ଘରୁ ରୋଗ ଶୋକରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ୪ଟି ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ପ୍ରଭାବର ବିଶେଷ ମହତ୍ଵ ରହିଛି । ଜାତକ କୁଣ୍ଡଳୀରେ ଗ୍ରହଙ୍କ ସ୍ଥିତି ଅନୁସାରେ ହିଁ ବ୍ୟକ୍ତିମାନଙ୍କର ଜୀବନ ଉପରେ ପ୍ରଭାବ ପଡିଥାଏ । ଗ୍ରହଙ୍କ ସ୍ଥିତିକୁ ବଦଳାଇ ଲୋକମାନେ ନିଜର ଜୀବନର ପରିସ୍ଥିତିକୁ ବଦଳାଇବାକୁ ସର୍ବଦା ଚେଷ୍ଟା କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଘର ପରିବାରର ସଦସ୍ୟଙ୍କର ରୋଗକୁ ଦୂର କରିବା ପାଇଁ ଉପାୟ ମଧ୍ୟ କୁହାଯାଇଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ମହତ୍ଵ ଅଧିକ ରହିଛି । ଏହି ଶାସ୍ତ୍ରରେ କୁହାଯାଇଛି କି ଜାତକ କୁଣ୍ଡଳୀରେ ଗ୍ରହଙ୍କ ସ୍ଥିତି ଅନୁସାରେ ହିଁ ବ୍ୟକ୍ତିର ଜୀବନ ଚାଲେ । ଜୀବନରେ ଉତ୍ଥାନ ପତ୍ତନ ଧନସୁଖ ପର୍ଯ୍ୟନ୍ତ ସବୁ କିଛି ଏହି ଗ୍ରହଙ୍କ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ତେଣୁ ଏହି ଗ୍ରହଙ୍କୁ ମଜବୁତ୍ କରିବା ପାଇଁ ଶାସ୍ତ୍ରରେ ଉପାୟ ଦିଆଯାଇଛି । ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ।

ଗୁରୁବାର ଦିନ ଡାଲି ଦାନ- ଏହି ଦିନ ଚଣା ଡାଲି ଦାନ କରିଲେ ରୋଗ ଦୂର ହୋଇଥାଏ । ପରିବାରରେ ଯେତେ ଜଣ ସଦସ୍ୟ ଅଛନ୍ତି ସମସ୍ତଙ୍କ ହାତରେ ଏକମୁଠା ଡାଲି କାଢି କୌଣସି ଅସହାୟଙ୍କୁ ଦାନ କରନ୍ତୁ । ଏହି ଉପାୟ କରିଲେ ରୋଗ ଦୂର ହୁଏ । ଯଦି ଘରେ ଅଧିକ ଦିନ ପର୍ଯ୍ୟନ୍ତ ସଦସ୍ୟଙ୍କ ରୋଗ ପୀଡା ଭୋଗୁଛନ୍ତି ତେବେ ଏହି ଉପାୟ ୫ଟି ଗୁରୁବାରରେ କରିବାକୁ ହେବ ।

ଗାଈର ସେବା କଲେ ରୋଗ ଦୂର ହୁଏ- ହିନ୍ଦୁ ଧର୍ମରେ ଗାଈର ସେବାକୁ ବହୁତ ମହତ୍ଵପୂର୍ଣ୍ଣ ଦିଆଯାଇଛି ।  ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଗାଈର ସେବା କରିଲେ ରୋଗରୁ ମୁକ୍ତି ମିଳେ । ଯଦି ଘରେ କୌଣସି ବ୍ୟକ୍ତି ରୋଗରେ ପୀଡିତ ହେଉଛନ୍ତି ତେବେ ସେ ରୋଗୀ ନିଜେ ଗାଈର ସେବା ପାଇଁ ଦାନ ଆଦି କରିବା ଉଚିତ୍ । କାରଣ ଗାଈଙ୍କ ଠାରେ ସବୁ ଦେବା ଦେବୀ ବାସ କରନ୍ତି । ତେଣୁ ଗାଈର ସେବା କରିଲେ କୃପା ମିଳିଥାଏ ।

ସବୁଜ ପରିବା ଦାନ- ଘରେ ଯେଉଁ ବ୍ୟକ୍ତି ରୋଗରେ ପୀଡିତ ଅଛନ୍ତି ସେହି ବ୍ୟକ୍ତିର ମୁଣ୍ଡ ପାଖରେ ରାତିରେ କିଛି ସବୁଜ ପରିବା ରଖନ୍ତୁ । ସକାଳୁ ଉଠିଲେ ସେହି ପରିବାକୁ ଅଳିଆ ଗଦାରେ ପକାଇ ଦିଅନ୍ତୁ । ମନେ ରଖିବାକୁ ହେବ ଯେ ପଛକୁ ବୁଲି ଦେଖିବ ନାହିଁ । ଏହି ଉପାୟକୁ ବିଶେଷ ଗୁରୁତ୍ଵ ଦିଆଯାଇଛି । ଘରୁ ରୋଗ ଦୂର କରିବା ପାଇଁ ଏହି ଉପାୟ ବହୁତ ପ୍ରଭାବଶାଳି ଅଟେ ।

ପିନ୍ଧୁଥିବା ବସ୍ତ୍ର- ଘରେ ଯେଉଁ ବ୍ୟକ୍ତି ରୋଗରେ ପୀଡିତ ଅଛନ୍ତି ସେହି ବ୍ୟକ୍ତି ପିନ୍ଧୁଥିବା ବସ୍ତ୍ର, ଜୋତା ବା ଚପଲକୁ ଏକ ଶନିବାର ଦିନ ଯେ କୌଣସି ଗରିବ ବା ଭିକାରୀଙ୍କୁ ଦାନ କରନ୍ତୁ । ଏହି ଉପାୟ କଲେ ରୋଗ କଷ୍ଟ ଦୂର ହୋଇଥାଏ । ମନାଯାଏ କି ଏହି ଉପାୟ କଲେ ଘରୁ ରୋଗ ଦୂର ହୁଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!