ବାୟବ୍ୟମୁଖୀ ଦ୍ଵାର ଥିବା ଗୃହ:– ଏହି କୋଣରେ ମୁଖ୍ୟ ଦ୍ଵାର ଅଛି କି ? ଜାଣନ୍ତୁ ଶୁଭ ନା ଅଶୁଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାୟବ୍ୟମୁଖୀ ଦ୍ଵାର ଥିବା ଗୃହ:– ବାୟବ୍ୟ ଦିଗରେ ସଡ଼କ ଥିଲେ ଗୃହର ମୁଖ୍ୟ ଦ୍ଵାର ବାୟବ୍ୟ କୋଣରେ କରିବାକୁ ପଡିଥାଏ । ଏଭଳି ବାସ୍ତୁରେ ଗୃହନିର୍ମାଣ କରିବା ବେଳେ ବାସ୍ତୁ ନିୟମ ପାଳନ କରିବା ସହିତ ଶୁଭ-ଅଶୁଭ କଥାକୁ ମଧ୍ୟ ବିଚାରକୁ ନେବା ଉଚିତ୍ । ସବୁ ଦିଗକୁ ଲକ୍ଷ କରି ଦ୍ଵାର ନିର୍ମାଣ କରିଥିଲେ ସମସ୍ତ ବିପଦକୁ ଟାଳିଦେଇ ହବ । ବାୟୁକୋଣରେ ଦ୍ଵାର ଅତ୍ୟନ୍ତ ଅଶୁଭ ହୋଇଥିବାରୁ ଏବଂ ଯଦି ଦ୍ଵାରବେଧ ରହୁଥାଏ କିମ୍ବା ଭୁଲ ଭାଗରେ ଦ୍ଵାର ନିର୍ମାଣ କରିଥାନ୍ତି ତେବେ ବିପଦର ସମ୍ମୁଖୀନ ହେବାକୁ ପଡିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଦ୍ଵାରବେଧ କଣ ଭୁଲ୍ ଭାଗ କାହାକୁ କହନ୍ତି ସେବିଷୟରେ ଜାଣିବା ଓ କଣ ବାସ୍ତୁ ଜ୍ଯୋତିଷ ଉପଚାର କଲେ ଭୁଲ୍ ତୃଟିକୁ ସୁଧାରୀ ପାରିବା ଆସନ୍ତୁ ଜାଣିବା । ଦ୍ଵାର ବେଧ- ଯଦି ଦ୍ଵାର ସାମ୍ନାରେ ତ୍ରିଛକିରାସ୍ତା, ବଡବୃକ୍ଷ, କୂଅ ପୋଖରୀ, ଉଚ୍ଚାଖମ୍ବ, ଦେବା ଦେବୀ ମନ୍ଦିର ଥିଲେ ଦ୍ଵାରର ବେଧ ହୋଇଥାଏ ଏହା ଅଶୁଭ ହେବ । କିନ୍ତୁ ଘରର ଉଚ୍ଚତା ଯେତେଫୁଟ ଥିବ ସେତିକି ଫୁଟ ଦୂରତାରେ ଉକ୍ତ ପଦାର୍ଥ ଦ୍ଵାର ସାମ୍ନାରେ ଥିଲେ ବେଧ ଦୋଷ ଲାଗେ ନାହିଁ । ବେଧଫଳ- ତ୍ରିଛକି କିମ୍ବା ଚାରିଛକି ରାସ୍ତାରେ ବେଧ ହେଲେ ଗୃହ ସ୍ଵାମୀଙ୍କ ଉନ୍ନତିରେ ବାଧାଆସେ ।

