ଦୈନିକ ରାଶିଫଳ: 30 ମଇ 2021, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ମଇମାସ ୩୦ ତାରିଖ, ରବିବାର, ବୃଷମାସ ୧୬ ଦିନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର । ମେଷ ରାଶିର ଘାତବାର । ସିଂହ ରାଶିର ଘାତଚନ୍ଦ୍ର । ବେଲ, ପଣସ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୫୬ମିନିଟ୍ ରୁ ୯ଟା ୩୨ମିନିଟ୍, ଦିବା ୧ଟା ୨୩ମିନିଟ୍ ରୁ ୨ଟା ୪୬ମିନିଟ୍, ଦିବା ୪ଟା ୩୩ମିନିଟ୍ ରୁ ୪ଟା ୩୮ମିନିଟ୍, ସନ୍ଧ୍ୟା ୬ଟା ୧୮ମିନିଟ୍ ରୁ ରାତ୍ର ୭ଟା ୪୩ମିନିଟ୍, ରାତ୍ର ୧୦ଟା ୩୯ମିନିଟ୍ ରୁ ୧୨ଟା ୪୮ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହୋଇ ସକଳ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଶତ୍ରୁନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ସହକର୍ମୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିବେ । ବାଦବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟଲାଭ କରିବେ । ସାମାଜିକ ପ୍ରତିଷ୍ଠା ମାନସମ୍ମାନ ଅକ୍ଷୂର୍ଣ୍ଣ ରହିବ । ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ସୁ-ସମ୍ବାଦ ପାଇ ଖୁସିହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବୃଷ:-

ଧାର୍ମିକକାର୍ଯ୍ୟରେ ରୁଚି ବୃଦ୍ଧି ପାଇବା ସହ ଉଚ୍ଚ ଆଶା ସଫଳହେବ । କର୍ମବ୍ୟସ୍ତତାରେ ସମୟ କାଟିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ । ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ସୁଯୋାଗ ପାଇବେ । ରାଜନୀତିକ୍ଷେତ୍ରରେ ଶତୃମାନେ ବାଧା ସୃଷ୍ଟି କରିବେ । ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମିଥୁନ:-

ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣିପାରିବେ । ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ପୂର୍ବ କଳହର ସମାଧାନ ହେବ । ବ୍ୟବସାୟରେ ସାମାନ୍ୟ ଉନ୍ନତି ହେବ । ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-

ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ଅଚାନକ ଧନ ପ୍ରାପ୍ତି ହେବା ସହ ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ବନ୍ଧୁ ବାନ୍ଧବଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନରେ ଶାନ୍ତି ଅନୁଭବ କରିବେ । ଶିକ୍ଷାକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ସିଂହ:-

ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ମିତ୍ର ଓ ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ପ୍ରାପ୍ତି ହେବ । ପରିବାରରେ ମାନ ମନାନ୍ତର ଦୂର ହେବ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଆୟ ବଢ଼ିବ । ମିଷ୍ଠାନ୍ନ ଭୋଜନ, ଉଚ୍ଚ ଆଶା ପୂରଣ କେତେକ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ରାଜନୀତିକ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-

ପରିବାରରେ ସୁଖଦାୟକ ବାତାବରଣ ଦେଖାଦେବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ଦୃଢସଂକଳ୍ପ ଫଳରେ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ । ଅଟକିଥିବା ଧନ ମିଳିଯିବ । ନୂତନ କାର୍ଯ୍ୟାରମ୍ଭ, ଶତ୍ରୁହାନୀ, ଉଚ୍ଚ ପ୍ରଶଂସା ଲାଭ କରିବେ । ପୂରାତନ ବନ୍ଧୁ ଓ ମିତ୍ରଙ୍କ ସହଯୋଗ ଅଧିକ ଲାଭଦାୟକ ହେବ । ଯେଉଁ ଯାଗାରେ ଦସ୍ତଖତ କରିବାକୁ ପଡିବ ବୁଝି ବିଚାରି କରିବେ । ବିଦ୍ୟାର୍ଥିମାନେ ସଫଳ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା:-

ଶତ୍ରୁମାନେ ମଥାନତ କରିବେ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ବାଦବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପରିବାରରେ ପ୍ରସନ୍ନତା ବିରାଜମାନ କରିବ । ରାଜନୀତିରେ ପ୍ରଶଂସିତ ହେବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ବିଚ୍ଛା:-

