କାର୍ତ୍ତିକ ମାସରେ ବ୍ରତ ରଖିଲେ କଣ ହୁଏ, ଯଦି ବ୍ରତ ପାଳନ ନ କରନ୍ତି ତେବେ କଣ ହେବ ? ନିଶ୍ଚୟ ଜାଣି ନିଅନ୍ତୁ, ନଚେତ…

ଶେୟାର କରନ୍ତୁ ଅନ୍ୟମାନକ ସହିତ

କାର୍ତ୍ତିକ ମାସରେ ଅନେକ ମହିଳା ଓ ପୁରୁଷଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ବ୍ରତ ପାଳନ କରନ୍ତି ନାହିଁ । ଆଉ ମହିଳା ଓ ପୁରୁଷଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା କାର୍ତ୍ତିକ ମାସରେ କେବଳ ସୋମବାର ବ୍ରତ ପାଳନ କରନ୍ତି ତ କେହି କେହି ମାସସାରା ବ୍ରତ ପାଳନ କରି ଥାନ୍ତି । ବୁଝି ସୁଝି ବିଧାନ ଅନୁସାରେ ବ୍ରତ ପାଳନ କରିବା ଉଚିତ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଧିକାଂଶ ଲୋକ ନବୁଝି ନଶୁଝି ବ୍ରତ ଦିନ ଅରୁଆ ଭାତ ନିରାମିଷ ଭୋଜନ କରନ୍ତି ତ କେହି କେହି ଶାଗୁ, ଫଳମୂଳ, ଖେଚୁଡି, ରୋଟି ଆଦି ଖାଇଥାନ୍ତି । ବାସ୍ତବରେ ଏହି ଉପାସ ଖାଦ୍ୟ ପରିବର୍ତ୍ତନ କରିବାର ଏକ ଉପାୟ ନୁହେଁ ।

Image Courtesy: Google

ଖାଦ୍ୟ ପରିବର୍ତ୍ତନ କରନ୍ତୁ, କିନ୍ତୁ ଏହା ଏକ ଉତ୍ତମ ହାଲୁକା ଖାଦ୍ୟ ହେଲେ ଭଲ ହେବ । ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ଯେ ଯଦି ଏହି ବ୍ରତ ଉପାସ ନ କରନ୍ତି କିମ୍ବା ଏହି ବ୍ରତ ରଖନ୍ତି ତେବେ କଣ ହେବ ? ଆସନ୍ତୁ ଜାଣିବା ଏହି ବିଷୟରେ କିଛି ବିଶେଷ କଥା ।

ବ୍ରତ ଉପାସ କାହିଁକି ରଖନ୍ତି-

ଶ୍ରାବଣ ମାସରେ ବର୍ଷା ଆରମ୍ଭ ହୁଏ । ଏହି ବର୍ଷାରେ ଶୁଖିଯାଇଥିବା ପ୍ରକୃତି ପୁନର୍ବାର ଜନ୍ମ ହୁଏ । ଲକ୍ଷ ଲକ୍ଷ ଉଦ୍ଭିଦ , କୀଟ, ପତଙ୍ଗ ଇତ୍ୟାଦି ଜନ୍ମ ହୁଅନ୍ତି । ଖାଦ୍ୟ ଓ ପାଣିରେ ଏହି ଜୀବାଣୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଏ । ଯାହା କି ସେହି ଖାଦ୍ୟ ଓ ପାଣି ଦ୍ଵାରା ମନୁଷ୍ୟର ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇ ଥାଏ । ଏହି ପରିସ୍ଥିତିରେ ଉପାସ ସହିତ ପାଣିକୁ ଛାଣି ଗରମ କରି ପିଇବା ଉଚିତ୍ । ମାନବ ଶରୀରରେ ମଧ୍ୟ ପରିବର୍ତ୍ତନ ହୁଏ । ସବୁଆଡେ ସବୁଜତା ଦେଖାଯାଏ ।

