ଦୈନିକ ରାଶିଫଳ: 21 ନଭେମ୍ବର ୨୦୨୦, ଶନିଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ନଭେମ୍ବର ମାସ ୨୧ତାରିଖ, ଶନିବାର, ବିଛା ମାସ ୬ଦିନ, କାର୍ତ୍ତିକମାସ, ଶୁକ୍ଳପକ୍ଷ, ସପ୍ତମୀତିଥି, ଶ୍ରବଣା ନକ୍ଷତ୍ର, ଦିବା ୯ଟା ୫୪ମିନିଟ୍ ଗତେ ଧନିଷ୍ଠା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। ତାଳ ନ ଖାଇଲେ ଭଲ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶୁଭସମୟ- ପ୍ରାତଃ ୭ଟା ୩୧ମିନିଟ୍ ରୁ ୮ଟା ୪୬ମିନିଟ୍, ଦିବା ୧୧ଟା ୫୫ମିନିଟ୍ ରୁ ୧୨ଟା ୫୩ମିନିଟ୍, ଦିବା ୨ଟା ୧୮ମିନିଟ୍ ରୁ ୨ଟା ୪୯ମିନିଟ୍, ଦିବା ୩ଟା ୩୫ମିନିଟ୍ ରୁ ୫ଟା ୧ମିନିଟ୍। ପର୍ବଦିନ- ମୁକ୍ତି ମଣ୍ଡପର ଷୋଳ ଶାସନ ଭୋଗ, ଛଟ୍ ବ୍ରତ ଶେଷ।

ମେଷ:-

ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକଶାନ୍ତି ପାଇବେ। କର୍ମକ୍ଷେତ୍ରରେ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ବ୍ୟବସାୟ କ୍ଷେତ୍ରରେ ବକେୟା ଅର୍ଥ କିଛି ମିଳିବା ଫଳରେ ଆଶାତୀତ ଲାଭବାନ ହେବେ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ। ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଶୁଭଫଳ ପ୍ରାପ୍ତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଗୁରୁ ଗୁରୁଜନ ଓ ମାତା ପିତାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ। ନୂତନବନ୍ଧୁଙ୍କ ଆଗମନ ହେବ। ଧର୍ମକାର୍ଯ୍ୟରେ ରୁଚି ବୃଦ୍ଧି ହେବ। ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତା ପୂର୍ଣ୍ଣ ଫଳ ପ୍ରାପ୍ତ ହେବ। ପ୍ରେମୀକ ପ୍ରେମିକାଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇ ପାରେ। ସ୍ଥାନାନ୍ତରର ଭୟ ମଧ୍ୟ ରହିବ। ସବୁ ଭଲଥିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷମତା ପ୍ରାପ୍ତ କରିବେ। ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ। କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ। ବ୍ୟାପାର ଓ କାରବାରରେ ବହୁତ ଲାଭ ପାଇବାର ଯୋଗଅଛି। ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆଗକୁ ବଢିବାରେ ସହାୟତା ମିଳିବ। ଦୂରଯାତ୍ରା କରିଲେ କଷ୍ଟ ସହିବାକୁ ପଡିବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କର୍କଟ:-

ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ଜାଗାଜମି, ଯାନବାହାନ, ସମ୍ପତ୍ତିଆଦି କ୍ରୟବିକ୍ରୟ କରିପାରିବେ। ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ। କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେଇ ପାରନ୍ତି। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ। ଅଚାନକ ପରିସ୍ଥିତିରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ଗୃହାପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ। ଇଛାଶକ୍ତି ପ୍ରବଳ ମାତ୍ରାରେ ଜାଗ୍ରତ ହେବା ଫଳରେ ଅର୍ଥର ସମ୍ୟକ ବୃଦ୍ଧି ହେବ। ଧର୍ମକାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ସିଂହ:-

ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ବିତେଇ ପ୍ରଶଂସା ପାଇବେ। ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ। ଧର୍ମକାର୍ଯ୍ୟରେ ନିୟୋଜିତ ହେବେ। ଅନେକ ଦିଗରୁ ଖୁସି ମିଳିବ। ପ୍ରେମୀକ ପ୍ରେମିକାଙ୍କ ମଧୁର ମିଲନରେ କୌଣସି ବାଧାବନ୍ଧନ ନାହିଁ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ବାହନରେ କୌଣସି ଜାଗାକୁ ଯାତ୍ରା କରନ୍ତୁ ନାହିଁ ଆଉ ନିଜେ ମଧ୍ୟ ଗାଡ଼ି ଚଳାନ୍ତୁ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରି ପାରିବେ। କୋର୍ଟ କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ। ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ। ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ସଫଳତା ପାଇବେ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେ ନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ତୁଳା:-

ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ। ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ଧୈର୍ଯ୍ୟ, ସାହସ ଓ ବୁଦ୍ଧିମତା ଯୋଗେ ପ୍ରଶଂସା ପାଇବେ। ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। ମନ ଓ ଶରୀର ଭଲ ରହି ନପାରେ। ଯୌଥ ବ୍ୟବସାୟ ସମ୍ପର୍କୀୟ କୌଣସି ଘଟଣା ଯୋଗୁ ଆପଣ ବିଶେଷ ବ୍ୟସ୍ତ ରହିବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-

ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ଆଶା କରିଥିବା କାର୍ଯ୍ୟ ପୁରଣ କରି ପାରିବେ। ଗୁରୁଜନଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବା ସହ ଆଶୀର୍ବାଦ ମିଳିବ। ଆତ୍ମବିଶ୍ଵାସରେ ବୃଦ୍ଧି ହେବ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଅଧିକ ଲାଭ ପାଇବେ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ଗଠନ ମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ବ୍ୟବସାୟରେ ପୁରୁଣାପ୍ରାପ୍ୟ କିଛି ଆଦାୟ ହୋଇପାରେ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ରାଜନୈତିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବା ଯୋଗେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ଅଚାନକ ଭାବରେ ଧନ ଲାଭ ହେବ। ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ। ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ।

ମକର:-

କାମକାର୍ଯ୍ୟରେ ଗମ୍ଭୀରତା ପୂର୍ବକ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ। ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ ସାଧନ କରିପାରିବେ ନାହିଁ। କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ। ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ। ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ରାଜନୀତି କ୍ଷେତ୍ରରେ ଲୋକ ପ୍ରିୟତା ବୃଦ୍ଧି ହେବା ସହ କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ପାଇବେ। ଦାମ୍ପତ୍ୟ ସୁଖ ଏବଂ ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟିହେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ:-

ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ। ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। କୌଣସି ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରିପାରିବେ। ପୁରାତନ ରୋଗରୁ ଉପଶମ ମିଳିବ। ବଂଧୁଙ୍କଠାରୁ ଶୁଭ ସମାଚାର ଶୁଣି ବା ଶୁଭ ସନ୍ଦେଶ ପାଇ ମନ ଉତ୍ସୁକ ହେବ। କୌଣସି ସାମାଜିକ ଓ ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ। ଭୌତିକ ସୁଖ-ସୁବିଧା ସାଧନର ବୃଦ୍ଧି ହେବ। ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇ ପାରନ୍ତି। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:-

ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ। ନୂତନ କାମ ଆରମ୍ଭ କରିପାରିବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ। କର୍ମକ୍ଷେତ୍ରରେ କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ। ପ୍ରେମପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ। ବ୍ୟବସାୟରେ ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ। ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରି ପାରନ୍ତି। ସରକାରୀ କାମରେ ସଫଳତା ମିଳିବ। ଏକ ବିରାଟ କାର୍ଯ୍ୟର ସଂକଳ୍ପ ନେଇ ଆଗେଇବେ। ରାଜନୀତିକ୍ଷେତ୍ରରେ ସହଯୋଗୀ ବା ଭାଇଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିବେ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!