ସମସ୍ତ କାର୍ଯ୍ୟ ମନୋନୁକୂଳ ହେବ । ଧାର୍ମିକ ଓ ସାମାଜିକ ଉତ୍ସବରେ ଯୋଗ ଦେଇ ପ୍ରସଂଶିତ ହେବେ । ଶତ୍ରୁହାନୀ, ସହଯୋଗ ପ୍ରାପ୍ତି, ମିତ୍ରଲାଭ, ଶରୀର ସୁସ୍ଥ ରହିବ । ଋଣ ପ୍ରାପ୍ତି, କର୍ମତତ୍ପର, ଉଚ୍ଚ ସମ୍ମାନ ଲାଭ, ମନରେ ଉତ୍ସାହ ଓ ମିଷ୍ଠାନ୍ନ ଭୋଜନ ପ୍ରାପ୍ତି ହେବ । ବ୍ୟବସାୟରେ ସଫଳତା ପାଇବେ । ବାଦବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ସଫଳତା ପ୍ରାପ୍ତି ହେବ । ଚିତ୍ତ ପ୍ରସନ୍ନ, କାର୍ଯ୍ୟ ସିଦ୍ଧି ହେବ । ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

ଧନୁ:-

ସମସ୍ତ କାର୍ଯ୍ୟରେ ସଫଳତା ପାଇବା ପାଇଁ ଧାଁ ଦଉଡ ଓ ଅଧିକ ସଂଘର୍ଷ କରିବାକୁ ପଡିବ । ଅନେକ ଶୁଭକର୍ମର ସୁଯୋଗ ପାଇବେ । ବ୍ୟବସାୟରେ ଲୋକ ସମ୍ପର୍କ ବୃଦ୍ଧି ହୋଇ ଆୟବୃଦ୍ଧି ହେବ । ରାଜନୀତିରେ ସଫଳତା ପାଇବେ । ଯେଉଁ କାର୍ଯ୍ୟ ପାଇଁ ଆପଣ ଲମ୍ବା ସମୟର ପ୍ରୟାସରତ ଥିଲେ ତାହା ଖୁବ୍ ଶୀଘ୍ର ପୂରଣ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ସଫଳତା ମିଳିବ । ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମକର:-

ଶତ୍ରୁମାନେ ପରାଜିତ ହେବେ । ବ୍ୟବସାୟ କ୍ଷେତ୍ରରେ ଆୟ ଉତ୍ତମ ହେବ । ବ୍ୟବହାର କୁଶଳତାକୁ ଆଧାରକରୀ ନିମ୍ନବର୍ଗର ସହାୟତା ପ୍ରାପ୍ତିହେବ । ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ସମସ୍ତଙ୍କ ମେଳରେ ରହି ସୁଖ-ସନ୍ତୋଷରେ ସମୟ କଟିବ । ବନ୍ଧୁ ବାନ୍ଧବଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ଦାମ୍ପତ୍ୟସୁଖରେ ଆନନ୍ଦ ପାଇବେ । ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ । ପ୍ରତିକାର-ତିଳକଚନ୍ଦନ ଧାରଣ କରନ୍ତୁ ।

କୁମ୍ଭ:-

ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ପ୍ରତିଯୋଗିତା ପରୀକ୍ଷା ରେ ସଫଳ ହେବେ । ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ । ପ୍ରତିକାର- ନୀଳବସ୍ତ୍ର ପରିଧାନ କରନ୍ତୁ । ନତୁବା ନୀଳ ରୁମାଲ ଟିଏ ପାଖରେ ରଖନ୍ତୁ ।

ମୀନ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନରେ ଶୁଭ ଫଳ ପାଇବେ । ଅନେକ କ୍ଷେତ୍ରରେ ପୂର୍ବ ଯୋଜନାରେ ସଫଳତା ମିଳିବା ଫଳରେ ବ୍ୟବସାୟରେ ଉନ୍ନତି ଓ ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଆସିବ । ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହୋଇ ମହତ୍ ଉଦ୍ଦେଶ୍ୟ ଓ ଉଚ୍ଚ ଆକାଂକ୍ଷା ପୂର୍ଣ୍ଣ ହେବ । ପରିବାରରେ ଶାନ୍ତି ବିରାଜମାନ କରିବ । ଏମିତି କାର୍ଯ୍ୟ କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ । ପୁରୁଣା ରୋଗ ଓ ଶତୃମାନଙ୍କ ଠାରୁ ଉପସମ ମିଳିବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!