ଧନତେରସ ଦିନ କରନ୍ତୁ 13ଟି ପଇସା, 13 ଟି କୌଡି ଓ 13ଟି ଦୀପର ଏହି ଉପାୟ, ଦୂର ହେବ ଆର୍ଥିକ ସମସ୍ଯା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଧନତେରସ ଦିନ ୧୩ ସଂଖ୍ୟା ଶୁଭ ହେଉଛି, ତେବେ ଆସନ୍ତୁ ଜାଣିବା ୧୩ଟି ପଇସା, ୧୩ଟି କୌଡି ଓ ୧୩ଟି ଦୀପର ବିଶେଷ ଉପାୟ ।  ଧନତେରସ ଦିନ ସୂର୍ଯ୍ୟ ଅସ୍ତ ପରେ ୧୩ଟି ଦୀପ ଜଳାଇ ତା ପାଖରେ ୧୩ଟି କୌଡି ରଖନ୍ତୁ । ଏହାପରେ କୁବେର ଓ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଅର୍ଦ୍ଧ ରାତ୍ରରେ ସେହି ୧୩ଟି କୌଡିକୁ ଘରର ଏକ କୋଣରେ ଗାତ କରି ପୋତି ଦିଅନ୍ତୁ । ଏହି ଉପାୟରେ ଧନ ପ୍ରାପ୍ତି ହେବାର ଯୋଗ ସୃଷ୍ଟି ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏକ କୁବେର ଯନ୍ତ୍ର ଆଣି ଦୋକାନ ବା ଆଲମୀରାରେ ରଖନ୍ତୁ । ୧୦୮ଥର ନିମ୍ନ ମନ୍ତ୍ରକୁ ଜପ କରନ୍ତୁ । ଯଦି ୧୦୮ଥର ଏହି ମନ୍ତ୍ରକୁ ଜପ କରି ପାରିବେ ନାହିଁ ତେବେ ପ୍ରତ୍ୟେକ ଦିନ ସଂଧ୍ୟା ସମୟରେ ୧୩ଥର ମନ୍ତ୍ରକୁ ଜପ କରିପାରିବେ । ମନ୍ତ୍ର-

ଓଁ ଯକ୍ଷାୟ କୁବେରାୟ ବୈଶ୍ରବଣାୟ ଧନ୍ୟ ଧନ୍ୟା ଅଧିପତୟେ

ଧନ ଧାନ୍ୟ ସମୃଦ୍ଧି ମେ ଦେହି ଦାପୟ ଦାପୟ ସ୍ଵାହା ।

ଏହି ଉପାୟ କଲେ ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ ।

ଘରେ ୧୩ଟି ରୂପା ପଇସା ରଖି କେଶର ବା ହଳଦି ଲଗାଇ ପୂଜା କରନ୍ତୁ । ଗୃହରେ ଶାନ୍ତି ବୃଦ୍ଧି ପାଇବ ।

ଧନତେରସ ଦିନ ୧୩ଟି ଦୀପ ଘର ଭିତରେ ଏବଂ ଆଉ ୧୩ଟି ଦୀପ ଘର ବାହାର ଦ୍ଵାରରେ ରଖନ୍ତୁ ।

ଧନତେରସ ଦିନ ୧୩ଟି ଦୀପ ଜଳାଇ ୧୩ଥର ନିମ୍ନ ମନ୍ତ୍ରକୁ ପଢିଲେ ଧନକୁବେର ପ୍ରସନ୍ନ ହେବେ ଓ ଧନ ପ୍ରାପ୍ତି ହେବ ।

ସବୁ ଧନ ସମ୍ପତ୍ତି , ବୈଭବ ଓ ଐଶ୍ଵର୍ଯ୍ୟର ସ୍ଵାମୀ ଧନକୁବେର ଙ୍କ ପାଇଁ ଧନତେରସ ଦିନ ସନ୍ଧ୍ୟା ସମୟରେ ୧୩ଟି ଦୀପ ସମର୍ପିତ କରିବା ଉଚିତ୍ । ସମୃଦ୍ଧି ପାଇବାର ଏହା ଏକ ରାମବାଣ ଉପାୟ ଅଟେ । କୁବେର ଭୂଗର୍ଭର ସ୍ଵାମୀ ଅଟନ୍ତି ।  ତେଣୁ କୁବେରଙ୍କ ପୂଜା କରିଲେ ମନୁଷ୍ୟର ସକାରାତ୍ମକ ଊର୍ଜା ଜାଗୃତ ହୁଏ । ଧନ ଅର୍ଜିତ କରିବାର ମାର୍ଗ ପ୍ରଶସ୍ତ ହୁଏ ।

କୁବେରଙ୍କ ମନ୍ତ୍ର ୧୩ଥର ଜପ କରିଲେ କୁବେର ପ୍ରସନ୍ନ ହୋଇଥାନ୍ତି । ନିମ୍ନ ମନ୍ତ୍ରକୁ ହଳଦିଆ କପଡ଼ାରେ ଅଷ୍ଟଗନ୍ଧ କାଳିରେ ଡାଳିମ୍ବକାଠିରେ ଲେଖି ଚନ୍ଦନ, ଧୂପ, ଦୀପ, କଦଳୀ, ବୁନ୍ଦିଲଡୁ, କ୍ଷୀରଛେନା, ନୈବେଦ୍ୟରେ ପୂଜା କରନ୍ତୁ । ମନ୍ତ୍ର –

ଓଁ ଯକ୍ଷାୟ କୁବେରାୟ ବୈଶ୍ରବଣାୟ ଧନ୍ୟ ଧନ୍ୟା ଅଧିପତୟେ

ଧନ ଧାନ୍ୟ ସମୃଦ୍ଧି ମେ ଦେହି ଦାପୟ ଦାପୟ ସ୍ଵାହା ।

ଏହି ଉପାୟମାନ କରିଲେ ତେବେ ଧନ ସମ୍ପତ୍ତି ଲାଭ ହେବା ସହ ଆର୍ଥିକ ସମସ୍ୟା ସମାଧାନ ହୋଇ ଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!