋମତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଅକସ୍ମାତ ଧନଲାଭ ହେବା ଫଳରେ ନୂତନ ସଂପତ୍ତି କ୍ରୟ କରିବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଶେୟର ମାର୍କେଟରୁ ମନମୁତାବକ ଲାଭବାନ ହେବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ। ବାଣିଜ୍ୟ, ବ୍ୟବସାୟ ନବିକରଣ, ଦୋକାନ,  ଅଫିସ, ବାସଗୃହ ଆଦି ସାଜସଜ୍ଜା କରିବାପାଇଁ ଉପଯୁକ୍ତ ସମୟ। ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ। ଦୀର୍ଘଦିନପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି। ଶିକ୍ଷା ବିଭାଗ କର୍ମଚାରୀ, ରାଜ୍ୟପାଳ ଭବନ କର୍ମଚାରୀ, ଓକିଲ ସଂଘ, ସାର୍ବଜନିନ ନିର୍ମାଣ ବିଭାଗର କର୍ମଚାରୀ, ଜଳବଣ୍ଟନ ବିଭାଗ କର୍ମଚାରୀ ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ସହ ପଦୋନ୍ନତି ହେବ। କର୍ମପାଇଁ ଅପେକ୍ଷା କରିଥିବା ପରିବାରର ସମସ୍ତ ସଦସ୍ୟ ଆପଣଙ୍କ ପ୍ରତି ସହଯୋଗ, ସହାନୁଭୂତି, ସୁସଂପର୍କ ରଖି ପ୍ରଶଂସା କରିବେ ଓ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। କର୍ମକ୍ଷେତ୍ରରେ ନୂତନ ଯୋଜନାରେ ସଫଳତା ମିଳିବା ଫଳରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧୀକାରୀଙ୍କ ପ୍ରିୟଭାଜନ ହେବେ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ।  ବ୍ୟବସାୟ କ୍ଷେତ୍ରରେ ଉଚିତ୍ ପନ୍ଥା ଗ୍ରହଣ କରି ବ୍ୟବସାୟ ବୃଦ୍ଧି କରିବା ସହ ଆଶାତୀତ ଲାଭ ପାଇ ଆର୍ଥିକ ଉନ୍ନତିରେ ସଫଳତା ଅର୍ଜନ କରିବେ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ସମାଧାନ ହୋଇ ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବା ସହ ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବା ପାଇଁ ବିବେଚିତ ହୋଇ ପାରନ୍ତି। ଧନ ଲାଭ ହେବାରୁ ମନ ଖୁସି ରହିବ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ପଢିବା, ପଢେଇବା ମାମଲାରେ ଆଗକୁ ଗତି କରିବେ। ପ୍ରେମ ରୋମାନ୍ସରେ ପ୍ରସନ୍ନତାର ଅନୁଭୂତି ଜାଗ୍ରତ ହେବ। ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିଜୟୀ ହେବେ। ପ୍ରତିକାର:- କୌଣସି ଜିନିଷ କାହାଠାରୁ ମାଗଣାରେ ବା ଦାନ ଗ୍ରହଣ କରନ୍ତୁ ନାହିଁ।

ଧନୁ:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ। ସାମାଜିକ କ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେଇ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ପିଲାମାନେ ପରୀକ୍ଷାରେ ସଫଳତା ପାଇବେ। ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତିହେବ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ଜାଗା, ଜମି, ଗୃହ, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ସହ ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବସହନଶୀଳତା ଯୋଗେ ପ୍ରଶଂସା ମିଳିବ। ଉଚ୍ଚଶିକ୍ଷାପାଇଁ ଆଶାୟୀଥିବା ଛାତ୍ରଛାତ୍ରୀମାନଙ୍କର ଆଶା ପୂରଣ କରି ପାରିବେ। ବ୍ୟବସାୟ କ୍ଷେତ୍ରରେ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦା ଜନକ ପରିସ୍ଥିତି ସୃଷ୍ଟି କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ବ୍ୟବହାର କୁଶଳତାକୁ ଆଧାରକରୀ ନିମ୍ନବର୍ଗର ସହାୟତା ପ୍ରାପ୍ତିହେବା ଫଳରେ ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି କୋର୍ଟ କଚେରୀ ମାମଲା ଓ କର୍ମକ୍ଷେତ୍ରରେ ସମସ୍ତଙ୍କ ମେଳରେ ରହି ସୁଖସନ୍ତୋଷରେ ସମୟକଟିବ। ବ୍ୟବସାୟ କ୍ଷେତ୍ରରେ ଆୟ ଉତ୍ତମ ହେବ। ବନ୍ଧୁ ବାନ୍ଧବଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। ନିଜର