ମୀନ ରାଶି ବ୍ୟକ୍ତିଙ୍କର କେମିତି କଟିବ 2021 ମସିହା, ନୂଆ ବର୍ଷରେ କଣ ରହିଛି ଖାସ ଆପଣଙ୍କ ପାଇଁ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ । ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ । ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ ।

ମୀନ:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ ମୀନ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ଦଶମ ଭାବରେ, ମଙ୍ଗଳ ଦ୍ଵିତୀୟ ଭାବରେ, ଗୁରୁ, ଶନି ଏକାଦଶ ଭାବରେ, ଶୁକ୍ର, କେତୁ ନବମ ଭାବରେ ଓ ରାହୁ ତୃତୀୟ ଭାବରେ ଅବସ୍ଥାନ କରୁଛନ୍ତି । ଯାହା ଫଳରେ ରବି, ବୁଧ, ଗୁରୁ, ଶୁକ୍ର, ଶନି ଓ ରାହୁ ଶୁଭଫଳ ପ୍ରଦାନ କରିବେ । ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇପାରିବେ । ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ ।

ରବି, ବୁଧ, ଗୁରୁ, ଶୁକ୍ର, ଶନି ଓ ରାହୁ ଶୁଭଫଳ ପ୍ରଦାନ କରୁ ଥିବାରୁ ନୂତନ ଯୋଜନା ମନରେ ଆସିବ । ଦୀର୍ଘଦିନପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । କ୍ୟାରିୟରରେ ଭଲ ସଫଳତା ପାଇବେ । ଆତ୍ମବଳ ମଜବୁତ ହେବ, ଯାହା ଦ୍ଵାରା ଲାଭ ମିଳିବ । ପିଲାମାନଙ୍କର ଶିକ୍ଷାରେ ଶୁଭଫଳ ମିଳିବ । ଏହି ଯୋଗ ଦ୍ଵାରା ଅତ୍ୟନ୍ତ ଭାଗ୍ୟଶାଳୀ ହେବେ ସୁଖ ସ୍ଥାନ, ଘର ଓ ମାତାଙ୍କ ସ୍ଥାନରୁ ଭଲ ସୁଖ ପ୍ରାପ୍ତି ହେବ । ଆପଣଙ୍କ ଜୀବନସାଥିଙ୍କ ଠାରୁ ଭଲ ସମର୍ଥନ ପାଇବେ ।

ଅବିବାହିତମାନେ ବିବାହ କରିବାର ସୁଯୋଗ ପାଇବେ । କର୍ମରେ ଉନ୍ନତି କରି ପାରିବେ । ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ରହିବ । ଶୁଭ ଖବର ଶୁଣିବେ ।  ମାନ ସମ୍ମାନ ବୃଦ୍ଧି, ଉଚ୍ଚ ଶିକ୍ଷା ପ୍ରାପ୍ତ କରିପାରିବେ । ସ୍ମରଣଶକ୍ତି ବୃଦ୍ଧି ହେବ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ । ଅଟକିଥିବା କାର୍ଯ୍ୟ ପୂରଣ ହୋଇଯିବ । ସନ୍ତାନ ପ୍ରାପ୍ତି ହେବ । ବୈବାହିକ ଜୀବନରେ ସକରାତ୍ମକ ଭାବସୃଷ୍ଟି ହୋଇପାରେ । ପରାକ୍ରମରେ ବୃଦ୍ଧି ହେବ । ବିଗିଡିଥିବା କାର୍ଯ୍ୟ ଭଲରେ ପୂରଣ କରିପାରିବେ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ପାଇଁ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି ।

ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବ୍ୟବସାୟୀ ମାନଙ୍କର ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ହେବ ଓ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟ ଦାୟକ ହେବ । ନୂତନ ଗୃହସୁଖ ମିଳିବ ।

ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପତିଆରା ଅମଳିନ ରହିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ । ସବୁ କ୍ଷେତ୍ରରେ ଶୁଭ ଲାଭଫଳ ପାଇବେ ।

ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି । ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ସର୍ବକଷ୍ଟ ନିବାରଣ ମହାଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୧ ମାଳା ଜପ କରନ୍ତୁ ଔଁ ଖ୍ରାଂ ଖ୍ରୀଂ ଖ୍ରୌଂ ସଃ କେତବେ ନମଃ । ୨- ପ୍ରଥମ ମାସର ଯେକୌଣସି ମଙ୍ଗଳବାରଦିନ ସୁନା, ତମ୍ବା, ମସୁରଡାଲି, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ କନିଆରଫୁଲ, ଲାଲ୍ ଚନ୍ଦନ ଆଦି ଯେ କୌଣସି ଦେବୀ ମନ୍ଦିରରେ ଦାନ କରିବା ଉଚିତ୍ । ୩- ପ୍ରତ୍ୟେକଦିନ ପକ୍ଷୀମାନଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!