ଦୀପାବଳୀରେ ଜନ୍ମ ଲଗ୍ନ ଅନୁସାରେ କରନ୍ତୁ ମାତା ଲକ୍ଷ୍ମୀଙ୍କୁ ପୂଜା, ଘରେ ହେବ ଧନର ଆଗମନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମାତା ଲକ୍ଷ୍ମୀଙ୍କୁ ଦୀପାବଳୀ ଦିନ ଖଇ ଶାକର ଭୋଗ କରାଯାଏ । ଲୋକମାନେ ଏହି ଦିନ ପୂଜା ସାମଗ୍ରୀ ସହିତ ଏହି ଭୋଗ ମଧ୍ୟ କିଣିଥାନ୍ତି । ଏହି ଖଇ ଧାନରୁ ପ୍ରସ୍ତୁତ ହୁଏ ଓ ଧାନ ପୂର୍ବ ଭାରତର ମୁଖ୍ୟ ଅନ୍ନ ଅଟେ । ସେହିପରି ମାତା ଲକ୍ଷ୍ମୀଙ୍କୁ ବେଶନରେ ତିଆରି ଲଡୁ ଓ ଶ୍ରୀ ଗଣେଶଙ୍କୁ ମୋଦକ ପ୍ରସାଦ କରାଯାଏ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ଭୋଗ କରାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କାହିଁକି ଏହି ଭୋଗ କରାଯାଏ?- ଦୀପାବଳୀ ପୂର୍ବରୁ ଏହି ଫସଲ କରାଯାଇ ଧାନ ଅମଳ କରାଯାଇଥାଏ । ସେହି ଧାନରୁ ଖଇ ତିଆରି କରାଯାଏ । ସେଥିପାଇଁ ଏହି ଫସଲର ପ୍ରଥମ ଭାଗରୁ ଖଇ ତିଆରି କରି ମାତା ଲକ୍ଷ୍ମୀଙ୍କ ପାଖରେ ଭୋଗ କରାଯାଏ ।

ଏହି ଖଇ ଶାକର ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ମହତ୍ଵ ଅଛି । ଦୀପାବଳୀରେ ଧନ ଓ ବୈଭବ ପ୍ରାପ୍ତି ହେବାର ପର୍ବ ଅଟେ । ଧନ ଓ ବୈଭବର ଦାତା ଶୁକ୍ରଗ୍ରହ ବୋଲି କୁହାଯାଏ । ଶୁକ୍ରଗ୍ରହଙ୍କ ମୁଖ୍ୟ ଧାନ ଅଟେ । ଶୁକ୍ରଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ ମାତା ଲକ୍ଷ୍ମୀଙ୍କ ପାଖରେ ଖଇ ଶାକର ଭୋଗ କରାଯାଏ ।

ଧଳା ଓ ମିଠା ସାମଗ୍ରୀ ଶୁକ୍ରଗ୍ରହଙ୍କ କାରକ ଅଟେ । ଅର୍ଥାତ୍ ଏହି ଦୁଇଟିକୁ ମିଶାଇ ଶୁକ୍ରଗ୍ରହଙ୍କୁ ଅନୁକୂଳ କରାଯାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ଶୁକ୍ରଗ୍ରହଙ୍କୁ ଶୁଭ କରିହୁଏ । ତେଣୁ ଖଇ ଶାକର ବିନା ମାତା ଲକ୍ଷ୍ମୀଙ୍କ ପୂଜା ସଂପୂର୍ଣ୍ଣ ହୁଏ ନାହିଁ ବୋଲି କୁହାଯାଏ ।

