କଣ ପାଇଁ ସୂର୍ଯ୍ୟଦେବଙ୍କ ପୁତ୍ର ଶନିଦେବଙ୍କର ମୂର୍ତ୍ତି ଘରେ ରଖାଯାଏ ନାହିଁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ସମସ୍ତଙ୍କ ଘରେ ସବୁ ଦେବା ଦେବୀଙ୍କର ଫଟୋ ବା ମୂର୍ତ୍ତି ପୂଜା କରାଯାଏ । ଘରେ ଗଣେଶ, ଶିବ, ଶ୍ରୀ ହନୁମାନ, କୃଷ୍ଣ ଓ ଦୂର୍ଗାଦେବୀ ଆଦି ସମସ୍ତଙ୍କର ଫଟୋ ବା ମୂର୍ତ୍ତି ରଖାଯାଏ । କିନ୍ତୁ କାହା ଘରେ ମଧ୍ୟ ଶନିଦେବଙ୍କ ଫଟୋ ବା ମୂର୍ତ୍ତି ରଖାଯାଏ ନାହିଁ । ଶାସ୍ତ୍ର ଅନୁସାରେ ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଅଟନ୍ତି । କିନ୍ତୁ ଶନିଦେବଙ୍କୁ ଘରେ ପୂଜା କରିବା ପାଇଁ ବାରଣ କରାଯାଇଥାଏ । କାରଣ ଧାର୍ମିକ ମାନ୍ୟତା ଅନୁସାରେ ଶନିଦେବଙ୍କୁ ଅଭିଶାପ ମିଳିଥିଲା । ସେ ଯାହାକୁ ଦେଖିବେ ତାର ଖରାପ ହେବ । ଏହି କାରଣରୁ ଶନିଦେବଙ୍କ ଦ୍ରୁଷ୍ଟି ଆମ ଜୀବନ ଉପରେ ନ ପଡିବା ପାଇଁ ଶନିଦେବଙ୍କ ଫଟୋ ବା ମୂର୍ତ୍ତି ରଖାଯାଏ ନାହିଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶନିଦେବଙ୍କର ଜନ୍ମ କଥା-

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ସୂର୍ଯ୍ୟଦେବଙ୍କର ପତ୍ନୀ ସଜ୍ଞାଙ୍କ ପରଛାଇ ବା ଛାୟାଙ୍କ ଗର୍ଭରୁ ଶନିଦେବଙ୍କର ଜନ୍ମ ହୋଇଥିଲା । ଯେତେବେଳେ ଶନି ଛାୟାଙ୍କ ଗର୍ଭରେ ଥିଲେ ସେତେବେଳେ ଛାୟା ଭଗବାନ ଶିବଙ୍କ ଭକ୍ତ ଥିଲେ । ସେ ତାଙ୍କ ଭକ୍ତିରେ ମଗ୍ନ ହୋଇ ଖାଇବା ପିଇବା ମଧ୍ୟ ଭୁଲି ଯାଇଥିଲେ । ଯାହା କି ଗର୍ଭରେ ଥିବା ଶନିଦେବଙ୍କ ଉପରେ ପ୍ରଭାବ ପଡିଥିଲା ଓ ତାଙ୍କର ରଙ୍ଗ ମଧ୍ୟ କଳା ପଡିଗଲା । ଏହାପରେ ଶନିଦେବ ଜନ୍ମ ହେବା ପରେ ତାଙ୍କର ରଙ୍ଗ ଦେଖି ସୂର୍ଯ୍ୟଦେବ ନିଜ ପୁତ୍ର ନୁହେଁ ବୋଲି ମନା କରିଦେଇଥିଲେ ।

