ଶନି–ମିଥୁନ ଓ ତୁଳା ରାଶିର ବ୍ୟକ୍ତିମାନଙ୍କୁ ଶନିଙ୍କ ସାଢେଷାତିରୁ ମିଳିବ ମୁକ୍ତି, ବଦଳିଯିବ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ ମାରକ ଗ୍ରହ ବୋଲି କୁହାଯାଏ । ସେ ଜାତକ ବ୍ୟକ୍ତିର କର୍ମର ଆଧାରରେ ଫଳ ପ୍ରଦାନ କରନ୍ତି । ଅର୍ଥ ଯିଏ ଭଲ କର୍ମ କରିବ ତାଙ୍କୁ ଶୁଭ ଫଳ ଓ ଯିଏ ମନ୍ଦ କର୍ମ କରିବ ତାଙ୍କୁ ଅଶୁଭ ଫଳ ପ୍ରଦାନ କରନ୍ତି । ସେଥିପାଇଁ ଶନିଦେବଙ୍କୁ ନ୍ୟାୟର ଦେବତା ଓ ଦଣ୍ଡାଧିକାରୀ କୁହାଯାଏ । ଶନି ଗ୍ରହ ଅନ୍ୟ ଗ୍ରହମାନଙ୍କ ଅପେକ୍ଷା ବହୁତ ଧୀର ଗତିରେ ଚଳନ୍ତି । ସେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଯିବା ପାଇଁ ଅଢେଇ ବର୍ଷ ସମୟ ନେଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେଉଁ କାରଣରୁ ଅଧିକ ଦିନ ପର୍ଯ୍ୟନ୍ତ ଶୁଭ ବା ଅଶୁଭ ପ୍ରଭାବ ପକାଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଏକା ଥରକେ ୫ଟି ରାଶି ଉପରେ ପ୍ରଭାବ ପକାନ୍ତି । ଶନିଦେବ ଯେଉଁ ରାଶିରେ ରୁହନ୍ତି ସେହି ସମୟରେ ହିଁ ୩ଟି ରାଶି ଉପରେ ସାଢେସାତି ଓ ୨ଟି ରାଶିରେ ଶନିଙ୍କ ଢେୟା ଚାଲିଥାଏ । ବର୍ତ୍ତମାନ ସମୟରେ ଶନି ଗ୍ରହ ମକର ରାଶିରେ ରହିଛନ୍ତି, ଯାହା କି ଧନୁ, ମକର ଓ କୁମ୍ଭ ରାଶିରେ ଶନି ସାଢେସାତି ଏବଂ ମିଥୁନ ଓ ତୁଳା ରାଶିରେ ଶନି ଢେୟା ଚାଲୁଅଛି । ଆସନ୍ତୁ ଜାଣିବା ଏହି ରାଶିମାନଙ୍କୁ କେବେ ମୁକ୍ତି ମିଳିବ ।

ମିଥୁନ ରାଶି-

ମିଥୁନ ରାଶିରେ ଶନିଙ୍କ ଅଢେୟା ୨୦୨୦ମସିହା ଜାନୁଆରୀ ୨୪ତାରିଖ ଠାରୁ ଚାଲୁଅଛି, ବର୍ତ୍ତମାନ ୨୦୨୨ମସିହା ଅପ୍ରେଲ ମାସ ୨୯ ତାରିଖରେ ଶନି ରାଶି ପରିବର୍ତ୍ତନ କରିବେ । ୨୦୨୨ ମସିହା ଅପ୍ରେଲ ମାସ ୨୯ ତାରିଖରେ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ ଯାହାକି ମିଥୁନ ରାଶିରୁ ଶନିଙ୍କ ଢେୟା ଦୂର ହୋଇଯିବ । ଏହାପରେ ପୁଣି ୨୦୨୨ମସିହା ଜୁଲାଇ ମାସ ୧୨ ତାରିଖରେ ଶନି ବକ୍ରୀ ହୋଇ ମକର ରାଶିରେ ପ୍ରବେଶ କରିବେ । ତେଣୁ ମିଥୁନ ରାଶିରେ ପୁଣି ଶନିଙ୍କ ଅଢେୟା ଆରମ୍ଭ ହେବ । ୨୦୨୩ମସିହା ଜାନୁଆରୀ ମାସ ୧୭ତାରିଖରେ ଶନି ମାର୍ଗୀ ହେବେ ତେଣୁ ମିଥୁନ ରାଶିରେ ଶନିଙ୍କ ଅଢେୟା ଦୂର ହେବ ।