ଲୋକମାନେ ସବୁବେଳେ ସୁଖ, ଶାନ୍ତି, ଯଶ, ବୈଭବ ଓ ଲକ୍ଷ୍ମୀ ପ୍ରାପ୍ତି ହେବା ପାଇଁ ପ୍ରୟାସ କରନ୍ତି । ଲକ୍ଷ୍ମୀ ପ୍ରାପ୍ତି ହେବା ପାଇଁ ସବୁଠାରୁ ସରଳ ଉପାୟ ହେଲା ଅତିଥିଙ୍କୁ ସମ୍ମାନ ଦେବା । ଗୁରୁ ଗୁରୁଜନ, ମାଆ, ବାପାଙ୍କ ସେବା କରିବା, ଗୋମାତାଙ୍କ ସେବା ଓ ଭଗାବାନଙ୍କ ପୂଜା ଆରାଧନା କରିବା ସହିତ ଧର୍ମ କାର୍ଯ୍ୟ କରିବାକୁ ହେବ । ଯଦି ଏହି ସବୁ କାର୍ଯ୍ୟ କରିବେ ତେବେ ମାତା ଲକ୍ଷ୍ମୀ ଗୃହରେ ବାସ କରିବେ ।

ଯେଉଁଠାରେ ଅତିଥିମାନଙ୍କର ସେବା କରିବା, ଗୁରୁ ଗୁରୁଜନ, ମାଆ, ବାପାଙ୍କ ସେବା କରିବା, ଗୋମାତାଙ୍କ ସେବା ଓ ଭଗବାନଙ୍କ ପୂଜା ଆରାଧନା କରିବା ସହିତ ଧର୍ମ କାର୍ଯ୍ୟ କରାଯାଏ । ସତ୍ୟତା ପାଳନ କରିବା । ଦାନ କରିବା ପାଇଁ ଧାନ୍ୟ ସଂଗ୍ରହ କରିଥାନ୍ତି ।

ଯେଉଁଠାରେ ମନ୍ଦ କାର୍ଯ୍ୟ କରାଯାଏ ନାହିଁ, ଗୋମାତାଙ୍କୁ ରକ୍ଷା କରାଯାଏ । ଯେଉଁଠାରେ କ୍ଲେଶ ହେଉନଥିବ, ସ୍ତ୍ରୀ ସଂନ୍ତୋଷି ଓ ବିନୟୀ ହୋଇଥାନ୍ତି । ସେହିଠାରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।  ଯେଉଁଠାରେ ଏହିସବୁ କାର୍ଯ୍ୟ ହେଉନଥିବ ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ଏହି ସବୁ କାର୍ଯ୍ୟ କରିବା ସହିତ ଦୀପାବଳୀ ଦିନ ନିଜର ଲଗ୍ନ ଅନୁସାରେ ମାତା ଲକ୍ଷ୍ମୀଙ୍କୁ ପୂଜା ମଧ୍ୟ କରନ୍ତୁ ।

ମେଷ ଲଗ୍ନ- ଓଁ ବସୁପ୍ରଦା ନମଃ ।

ବୃଷ ଲଗ୍ନ- ଓଁ ଧନ୍ୟା ନମଃ ।

ମିଥୁନ ଲଗ୍ନ- ଓଁ ଭୁବନେଶ୍ଵରୀ ନମଃ ।

କର୍କଟ ଲଗ୍ନ- ଓଁ ହିରଣ୍ୟମୟୀ ନମଃ ।

ସିଂହ ଲଗ୍ନ- ଓଁ ଅଦିତି ନମଃ ।

କନ୍ୟା ଲଗ୍ନ- ଓଁ ବସୁଧାରିଣୀ ନମଃ ।

ତୁଳା ଲଗ୍ନ- ଓଁ ପଧା ନମଃ ।

ବିଛା ଲଗ୍ନ- ଓଁ ନିତ୍ୟପୁଷ୍ଟା ନମଃ ।

ଧନୁ ଲଗ୍ନ- ଓଁ ହିରଣ୍ୟପ୍ରକା ନମଃ ।

ମକର ଲଗ୍ନ- ଓଁ ବିଲ୍ଵନୀଳୟା ନମଃ ।

କୁମ୍ଭ ଲଗ୍ନ- ଓଁ ଶୁଭପ୍ରଭା ନମଃ ।

ମୀନ ଲଗ୍ନ- ଓଁ ଚନ୍ଦ୍ରରାହୋଦରୀ ନମଃ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!