ରାଶି ଅନୁସାରେ ଧନତେରସ ଦିନ କରନ୍ତୁ ଏହି ୧୨ଟି ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାଶି ଅନୁସାରେ ଧନତେରସ ଦିନ ଏହି ୧୨ଟି ଉପାୟ କରନ୍ତୁ । ସବୁ ସମସ୍ୟା ସମାଧାନ ହୋଇଯିବ, ଧନ ସମ୍ପତ୍ତି ଭରପୁର ହେବ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଧନତେରସ ଦିନ ଧନ୍ଵନ୍ତରୀ, ମାତା ଧନଲକ୍ଷ୍ମୀ, ଧନ ଦେବତା କୁବେର ଓ ଯମ ରାଜାଙ୍କୁ ପୂଜା କରାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆର୍ଥିକ ସ୍ଥିତି ମଜବୁତ୍ କରିବା ପାଇଁ ଏହି ଧନତେରସ ଦିନଟି ବହୁତ ମହତ୍ଵ ଥାଏ । ଯଦି ଧନତେରସ ଦିନ ରାଶି ଅନୁସାରେ ଏହି ଉପାୟମାନ କରିବେ ତେବେ ଧନ ସମ୍ପତ୍ତି ଲାଭ ହେବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ କଣ?

୧- ମେଷ- ଧନତେରସ ଦିନ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ଵାରରେ ତେଲ ଦୀପ ପ୍ରସ୍ତୁତ କରି ସେଥିରେ ଦୁଇଟି ବଳିତା ପକାଇ ଜାଳନ୍ତୁ, ଏହି ଉପାୟ କଲେ ଆର୍ଥିକସ୍ଥିତି ଭଲ ରହିବ ଓ ଉଧାର ଦେଇଥିବା ଟଙ୍କା ମଧ୍ୟ ପ୍ରାପ୍ତି ହେବ ।

୨- ବୃଷ- ଯଦି ସଞ୍ଚିତ ଧନ ଖର୍ଚ୍ଚ ହୋଇଯାଉଛି ତେବେ ଧନତେରସ ଦିନ ୫ଟି ଅସ୍ଵସ୍ଥ ପତ୍ର ଆଣି ସେଥିରେ ଅଷ୍ଟଗନ୍ଧର ଚନ୍ଦନ ଲଗାଇ ବହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ । ମନମଧ୍ୟରେ ମାଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ।

୩-ମିଥୁନ- ଧନତେରସ ଦିନ ଏକ ନାଲି ରଙ୍ଗର ବସ୍ତ୍ରରେ କିଛି ପଇସା ରଖନ୍ତୁ ଓ ବରଗଛର ୫ଟି ପତ୍ର ଆଣି ସେଥିରେ ଲାଲ୍ ଚନ୍ଦନ ଲଗାଇ ସେହି ବସ୍ତ୍ରରେ ଏକତ୍ର ରଖି ବାନ୍ଧି ଦିଅନ୍ତୁ । ତାକୁ ଘରେ ବା ଦୋକାନରେ ଟଙ୍ଗାଇ ଦିଅନ୍ତୁ ।

୪-କର୍କଟ- ଯଦି ଆପଣ ଅଚାନକ ଭାବରେ ଧନ ପ୍ରାପ୍ତି କରିବାକୁ ଚହୁଁଛନ୍ତି ତେବେ ଧନତେରସ ଦିନ ସନ୍ଧ୍ୟା ସମୟରେ ଓସ୍ତ ଗଛ ନିକଟରେ ତେଲର ପଞ୍ଚମୁଖୀ ଦୀପ ଜାଳନ୍ତୁ ।

୫-ସିଂହ- ଯଦି ବ୍ୟବସାରେ ହାନି ହେଉଛି ତେବେ ଧନତେରସ ଦିନ ଠାରୁ ପ୍ରତିଦିନ ଗାଈକୁ ସବୁଜ ଘାସ ବା ପନିପରିବା ଖାଇବାକୁ ଦିଅନ୍ତୁ । ନବେଦିନ ପର୍ଯ୍ୟନ୍ତ ଏହିବିଧାନ କଲେ ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିପାରେ ।