ତୁଳା ରାଶି-

ତୁଳା ରାଶିରେ ଶନିଙ୍କ ଢେୟା ୨୦୨୦ମସିହା ଜାନୁଆରୀ ୨୪ତାରିଖ ଠାରୁ ଚାଲୁଅଛି । ଯେବେ ୨୦୨୨ମସିହା ଅପ୍ରେଲ ମାସ ୨୯ ତାରିଖରେ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ ତେଣୁ ତୁଳା ରାଶିରୁ ଶନିଙ୍କ ଅଢେୟା ଦୂର ହେବ । ଏହାପରେ କିଛି ସମୟ ପାଇଁ ଶନି ମକର ରାଶିରେ ଥାଇ ବକ୍ରୀ ହେଉଥିବାରୁ ତୁଳା ରାଶିରେ ପୁଣି ଶନିଙ୍କ ଅଢେୟା ଆରମ୍ଭ ହେବ । ୨୦୨୩ମସିହା ଜାନୁଆରୀ ମାସ ୧୭ତାରିଖରେ ତୁଳା ରାଶିରେ ଶନିଙ୍କ ଅଢେୟା ଶେଷ ହୋଇଯିବ ।

୩ଟି ରାଶିରେ ଶନିଙ୍କ ଶାଢେସାତି-

ଧନୁ ରାଶି-

୨୦୨୦ ମସିହା ଜାନୁଆରୀ ୨୪ତାରିଖରେ ଶନି ମକର ରାଶିରେ ବିରାଜମାନ କରିଛନ୍ତି । ତେଣୁ ଧନୁ, ମକର ଓ କୁମ୍ଭ ରାଶିରେ ଶନିଙ୍କ ଶାଢେସାତିର ପ୍ରଭାବ ପଡିଛି । ଧନୁ ରାଶିର ଜାତକରେ ଶନିଙ୍କ ଶାଢେସାତିର ଶେଷ ଚରଣ ଚାଲୁଅଛି । ଶନିଙ୍କ ଶାଢେସାତି ଯେ କୌଣସି ରାଶିରେ ୩ଟି ଚରଣରେ ପ୍ରଭାବ ପଡେ । ୨୦୨୩ ମସିହାରେ ଧନୁ ରାଶିରେ ଶନିଙ୍କ ଶାଢେସାତି ଶେଷ ହୋଇଯିବ ।

ମକର ରାଶି-

ମକର ରାଶିରେ ଶନିଙ୍କ ଶାଢେସାତି ଦ୍ଵିତୀୟ ଚରଣ ଚାଲୁଅଛି । ୨୦୨୫ମସିହାରେ ମକର ରାଶିରେ ଶନିଙ୍କ ଶାଢେସାତି ଶେଷ ହେବ । ଯେବେ ଶନି ମୀନ ରାଶିରେ ଗୋଚର ହେବେ ସେତେବେଳେ ମକର ରାଶି ଜାତକର ଶନିଙ୍କ ଶାଢେସାତିର ପ୍ରଭାବରୁ ମୁକ୍ତି ମିଳିବ ।

କୁମ୍ଭ ରାଶି-

ଶନି ମକର ରାଶିରେ ଗୋଚର ହେବା ଯୋଗେ କୁମ୍ଭ ରାଶିରେ ଶନିଙ୍କ ଶାଢେସାତି ପ୍ରଥମ ଚରଣ ଆରମ୍ଭ ହୋଇଛି । କୁମ୍ଭ ରାଶିରେ ଶନିଙ୍କ ଶାଢେସାତି ଚାଲୁଥିବାରୁ ଅନେକ ପ୍ରକାର ଚିନ୍ତା ଲାଗି ରୁହେ । ୨୦୨୮ମସିହା ଜାନୁଆରୀ ୨୩ତାରିଖରେ କୁମ୍ଭ ରାଶିରେ ଶନିଙ୍କ ଶାଢେସାତିର ପ୍ରଭାବରୁ ମୁକ୍ତି ମିଳିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!