ରାତିରେ କରନ୍ତୁ ଏହି ଉପାୟ ଭୟରୁ ମିଳିବ ମୁକ୍ତି – Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ରରେ ଅନେକ ଗୁଡିଏ ଉପାୟ କୁହାଯାଇଛି । ସେହି ଉପାୟକୁ ଉପଯୋଗ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ତେବେ ଆସନ୍ତୁ ଜାଣିବା କିଛି ଏମିତି ଉପାୟ ଯାହାକୁ କେବଳ ରାତିରେ ବ୍ୟବହାର କରିପାରିବେ । କୁହାଯାଏ କି ଏହି ଉପାୟକୁ ଯଦି ନିଷ୍ଠାର ସହିତ ଉପଯୋଗ କରାଯାଏ ତେବେ ସହଜ ସରଳରେ ସବୁ କାର୍ଯ୍ୟ ପୂରଣ ହୋଇ କଷ୍ଟରୁ ରକ୍ଷା ମିଳିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରୋଜଗାର ପ୍ରାପ୍ତି ପାଇଁ ଗୋଟିଏ ଲେମ୍ବୁ ନେଇ ଏକ ଚାରିଛକ ରାସ୍ତାକୁ ଯାଅନ୍ତୁ, ସେଠାରେ ସେହି ଲେମ୍ବୁଟିକୁ ଚାରିଖଣ୍ଡ କରି କାଟନ୍ତୁ । ଏହାପରେ ରାସ୍ତାର ଚାରି ଦିଗକୁ ଗୋଟିଏ ଗୋଟିଏ ଖଣ୍ଡ ପକାଇ ଘରକୁ ଫେରିଆସନ୍ତୁ । ମନେ ରଖିବାକୁ ହେବ ଯେ ଘରକୁ ଫେରିବା ସମୟରେ ପଛକୁ ବୁଲି ଚାହିଁବେ ନାହିଁ ।

ରାତିରେ ଚନ୍ଦ୍ରଙ୍କୁ ପ୍ରଥମେ କ୍ଷୀର ଅର୍ଘ୍ୟ ଅର୍ପଣ କରିବେ ଓ ପରେ ଧଳା ମିଠା ଅର୍ପଣ କରିବାକୁ ହେବ । କୁହାଯାଏ କି ଏଥିରେ ଆର୍ଥିକ ଚିନ୍ତା ଓ ପାରିବାରିକ ସମସ୍ୟା ଦୂର, ମାନସିକ ଶାନ୍ତି ମିଳେ ଓ ସବୁ କାର୍ଯ୍ୟରେ ବାଧା ମଧ୍ୟ ଦୂର ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଶ୍ରୀ ସୂକ୍ତ ପାଠ କରିଲେ ଆର୍ଥିକ ସମସ୍ୟା ଦୂର ହୁଏ । ପରିବାରରେ ସୁଖ ଓ ଶାନ୍ତି ମିଳିଥାଏ ।

ଯଦି ବିବାହରେ ବିଳମ୍ବ ହେଉଛି ତେବେ ଏକ ପାନ ପତ୍ରରେ ଗୋଟିଏ ଗୁଆ ଓ ହଳଦୀ ଖଣ୍ଡ ରଖି ଶିବଲିଙ୍ଗରେ ଅର୍ପିତ କରନ୍ତୁ ଏବଂ ଶ୍ରୀ ଶିବ ଦରିଦ୍ର ଦହନ ସ୍ତୋତ୍ର ପାଠ କରନ୍ତୁ । ଏଥିରେ ବିବାହରେ ଥିବା ବାଧା ଦୂର ହୋଇଯାଏ ।

ପ୍ରତିଦିନ ଭସ୍ମ ଟୀକା ମଥାରେ ଲଗାନ୍ତୁ, ଏଥିରେ ଦୃଷ୍ଟିଦୋଷ, ଗ୍ରହ ବାଧା ଓ ପ୍ରେତ ବାଧା ଆଦିରୁ ମୁକ୍ତି ମିଳିଥାଏ ।

ରୋଗରୁ ରକ୍ଷା ପାଇବା ପାଇଁ ଏକ ଅଖଣ୍ଡିତ ପାନ ପତ୍ର, ଗୋଟିଏ ଗୋଲାପ ଫୁଲ ଓ କିଛି ଶାକର ନେଇ ରୋଗୀଙ୍କ ମୁଣ୍ଡ ଉପରେ ୩୧ ଥର ବୁଲାଇ ଆଣି ଏକ ଚାରି ଛକରେ ତାକୁ ରଖି ଦିଅନ୍ତୁ ଓ ଘରକୁ ଫେରନ୍ତୁ । ମନେ ରଖିବାକୁ ହେବ ଯେ ଫେରିବା ସମୟରେ ପଛକୁ ବୁଲି ଚାହିଁବେ ନାହିଁ । ଏହିପରି କଲେ ରୋଗରୁ ରକ୍ଷା ମିଳେ ଓ ସ୍ଵାସ୍ଥ୍ୟରେ ଉନ୍ନତି ମଧ୍ୟ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!