କଣ ଆପଣ ଜାଣିଛନ୍ତି ଘରର ଛାତ ଉପରେ କାହିଁକି ଲଗାଯାଏ ପତାକା- Vastu Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପୁରୁଣା କାଳରେ ବୈଦିକ ସଂସ୍କୃତି, ସନାତନ ସଂସ୍କୃତି, ହିନ୍ଦୁ ସଂସ୍କୃତି, ଆର୍ଯ୍ୟ ସଂସ୍କୃତି, ଭାରତୀୟ ସଂସ୍କୃତି ଆଦି ପରସ୍ପର ସହିତ ସମକକ୍ଷ ହୋଇଆସୁଛନ୍ତି । ଯେଉଁଥିରେ ସବୁ ମାଙ୍ଗଳିକ କାର୍ଯ୍ୟର ପ୍ରାରମ୍ଭ କରିବା ସମୟ ଉତ୍ସବରେ, ପର୍ବରେ, ଘର, ମନ୍ଦିର, ଦେବାଳୟ, ବୃକ୍ଷ, ରଥ, ବାହନ ଆଦିରେ ପତାକା ଲଗାଯାଇଥାଏ ।  ହିନ୍ଦୁ ଧର୍ମରେ ଘରର ଛାତ ଉପରେ ପତାକା ଲଗାଇଲେ ଶୁଭ ଓ ଲାଭଦାୟକ କୁହାଯାଏ । ଏହାକୁ ଅନେକ କାରଣ ପାଇଁ ଲଗାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜ୍ୟୋତିଷଙ୍କ ଅନୁସାରେ ପତାକା ଲଗାଇବାର ଅନେକ କାରଣ ଥାଏ ଓ ଅନେକ ପ୍ରକାର ଲାଭ ମଧ୍ୟ ମିଳିଥାଏ । ସମସ୍ତଙ୍କ ଘରେ କିଛି ନା କିଛି ବାସ୍ତୁଦୋଷ ରହିଥାଏ, ଯାହା ଦ୍ଵାରା ନକରାତ୍ମକ ଊର୍ଜା ସୃଷ୍ଟି ହୁଏ । ଏହା ଦ୍ଵାରା ପରିବାରର ସଦସ୍ୟମାନଙ୍କୁ ଅନେକ ସମସ୍ୟା ଭୋଗ କରିବାକୁ ପଡିଥାଏ । ଏହି ଦୋଷ ସବୁ ଦୂର କରିବା ପାଇଁ ଘରର ଛାତ ଉପରେ ପତାକା ଲଗାଇଲେ ଶୁଭ ଓ ଲାଭଦାୟକ ହୋଇଥାଏ । କୁହାଯାଏ କି ଘରେ ରହୁଥିବା ସଦସ୍ୟଙ୍କର ଜାତକ କୁଣ୍ଡଳୀରେ ଚତୁର୍ଥ ଭାବରୁ ଗୃହର ବିଚାର କରାଗଲେ ମଧ୍ୟ ଦ୍ଵାଦଶଭାବରୁ ସୟନ ଗୃହ ବା ଶଯ୍ୟା ସୁଖର ବିଚାର କରାଯାଏ ।

ସେଥିପାଇଁ ଗ୍ରହ ସମ୍ବନ୍ଧିତ ଦୋଷକୁ ଦୂର କରିବା ପାଇଁ ବଡ ଦେଉଳର ନୀଳଚକ୍ରରେ ଲାଗିଥିବା ବାନା, ଶ୍ରୀ ହନୁମାନ ବା ମାତା ଦୂର୍ଗାଦେବୀ ଙ୍କର ପତାକା ଲଗାଯାଏ । ଅନେକ ଲୋକମାନେ ନବରାତ୍ର ପୂଜାରେ ଘରେ ପତାକା ଲଗାଇଥାନ୍ତି । ବାସ୍ତୁଶାସ୍ତ୍ର  ନିୟମ ଅନୁସାରେ ନୈରୁତକୋଣ ବା ଦକ୍ଷିଣ ପଶ୍ଚିମ କୋଣ, ଅଗ୍ନିକୋଣ ବା ଦକ୍ଷିଣ-ପୂର୍ବ କୋଣରେ ପତାକା ଲଗାଇବା ଉଚିତ୍ । ଏହିପରି ପତାକା ଲଗାଇବା ଦ୍ଵାରା ଘରେ ନକରାତ୍ମକ ଊର୍ଜା ଦୂର ହୋଇ ସକାରାତ୍ମକ ଊର୍ଜା ସଞ୍ଚାର ହୁଏ । ବାସ୍ତୁଶାସ୍ତ୍ର  ଅନୁସାରେ ଘରର ଉତ୍ତର-ପଶ୍ଚିମ କୋଣରେ ପତାକା ଲଗାଇବା ମଧ୍ୟ ଲାଭଦାୟକ ହୋଇଥାଏ ।

