ଶରଦ ପୁର୍ଣିମାରେ କରନ୍ତୁ ଏହି ମନ୍ତ୍ରର ଜପ, ପୁର୍ଣ୍ଣ ହେବ ସବୁ ମନୋକାମନା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷରେ ଥରେ ଶରଦ ପୂର୍ଣ୍ଣିମା ଆସିଥାଏ ଓ ଏହା ସବୁଠୁ ଖାସ ହୋଇଥାଏ । ଏହା ଆଶ୍ଵିନମାସ ଶୁକ୍ଲ ପକ୍ଷରେ ପାଳନ କରାଯାଇଥାଏ । ଏଥରକ  ୩୦ ଅକ୍ଟୋବର ଶୁକ୍ରବାର ଦିନ ଶରଦ ପୁର୍ଣିମା ଆରମ୍ଭ ହୋଇ ୩୧ ଅକ୍ଟୋବର ଶନିବାର ଦିନ ସରୁଛି । ଏହି ଦିନରେ ଶ୍ରୀହରି ଓ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ଵାରା ଭଲ ସ୍ୱାସ୍ଥ୍ୟ ସହିତ ସୁଖ ସମ୍ପତ୍ତି ଲାଭ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜ୍ୟୋତିଷ ଆଚାର୍ଯ୍ୟଙ୍କ ମାତାନୁସାରେ ଶରଦ ପୁର୍ଣିମାରେ ସର୍ବ ସିଦ୍ଧି ଯୋଗ ଓ ଅମୃତସିଦ୍ଧି ଯୋଗରେ ଚନ୍ଦ୍ରମା କିରଣରେ ଅମୃତ ବରଷିବେ । ଧର୍ମ ଆଧ୍ୟାତ୍ମ୍ୟ ସହିତ ସ୍ୱାସ୍ଥ୍ୟ ଭଲ ରହିବା ଦୃଷ୍ଟିରେ ମଧ୍ୟ ଶରଦ ପୁର୍ଣିମାର ବିଶେଷ ଗୁରୁତ୍ଵ ରହିଛି ।

ବର୍ଷରେ ଥରେ ଚନ୍ଦ୍ର ଷୋଳ କଳାରେ ପରିପୂର୍ଣ୍ଣ ରହିଥାନ୍ତି । ଶରଦ ପୁର୍ଣିମାର ମଧ୍ୟ ରାତ୍ରିରେ ଚନ୍ଦ୍ରର ରଶ୍ମୀରେ କ୍ଷୀର କି ଖିରୀ ରଖି ତାର ସେବନ କରିବାର ପରମ୍ପରା ରହିଛି । ଏହି କ୍ଷୀର କି କ୍ଷୀରର ସେବନ ଦ୍ଵାରା ମନୁଷ୍ୟର ରୋଗ ପ୍ରତିରୋଧ କ୍ଷମତା ବଢିଥାଏ । ଶରଦ ପୂର୍ଣ୍ଣିମା ୩୦ ଅକ୍ଟୋବରରେ ସନ୍ଧ୍ୟା ୫ ଟା୪୬ ମିନିଟରେ ଆରମ୍ଭ ହୋଇ ୩୧ ଅକ୍ଟୋବର ରାତି ୮ଟା ୧୯ ମିନିଟରେ ସମାପ୍ତ ହେବ । ଏହି ସମୟରେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।


ପୂର୍ଣ୍ଣ ହୋଇଥାଏ ସବୁ ମନୋକାମନା

ଏହି ଦିନରେ ମାତା ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ବିଚରଣ କରିଥାନ୍ତି । ଏହି ତିଥିରେ ରାତିସାରା ଅନିଦ୍ରା ରହି ମାତା ଲକ୍ଷ୍ମୀ ଓ ଶ୍ରୀହରିଙ୍କ ପୂଜା କରିବା ଦ୍ଵାରା ସବୁ ମନୋକାମନା ପୁରା ହୋଇଥାଏ । ସେଥିପାଇଁ ଏହି ତିଥିକୁ କୋଜାଗରି ପୁର୍ଣିମା ମଧ୍ୟ କୁହାଯାଏ । ଏହି ମନ୍ତ୍ର ଜପ କଲେ ମିଳିବ ସବୁ ସୁଖ-

ଓଁ ଭୂରିଦା ଭୂରି ଦେହିନୋ, ମା ଦଭ୍ରଂ ଭୂର୍ଯା ଭର। ଭୂରି ଘେଦିନ୍ଦ୍ର ଦିତ୍ସସି।

ଓଁ ଭୂରିଦା ତ୍ଯସି ଶ୍ରୁତ: ପୁରୂତ୍ରା ଶୂର ୱୃତ୍ରହନ୍। ଆ ନୋ ଭଜସ୍ୱ ରାଧସି ॥


ବହୁତ ବର୍ଷ ପରେ ଏହି ସଂଯୋଗ ଆସିଛି ଏହି ଦିନ ଖରାବେଳେ ରେବତୀ ଓ ମଧ୍ୟ ରାତ୍ରିରେ ଅଶ୍ଵିନୀ ନକ୍ଷତ୍ର ଭୋଗ ହେବ । ୨୭ ଯୋଗ ଅନ୍ତର୍ଗତ ଆସୁଥିବା ବଜ୍ର ଯୋଗ, ବାଣିଜ୍ୟ/ ବିଷ୍ଟି କରଣ ଓ ମେଶ ରାଶିରେ ଚନ୍ଦ୍ର ରହିବେ । ଏମିତି ସଂଯୋଗରେ ଆୟୁ ଓ ଆରୋଗ୍ୟତାର ଲାଭ ମିଳିଥାଏ । ପ୍ରଦୋଷ ଓ ନିଶୀଥରେ ହେବାକୁ ଥିବା ଆଶ୍ଵିନ ପୂର୍ଣ୍ଣିମାରେ ବା ଶରଦ ପୂର୍ଣ୍ଣିମାରେ କୋଜାଗର ବ୍ରତ କରାଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!