ଆପଣଙ୍କର ଜନ୍ମ କେଉଁ ବାରରେ ହୋଇଛି ? ବାର ଅନୁସାରେ ଜାଣନ୍ତୁ ନିଜର ବ୍ୟକ୍ତିତ୍ଵ ବିଷୟରେ କିଛି ଖାସ କଥା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗ୍ରନ୍ଥରେ ଅନେକ ପ୍ରକାର ଜ୍ୟୋତିଷ ବିଦ୍ୟା ବିଷୟରେ କୁହାଯାଇଛି । ଜ୍ୟୋତିଷମାନେ କେତେବେଳେ ରାଶି ଅନୁସାରେ ସ୍ଵଭାବ କୁହନ୍ତି, କୁଣ୍ଡଳୀ ଲଗ୍ନ ଓ ନକ୍ଷତ୍ର ଅନୁସାରେ ସ୍ଵଭାବ ବିଷୟରେ କହିଥାନ୍ତି । କିନ୍ତୁ ଏଠାରେ ଆସନ୍ତୁ ଜାଣିବା ବାର ଅନୁସାରେ ନିଜର ସ୍ଵଭାବ ବିଷୟରେ କିଛି ତଥ୍ୟ । ଅନେକ ଜ୍ୟୋତିଷମାନେ କହିଥାନ୍ତି ଯେ ବ୍ୟକ୍ତି ଯେଉଁ ବାରରେ ଜନ୍ମ ହୁଏ ସେହି ବାର ଅନୁସାରେ ବ୍ୟକ୍ତିର ସ୍ଵଭାବ, ତଥ୍ୟ ମଧ୍ୟ ରହିଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରବିବାର- ଏହି ବାରରେ ଜନ୍ମ ହେଉଥିବା ବ୍ୟକ୍ତି ଉପରେ ସୂର୍ଯ୍ୟ ବା ରବି ଗ୍ରହଙ୍କର ପ୍ରଭାବ ରହିଥାଏ । ଏହି ଜାତକର ସ୍ଵଭାବ ନିର୍ଭିକ, କିନ୍ତୁ ଉଦାର ଭାବ ହୋଇଥାଏ । ବ୍ୟକ୍ତିର ରଙ୍ଗ ମଳିନଗୋରା, କପାଳ ଚୌଡା,ବଳଶାଳୀ ବୁଦ୍ଧିବଳରେ ଧନୀ ହୋଇଥାଏ ।

ସୋମବାର- ଏହି ବାରରେ ଜନ୍ମ ହେଉଥିବା ବ୍ୟକ୍ତି ଉପରେ ଚନ୍ଦ୍ର ଗ୍ରହଙ୍କର ପ୍ରଭାବ ରହିଥାଏ । ଏହି ଜାତକର ସ୍ଵଭାବ ଶାନ୍ତ ଓ ଆଧ୍ୟାତ୍ମିକ ବିଚାରରେ ସମ୍ପନ୍ନ ରହିଥାଏ । ବ୍ୟକ୍ତିର କଥା ମଧୁର ହୋଇଥାଏ । ଜାତକ ଗମ୍ଭୀର ଓ ଭାବୁକ ହୁଏ ।

ମଙ୍ଗଳବାର- ଏହି ବାରରେ ଜନ୍ମ ହେଉଥିବା ବ୍ୟକ୍ତି ଉପରେ ମଙ୍ଗଳ ଗ୍ରହଙ୍କର ପ୍ରଭାବ ରହିଥାଏ । ଯଦି ବ୍ୟକ୍ତିର ଜାତକରେ ମଙ୍ଗଳ ଗ୍ରହ ଅଶୁଭରେ ରହିଥାନ୍ତି ତେବେ ସେହି ବ୍ୟକ୍ତି ତାମସୀ ପ୍ରବୃତିର ହୁଏ ତଥା ସର୍ବଦା କ୍ରୋଧୀ, ଜିଦି ସ୍ଵଭାବର ହୋଇଥାନ୍ତି ।  ସେହିପରି ଯଦି ବ୍ୟକ୍ତିର ଜାତକରେ ମଙ୍ଗଳ ଗ୍ରହ ଶୁଭରେ ରହିଥାନ୍ତି ତେବେ ସେହି ବ୍ୟକ୍ତି  ନିର୍ଭିକ, ଲିଡର୍, ନ୍ୟାୟ ପ୍ରିୟ ଓ ସବୁ ପରିସ୍ଥିତିରେ ନିଜ ବୁଦ୍ଧିରେ କାମ କରିଥାନ୍ତି ।