ଏହିପରି ବାସ୍ତୁ ଅନୁସାରେ ଘରେ ପତାକା ଲଗାଇଲେ ଧନ ବୃଦ୍ଧି ଓ ଉନ୍ନତି ହୋଇଥାଏ ଏବଂ ଲାଲ୍ କେସରିୟା ବା ନାରଙ୍ଗି ରଙ୍ଗର ପାତାକା ଲଗାଇ ପାରିବେ । ଏହି ପତାକାରେ ଦେବୀ ମା ବା ହନୁମାନ ଓ ଶୁଭ ଚିହ୍ନ ପ୍ରତୀକ ଚିତ୍ର ହୋଇଥିବା ଉଚିତ୍, ଯାହାକି ଅତ୍ୟନ୍ତ ଶୁଭ ମନାଯାଏ । ଏହିପରି ଘରର ଛାତ ଉପରେ ପତାକା ଲଗାଇ ସକାରାତ୍ମକ ଊର୍ଜା ଓ ଶୁଭଫଳ ପ୍ରାପ୍ତି କରାଯାଏ ।

ଧ୍ଵଜ ବା ପତାକା ଅଲଗା ଅଲଗା ହୋଇଥାଏ-

ଧ୍ଵଜ ବା ପତାକା ଅଲଗା ଅଲଗା ହୋଇଥାଏ । ଏହି ଦୁଇଟିକୁ ଝଣ୍ଡା ମଧ୍ୟ କୁହାଯାଏ । ପତାକା ତ୍ରିକୋଣାକାର ହୋଇଥାଏ ଓ ଧ୍ଵଜ ଚତୁଷ୍କୋଣୀୟ ହୋଇଥାଏ । ସବୁ ଦେବା ଦେବୀମାନେ ପାଖରେ ଅସ୍ତ୍ର ଶସ୍ତ୍ର ରଖିବା ସହିତ ଗୋଟିଏ ଧ୍ଵଜ ମଧ୍ୟ ରଖିଥାନ୍ତି । ଏହି ଧ୍ଵଜ ଦ୍ଵାରା ତାଙ୍କର ପ୍ରତୀକ ବା ଚିହ୍ନ ଜାଣିହୁଏ । ଭାରତୀୟ ସଂସ୍କୃତିରେ ସବୁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ସମୟ ଉତ୍ସବରେ, ପର୍ବରେ, ଘର, ମନ୍ଦିର, ଦେବାଳୟ, ବୃକ୍ଷ, ରଥ, ବାହନ ଆଦିରେ ଧ୍ଵଜ ବା କେସରିୟା ପତାକା ଲଗାଯାଇଥାଏ ।

ଧ୍ଵଜ କିପରି ହେବା ଆବଶ୍ୟକ-

ସ୍ଵାସ୍ତିକ ବା ଓଁ ଲାଗିଥିବା କେସରିୟା ଧ୍ଵଜ ହେବା ଉଚିତ୍ । ଦୁଇ ପ୍ରକାର ଧ୍ଵଜ ହୋଇଥାଏ । ଗୋଟିଏ ହେଲା ତ୍ରିଭୁଜାକାର ଓ ଅନ୍ୟଟି ଦୁଇ ତ୍ରିଭୁଜାକାର ଧ୍ଵଜ । ଏହି ଦୁଇଟି ମଧ୍ୟରୁ ଯେ କୌଣସି ଗୋଟିଏ ଧ୍ଵଜ ଲଗାଇପାରିବେ । ଧ୍ଵଜରେ ତିନି ତତ୍ଵ ଧ୍ଵଜ, ପତାକା ବା ଡୋରୀ ଓ ଝଣ୍ଡା ଯାହାକୁ ଈଶ୍ବରୀୟ ସ୍ୱରୂପ ମନାଯାଇଛି । ଯାହା କି ଆଧିଭୌତିକ, ଆଧ୍ୟାତ୍ମିକ, ଆଧିଦୈବିକ ଅଟେ । ଏହି ଧ୍ଵଜା ପରମ ପୁରୁଷାର୍ଥ ପ୍ରାପ୍ତ କରାଇଥାଏ ଏବଂ ସବୁ ପ୍ରକାରରୁ ରକ୍ଷା କରିଥାଏ ।

