Numerology: ମୂଳାଙ୍କ 2 ବା (୨ , ୧୧, ୨୦, ୨୯)ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X Y Z ନାମର ପ୍ରଥମ ଅକ୍ଷର ଯେଉଁ ଲେଟରରୁ ଆରମ୍ଭ ହେଉଥିବ ସେହି ଲେଟର ହିସାବରେ ସଂଖ୍ୟା ଠିକ୍ କରିପାରେବେ ଯଥା- 1 2 3 4 5 6 7 8 9 1 2 3 4 5 6 7 8 9 1 2 3 4 5 6 7 8 । ଯଦି ଆପଣଙ୍କ ନାମ ଅଶୋକ ତେବେ ଆପଣଙ୍କ ମୂଳାଙ୍କ ୧ ହେବ । ଯଦି ଆପଣଙ୍କ ନାମ କେଶବ ତେବେ ଆପଣଙ୍କ ମୂଳାଙ୍କ ୨ ହେବ । ଯଦି ଆପଣଙ୍କ ନାମ ୟାରିଆନ ତେବେ ଆପଣଙ୍କ ମୂଳାଙ୍କ ୭ ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଙ୍କ ଜ୍ୟୋତିଷରେ ସଂଖ୍ୟାର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାଯାଏ । ଯଦି ଆପଣ ୨୦୨୧ ମସିହାର ଅଙ୍କକୁ ଯୋଗ କରିବେ ଯାହା ଯୋଗଫଳ ହେବ ତାହା ଏହି ବର୍ଷର ମୁଳାଙ୍କ ହେବ । ଯେପରି ସୂର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ ପ୍ରକାଶ ବିତରିତ କରିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୋକ ଅଲଗା ଅଲଗା କ୍ଷେତ୍ରରେ ଅଲଗା ପ୍ରକାରର ଆବୃତି ସହ ପହଞ୍ଚି ଥାଏ । ଠିକ୍ ସେହିପରି ଏହି ସଂଖ୍ୟା ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରଭାବିତ କରିଥାଏ । ଯେପରି ୨୦୨୧ ମସିହାକୁ ମିଶାଇଲେ ୨ + ୦ + ୨ + ୧ = ୫ ଉତ୍ତର ୫ ହେବ ।

ଠିକ୍ ସେହିପରି ଜନ୍ମତିଥି ବା ଜନ୍ମତାରିଖକୁ ମିଶେଇ ଏକ ଅଙ୍କ କରିବାକୁ ହେବ ଯାହାକି ୧ ଠାରୁ ୯ ପର୍ଯ୍ୟନ୍ତ ଏକକ ଅଙ୍କ ସଂଖ୍ୟା ହୋଇଥାଏ । ଏହି ସଂଖ୍ୟାର ଆଧାରରେ ଭବିଷ୍ୟତ ବିଚାର କରାଯାଇ ପାରିବ । ଯଥା- ଯେଉଁ ମାନଙ୍କର ଯେ କୌଣସି ମାସର ୨ , ୧୧, ୨୦ ଓ ୨୯ ତାରିଖରେ କିମ୍ବା ଦ୍ଵିତୀୟା ବା ଏକାଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟାର ମୂଳାଙ୍କ ୨ ହେବ । ମୂଳାଙ୍କ ୨ ର ସ୍ଵାମୀ ଚନ୍ଦ୍ରଗ୍ରହ ହେବେ ।