ବୃକ୍ଷ ବେଧରେ ସନ୍ତାନ କଷ୍ଟ, ଦ୍ଵାର ପାଖରେ ନର୍ଦମା ବା ଆବର୍ଜନା ରହିଲେ ରୋଗଶୋକ, କୂଅ ସାମ୍ନାରେ ରହିଲେ ଅଚିହ୍ନା ରୋଗ ହୁଏ, ଦେବତାଙ୍କ ମୂର୍ତ୍ତି ବା ମନ୍ଦିର ରହିଲେ ରୋଗ, ରୁଣ, ସତୃଙ୍କ ଦ୍ଵାରା ପୀଡା, ଖମ୍ବ ରହିଲେ ମାନସିକ ଦୁଶ୍ଚିନ୍ତା ଲାଗିରୁହେ ଓ ଶିକ୍ଷାକେନ୍ଦ୍ର, ଦୋକାନ ଆଦି ସାମ୍ନାରେ ରହିଲେ ବାଦବିବାଦ, ମାଲିମୋକଦ୍ଦମା ଲାଗି ରହିଥାଏ । ବ୍ୟବସାୟ ଗୃହ ନିର୍ମାଣ କଲେ ଏଭଳି ସ୍ଥଳେ ସପ୍ଲାଇ, ପ୍ଲାଷ୍ଟିକ, ଅଫିସ୍, ସାନିଟାରି, ଲୁହାଲକଡି, କୋଇଲା, କୁକୁଡା, ଛେଳି, ଘୁଷୁରି, ଗନ୍ଧତେଲ, ଗାଡିମୋଟର, ପଥରମୂର୍ତ୍ତି, ସମସ୍ତ ପ୍ରକାରପଥର ଓ ଲୁହାଦ୍ରବ୍ୟ, କଳକାରଖାନା, ଅଗରବତୀ, ଚାନ୍ଦି ଓ ଚମଡାଦ୍ରବ୍ୟ ବ୍ୟବସାୟରେ ଅଧିକ ଲାଭ ପାଇବେ ଓ ସମସ୍ତ ବ୍ୟବସାୟ କେନ୍ଦ୍ର ମଧ୍ୟ କରି ପାରିବେ ।

ବାୟୁ କୋଣ ଦ୍ଵାର = ୧- ଅସୁର-ବୃଦ୍ଧି । ୨-ଶେଷ- ଦ୍ରବ୍ୟ ହାନୀ । ୩- ପାପ- ରୋଗ । ୪- ରୋଗ -ବଧ ବା ବନ୍ଧନଭୟ । ୫-ରୋଗ-ବଧ ବା ବନ୍ଧନଭୟ । ୬- ଅହିର୍ବୁଧ୍ନ- ଶତୃ ବୃଦ୍ଧି । ୭- ମୁଖ୍ୟ ସନ୍ତାନଲାଭ । ୮- ଭଲ୍ଲାଟ- ସମ୍ପତ୍ତିଲାଭ । ଶାସ୍ତ୍ରରେ ଅଛି –ଦକ୍ଷିଣ ଦରଜା ରଜା, ଉତ୍ତର ତାହାର ପ୍ରଜା, ପୂରୁବେ ପାଇବ ମଜ୍ଜା, ପଶ୍ଚିମେ ଭୋଗିବ ସଜ୍ଜା । ବାୟୁ କୋଣରେ ଦ୍ଵାର କରିବାକୁ ପଡୁଥିବା ଗୃହର ମୁଖ୍ୟ ପ୍ରବେଶ ଦ୍ୱାରକୁ, ପଶ୍ଚିମଦିଗରୁ ଉତ୍ତରଦିଗ ପର୍ଯ୍ୟନ୍ତ ଫିତା ପକାଇ ମାପି ଯେତେ ଫୁଟ ହେବ ତାହାକୁ ଆଠ ଭାଗ କଲା ପରେ ପ୍ରଥମ, ସପ୍ତମ ଓ ଅଷ୍ଟମ ଭାଗରେ ବାସ ଗୃହର ମୁଖ୍ୟ ଦ୍ୱାର କଲେ ସାଧାରଣ ଶୁଭ ଫଳ ମିଳିଥାଏ । ଅନ୍ୟ ଭାଗ ମାନଙ୍କରେ ଯଦି ମୁଖ୍ୟ ଦ୍ୱାର କରନ୍ତି ତେବେ ରୋଗରେ ଘାଣ୍ଟି ହେବେ, ଧନହାନୀ ଘଟିବ ଓ ଗୃହର ଶାନ୍ତି ନଷ୍ଟ ହେବ ।

ବିଭିନ୍ନ ପ୍ରକାର ବାଧା ଉପୁଜିବା ଫଳରେ ଗୃହକୁ ବିକ୍ରି କରିବାକୁ ପଡେ ଓ ଦୁଃଖ ଶୋକରେ ଦିନ କଟିଥାଏ । ୧ । ବାୟବ୍ୟ କ୍ଷେତ୍ର ନୈଋତ ଏବଂ ଆଗ୍ନେୟ କ୍ଷେତ୍ର ଅପେକ୍ଷା ନୀଚା ରଖିବେ ଓ ଐଶାନ୍ୟ କ୍ଷେତ୍ରଠାରୁ ଉଚ୍ଚା ରଖିବ । ଏହା ଶୁଭଫଳ ପ୍ରଦାନ କରେ । ଅନ୍ୟଥା ଶତ୍ରୁତା ଓ ରୋଗ ଦେଖାଯାଏ । ୨ । ବାୟବ୍ୟ କୋଣ ସୁଦ୍ଧ ଓ ବାସ୍ତୁଦୋଷ ରହିତ ରଖିବେ । ଏହା ଶୁଦ୍ଧ ରହିଲେ ଯଶ, ପ୍ରତିଷ୍ଠା ଓ ଭୂମି ଲାଭ ହୁଏ । ଦୋଷଯୁକ୍ତ ହେଲେ ଶତ୍ରୁ ଅଧିକ ହୁଅନ୍ତି । ୩ । ବାୟବ୍ୟ କ୍ଷେତ୍ରରେ କୂଅ, ଖାଲ ଆଦି ରଖିବେ ନାହିଁ ।