ସେହିଦିନ ଠାରୁ ଶନିଦେବ ତାଙ୍କ ପିତା ସୂର୍ଯ୍ୟଦେବଙ୍କ ସହିତ ଶତୃଭାବ ରଖିଲେ । ଶନିଦେବ ନିଜେ ସାଧନା ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଲେ । ଭଗବାନ ଶିବ ପ୍ରସନ୍ନ ହୋଇ ଶନିଦେବଙ୍କୁ ବର ମାଗିବା ପାଇଁ କହିଲେ, ସେହିଦିନ ଠାରୁ ସେ ତାଙ୍କ ପିତା ସୂର୍ଯ୍ୟଦେବଙ୍କ ଭଳି ଶକ୍ତି ପ୍ରାପ୍ତ ହୋଇଥିଲେ । ଭଗବାନ ଶିବ ନବଗ୍ରହଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ଦେଇଥିଲେ । ସେହିଦିନରୁ ଦେବୀ ଦେବତା ଓ ଲୋକମାନେ  ମଧ୍ୟ ସମସ୍ତେ ଶନିଦେବଙ୍କୁ ଭୟଭୀତ ରହିବା ପାଇଁ ବରଦାନ ଦେଇଥିଲେ ।

ଜ୍ୟୋତିଷରେ ଶନିଦେବ- ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କର ଅନେକ ନାମ ଅଛି । ଯେପରିକି ମନ୍ଦଗାମୀ, ସୂର୍ଯ୍ୟ ପୁତ୍ର, ଶନିଶ୍ଚର ଓ ଛାୟା ପୁତ୍ର ଆଦି ନାମ ରହିଛି । ଶନିଦେବଙ୍କର ନକ୍ଷତ୍ର ପୁଷ୍ୟା, ଅନୁରାଧା ଓ ଉତ୍ତରଭାଦ୍ରପଦ ଅଟେ । ଏହା ଦୁଇଟି ରାଶି ମକର ଓ କୁମ୍ଭ ରାଶିର ସ୍ଵାମୀ ଅଟନ୍ତି । ଶନିଦେବଙ୍କର ରତ୍ନ ନୀଲମ ଅଟେ । ଶନିଦେବ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ ଗ୍ରହଙ୍କୁ ଶତୃ, ବୁଧ ଓ ଶୁକ୍ର ଗ୍ରହଙ୍କୁ ମିତ୍ର ଓ ଗୁରୁ ଗ୍ରହଙ୍କୁ ସମ ମାନନ୍ତି । ନବଗ୍ରହଙ୍କ କକ୍ଷ କ୍ରମରେ ଶନିଦେବ ସୂର୍ଯ୍ୟଙ୍କ ଠାରୁ ଅଠାଅଶୀ କୋଟି ଏକଷଠି ଲକ୍ଷ ଦୂରରେ ରହିଛନ୍ତି ।

ଶନିଦେବଙ୍କର ପାଦକୁ ଦେଖି ଦର୍ଶନ-

ମାନ୍ୟତା ଅନୁସାରେ ଶନିଦେବଙ୍କୁ ଦର୍ଶନ କରିବା ସମୟରେ ତାଙ୍କ ପାଦକୁ ଦେଖିବା ଉଚିତ୍ । ତାଙ୍କର ମୁଖକୁ ଚାହିଁ ଦର୍ଶନ କରିବା ଅନୁଚିତ୍ । ଯଦି ଘରେ ଶନିଦେବଙ୍କୁ ପୂଜା କରିବାକୁ ଚାହୁଁଞ୍ଚନ୍ତି, ତେବେ ପ୍ରଥମେ ନିଜ ମନରେ ସ୍ମରଣ କରିବା ଉଚିତ୍ । ଶନିଦେବଙ୍କ ସହିତ ଶ୍ରୀ ହନୁମାନଙ୍କୁ ମଧ୍ୟ ପୂଜା କରିବା ଆବଶ୍ୟକ । ଏହିପରି କଲେ ସେ ପ୍ରସନ୍ନ ହୋଇଥାନ୍ତି । ତେଣୁ ଶନିଦେବଙ୍କ ବ୍ୟତୀତ ଘରେ ନଟରାଜ, ଭୈରବ, ରାହୁ ଓ କେତୁଙ୍କର ଫଟୋ ବା ମୂର୍ତ୍ତି ନ ରଖିବା ଉଚିତ୍ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!