ଅଙ୍କ ଜ୍ୟୋତିଷରେ ମୂଳାଙ୍କ ୨ର ସ୍ଵାମୀ ଚନ୍ଦ୍ର ଗ୍ରହଙ୍କ ପ୍ରଭାବ ରହୁଥିବାରୁ ଲୋକମାନେ ବହୁତ ଭାବୁକ ହେବେ । ନିଜର କାଳ୍ପନିକ ଦୁନିଆରୁ ବାହାରି ଦୁନିଆଦାରୀର ଚିନ୍ତା କରିବେ । ଜୀବନରେ ଉନ୍ନତି କରିବା ପାଇଁ ଅନ୍ୟମାନଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ । କିଛି ଲୋକମାନେ ବାଧା ସୃଷ୍ଟି କରିପାରନ୍ତି, କିନ୍ତୁ ସେହି ବାଧାକୁ ସହ୍ୟ କରି ଅନ୍ୟମାନଙ୍କ ସହିତ କାର୍ଯ୍ୟ କରିବାକୁ ହେବ । କାରଣ ଆପଣ ଏକୁଟିଆ କାର୍ଯ୍ୟରେ ଭଲ ପରିଣାମ ପାଇବେ ନାହିଁ । ବୈବାହିକ ଜୀବନରେ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିବା ଆବଶ୍ୟକ, ତେବେ ଯାଇ ସଂପର୍କକୁ ଆଗକୁ ବଢାଇ ପାରିବେ । ଜୀବନ ସାଥିଙ୍କ ସହିତ ବୁଲିବାକୁ ଯିବା ପାଇଁ ପ୍ଳାନ କରିବେ ।

ଯେଉଁମାନେ ବିବାହ କରିନାହାଁନ୍ତି ସେମାନେ କୌଣସି ବିଶେଷଙ୍କ ସହିତ ଭେଟ ହୋଇପାରନ୍ତି । ବିଦ୍ୟାର୍ଥୀମାନେ ପଢା ପାଢିରେ ବିଶେଷ ଧ୍ୟାନ ଦେବାକୁ ହେବ, କାରଣ ଯେ କୌଣସି କାରଣ ହେତୁ ପଢାପଢିରେ ମନ ଲାଗିବ ନାହିଁ । ଆର୍ଥିକ ସ୍ଥିତିରେ କ୍ଷତି ହୋଇପାରେ । ସେଥିପାଇଁ କୌଣସି ନିବେଶ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ହେବ । ୨୦୨୧ମସିହାରେ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦିକରି ଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ ।

ଆସନ୍ତୁ ଜାଣିବା ସେ ଉପାୟ ଗୁଡିକ କଣ ? ୨୦୨୧ମସିହାରେ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦି କରିଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ । ଆସନ୍ତୁ ଜାଣିବା ସେଉପାୟ ଗୁଡିକ କଣ ? ୧- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ଓ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ । ୨- ନିଜର ଭବିଷ୍ୟତ ଯୋଜନା ଗୁଡିକୁ ଗୁପ୍ତ ରଖନ୍ତୁ । ୩- ପ୍ରତ୍ୟେକ ବୁଧବାର ଦିନ ଦେବୀ ଦୂର୍ଗାଙ୍କ ଚାଳିଶା ପାଠ କରନ୍ତୁ । ୪- ନିଜ ଭାଇଙ୍କ ସହିତ ମଧୁର ସମ୍ପର୍କ ରଖନ୍ତୁ ।

୫- ବାମ ହାତର ଅନାମିକା ଆଙ୍ଗୁଠିରେ ସୁନାର ମୁଦି କରି ପିନ୍ଧନ୍ତୁ । ୬- ଭୂମି ବା ଘର ମିଳିବାର ସମ୍ଭାବନା ଅଛି । ୭- ବ୍ୟବସାୟ କ୍ଷେତ୍ରରେ ବୁଝି ବିଚାରୀ କାର୍ଯ୍ୟ କରିବା ଉଚିତ୍ । ୮- ଅବିବାହିତ ମାନେ ଗୁରୁ ଓ ଶନି ଗ୍ରହଙ୍କୁ ପୂଜା କରିଲେ ବିବାହରେ ବାଧା ଦେଖାଦେବ ନାହିଁ । ୯- ଚେଷ୍ଟା କରିଥିବା କାର୍ଯ୍ୟରେ ସଫଳ ହେବେ । ବିଶେଷକରି କଳା ସହିତ ସଂଯୁକ୍ତ ବ୍ୟକ୍ତିମାନେ ସଫଳ ହେବେ । ୧୦- ନିଜ ପ୍ରିୟଜନଙ୍କ ଠାରୁ ବିଚଳିତ ହୋଇପାରନ୍ତି, ପାରିବାରିକ ଜୀବନ ସୁଖୀ ହେବ, କିନ୍ତୁ ସତର୍କ ରହିବାକୁ ହେବ ଏବଂ ଛାତ୍ର ଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!