ଦୈନିକ ରାଶିଫଳ: 26 ନଭେମ୍ବର 2021, ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି ରାଶିଙ୍କ ଘରକୁ ହେବ ଧନର ଆଗମନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ନଭେମ୍ବର ମାସ ୨୬ ତାରିଖ, ଶୁକ୍ରବାର, ବିଛାମାସ ୧୧ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟରାଶିରେ ଚନ୍ଦ୍ର । ବ୍ରହ୍ମଯୋଗ, ସକାଳ ୮ଟା ୧ମିନିଟ୍ ଗତେ ଇନ୍ଦ୍ରଯୋଗ । ବିଷ୍ଟି କରଣ, ସନ୍ଧ୍ୟା ୫ଟା ୧୮ମିନିଟ୍ ଗତେ ବବ କରଣ । ବିଛା, ଧନୁ, ମୀନ ରାଶିର ଘାତବାର । ତାଳ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ପ୍ରାତଃ ୫ଟା ୪୩ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ସକାଳ ୮ଟା ୪୯ମିନିଟ୍ ରୁ ୧୦ଟା ୧୧ମିନିଟ୍, ଦିବା ୧୦ଟା ୧୧ମିନିଟ୍ ରୁ ଦିବା ୧୧ଟା ୩୩ମିନିଟ୍, ରାତ୍ରି ୮ଟା ୧୮ମିନିଟ୍ ରୁ ରାତ୍ରି ୯ଟା ୫୬ମିନିଟ୍ । ଶୁଭସମୟ- ସକାଳ ୬ଟା ୬ମିନିଟ୍ ରୁ ୬ଟା ୪୮ମିନିଟ୍, ସକାଳ ୭ଟା ୩୪ମିନିଟ୍ ରୁ ୮ଟା ୪୮ମିନିଟ୍, ଦିବା ୧୧ଟା ୫୬ମିନିଟ୍ ରୁ ୨ଟା ୪୯ମିନିଟ୍, ଦିବା ୩ଟା ୩୫ମିନିଟ୍ ରୁ ସନ୍ଧ୍ୟା ୫ଟା ୧ମିନିଟ୍, ସନ୍ଧ୍ୟା ୫ଟା ୫୫ମିନିଟ୍ ରୁ ରାତ୍ର ୮ଟା ୧୭ମିନିଟ୍, ରାତ୍ର ୧୨ଟା ୧ମିନିଟ୍ ରୁ ରାତ୍ର ୧ଟା ୪୩ମିନିଟ୍, ରାତ୍ର ୨ଟା ୩୮ମିନିଟ୍ ରୁ ରାତ୍ର ୪ଟା ୨୦ମିନିଟ୍ ।

ମେଷ:-ଶାରୀରିକ ପିଡ଼ା ଦୂରେଇ ଯାଇ ଆର୍ଥିକସ୍ଥିତି ମଜବୁତ୍ ହେବ । ବିଦ୍ୟାର୍ଥିମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ । ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବେ । ଅଚାନକ ଯାତ୍ରା ଫଳରେ ବିଶେଷ ଉପକୃତ ହେବେ । ଅଟକିଥିବା ଧନ ସହଜରେ ପ୍ରାପ୍ତ ହେବା ସହ ବ୍ୟବସାୟରେ କର୍ମଚାରୀ ମାନଙ୍କୁ ଭରସା କଲେ ପ୍ରବଳ ଲାଭବାନ ହେବେ । ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ବୃଦ୍ଧି ପାଇବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ । ଅଟକିଥିବା କାର୍ଯ୍ୟ କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହେବ । କୋର୍ଟ କଚେରୀରେ ସଫଳତା ମିଳିବ । ଶତୃ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ । ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବା ସହ ଆୟ ଉପାର୍ଜନ ବୃଦ୍ଧି ପାଇବ । ଭାଗୀଦାରି ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ । ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ:-ରାଜନୀତିରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ । କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ବ୍ୟବସାୟରେ ଦୁଃସ୍ଥିତିର ସମସ୍ୟା ଅନେକାଂଶରେ ହ୍ରାସ ପାଇବ ଓ କିଛି ନୂତନ ଯୋଜନା ମିଶାଇବା ଫଳରେ ବିଶେଷ ଲାଭବାନ୍ ହେବେ । ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ପାରିବାରିକ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କର୍କଟ:-ସବୁଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ । ନୂତନକର୍ମ ନିଯୁକ୍ତି ପାଇବେ । ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହେବେ । ଅଭାବ-ଅନାଟନ ଦୂର ହୋଇ ଆର୍ଥିକସ୍ଥିତି ସନ୍ତୋଷ ପ୍ରଦ ହେବ । ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇ ଆୟ ବୃଦ୍ଧି ପାଇବ । ଦୂର ଯାତ୍ରାକରି ଉଦ୍ଵେଶ୍ୟ ପୂର୍ଣ୍ଣ କରି ପାରିବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷାରେ ଜୟଯୁକ୍ତ ହେବେ । ଦେଇଥିବା ଧନ ଫେରି ପାଇବା ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:-ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ କରିବେ । ଶାରୀରିକ ପିଡ଼ା, ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ ଓ ଶରୀର ସୁସ୍ଥ ରହିବ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ । ବକେୟା ଅର୍ଥ କିଛି ମିଳିବ । ବିଦ୍ୟାର୍ଥି ମାନେ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନୀତିରେ କୃତକାର୍ଯ୍ୟ ହେବେ । ବ୍ୟବସାୟ ବୃଦ୍ଧି ପାଇ ଲାଭାଂଶ ଉପରେ ସୁ ପ୍ରଭାବ ପଡିବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କନ୍ୟା:-ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯାଇ ଜନ ସମ୍ପର୍କ ବୃଦ୍ଧି ପାଇବ । ଯେ କୌଣସିକାର୍ଯ୍ୟରେ ହାତଦେଲେ ସଫଳହେବେ । ନୂତନକର୍ମ ପ୍ରାପ୍ତି ଓ କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତର ଯୋଗ ଅଛି । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ରାଜନେତା ମାନଙ୍କର ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-ଶତ୍ରୁନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ନକାରାତ୍ମକ ଦ୍ରବ୍ୟକୁ ତ୍ୟାଗକରି ସକାରାତ୍ମକ ଦ୍ରବ୍ୟକୁ ଗ୍ରହଣକରି ଆଗକୁ ବଢିବାର ପ୍ରୟାସ କରିବେ । ଦୀର୍ଘଦିନ ଧରି ପଡିରହିଥିବା ଯୋଜନା ସାର୍ଥକହେବ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ସହକର୍ମିଙ୍କ ସହଯୋଗ ଫଳରେ କର୍ମକ୍ଷେତ୍ରରେ ଲାଭମିଳିବ । ଦେହମନ ଭଲ ରହିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ସମସ୍ତ ବାଧାକୁ ଭ୍ରୂକ୍ଷେପ ନକରି ସଂଘର୍ଷ କରି ଆଗକୁ ବଢି ପାରିବେ । ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଲାଭବାନ ହେବେ । ପ୍ରତିଦ୍ୱନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ, ମାଲିମୋକଦ୍ଦମାରେ ସଫଳ ହେବେ । କର୍ମଚାରୀମାନେ ଅତ୍ୟଧିକ କଠିନ ପରିଶ୍ରମ ହେତୁ ଶାରୀରିକ ଓ ମାନସିକ କଷ୍ଟ ଭୋଗି ପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ଶିକ୍ଷା କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନସ୍ଥିତି ଅଟଳ ରଖି ପାରିବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସକଳ କାର୍ଯ୍ୟରେ ସଫଳ ହେବା ସହ ଗୃହବାହାନ ପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତିହୋଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ପ୍ରାପ୍ତି ହେବ । ରାଜନୀତିରେ ପଦ ପଦବୀ ଲାଭହେବା ସହ ନିଜ ପରିଶ୍ରମ ଓ ବୁଦ୍ଧି ବଳରେ ଆୟର ସ୍ରୋତକୁ ବୃଦ୍ଧି କରିପାରିବେ । ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ ଦୂରଯାତ୍ରାର ସୁଯୋଗ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:-ସରକାରୀ କ୍ଷେତ୍ରରେ ସୁବିଧା ସୁଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବୃଦ୍ଧି ପାଇବ । ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ବିଦ୍ୟାକ୍ଷେତ୍ରରେ ମନସନ୍ତୋଷ ହେବ ଓ ପ୍ରଶଂସିତ ହେବେ । ବ୍ୟବସାୟୀ ମାନଙ୍କ ପାଇଁ ଭଲ ଲାଭ ଦାୟକ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ମୀନ:- ମାଲିମୋକଦ୍ଦମାରେ ସମସ୍ୟା ସମାଧାନ ହୋଇ ମାନସମ୍ମାନ, ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବ୍ୟବସାୟୀଙ୍କର କଠିନ ପରିଶ୍ରମ କରିବା ଫଳରେ କାରବାରର ବୃଦ୍ଧି ହେବା ସହ ଗ୍ରାହକ ମାନଙ୍କ ସମ୍ପର୍କରେ ଉନ୍ନତି ହେବ । ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ପଡିପାରେ । ପ୍ରେମିକ ପ୍ରେମିକା ମାନଙ୍କର ମନ ଖୁସି ରହିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!