ଶନିବାର ମହାଉପାୟ… ଶବିବାର ଦିନ କେଉଁ କର୍ମ କରିବେ ଓ କଣ କରିବେ ନାହିଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେଉଁ ବାରରେ କେଉଁ କର୍ମକଲେ ଶୁଭ ହେବ ଆସନ୍ତୁ ଜାଣିବା- ଶୁକ୍ରବାର, ସୋମବାର, ବୁଧବାର ଓ ଗୁରୁବାର ଏହି ଚାରି ବାର ସମସ୍ତ ଶୁଭକର୍ମରେ ପ୍ରଶସ୍ତ ଏବଂ ରବିବାର, ମଙ୍ଗଳବାର ଓ ଶନିବାର ଏହି ତିନିବାର କେତେକ କାର୍ଯ୍ୟରେ ଶୁଭ ହେବ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ ଅନୁକୂଳତାରେ ପରିବର୍ତ୍ତନ ହୋଇଥାଏ । ଶନିବାର କର୍ମ ନିର୍ଣ୍ଣୟ- ଲୌହାଦି ଧାତୁକ୍ରୟ, ଯଜ୍ଞହୋମାଦି କର୍ମ ଆରମ୍ଭ ବା ଶେଷ, ଯୁପକାଷ୍ଠ ନିର୍ମାଣ, ଗୃହ ପ୍ରବେଶ କର୍ମ, ହସ୍ତୀ ଅଶ୍ୱାଦି ଆରୋହଣ ବା ଯାନବାହନ କ୍ରୟ ଓ ଚାଳନ ।

ଗ୍ରାମ ମଧ୍ୟେ ପ୍ରବେଶ, ନଗରପୁର ପ୍ରବେଶ ଏବଂ ପୁରାଣପଠନ କର୍ମ ସଂପୂର୍ଣ୍ଣ, ଦାସକର୍ମ ପ୍ରଭୃତି ବା ନୂତନ କର୍ମରେ ଯୋଗଦେବା ପାଇଁ ଶନିବାର ପ୍ରଶସ୍ତ । ଶନିବାର ଦିନ କଣ କରିବ- ଏହି ବାରରେ ବୈଷୟିକ ବିଦ୍ୟା, ହସ୍ତଶିଳ୍ପ, ଯନ୍ତ୍ରପାତି ସମ୍ବନ୍ଧିତ ଜ୍ଞାନ, ଇଂରାଜୀ, ଉର୍ଦ୍ଦୁ, ପାର୍ସି ଆଦି ଭାଷା ଶିଖିବା, ତେଲ ଲଗାଇବା ଓ ମୋକଦ୍ଦମା କାର୍ଯ୍ୟ କରିଲେ ଶୁଭ ହୁଏ ।

କର୍ମବ୍ୟବସାୟ ସମ୍ବନ୍ଧିତ- ଯନ୍ତ୍ରପାତି, ଲୁହା, କାଠ, ଚମଡା, ସିମେଣ୍ଟ, ତେଲ, ପେଟ୍ରୋଲ, ପଥର, ଭୂମି ଚୁକ୍ତିନାମା, ଅସ୍ତ୍ର ଶସ୍ତ୍ର କ୍ରୟ ବିକ୍ରୟ, ଅଧସ୍ତନ କର୍ମଚାରୀ, ଯାନ ବାହନ ବ୍ୟବହାର, ବିଦେଶ ଯାତ୍ରା ଆଦି କରିଲେ ଶୁଭ ହୁଏ । ୮- ଶନିବାର ଦିନ ଯିବା ସମୟରେ ଖଣ୍ଡେ ଅଦା ସହିତ ଘିଅ ମିଶାଇ ଖାଇକରି ଯିବା ଉଚିତ୍ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!