ସବୁ ରୋଗ ନାସ କରିଥାଏ ଶରଦ ପୂର୍ଣ୍ଣିମାର ଚନ୍ଦ୍ର କିରଣ, ବାସ କରନ୍ତୁ ଏହି ଗୋଟେ ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷର ସବୁ ପୂର୍ଣ୍ଣିମାରୁ ଆଶ୍ଵିନ ପୂର୍ଣ୍ଣିମା ବିଶେଷ ଚମତ୍କାରୀ ବୋଲି କୁହାଯାଇଛି । ଶରଦ ପୂର୍ଣ୍ଣିମାରେ ଚନ୍ଦ୍ର ଷୋହଳ କଳାରେ ପରିପୂର୍ଣ୍ଣ ହୋଇଥାଆନ୍ତି । ଶାସ୍ତ୍ର ହିସାବରେ ଏହି ତିଥିରେ ଚନ୍ଦ୍ରରୁ ବାହାରୁଥିବା କିରଣରେ ସବୁ ପ୍ରକାର ରୋଗ ନାସ ହେବାର କ୍ଷମତା ରହିଥାଏ । ଏହି ଆଧାରରେ କୁହାଯାଇଚିକି ଶରଦ ପୂର୍ଣ୍ଣିମା ରାତିରେ ଆକାଶରୁ ଅମୃତ ବର୍ଷା ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆୟୁର୍ବେଦାଚାର୍ଯ୍ୟ ମାନେ କହିଛନ୍ତିକି ଶରଦ ପୂର୍ଣ୍ଣିମାରେ ପୃଥିବୀ ଚନ୍ଦ୍ରର ବହୁତ ନିକଟତର ହୋଇଥାଏ । ଅନ୍ତରିକ୍ଷର ସମସ୍ତ ଗ୍ରହରୁ ବାହାରୁଥିବା ସକାରାତ୍ମକ ଊର୍ଜା ଚନ୍ଦ୍ର କିରଣ ମାଧ୍ୟମରେ ପୃଥିବୀ ଉପରେ ପଡିଥାଏ । ପୂର୍ଣ୍ଣିମା ଦିନ ଚନ୍ଦ୍ର କିରଣରେ କ୍ଷୀରୀକୁ ଖୋଲା ଆକାଶ ତଳେ ରଖିବା ଦ୍ଵାରା ବୈଜ୍ଞାନିକ ତର୍କ ଏହା ଅଟେକି ଚନ୍ଦ୍ରରା ଔଷଧୀୟ ଗୁଣଯୁକ୍ତ କିରଣ ପଡିବା ଦ୍ଵାରା ଖିରୀ ମଧ୍ୟ ଅମୃତ ସମାନ ହୋଇଯିବ ।

ତାହା ସେବନ କରିବା ଦ୍ଵାରା ସ୍ୱାସ୍ଥ୍ୟ ପକ୍ଷେ ଲାଭ ପ୍ରଦ ହେବ । ଶରଦ ପୂର୍ଣ୍ଣିମାରେ ଲକ୍ଷ୍ମୀଙ୍କ ପୂଜାର ବିଧାନ ରହିଛି । ଯେଉଁ ଜାଗାରେ ଦେବୀ ଦୂର୍ଗାଙ୍କ ପ୍ରତିମା ସ୍ଥାପିତ ହୋଇଥାଏ, ସେଠାରେ ଲକ୍ଷ୍ମୀଙ୍କ ପୂଜାର ବିଶେଷ ଆୟୋଜନ ରହିଛି । ଦେଶର ଅଲଗା ଅଲଗା ଜାଗାରେ କୌମୁଦୀ ଉତ୍ସବ, କୁମାର ଉତ୍ସବ, ସରଦୋତ୍ସବ, ରାସ ପୂର୍ଣ୍ଣିମା, କୋଜାଗରି ପୁର୍ଣିମା ଓ କମଳା ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ । ଶରଦ ପୂର୍ଣ୍ଣିମାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିଦିନ ଆକାଶଦୀପ ଜଳେଇବା ଓ ଦୀପ ଦାନ କରିବା ଦ୍ଵାରା ଦୁଃଖ ଦରିଦ୍ରତାର ନାସ ହୋଇଥାଏ ।

ପୌରଣିକ ମାନ୍ୟତା ହିସାବରେ ଶରଦ ପୂର୍ଣ୍ଣିମା ରାତିରେ ଭଗବାନ ବିଷ୍ଣୁ ଯମୁନା ତଟରେ ଗୋପୀ ମାନଙ୍କ ସହିତ ମହାରାସ ରଚିତ କରିଥାନ୍ତି । ଏହି ଦିନଠାରୁ କାର୍ତ୍ତିକ ମାସର ଯମ ନିୟମ, ବ୍ରତ ଓ ଦୀପଦାନ ଆରମ୍ଭ ହୋଇଥାଏ । ଶରଦ ପୂର୍ଣ୍ଣିମାରେ ଋତୁ ପରିବର୍ତନ ହେତୁ ଆସ୍ଥାମା ବା ଶ୍ଵାସ ରୋଗରେ ପୀଡିତ ମାନେ ପ୍ରତିଷେଧକ ଔଷଧ ସେବନ କରିବା ଉଚିତ । ଆୟୁର୍ବେଦୀୟ ଔଷଧ ପ୍ରାୟତଃ ଥଣ୍ଡାକଫ ଜନିତ ରୋଗପାଇଁ ଚନ୍ଦ୍ର କିରଣରେ ତିଆରି କରାଯାଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!