କ୍ରୋଧଉପରେ ନିୟନ୍ତ୍ରଣ ନ ରଖିଲେ ଆର୍ଥିକ ସ୍ଥିତିରେ ବାଧା ହେବା ସହ ଶତୃ ବୃଦ୍ଧି ହେବେ। ରାଜନୀତି କ୍ଷେତ୍ରରେ ବିରୋଧୀଙ୍କୁ ପରାସ୍ତ କରିବାରେ ସଫଳହେବେ। ଇଲୋଟ୍ରନିକ୍ସମିଡିଆ ଓ ପ୍ରିଣ୍ଟମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧିହେବ। ଅଧିକ ଧନରତ୍ନ ସହିତ ଏକୁଟିଆ ଚଳପ୍ରଚଳ ହେବା ନିରାପଦ ନୁହେଁ। ଗୁରୁଗୁରୁଜନ ମାନଙ୍କର ଆଶୀର୍ବାଦ ଲାଭକରିବେ। ଭାତୃବିବାଦ, ଅଯଥାଧନଖର୍ଚ୍ଚ, ଶତ୍ରୁମାନେ ବିପଦରେ ପକେଇବା ପାଇଁ ଚେଷ୍ଟା କରିବେ। ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇବା ଫଳରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୋଇପାରେ। ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ଶ୍ଣେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳି ପାରେ। ପ୍ରତିକାର:- ଗୋମାତାକୁ ପ୍ରତ୍ୟେକଦିନ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ସୁଯୋଗ ହାତ ପାହାନ୍ତାରେ ପାଇ ସଫଳତା ମିଳିବ। ସରକାରୀ କର୍ମଚାରୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ନ୍ୟାୟ ବାଟରେ ଚାଲିଲେ କ୍ରମଶଃ ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧିହେବ। ଦାମ୍ପତ୍ୟସୁଖରେ ଆନନ୍ଦ ପାଇବେ। ଯୁକ୍ତିତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ। ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବା ଫଳରେ ଉଚ୍ଚଶ୍ରେଣୀ ପାଇବେ। ପାରିବାରିକ କ୍ଷେତ୍ରରେ କିଛି ଭୁଲ ବୁଝାମଣା ଯୋଗୁ ମାନସିକ ଦ୍ଵନ୍ଦ ଭିତରେ ଗତି କରିବେ। କଠିନ ପରିଶ୍ରମ କରିବା ଯୋଗୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ନିଜ ଲୋକମାନେ ପରଭଳି ବ୍ୟବହାର କରିବେ। ହଠାତ୍ ଉଡ଼ା ଖବରର କୌଣସି ଘଟଣା ମନକୁ ବିବ୍ରତ କରିବ। ଶତୃମାନେ କ୍ଷତି କରିବାକୁ ଚେଷ୍ଟା କରିବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର: ପ୍ରତ୍ୟେକ ଦିନ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଭାଗ୍ୟର ପ୍ରବଳତାହେତୁ ସମସ୍ତକାର୍ଯ୍ୟ ସହଜ ସରଳରେ ପୂର୍ଣ୍ଣହେବ। ବ୍ୟବସାୟୀ ମାନଙ୍କର ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ହେବ ଓ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଆବଶ୍ୟକ ଅର୍ଥପ୍ରାପ୍ତି, ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କଋଣ ଆଦି ପ୍ରାପ୍ତିହେବ। କର୍ମକ୍ଷେତ୍ରରେ ପଦୋନ୍ନତି ଇଚ୍ଛିତସ୍ଥାନରେ ସ୍ଥାନାନ୍ତରଣ, ବିଭାଗିୟ ଅଧିକାରୀ କିମ୍ବା ସହକର୍ମୀଙ୍କସହ ମଧୁରସମ୍ପର୍କ ସ୍ଥାପନହେବ। ଶତୃମାନେ ପରାଜିତ ହୋଇ ମିତ୍ରତା ଆଚରଣ କରିବେ। ଆର୍ଥିକ କ୍ଷେତ୍ରରେ  ଉନ୍ନତି, ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପୁତ୍ରରତ୍ନ ପ୍ରାପ୍ତିହେବ ଓ ସନ୍ତାନ ସୁଖ ପ୍ରାପ୍ତି ନତୁବା ତତୁଲ୍ୟ ନୂତନଗୃହ, ନୂତନଯାନ, ନୂତନବ୍ୟବସାୟ, ନୂତନଜାଗା ଜମି ପ୍ରାପ୍ତିହେବ। ରାଜନୈତିକ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରି ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ଛାତ୍ରଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ। ପ୍ରେମିକପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ବାଦବିବାଦ, କୋର୍ଟକଚେରୀ ମାମଲାରେ ବିଜୟୀ ହେବେ। ମାଆ ବାପାଙ୍କ ଠାରୁ ସହଯୋଗ ପାଇ ପରିବାର କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହେବ। ପ୍ରତିକାରଷଣ୍ଢକୁ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!