୪ । ବାୟବ୍ୟ କ୍ଷେତ୍ରରେ ଶୌଚାଳୟ କରିପାରନ୍ତି । କିନ୍ତୁ ସେପ୍ଟିକ୍ ଟ୍ୟାଙ୍କ୍ ଉତ୍ତର କୋଣ ଆଡକୁ ମଡେଇ କରିବା ଉଚିତ୍ । ୫ । ଘରର ପାଣି ଉତ୍ତର କୋଣରେ ବାହାରକୁ ଯିବା ଦରକାର । ଅଶୁଭକାରକ ତଥ୍ୟ :୧ । ବାୟବ୍ୟ କୋଣକୁ ବନ୍ଦ କରିବେ ନାହିଁ । ଢ଼ାଙ୍କି ରଖିବେ ନାହିଁ । ଏଭଳି କଲେ ଦୁର୍ଘଟଣା ଓ ଦୁଃଖକଷ୍ଟର ସମ୍ମୁଖୀନ ହେବାକୁ ପଡ଼େ । ୨ । ବାୟବ୍ୟକୋଣର ବିସ୍ତାର କରିବେ ନାହିଁ । ଏଭଳି କଲେ ମୋକଦ୍ଦମା ଓ ଅଗ୍ନିଭୟ ଦେଖାଦେବ । ଉପରୋକ୍ତ ଆଠ ପ୍ରକାର କ୍ଷେତ୍ରରେ ଗୃହନିର୍ମାଣର ସବିଶେଷ ଜ୍ଞାନ ପ୍ରଦାନ କରାଗଲା ।

ଉପଯୁକ୍ତ ଗୃହନକ୍ସା ନେଇ ଗୃହନିର୍ମାଣ ସମୟରେ ଏସବୁ ଉପଯୋଗ କଲେ ସୁଖ ଓ ସମ୍ପନ୍ନତା ପ୍ରାପ୍ତ ହେବ । ଏହାର ବ୍ୟତିକ୍ରମରେ ଗୃହ ନିର୍ମାଣ କରିଥିଲେ ସମ୍ପୂର୍ଣ୍ଣ ବାସ୍ତୁ ଯନ୍ତ୍ର ଗୃହରେ ସ୍ଥାପନ କରି ପ୍ରତ୍ୟେକ ଦିନ ମାଟି ଦୀପରେ ତେଜଣା ପାଇଁ ଲୁହାକଣ୍ଟାଟିଏ ପକାଇ ପଚାଶଗ୍ରାମ୍ ଶୋରିଷତେଲ ଦେଇ ଆଙ୍ଗୁଠିମୋଟର ବଳୀତା ପକାଇ ଦୀପ ଜାଳିବେ ଦିନକୁ ଥରେ ଓ ବାସ୍ତୁ କ୍ୟାସେଟ୍ ବଜାଇଲେ ଗୃହର ସମସ୍ତ ଦୋଷ ଖଣ୍ଡନ ହେବ । ଏହି ଯନ୍ତ୍ର ପାଖରେ ୧ଠଠ ଦିନ ପର୍ଯ୍ୟନ୍ତ ଦୀପ ଜାଳିଲା ପରେ ଯନ୍ତ୍ର କାର୍ଯ୍ୟକାରୀ ହେବ ଏବଂ ୧୦୦ଦିନ ପରେ ପ୍ରତ୍ୟେକ ମାସର ଆମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି, ଅଷ୍ଟମୀ ଓ ଚତୁର୍ଥୀ ତିଥିରେ ସାମାନ୍ୟ ତେଲ ଦେଇ ଦୀପ ଜାଳିବାକୁ ପଡିବ । ଅଶୌଚ ସମୟରେ ଦୀପ ଦେବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!