ଧ୍ଵଜ କାହିଁକି ଲଗାଯାଏ-

ଧ୍ଵଜକୁ ବିଜୟ ଓ ସକାରାତ୍ମକ ଊର୍ଜାର ପ୍ରତୀକ କୁହାଯାଏ । ପୂର୍ବ କାଳରେ ଯେବେ ଯୁଦ୍ଧ ବା ଅନ୍ୟ କୌଣସି କାର୍ଯ୍ୟରେ ବିଜୟୀ ହେଉଥିଲେ ତେବେ ଧ୍ଵଜା ଲଗାଯାଏ । ଏହା ଯଶ, କୀର୍ତ୍ତି ଓ ବିଜୟ ମିଳିଥାଏ । ଧ୍ଵଜା ବା ଝଣ୍ଡା ଲଗାଇଲେ ଘରେ ରହୁଥିବା ସଦସ୍ୟମାନଙ୍କୁ ରୋଗ, ଶୋକ ଓ ଅନ୍ୟଦୋଷ ନାଶ ହୋଇଥାଏ ଓ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ବାସ୍ତୁ ଅନୁସାରେ ମଧ୍ୟ ଧ୍ଵଜାକୁ ଶୁଭର ପ୍ରତୀକ ମନାଯାଏ । କୁହାଯାଏ କି ଘରେ ଧ୍ଵଜା ଲଗାଇଲେ ନକରାତ୍ମକ ଊର୍ଜା ଦୂର ହେବା ସହିତ ଖରାପ ନଜର ମଧ୍ୟ ଲାଗେ ନାହିଁ ।

ଜ୍ୟୋତିଷଙ୍କ ଅନୁସାରେ ରାହୁ ଗ୍ରହଙ୍କୁ ରୋଗ, ଶୋକ ଓ ଦୋଷର କାରକ କୁହାଯାଏ । ସେହିପରି ଯଦି ଘରର ଉତ୍ତର ପଶ୍ଚିମରେ ଧ୍ଵଜା ଲଗାଇଲେ ଘରେ ରହୁଥିବା ସଦସ୍ୟଙ୍କୁ ରୋଗ, ଶୋକ ଓ ଦୋଷ ଦୂର ହୋଇଥାଏ ଓ ଘରର ସୁଖ ବା ସମୃଦ୍ଧି ବଢି ଥାଏ ।

ଘରର ଛାତ ଉପରେ ଲଗାଯାଉଥିବା ଧ୍ଵଜ ଓ ରଣଭୂମିରେ ରଥ ଉପରେ ଲଗାଯାଉଥିବା ଧ୍ଵଜ ମଧ୍ୟରେ ଫରକ ରହିଛି । ରଣଭୂମିରେ ୮ପ୍ରକାର ଝଣ୍ଡା ପ୍ରୟୋଗ ହେଉଥିଲା । ଏହା ହେଲା- ଜୟ, ବିଜୟ, ଭୀମ, ଚପଳ, ବୈଜୟନ୍ତିକ, ଦୀର୍ଘ, ବିଶାଳ ଓ ଲୋଳ । ଏହି ସବୁ ଝଣ୍ଡାର ସଂକେତ ଅନୁସାରେ ସୂଚନା ମିଳୁଥିଲା । ଲୋଳ ଝଣ୍ଡା ଭୟଙ୍କର ମାରିବା କାଟିବାର ସୂଚକ ଥିଲା ।

ଘରର ଛାତ ଉପରେ ପତାକା ତିନିଟି ରଙ୍ଗ ମଧ୍ୟ ଯେ କୌଣସି ଗୋଟିଏ ରଙ୍ଗର ପତାକା ଲଗାଇପାରିବେ । ଗେରୁଆ ଓ କମଳା ରଙ୍ଗ ଗୋଟିଏ ଅଟେ, କିନ୍ତୁ କେସରିୟାରେ ଅଳ୍ପ ଅନ୍ତର ଥାଏ । ଏହା ବ୍ୟତୀତ ଅନ୍ୟଟି ହଳଦିଆ ରଙ୍ଗ ଅଟେ । ଘରର ଛାତ ଉପରେ ବାୟବ୍ୟ କୋଣରେ ସ୍ଵସ୍ତିକ ବା ଓଁ ଲାଗିଥିବା କେସରିଆ ରଙ୍ଗର ଧ୍ଵଜ ଲଗାଇପାରିବେ । ଏଥିରେ ଯଶ, କୀର୍ତ୍ତି ଓ ବିଜୟ ମିଳିଥାଏ ।

ଆଗକୁ ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!