ନିଜର ନୂତନ ଘର ଓ ବାହନ ସୁଖ କେବେ ଓ କିପରି ମିଳିବ ଜାଣନ୍ତୁ- Jyotisha shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୁନିଆରେ ସବୁ ଲୋକମାନେ ଚହାଁନ୍ତିଯେ ନିଜର ଏକ ଘର ଓ ବାହନ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଜାତକରେ କେଉଁ ଯୋଗରେ ଏହି ଘର ଓ ବାହନ ସୁଖ ମିଳିଥାଏ । ଏହାକୁ ପାଇବା ପାଇଁ କଣ କରାଯାଇ ପାରିବ । ଜାତକ କୁଣ୍ଡଳୀରେ ଚନ୍ଦ୍ର ଓ ମଙ୍ଗଳ ମଜବୁତ୍ ରହିଲେ ବ୍ୟକ୍ତି ନିଜର ଏକ ଘର କିଣିବା ବା ନୂଆ ଘର ତିଆରି କରିପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜାତକ କୁଣ୍ଡଳୀରେ ଚତୁର୍ଥଭାବ ବଳି ହୋଇଥାଏ ତେବେ ନୂଆ ଘର ହେବ । ଯେତେ ବଳୀ ଗ୍ରହ ଚତୁର୍ଥଭାବରେ ରହିଲେ ସେତେ ଘର ପାଇବେ । କିନ୍ତୁ ଯଦି ରାହୁ ଗ୍ରହଙ୍କ ଅଶୁଭ ଦୃଷ୍ଟି ଚତୁର୍ଥଭାବ ଉପରେ  ପଡୁଥାଏ ତେବେ ଘର ସୁଖ ମିଳିବ ନାହିଁ । ଏମିତି ବି ହୁଏ ଯେ ଆପଣଙ୍କର ବହୁତ ବଡ ଘର ଅଛି, କିନ୍ତୁ ଆପଣ ନିଜେ ସରକାରୀ ଗୃହରେ ରହିଥିବେ ।

ଶୁକ୍ର ଗ୍ରହ ଶୁଭରେ ଥିଲେ ବହୁତ ବଡ ଘର ମଧ୍ୟ ହେବ । କିନ୍ତୁ ଭୟ ଲାଗି ରହିବ ।  ଯଦି ମଙ୍ଗଳ ଗ୍ରହ ନୀଚ ଭାବରେ ରହି ରାହୁଙ୍କ ପ୍ରଭାବରେ ପୀଡିତ ହେଉଛନ୍ତି ତେବେ ଘର ସୁନ୍ଦର ହେବ ନାହିଁ ଓ ସେହି ଘରେ ରହିଲେ ସୁଖ ମିଳିବ ନାହିଁ ।  ଚନ୍ଦ୍ର ଅଶୁଭରେ ଥିଲେ ଘର ତିଆରି କରିବା ପାଇଁ ବାଧା ସୃଷ୍ଟି ହେବ । ମାଆ ବାପାଙ୍କ ସହଯୋଗ ମଧ୍ୟ ମିଳିବ ନାହିଁ ।

ଉପାୟ-

୧- ଏକ ରୂପାଖଣ୍ଡ ନିଜ ପୂଜା ସ୍ଥାନରେ ରଖନ୍ତୁ ।

୨- ସୁନା, ରୂପା ଓ ତମ୍ବା ମିଶାଇ ଏକ ମୁଦି ତିଆରି କରି ଅନାମିକା ଆଙ୍ଗୁଠିରେ ପିନ୍ଧନ୍ତୁ ।

୩- ୧୧ଟି ମଙ୍ଗଳବାର ଗରିବମାନଙ୍କୁ ମିଠା ବାଣ୍ଟନ୍ତୁ ।

୪- ଯଦି ରାହୁ ଗ୍ରହଙ୍କ ପ୍ରଭାବରେ ପୀଡିତ ଅଛନ୍ତି ତେବେ ଘର ଭିତରୁ ଅଳିଆ ଆବର୍ଜନା କାଢି ଦିଅନ୍ତୁ ।

୫- ଘରେ ଖରାପ ହୋଇଥିବା ଇଲୋକ୍ଟ୍ରନିକ୍ସ ସାମଗ୍ରୀକୁ ବାହାର କରିଦିଅନ୍ତୁ । ମାତା ଦୂର୍ଗା ବା ଭୈରବ ଦେବଙ୍କୁ ପୂଜା ଆରାଧନା କରନ୍ତୁ ।

ରାହୁ ଗ୍ରହଙ୍କ ଅଶୁଭ ପ୍ରଭାବ ଥିଲେ କେବେ ମଧ୍ୟ  ବାହନ ସୁଖ ମିଳେ ନାହିଁ । ଶୁକ୍ର ଓ ଚତୁର୍ଥଭାବ ଦୁର୍ବଳ ହୋଇଥାଏ ତେବେ ସାମର୍ଥ୍ୟ ହେବା ପରେ ମଧ୍ୟ ବ୍ୟକ୍ତି ବାହନ କ୍ରୟ କରିପାରେ ନାହିଁ ।  ରାହୁ, ଶନି ଓ ମଙ୍ଗଳ ଗ୍ରହଙ୍କର ଚତୁର୍ଥ ଭାବକୁ ଅଶୁଭ ପ୍ରଭାବ ପଡୁଥାଏ ତେବେ ଗାଡିର ଇଂଜିନ୍ ଖରାପ ହୋଇଯାଏ । ଅର୍ଥାତ୍ ଗାଡି ଅଧିକ ସାମୟ ଗ୍ୟାରେଜରେ ପଡି ରୁହେ । ଯଦି ଚନ୍ଦ୍ର ଖରାପରେ ଅଛନ୍ତି ତେବେ ଡ୍ରାଇଭିଙ୍ଗ ଭଲ ହେବ ନାହିଁ ଓ ଦୁର୍ଘଟଣା ହୋଇଥାଏ ।

ଉପାୟ-

ଦୋଷୀ ଗ୍ରହ, ନୀଚ ଗ୍ରହ ଓ ମାରକେଶ ଗ୍ରହଙ୍କ ରଙ୍ଗର ଗାଡି କିଣନ୍ତୁ ନାହିଁ । ମଙ୍ଗଳ ଓ ଶନି ଖରାପରେ ଥିଲେ କଳା, ଲାଲ୍ ଓ ନୀଳ ରଙ୍ଗର ଗାଡି କିଣନ୍ତୁ ନାହିଁ । ସେହିପରି ଜନ୍ମ ଅଙ୍କର ବିପରୀତ ଅଙ୍କ ଗାଡିର ନମ୍ବର କରନ୍ତୁ ନାହିଁ । ଏଥିପାଇଁ ଲୁହା ଦାନ କରନ୍ତୁ ।

ଯେ କୌଣସି ମନ୍ଦିରରେ ଦେବତାଙ୍କ ବାହନକୁ ପ୍ରଥମେ ପୂଜା କରନ୍ତୁ । ଯେପରି କି ଶିବ ମନ୍ଦିରରେ ନନ୍ଦୀଙ୍କୁ, ଗଣେଶଙ୍କର ମୂଷାକୁ, ଦୂର୍ଗା ମନ୍ଦିରରେ ସିଂହକୁ ପୂଜା କରିବା ପରେ ପ୍ରତିମା ପୂଜା କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!