Image Courtesy: Google

ଏହି ସ୍ଥିତିରେ ଯଦି କୌଣସି ଉଦ୍ଭିଦ ପୋଷକ ତତ୍ତ୍ଵ ପାଏ, ତେବେ ଏହା ଭଲରେ ବଢିବ ଏବଂ ଯଦି ଏହା ଉପରେ କୌଣସି ଜୀବାଣୁ ଥାଏ ତେବେ ଜୀବାଣୁମାନେ ଏହାକୁ ଖାଇଯିବେ । ସେହିପରି ଯଦି ଜଣେ ବ୍ୟକ୍ତି ଏହି ଚାରିମାସରେ ନିଜର ଶରୀରର ଯତ୍ନ ନିଅନ୍ତି  ଓ ସୁସ୍ଵାଦୁ ଖାଦ୍ୟ ଖାଉଥାନ୍ତି ତେବେ ଖାଦ୍ୟରେ ଆବଶ୍ୟକ ପୃଷ୍ଟିକର ଉପାଦାନ ମିଳିଥାଏ ।

ଉପବାସ କରିବାର ଲାଭ –

Image Courtesy: Google

ସୃଷ୍ଟି ତତ୍ଵର ପ୍ରତୀକ । ଉପବାସର ତିନୋଟି କାରଣ ଅଛି- ପ୍ରଥମଟି ଶାରୀରିକ, ଦ୍ଵିତୀୟଟି ମାନସିକ ଓ ତୃତୀୟଟି ଆଧ୍ୟାତ୍ମିକ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ମନ ନିର୍ମଳ ହେବା, ଜୀବନ ଫେରିପାଇବା ଏବଂ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ ହେବା । ପ୍ରଥମେ ଆପଣଙ୍କ ଶରୀର ଶୁଦ୍ଧ କରିବା ଆବଶ୍ୟକ । ଶରୀର ଭିତରେ ଥିବା ମଇଳା ଅଂଶ ବାହାର କରିଦେବା ଉଚିତ୍ । ଏହା ଦ୍ଵାରା ଶରୀର ସୁସ୍ଥ ହୋଇଯାଏ ଓ ମନ ଶକ୍ତିଶାଳୀ ହୁଏ । ଶରୀର ଓ ମନ ଶକ୍ତିଶାଳୀ ହେବା ଦ୍ଵାରା ଆତ୍ମା ମଧ୍ୟ ଶୁଦ୍ଧରୁହେ ଅର୍ଥାତ୍ ନିଜକୁ ନିରୋଗ ଅନୁଭବ କରିଥାନ୍ତି । ଆଧ୍ୟାତ୍ମିକ ଜ୍ଞାନର ଅର୍ଥ ହେଉଛି ଆପଣ ନିଜଶରୀର ଓ ମନର ଉପରକୁ ଉଠୁଥିବାର ଦେଖି ପାରିବେ । ବିଜ୍ଞାନୀମାନେ କୁହନ୍ତି ଯେ  ଶ୍ରାବଣ ମାସଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଯେଉଁମାନେ ବ୍ରତ ପାଳନ କରନ୍ତି ସେମାନେ ଜୀବନରେ କୌଣସି ବଡ ରୋଗରେ ପୀଡିତ ହୁଅନ୍ତି ନାହିଁ ବରଂ ଦୀର୍ଘାୟୁ ହୋଇଥାନ୍ତି ।

ସଂକଳ୍ପ ହେବା –

Image Courtesy: Google

ଉପବାସର ମୂଳ ଉଦେଶ୍ୟ ହେଲା ସଂକଳ୍ପ କରିବା । ମନରେ ସକାରାତ୍ମକତା ଦୃଢତା ଓ ଏକତା ଆଣିଥାଏ । କେବଳ ନିଷ୍ଠାପର ବ୍ୟକ୍ତି ଜୀବନର ସବୁ କ୍ଷେତ୍ରରେ ସଫଳ ହୁଅନ୍ତି । ଯେଉଁ ବ୍ୟକ୍ତିଙ୍କର ମନ, ବକ୍ତବ୍ୟ ଓ କାର୍ଯ୍ୟର ନିଷ୍ଠା ନାହିଁ, ସେ ମୃତବ୍ୟକ୍ତି ସହିତ ସମାନ ବୋଲି ଧରାଯାଏ । ସଂକଳ୍ପ ହୀନ ବ୍ୟକ୍ତିର କଥା, ପ୍ରତିଜ୍ଞା, କ୍ରୋଧ, ଭାବନା ଓ ପ୍ରେମ ଉପରେ କୌଣସି ବିଶ୍ଵାସ ନାହିଁ । ଏହିପରି ବ୍ୟକ୍ତିମାନେ ଯେ କୌଣସି ସମୟରେ ନିଜକୁ ପରିବର୍ତ୍ତନ କରିଥାନ୍ତି ।

