ଶନି ସାଢେଷାତି: ଜାଣନ୍ତୁ କେବେ ଓ କେମିତି ଆରମ୍ଭ ହୋଇଥାଏ ଶନି ସାଢେଷାତି ଏହି ରାଶିଙ୍କ ଉପରେ ପଡେ ପପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହଙ୍କର ବିଶେଷ ମହତ୍ଵ ରହିଛି । ଏହି ଗ୍ରହମାନଙ୍କ ମଧ୍ୟରୁ ଶନି ଗ୍ରହଙ୍କର ଅଧିକ ମହତ୍ଵ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ କୃର ଗ୍ରହ ଭାବରେ ବିବେଚନା କରାଯାଇଛି । କିନ୍ତୁ ଶନି ଗ୍ରହ ବ୍ୟକ୍ତିର କାର୍ଯ୍ୟ ଉପରେ ନିର୍ଭର କରି ଶୁଭ ବା ଅଶୁଭ ଫଳାଫଳ ଦେଇଥାନ୍ତି । ଯଦି ଜାତକ କୁଣ୍ଡଳୀରେ ଶନି ଗ୍ରହ ଶକ୍ତିଶାଳୀ ହୋଇଥିବେ ତେବେ ଶୁଭଫଳ ମିଳିଥାଏ ଓ ଜୀବନରେ ଭଲ ପରିଣାମ ମିଳିଥାଏ । ଯଦି ଶନି ଗ୍ରହ ଦୁର୍ବଳ ହୋଇଥିବେ ତେବେ ଅଶୁଭ ଫଳ ଦିଅନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହା ବ୍ୟତୀତ ଶନି ଗ୍ରହ ଅନ୍ୟ ଗ୍ରହମାନଙ୍କ ଠାରୁ ମନ୍ଥର ଗତିଶୀଳ ହୋଇଥାନ୍ତି, ଯେଉଁ କାରଣରୁ ଶୁଭ ଅଶୁଭ ପରିଣାମ ବହୁତ ଦିନ ପର୍ଯ୍ୟନ୍ତ ଭୋଗ କରିବାକୁ ପଡିଥାଏ । ଶନି ଗ୍ରହ ଯେ କୌଣସି ରାଶିରେ ଅଢେଇ ବର୍ଷ ପର୍ଯ୍ୟନ୍ତ ରୁହନ୍ତି ପୁଣି ରାଶି ପରିବର୍ତ୍ତନ କରନ୍ତି । ଏହିଭଳି ୧୨ଟି ଯାକ ରାଶି ପରିବର୍ତ୍ତନ କରିବାକୁ ତାଙ୍କୁ ୩୦ବର୍ଷ ଲାଗିଥାଏ । ଶନିଙ୍କ ସାଢେସାତି, ଢେୟା ଓ ମହାଦଶା ଚାଲିଲେ ଜାତକକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଶନି ଗ୍ରହ ମକର ଓ କୁମ୍ଭ ରାଶିର ସ୍ଵାମୀ ଅଟନ୍ତି । ତୁଳା ରାଶି ଶନିଙ୍କ ଉଚ୍ଚ ଓ ମେଷ ରାଶି ଶନିଙ୍କ ନିଚ୍ଚ ବୋଲି କୁହାଯାଏ । ସେହିପରି ପୁଷ୍ୟା, ଅନୁରାଧା ଓ ଉତ୍ତରଭାଦ୍ରପଦ ନକ୍ଷତ୍ରର ମଧ୍ୟ ଶନି ଗ୍ରହ ସ୍ଵାମୀ ଅଟନ୍ତି ।

