ଦୈନିକ ରାଶିଫଳ: 17 ଜୁଲାଇ 2021, ଶନିଦେବଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜୁଲାଇ ମାସ ୧୭ ତାରିଖ, ଶନିବାର, କର୍କଟ ମାସ ୨ ଦିନ, ଆଷାଢ ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଚିତ୍ରା ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର, ଦିବା ୨ଟା ୬ମିନିଟ୍ ଗତେ ତୁଳା ରାଶିରେ ଚନ୍ଦ୍ର । ଶିବ ଯୋଗ ସକାଳ ୭ଟା ୨୩ମିନିଟ୍ ଗତେ ସିଦ୍ଧ ଯୋଗ, ବିଷ୍ଟି କରଣ ଦିବା ୩ଟା ୪୦ମିନିଟ୍ ଗତେ ବବ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ନଡିଆ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ରାତି ୨ଟା ୪୧ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭବେଳା- ପ୍ରାତଃ ୫ଟା ୨୦ମିନିଟ୍ ରୁ ୬ଟା ୫୮ମିନିଟ୍, ଦିବା ୪ଟା ୪୬ମିନିଟ୍ ରୁ ସନ୍ଧ୍ୟା ୬ଟା ୨୪ମିନିଟ୍ । ଦିବା ୧ଟା ୩୦ମିନିଟ୍ ରୁ ଦିବା ୩ଟା ୮ମିନିଟ୍ । ସନ୍ଧ୍ୟା ୬ଟା ୨୪ମିନିଟ୍ ରୁ ରାତି ୭ଟା ୪୬ମିନିଟ୍, ରାତି ୩ଟା ୫୯ମିନିଟ୍ ରୁ ୫ଟା ୨୧ମିନିଟ୍ । ଶୁଦ୍ଧଶୁଭସମୟ- ଦିବା ୧୦ଟା ୧୫ମିନିଟ୍ ରୁ ୧ଟା ୧୦ମିନିଟ୍, ରାତ୍ର ୮ଟା ୩୭ମିନିଟ୍ ରୁ ୧୦ଟା ୪୬ମିନିଟ୍, ରାତ୍ର ୧୨ଟା ୧୫ମିନିଟ୍ ରୁ ୧ଟା ୪୧ମିନିଟ୍ । ପର୍ବଦିନ- ପର୍ଶୁରାମାଷ୍ଟମୀ ।

ମେଷ:-ସ୍ୱାସ୍ଥ୍ୟ ଉତ୍ତମ ରହିବ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ । ଆକସ୍ମିକ ଧନପ୍ରାପ୍ତି ହୋଇ ଆର୍ଥିକସ୍ଥିତି ମଜବୁତ୍ ହେବ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ । ନୂତନକାର୍ଯ୍ୟ ଆରମ୍ଭକଲେ ସହଜ ସରଳରେ ପୂର୍ଣ୍ଣ ହେବ । ଧନ ଆଗମନର ନୂତନସ୍ରୋତ ଖୋଲିଯିବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ । ବାଦବିବାଦ, ଖେଳକୁଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । ଜାମିନି ମଧ୍ୟସ୍ଥତା ଠାରୁ ଦୂରତା ରକ୍ଷାକରନ୍ତୁ । ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ । ବ୍ୟବସାୟରେ ଭଲ ଲାଭ ପାଇ ଉଦ୍ଵେଶ୍ୟ ପୂର୍ଣ୍ଣ ହେବ ଓ ଆୟ ଉପାର୍ଜନରେ ବାଧା ନାହିଁ । ଗୃହସ୍ଥ ଜୀବନ ସୁଖମୟ ହେବ । ନୂତନ କର୍ମ ପାଇଁ ପ୍ରୟାସରତ ଥିଲେ ଶୁଭସୂଚନା ପାଇବେ । ପାଠ ପଢ଼ାରେ ମନଯୋଗ ଦେବେ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଧାର୍ମିକକାର୍ଯ୍ୟରେ ରୁଚି ବୃଦ୍ଧିହେବ । କେତେକ କାର୍ଯ୍ୟ ଅଧାରେ ଅଟକି ଯିବ । ସନ୍ତାନମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ:-ଦେଇଥିବା ଧନ ଫେରି ପାଇବା ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ । ନୂତନ ଯୋଜନାରେ ସଫଳତା ମିଳିବ । ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ମାନ ସମ୍ମାନ ବୃଦ୍ଧିହେବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଗଚ୍ଛିତଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ ଓ ସୌଭାଗ୍ୟଶାଳୀ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରିବେ । ଅସତ୍ୟଠାରୁ ଦୂରେଇ ରୁହନ୍ତୁ ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । କଠିନରୁ କଠିନତମ କାର୍ଯ୍ୟକୁ ଧୈର୍ଯ୍ୟରସହ ସମ୍ପାଦନ କରି ପାରିବେ । ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳହେବ । ଦୂରଯାତ୍ରାରେ କଷ୍ଟ ଅନୁଭବ କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । କୁଟୁମ୍ବ ଜନଙ୍କ ପାଇଁ ଚିନ୍ତିତ ରହିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କନ୍ୟା:-ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । କର୍ମଚାରୀମାନେ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । ପାରିବାରିକକ୍ଷେତ୍ରରେ ଅଶାନ୍ତି ଦେଖାଦେଇ ଦୂରେଇଯିବ । ଟେନ୍ସନ୍, ଡିପ୍ରେସନ୍ ଓ ବୈଚାରିକ ଅସ୍ଥିରତା ଭିତରେ ଗତି କରି ପାରନ୍ତି । ଖାଦ୍ୟପେୟ ନିୟନ୍ତ୍ରଣ ନକଲେ ସ୍ୱାସ୍ଥ୍ୟରେ ଅବନତି ହେବ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ତୁଳା:-ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କଷ୍ଟ ହେବ । କଥା ଓ ବ୍ୟବହାର ନିୟନ୍ତ୍ରଣ ନକଲେ ଲୋକ ସଂପର୍କରେ ବାଧା ଉପୁଯିବ । ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ନିଜ ଲୋକମାନେ ହିଁ କାମରେ ଆସିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ନୂତନକର୍ମ ସଂସ୍ଥାନ ରେ ନିଯୁକ୍ତି ପାଇବାର ଯୋଗ ରହିଛି । ସରକାରୀ କର୍ମଚାରୀଙ୍କର କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ଉତ୍ତମ ରୋଜଗାର ମିଳିବ । ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ବନ୍ଦ ହୋଇଥିବା ବେପାର ପୁଣି ଚାଲୁ କରି ପାରିବେ ଓ ପ୍ରଚୁର ଆୟ ହେବ । ନୂତନକାର୍ଯ୍ୟ ଆରମ୍ଭକଲେ ମାନସିକ ଶାନ୍ତି ପାଇବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ଓ ଅଧ୍ୟୟନରେ ଲକ୍ଷ୍ୟସ୍ଥଳରେ ପହଁଞ୍ଚିପାରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ଧନୁ:-ଶରୀର ସୁସ୍ଥ ରହିବ । ସରକାରୀ କର୍ମଚାରୀମାନଙ୍କର ସହକର୍ମୀ ମାନଙ୍କ ସହିତ ବିବାଦ ମେଣ୍ଟି ଯାଇ କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ । ବ୍ୟବସାୟରେ ବାକିଥିବା ଅର୍ଥପ୍ରାପ୍ତି ହୋଇ ଆର୍ଥିକକ୍ଷେତ୍ରରେ ଉନ୍ନତି ହେବ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ସାହିତ୍ୟ କଳା, ମଞ୍ଚ, ସିନେମା, ଚିତ୍ରକଳା ଓ କ୍ରିଡା ଆଦିରେ ସୁନାମ ଅର୍ଜନ କରିବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ପ୍ରତିକାର- ହଳଦୀରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ମକର:-ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ସ୍ୱାସ୍ଥ୍ୟ ସ୍ଥିତି ମଧ୍ୟମ ରହିବ । ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ । ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଛାତ୍ର-ଛାତ୍ରୀମାନେ ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହୋଇ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

କୁମ୍ଭ:-ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇ ଉଦ୍ଵେଶ୍ୟ ପୂର୍ଣ୍ଣ ହେବ । କର୍ମଚାରୀ ମାନେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବାଣୀ ଓ କ୍ରୋଧକୁ ଆୟତ୍ତ ନକଲେ ଧନହାନୀ ଓ ସ୍ୱାସ୍ଥ୍ୟହାନୀ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ସ୍ଥଗିତଥିବା କର୍ମଟି ପୂରଣ କରିବାକୁ ଚେଷ୍ଟା କରିବେ । ବନ୍ଧୁ ବାନ୍ଧବଙ୍କ ଦ୍ଵାରା ପାରିବାରିକ ସମସ୍ୟାର ସମାଧାନ ହେବ । ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!