୬-କନ୍ୟା- ଯଦି ଆର୍ଥିକ ସ୍ଥିରତା ରହୁନାହିଁ ତେବେ ଧନତେରସ ଦିନ ପଦ୍ମଫୁଲ ଆଣି ମାତା ଲକ୍ଷ୍ମୀଙ୍କ ମନ୍ଦିରରେ ଅର୍ପିତ କରନ୍ତୁ ।

୭- ତୁଳା- ଯଦି ଆପଣଙ୍କର ଆର୍ଥିକ ଚିନ୍ତା ଲାଗି ରହୁଛି ତେବେ ଧନତେରସ ଦିନ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କ ମନ୍ଦିରରେ ନଡିଆ ଭୋଗ କରନ୍ତୁ । କଦଳୀ ୫ଟି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟି ଦିଅନ୍ତୁ ।

୮- ବିଛା- ଯଦି ଆପଣ ସର୍ବଦା ଋଣ କରଜରେ ବୁଡି ରହିଛନ୍ତି ତେବେ ଧନତେରସ ଦିନ ଶ୍ମଶାନ ନିକଟରେ ଥିବା ଏକ କୁଅରୁ ପାଣି ଆଣି ଅଶୋସ୍ଥ ଗଛ ମୂଳରେ ସେହି ପାଣିକୁ ଢାଳନ୍ତୁ ।

୯- ଧନୁ- ଧନତେରସ ଦିନ ଗୋଲାପଗଛର୧୧ଟି ପତ୍ର ଆଣି ତାକୁ ମୋଳି ସୂତାରେ ବାନ୍ଧି ଏକ ବଟବୃକ୍ଷରେ ବାନ୍ଧି ଦିଅନ୍ତୁ । ଏଥିରେ ଆର୍ଥିକ ସ୍ଥିତି ସୁଦୃଢ ହେବ ।

୧୦- ମକର – ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଦେଖା ଦେଉଛି କିମ୍ବା ଆସୁଥିବା ଧନରେ ବାଧା ସୃଷ୍ଟି ହେଉଛି ତେବେ ୫୦ଗ୍ରାମରାଶିତେଲରେ ଦୀପ ପ୍ରସ୍ତୁତ କରି ଧନତେରସ ଦିନ ସନ୍ଧ୍ୟା ସମୟରେ ଆରମ୍ଭ କରି ୧୩ଦିନ ପର୍ଯ୍ୟନ୍ତ ସେହି ଦୀପ ଜଳାଇଲେ ଧନ ଲାଭ ହେବ ।

୧୧- କୁମ୍ଭ- ଜୀବନ ସାଥୀଙ୍କ ସୁଖ ସମୃଦ୍ଧି ହେତୁ ପ୍ରତ୍ୟେକ ଧନତେରସ ଦିନ ରାତିରେ ଯେଉଁ ସ୍ଥାନରେ ପୂଜା କରିଥିବେ ସେହି ସ୍ଥାନରେ ରାତ୍ରି ଜାଗରଣ କରିବା ଉଚିତ୍ ।

୧୨- ମୀନ- ଯଦି ବ୍ୟବସାୟରେ ବୃଦ୍ଧି ହେଉନାହିଁ ତେବେ ଧନତେରସ ଦିନ ୨ଟି କଦଳୀ ଗଛ ପୋତି ଦିଅନ୍ତୁ ଓ ପ୍ରତିଦିନ ତାର ଯତ୍ନ ନେଇ ପାଣି ଦିଅନ୍ତୁ, ଯେବେ କଦଳୀ ଗଛ ବଡ ହୋଇ ଫଳ ଫଳିବ ସେହି କଦଳୀକୁ ନିଜେ ନଖାଇ କୌଣସି ମନ୍ଦିରରେ ଦାନ କରି ଦେବେ । ଆର୍ଥିକ କ୍ଷେତ୍ରରେ ସୁଫଳ ପାଇବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!