ମିଥୁନ ରାଶିରୁ କର୍କଟ ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ପଡିବ 12 ଟି ରାଶି ଉପରେ ପ୍ରଭାବ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା ୧୬ / ୭ / ୨୦୨୧ ମସିହା ଶୁକ୍ରବାର ଦିନ ମିଥୁନ ରାଶିରୁ କ-ର୍କ-ଟ-ରାଶିକୁ ରବି ସଂ-କ୍ର-ମ-ଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମ-ହା-ଗ୍ର-ହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମ କୁ-ଣ୍ଡ-ଳୀ-ରେ ଅନ୍ୟ ଗ୍ରହ ଯେଉଁ ପ-ରି-ସ୍ଥି-ତିରେ ରହିଲେ ମଧ୍ୟ ରବି ମ-ହା-ଗ୍ର-ହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରବି ମ-ହା-ଗ୍ର-ହ ତା ୧୬ / ୭ / ୨୦୨୧ ମସିହା ଶୁକ୍ରବାର ଦିନ ମିଥୁନ ରାଶିରୁ କ-ର୍କ-ଟରାଶିକୁ ରବି ସଂ-କ୍ର-ମ-ଣ କରି ଅଗଷ୍ଟ୧୭ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ରବି ମ-ହା-ଗ୍ର-ହ ଆ-ତ୍ମା-ର ପ୍ରତିନିଧିତ୍ୱ କରିଥାନ୍ତି । ସ୍ୱୟଂ ଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦପ୍ରତିଷ୍ଠା, ପିତାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ ପଦବୀ, ଯଶ, କୀର୍ତ୍ତି, ପ୍ରଶସ୍ତି, ଆ-ୟୁ, ରାଜା, ରାଜନୀତି, ମସ୍ତିସ୍କ, ହାଡ, ସ୍ୱାସ୍ଥ୍ୟ ଚିକିତ୍ସା, ହୃଦୟ, ଉ-ଋ, ପି-ତ୍ତ, ଚକ୍ଷୁ, ର-କ୍ତ ପ୍ରବାହ, ଗରମ ତଥା କ-ରେ-ଣ୍ଟ ଆଦିର କାରକ ସୂର୍ଯ୍ୟ ବା ରବି ମ-ହା-ଗ୍ର-ହ ଅଟନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ମେଷ:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଗୋଚରରେ ଚତୁର୍ଥ ଭାବରେ ଅବସ୍ଥାନ କରିବେ । ଏହା ସୁଖ, ବିଦ୍ୟା, ଗୃହ ଓ ମାତୃସ୍ଥାନ ହୋଇ ଥିବାରୁ ଆୟରେ ବୃଦ୍ଧି ହେବ, ସୁଖ, ସମ୍ପତ୍ତି ପ୍ରାପ୍ତ ହେବ । ମାନସିକ ଓ ଶାରୀରିକ ରୂପରେ ମଜବୁତ୍‌ ରହିବ । ରାଜନୀତିରେ କଠିନରୁ କଠିନ ପରିଶ୍ରମ କରି ଲଢ଼ିବାର ସାହାସ କରିବେ । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସ-ମ୍ବ-ନ୍ଧ ଦୃଢ଼ୀଭୂତ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତି, ବେତନବୃଦ୍ଧି ଓ ମାନସିକ ଚି-ନ୍ତାରୁ ମୁକ୍ତି ମିଳିବ । ବ୍ୟାପାରରେ ବିସ୍ତାର ପାଇଁ କରଜ କରିବାକୁ ପଡିବ କିନ୍ତୁ ଠିକ୍‌ ସମୟରେ ଏହି କ-ର-ଜ ସୁଝିପାରିବେ । ଜାଗା, ଜମି, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ । କୌଣସି ନୂତନ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଗୋଚରରେ ତୃତୀୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆର୍ଥିକ କ୍ଷେତ୍ରରେ ଭାଇ ଭଉଣୀ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ପାରିବାରିକ କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପାଇବେ । ଯୋଜନା କରିଥିବା କାର୍ଯ୍ୟରେ ସଫଳ ହେବେ । ପ୍ରେମ ସ-ମ୍ବ-ନ୍ଧରେ ସା-ବ-ଧା-ନ ରହିବା ଜରୁରୀ । ଅଯଥା ଯୁକ୍ତିତର୍କ କରିଲେ ପ୍ରେମ ସ-ମ୍ବ-ନ୍ଧ-ରେ ସ-ମ-ସ୍ୟା ଦେଖାଯିବ । ଚାକିରୀ କ୍ଷେତ୍ରରେ ଯେଉଁମାନେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ କରି ପାରିବେ । ସନ୍ତାନଙ୍କ ତରଫରୁ ଶୁଭସମାଚାର ପ୍ରାପ୍ତ ହେବ । ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ପାଇବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମିଥୁନ:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଗୋଚରରେ ଦ୍ୱିତୀୟ ଭାବରେ ଅବସ୍ଥାନ କରିବେ । ଧନସ୍ଥାନ ହୋଇ ଥିବାରୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ । ଧନ ସମ୍ବନ୍ଧିୟ ସମସ୍ତ କାର୍ଯ୍ୟ ପୂରଣ ହେବ । କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ । ଆର୍ଥିକ କ୍ଷେତ୍ରରେ ସଫଳ ହୋଇ ନୂତନ ବ୍ୟବସାୟର ସୁଯୋଗ ପାଇବେ । ବ୍ୟବସାୟରେ ମନମୁତାବକ ଲାଭ ପାଇ ଭବିଷ୍ୟତ ଯୋଜନାରେ ନିବେଶ କରିବେ । କର୍ମଚାରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ପ୍ରଶଂସିତ ହେବେ ଓ ମାନସମ୍ମାନ, ପଦପ୍ରତିଷ୍ଠା ପ୍ରାପ୍ତ ହେବ । ବିଦ୍ୟାର୍ଥିମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ । ଯୋଗ, ଆଧ୍ୟାତ୍ମରେ କ୍ୟାରିଅର୍‌ ସଜାଡିବାର ବାଟ ଦେଖାଯିବ । ବନ୍ଧୁ ମିତ୍ର ଓ ପରିବାରଜନଙ୍କ ସହ ପିକ୍ନିକ୍ ପାଇଁ ଯାତ୍ରା କରିବେ । କୋ-ର୍ଟ, କ-ଚେ-ରୀ ମା-ଲି ମ-କ-ଦ୍ଦ-ମା, ବା-ଦ-ବି-ବା-ଦ-ରେ ସଫଳତା ମିଳିବ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।

କ-ର୍କ-ଟ:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଶାରୀରିକ ରୂପରେ ମଜବୁତ୍‌ ହେବ । ଚକ୍ଷୁ ଓ ମସ୍ତିଷ୍କ ସମ୍ବନ୍ଧିୟ ରୋଗରୁ ମୁକ୍ତି ମିଳିବ । ନିଜର ବ୍ୟବହାରକୁଶଳ ଓ କଥାବାର୍ତ୍ତା ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବାରେ ସଫଳ ହେବେ । କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ ଓ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ବାପା ମାଆଙ୍କ ଠାରୁ ସହଯୋଗ ପ୍ରାପ୍ତି ହୋଇ ସୁଖ ଶାନ୍ତି ମିଳିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନରେ ବୃଦ୍ଧି ହେବ । ଛାତ୍ର-ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସନ୍ତୁଷ୍ଟ ହେବେ । ନୂତନକର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ । ଯେଉଁ କାର୍ଯ୍ୟରେ ହାତ ଦେବେ ଠିକ୍ ନିର୍ଣ୍ଣୟ କରି ପାରିବେ । ବ୍ୟବସାୟରେ ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳତା ଭରପୂର ରହିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଗୋଚରରେ ଦ୍ୱାଦଶ ଭାବରେ ଅବସ୍ଥାନ କରିବେ । ତେଣୁ ଯାହା ଫଳରେ ଖର୍ଚ୍ଚବୃଦ୍ଧି ହେବ, କିନ୍ତୁ ଏହା ପରିବାରରେ ଜରୁରୀକାଳିନ କ୍ଷେତ୍ରରେ କିଛିଅର୍ଥ ବ୍ୟୟ କରିବାକୁ ପଡିବ । ଜଣେ ଅତି ପ୍ରିୟ ମିତ୍ରଙ୍କ ଠାରୁ ସହଯୋଗ ସାହାଯ୍ୟ ପାଇ ଯୋଜନା କରିଥିବା କାର୍ଯ୍ୟରେ ସଫଳ ହେବେ । କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ସହ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ନିଜ ଲୋକମାନେ ହିଁ କାମରେ ଆସିବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବା ଫଳରେ ମାନସିକ ଏକାଗ୍ରତା ବଜାୟ ରହିବ । ନୂଆ ନୂଆ ବ୍ୟବସାୟିକ ସଂ-ପ-ର୍କ-ସ୍ଥା-ପ-ନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିପାରେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଏକାଦଶ ଭାବରେ ଅବସ୍ଥାନ କରିବେ । ଏହା ଆୟସ୍ଥାନ ହୋଇଥିବାରୁ କନ୍ୟା ରାଶି ବ୍ୟକ୍ତିଙ୍କର ଆୟ ପ୍ରଚୁର ହେବା ଫଳରେ ବ୍ୟୟର ପରିମାଣ କମ୍‌ ଥିବାରୁ ପୁରୁଣା କରଜ ସୁଝି ପାରିବେ । ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବହୁତ ବଡ଼ ମୁନାଫା ଉଠେଇ ପାରିବେ । ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନ ପ୍ରିୟ, ଗୁଣିଜ୍ଞାନୀ, ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ସରକାରୀ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ ଓ ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ । ଦୂରଯାତ୍ରାର ସୁଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଦଶମ ଭାବରେ ଅବସ୍ଥାନ କରିବେ । ଏହା କାର୍ଯ୍ୟ ଓ ଅଜୀବିକା ସ୍ଥାନ ହୋଇଥିବାରୁ କ୍ୟାରିଅରରେ ପରିବର୍ତ୍ତନ ହେବ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, କର୍ମୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । ଯଦି ବିଦେଶ ଯିବାକୁ ଚାହୁଁଥାନ୍ତି ତେବେ ଆଶା ଅଭିଳାଷ ପୂରଣ ହୋଇ ପାରିବ । ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବ । ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ । ସନ୍ତାନମାନଙ୍କର ଶିକ୍ଷା, ଉଚ୍ଚଶିକ୍ଷା, ବିଦେଶ ଯାତ୍ରାର ମନସ୍କାମନା ପୂର୍ଣ୍ଣ ହେବ । ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ । ସେୟାର, ଲଟେରୀ ଆଦିରେ ଲାଭ ଅଧିକ ମିଳିବ । ନୂତନ ଉଦ୍ୟୋଗରେ ପଇସା ଖଟେଇବେ । ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ବିଚ୍ଛା:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ନବମ ଭାବରେ ଅବସ୍ଥାନ କରିବେ । ଏହା ଭାଗ୍ୟସ୍ଥାନ ହୋଇଥିବାରୁ ସବୁକାର୍ଯ୍ୟରେ ସଫଳତା ପାଇବେ । ନୂତନ କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିବ ଓ କାର୍ଯ୍ୟରେ ପ୍ରେରଣା ପାଇ ଉତ୍ସାହ ବୃଦ୍ଧି ହେବ । ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବା ଦ୍ଵାରା କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆଦର୍ଶ ସ୍ଥାନ ଗ୍ରହଣ କରିବେ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଛାତ୍ର ଛାତ୍ରୀମାନେ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧି ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କର୍ମସଂଧାନୀ ମାନେ ନୂତନ କର୍ମ ନିଯୁକ୍ତି ପାଇ ଖୁସି ହେବେ । ମାଲିମୋକଦ୍ଦମାରେ ଆଶାବାଦୀ ହେବେ । ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଦୂରେଇ ଯିବା ଫଳରେ ନିର୍ମାଣ ଧୀନ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ଧନୁ:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଗୋଚରରେ ଅଷ୍ଟମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ କେତେକ କ୍ଷେତ୍ରରେ ଅଶୁଭ ଫଳ ଭୋଗ କରି ପାରନ୍ତି । କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ । ନୂତନ ସମ୍ବନ୍ଧ, ମାଙ୍ଗଳିକ କାର୍ଯ୍ୟରେ ପ୍ରେରଣା ଓ ଉତ୍ସାହ ପ୍ରାପ୍ତି ହେବ । ରାଜନେତା ମାନେ ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ । କୌଣସି ପ୍ରିୟମିତ୍ରଙ୍କ ଯୋଗେ ଚି-ନ୍ତା ଭାବନା ଦୂର ହୋଇ ଯିବ । ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । କୋର୍ଟକଚେରୀ ମାମଲାର ଶୁଣାଣି ନିଜ ସପକ୍ଷରେ ଯିବ । ପରିବାର କଥା ଚି-ନ୍ତା କରି ମନରେ ସନ୍ତୋଷ ଦେଖାଦେବ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ । ପାରିବାରିକ କ୍ଷେତ୍ରରେ କ୍ରୋଧକୁ ଦମନ କରି ହସଖୁଶିର ବାତା ବରଣ ସୃଷ୍ଟି ହେବ । ତୀର୍ଥ ଯାତ୍ରା ଓ ଦେବ ଦର୍ଶନ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମକର:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଗୋଚରରେ ସପ୍ତମ ଭାବରେ ଅବସ୍ଥାନ କରିବେ । ସପ୍ତମ ଭାବରୁ ବ୍ୟବସାୟ, ବୈବାହିକ ଜୀବନ, ସୁଖସମୃଦ୍ଧିର ବିଚାର କରାଯାଏ । ଯାହାଫଳରେ ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରିବେ । ଭାଗୀଦାର ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବା ସହ ସୁଖ ସମୃଦ୍ଧି ବୃଦ୍ଧିହେବ । ବିବାହ କ୍ଷେତ୍ରରେ ଅସୁବିଧା ଦୂର ହୋଇ ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହୋଇପାରେ । ପତି ପତ୍ନିଙ୍କ ପ୍ରେମ ସମ୍ବନ୍ଧ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ସାମାଜିକ କ୍ଷେତ୍ରରେ ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବ । ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ । ଉଚ୍ଚ ଶିକ୍ଷାପାଇଁ ସୁଯୋଗ ପାଇବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଷଷ୍ଠ ଭାବରେ ପ୍ରବେଶ କରିବେ । ଏହାର ପ୍ରଭାବରେ ଯେଉଁ ମାନେ ଥଣ୍ଡା, ଜ୍ୱର, ଆଜ୍ମା, ଡାଇବେଟିସ୍‌ ଓ ମାନସିକ ରୋଗରେ ପୀଡିତ ଅଛନ୍ତି ସେମାନଙ୍କର ପୁରୁଣା ରୋଗ ଦୂର ହୋଇଯିବ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ମାନସିକ ଚି-ନ୍ତାରୁ ମୁକ୍ତି ମିଳିବ । ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରନ୍ତି । ଚି-ନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ । ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବା ଫଳରେ ମାନସିକ ଏକାଗ୍ରତା ବଜାୟ ରହିବ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ବ୍ୟବସାୟରେ ନୂଆ ଯୋଜନାଦ୍ୱାରା ଉତ୍ସାହ, ଉଦ୍ଦୀପନା ବୃଦ୍ଧି ପାଇବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-ରାଶିଜାତ ବ୍ୟକ୍ତିଙ୍କର ରବି ମ-ହା-ଗ୍ର-ହ ଗୋଚରରେ ପଞ୍ଚମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ପାରିବାରିକ ଜୀବନ ଓ ସନ୍ତାନଙ୍କ ପାଇଁ ଉନ୍ନତି ହେବ । ଭାଇ ଓ ବନ୍ଧୁଙ୍କ ସହିତ ଲାଗି ରହିଥିବା ମତାନ୍ତର ମନାନ୍ତର ଦୂର ହେବ । ପରିବାରରେ ଓ କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ ପ୍ରଶଂସା ପାଇବେ । ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରି ପାରିବେ । ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ । ଆର୍ଥିକ ଉନ୍ନତି ଫଳରେ ଚି-ନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇ ପାରିବ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!