ଶନିଙ୍କ ସାଢେସାତି-

ଜାତକ କୁଣ୍ଡଳୀରେ ଚନ୍ଦ୍ର ଯେଉଁ ରାଶିରେ ଯେତିକି ଡିଗ୍ରୀରେ ବସିଥାନ୍ତି ସେଥିରେ ୪୫ଡିଗ୍ରୀରେ ଯେବେ ଶନି ଅତିକ୍ରମ କରନ୍ତି ସେତେବେଳେ ଶନିଙ୍କ ସାଢେସାତି ଆରମ୍ଭ ହୋଇଥାଏ । ୪୫ଦିଗରୀରେ ଅତିକ୍ରମ କରି ଚନ୍ଦ୍ରଙ୍କ ଠାରୁ ଆଗେଇଯାଇ ୪୫ଡିଗ୍ରୀରୁ ଦୂରକୁ ଯାଆନ୍ତି, ସେହି ପର୍ଯ୍ୟନ୍ତ ଶନିଙ୍କ ସାଢେସାତି ଚାଲେ । ସମୁଦାୟ ଏହି ସମୟ ସାଢେସାତ ବର୍ଷ ହୋଇଥାଏ । ଏହି କାରଣରୁ ସାଢେସାତି କୁହାଯାଏ । ଗୋଟିଏ ରାଶି ୩୦ ଡିଗ୍ରୀ ହୋଇଥାଏ । ଶନି ଗୋଟିଏ ରାଶିରେ ଅଢେଇ ବର୍ଷ ରୁହନ୍ତି । ଏହା ସହିତ ଚନ୍ଦ୍ରଙ୍କର ଦେଢ ଦେଢ ଦୁଇଟି ରାଶି ଅର୍ଥାତ୍ ୪୫ ଡିଗ୍ରୀ ପର୍ଯ୍ୟନ୍ତ ଭ୍ରମଣ କରି ସ୍ଥିତି ସୃଷ୍ଟି କରନ୍ତି । ଅର୍ଥାତ୍ ଅଢେଇ ଅଢେଇ ବର୍ଷ କରି ତିନିଟି ଭାଗ ତିନି ଭାଗ କଲେ ସାଢେସାତ ବର୍ଷ ହୋଇଥାଏ ।

ଧନୁ, ମକର ଓ କୁମ୍ଭ ରାଶିରେ ସାଢେସାତି-

ଶନି ଗ୍ରହ ବର୍ତ୍ତମାନ ମକର ରାଶିରେ ଗମନାଗମନ କରୁଛନ୍ତି । ଏହି ସମୟରେ ଧନୁ, ମକର ଓ କୁମ୍ଭ ରାଶିରେ ଶନିଙ୍କ ସାଢେସାତିର ପ୍ରଭାବ ପଡିଛି । ଏହି ସମୟରେ ମିଥୁନ ଓ ତୁଳା ରାଶିରେ ଶନିଙ୍କ ଢେୟା ମଧ୍ୟ ଚାଲିଛି । ୨୦୨୨ମସିହାରେ ଶନି ମକର ରାଶିରୁ ବାହାରି ନିଜସ୍ଵ ରାଶି କୁମ୍ଭ ରାଶିରେ ପ୍ରବେଶ କରିବେ । ଶନି କୁମ୍ଭ ରାଶିରେ ପ୍ରବେଶ କରିବା ମାତ୍ରେ ଧନୁ ରାଶିରୁ ଶନିଙ୍କ ସାଢେସାତି ଶେଷ ହୋଇଯିବ । କିନ୍ତୁ ଧ୍ୟାନ ଦେବାକୁ ହେବ ଯେ ୨୦୨୨ମସିହାରେ ଶନି ବକ୍ରୀ ହୋଇ ପୁଣି ମକର ରାଶିରେ ଗୋଚର କରିବେ । ମକର ରାଶିରେ ଶନିଙ୍କ ବକ୍ରୀ ଓ ମାର୍ଗୀ ହେତୁ କିଛି ସମୟ ପାଇଁ ଧନୁ ରାଶିରେ ସାଢେସାତିର ପ୍ରଭାବ ପଡିବ ।

୨୦୨୩ ମସିହାରେ ଧନୁ ରାଶିରେ ଶନିଙ୍କ ସାଢେସାତିର ପ୍ରଭାବ ଶେଷ ହୋଇଯିବ । ୨୦୨୫ ମସିହାରେ ମକର ରାଶିରେ ଶନିଙ୍କ ସାଢେସାତିର ପ୍ରଭାବ ଶେଷ ହୋଇଯିବ । ୨୦୨୮ ମସିହା ଜାନୁଆରୀ ମାସ ୨୩ତାରିଖରେ କୁମ୍ଭ ରାଶିରେ ଶନିଙ୍କ ସାଢେସାତିର ପ୍ରଭାବ ସଂପୂର୍ଣ୍ଣ ରୂପେ ଶେଷ ହୋଇଯିବ । ବର୍ତ୍ତମାନ କୁମ୍ଭ ରାଶିରେ ଶନିଙ୍କ ସାଢେସାତିର ପ୍ରଥମ ଚରଣ ଚାଲୁଅଛି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!