ବୁଧବାର – ଏହି ବାରରେ ଜନ୍ମ ହେଉଥିବା ବ୍ୟକ୍ତି ଉପରେ ବୁଧ ଗ୍ରହଙ୍କର ପ୍ରଭାବ ରହିଥାଏ । ଏହି ବାରରେ ଜନ୍ମ ବ୍ୟକ୍ତି ଶ୍ୟାମଳ ଓ ବ୍ୟାପାରରେ ନିପୁଣ ହୋଇଥାଏ । ମଧୁର କଥା କହେ । ଚେହେରାରେ ଆକର୍ଷଣ ହୋଇଥାଏ । ଯଦି ବୁଧ ଗ୍ରହ ଖରାପ ସ୍ଥିତିରେ ରୁହନ୍ତି ତେବେ ବ୍ୟକ୍ତି ଚାଲାକ ହୁଏ ଓ ଦିବାସ୍ଵପ୍ନ ଦେଖିଥାଏ । ସର୍ବଦା ଚିନ୍ତା ଓ ସଂଶୟ ଲାଗିରୁହେ ।

ଗୁରୁବାର- ଏହି ବାରରେ ଜନ୍ମ ହେଉଥିବା ବ୍ୟକ୍ତି ଉପରେ ଗୁରୁ ଗ୍ରହଙ୍କର ପ୍ରଭାବ ରହିଥାଏ । ଏହି ଜାତକ ବ୍ୟକ୍ତି ଗମ୍ଭୀର ଚିନ୍ତା କରିଥାଏ । ଧାର୍ମିକ ସ୍ଵଭାବ ହୁଏ । ଯଦି ଗୁରୁ ଗ୍ରହ ଖରାପ ସ୍ଥିତିରେ ରହିଛନ୍ତି ତେବେ ବ୍ୟକ୍ତି ଠକ ସାଧୁ ଓ ମିଛୁଆ ହୋଇଥାଏ । ମିଛ କଥାରେ ଲୋକମାନଙ୍କୁ ଭ୍ରମରେ ପକାଇଥାନ୍ତି ।

ଶୁକ୍ରବାର- ଏହି ବାରରେ ଜନ୍ମ ହେଉଥିବା ବ୍ୟକ୍ତି ଉପରେ ଶୁକ୍ର ଗ୍ରହଙ୍କର ପ୍ରଭାବ ରହିଥାଏ । ଯଦି ଶୁକ୍ର ଗ୍ରହ ଭଲ ସ୍ଥିତିରେ ରହିଛନ୍ତି ତେବେ ବ୍ୟକ୍ତି କଳାପ୍ରିୟ ହୁଏ ଓ ବୁଦ୍ଧି ତେଜ ରୁହେ । ଆଧୁନିକ ବିଚାରକୁ ମହତ୍ଵ ଦେଇଥାଏ । ସ୍ଵଭାବରେ ବିନମ୍ର ହୁଏ । ଲୋକମାନଙ୍କୁ ନିଜ କଥାରେ ଓ କାମରେ ପ୍ରଭାବିତ କରିଥାନ୍ତି । ଯଦି ଶୁକ୍ର ଗ୍ରହ ଅଶୁଭ ସ୍ଥିତିରେ ରହିଛନ୍ତି ତେବେ ବ୍ୟକ୍ତି ବିଳାସପୂର୍ଣ୍ଣ ଜୀବନ ବିତାଇଥାଏ ଓ ଆରାମକୁ ପସନ୍ଦ କରିଥାନ୍ତି ।

ଶନିବାର- ଏହି ବାରରେ ଜନ୍ମ ହେଉଥିବା ବ୍ୟକ୍ତି ଉପରେ ଶନି ଗ୍ରହଙ୍କର ପ୍ରଭାବ ରହିଥାଏ । ଯଦି ଶନି ଗ୍ରହ ଶୁଭ ସ୍ଥିତିରେ ରହିଛନ୍ତି ତେବେ ବ୍ୟକ୍ତି ନ୍ୟାୟପ୍ରିୟ, କଳାପ୍ରିୟ ଓ କର୍ମବାନ ହୋଇଥାଏ । ସ୍ପଷ୍ଟବାଦୀ ଓ ସିଦ୍ଧାନ୍ତପ୍ରିୟ ସ୍ଵଭାବ ହୋଇଥାନ୍ତି । ଯଦି ଶନି ଗ୍ରହ ଅଶୁଭ ସ୍ଥିତିରେ ରହିଛନ୍ତି ତେବେ ବ୍ୟକ୍ତିର ସ୍ଵଭାବ କ୍ରୋଧୀ, ଦୁର୍ବଳ ଶରୀର ଓ ଅଳସୁଆ ହୋଇଥାନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!