ବ୍ରତ ନ ରଖିଲେ କଣ ହେବ –

Image Courtesy: Google

କାର୍ତ୍ତିକ ମାସରେ ଋତୁ ପରିବର୍ତନ ହୋଇଥାଏ । ଯଦି ଆପଣ ଏହିଚାରି ମାସରେ ବା କେବଳ କାର୍ତ୍ତିକ ମାସରେ ବ୍ରତ ନରଖନ୍ତି ତେବେ ଆପଣଙ୍କର ହଜମ ଶକ୍ତି ଦୁର୍ବଳ ହୋଇଯିବ । ଅନ୍ତନାଳୀରେ କ୍ଷୟ ହୋଇପାରେ । ପେଟ ଫୁଲିଯିବ ଓ ପେଟବଢିବ । ଯଦି ଆପଣ ବ୍ୟାୟାମ ଯୋଗ କରନ୍ତି ଓ ପେଟକୁ ବାହାରି ବାକୁ ଦିଅନ୍ତି ନାହିଁ  ତେବେ ଆଗାମୀ ସମୟରେ ଏକ ପ୍ରକାର ଗୁରୁତର ରୋଗ ହୋଇ ପାରେ । କାରଣ ଏହି ସିଜିନ୍ ରେ ହଜମ ଶକ୍ତି ଦୁର୍ବଳ ହୋଇଯାଏ ତେଣୁ ହାଲୁକା ସରଳ ଖାଦ୍ୟ ଖାଇବା ଦରକାର । ଯଦି ଆପଣ ଫଳ ଖାଉଥାନ୍ତି ତେବେ ପ୍ରକୃତି ଯେପରି ପୁର୍ନଜନ୍ମ ପାଏ ଠିକ୍ ସେହିପରି ଆପଣ ନିଜ ଶରୀରରେ ପୁନର୍ବାର ନୂତନ ଜୀବନ ପାଇପାରିବେ । ବିଶେଷତଃ କାର୍ତ୍ତିକ ମାସରେ ଅଗୁରୁ, ଚନ୍ଦନ ଓ କିଛି ଦହିରେ ସ୍ନାନ କରିଲେ ଜାତକ ସୁଖ ଓ ବୈଭବ ପ୍ରାପ୍ତ କରିଥାଏ ।

Image Courtesy: Google

ଉପବାସର ଅର୍ଥ ହେଉଛି ନିକଟରେ ବାସ କରିବା ଭୋକରେ ରହି ଶରୀରକୁ କଷ୍ଟ ଦେବା ନୁହେଁ, ବରଂ ଶରୀରକୁ କିଛି ସମୟ ପାଇଁ ବିଶ୍ରାମ ଦେବା ଓ ଏଥିରୁ ବିଷାକ୍ତ ପଦାର୍ଥ ବାହାର କରିବା । ପଶୁ, ପକ୍ଷୀ ଓ ଅନ୍ୟ ସମସ୍ତେ ସମୟ ସମୟରେ ଉପବାସ ରହି ସେମାନଙ୍କ ଶରୀରକୁ ସୁସ୍ଥ ରଖୁଛନ୍ତି । ଶରୀର ସୁସ୍ଥ ରହିବା ସହିତ ମନ ଓ ମସ୍ତିଷ୍କ ମଧ୍ୟ ସୁସ୍ଥ ହୋଇଯାଏ । ତେଣୁ ରୋଗ ଓ ଶୋକ ଦୂର କରିବାରେ କିଛି ବିଶେଷ ଦିନମାନଙ୍କରେ ଉପବାସ ରଖିବା ଉଚିତ୍ । ଡାକ୍ତର ତୁମକୁ ନିର୍ବୃତ୍ତ ହେବାକୁ କହିବା ପୂର୍ବରୁ ଉପବାସ ଆରମ୍ଭ କରନ୍ତୁ । ବିଶେଷତଃ ଅନୁଢା କୁମାରୀ ମାନେ ଏହା ପାଳନ କଲେ ଭବିଷ୍ୟତ ଉଜ୍ଜଳମୟ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!