ମିଥୁନ ରାଶିର ବାର୍ଷିକ ରାଶିଫଳ, କେମିତି କଟିବ 2021- କଣ କହୁଛି ଗ୍ରହ ନକ୍ଷତ୍ର ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା ।  ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ । ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ । ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ । ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ ।

ମିଥୁନ:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ ମିଥୁନ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ସପ୍ତମ ଭାବରେ, ମଙ୍ଗଳ ଏକାଦଶ ଭାବରେ, ଗୁରୁ, ଶନି ଅଷ୍ଟମ ଭାବରେ, ଶୁକ୍ର, କେତୁ ଷଷ୍ଠ ଭାବରେ ଓ ରାହୁ ଦ୍ଵାଦଶ ଭାବରେ ଅବସ୍ଥାନ କରୁଛନ୍ତି । ଯାହା ଫଳରେ ମଙ୍ଗଳ ଓ କେତୁ ଶୁଭଫଳ ପ୍ରଦାନ କରିବେ । ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇପାରିବେ । ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ ।

ଯଥାବିଧି ପ୍ରତିକାର କରିଚାଲିଲେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ମଙ୍ଗଳ ଓ କେତୁ ଏକ ନୂତନ ଶକ୍ତି ପ୍ରବାହିତ କରିବେ । ଆର୍ଥିକସ୍ଥିତି ଭଲ ରହିବ । ଆପଣଙ୍କର ଯେତେକ ମନ୍ଦଗୁଣ ଗୁଡିକ ସାମ୍ନାକୁ ଆସିବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ନୂଆ ନୂଆ ଯୋଜନା ମନରେ ଆସିବ । ବିଦେଶରେ ଶିକ୍ଷା ଲାଭ କରିବାକୁ ଚାହୁଁଥିଲେ ଶିକ୍ଷା ଲାଭ କରିପାରିବେ । କାରଣ କେତୁ ଯାହା କି ବିଦେଶ ଯିବାକୁ ପ୍ରେରିତ କରିବେ । ଯୁକ୍ତିତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ ।

ବିଦ୍ୟୁତବିଭାଗ, ପ୍ରଶାସନବିଭାଗ, ଜ୍ୟୋତିଷ, ବିଚାରବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ଆୟୁର୍ବେଦବିଭାଗ, ଜଳଦାୟବିଭାଗ, ସମାଜସୁଧାରକ, ଶିକ୍ଷାବିଭାଗ, ସମାଚାରପତ୍ର ବିଭାଗରେ କର୍ମରତଥିଲେ ଲାଭବାନ ହେବେ । ରବି ବୁଧ ସପ୍ତମ ସ୍ଥାନରେ ଥିବାରୁ ଆପଣଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି କରିପାରେ । ତେଣୁ ଜୀବନ ସାଥିଙ୍କ ପ୍ରତି ବିଶ୍ଵାସ ରଖନ୍ତୁ ଓ ସମ୍ପର୍କକୁ ବଜାୟ ରଖନ୍ତୁ । ପ୍ରେମୀକ ପ୍ରେମିକାଙ୍କର ନୂତନ ସମ୍ପର୍କରେ ମଧ୍ୟ ବାଧା ଦେଖା ଦେଇପାରେ । ବ୍ୟୟ ଭାବରେ ରାହୁରହିବେ ଯାହା ଫଳରେ ରୋଗ, ରୁଣ ଓ ଶତୃ ସୃଷ୍ଟି ହେବେ । ପ୍ରତିଯୋଗିତାରେ ମଧ୍ୟ ଅସଫଳ ହେବେ ।

ଖର୍ଚ୍ଚରେ ବୃଦ୍ଧି ହୋଇପାରେ । ଋଣ ମଧ୍ୟ କରିବାକୁ ପଡିପାରେ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଧନ ହାନି ଓ ପରିବାରରେ କଳହ ସୃଷ୍ଟି ହୋଇପାରେ । ଅର୍ଥ ଦେବା ନେବା କାର୍ଯ୍ୟ କରନ୍ତୁ ନାହିଁ । ନଚେତ୍ ଅର୍ଥ ଫେରି ପାଇବେ ନାହିଁ । ଅଧା ଅଧୁରା ଥିବା କାର୍ଯ୍ୟକୁ ପୂରଣ କରିବା ପାଇଁ ବିଳମ୍ବ ହୋଇ ପାରେ । ଯାହା କି ଆପଣ ସ୍ଵପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ । ଅପ୍ରେଲମାସ ୬ ତାରିଖରେ ବୃହସ୍ପତି ଭାଗ୍ୟଭାବକୁ ଆସିବା ପରେ ଶୁଭ ପ୍ରଭାବ ବୃଦ୍ଧି ପାଇବ ।

ଆର୍ଥିକ ସ୍ଥିତି ସୁଦୃଢ ରହିବା ସହ ପରିବାରରେ ଶ୍ରଦ୍ଧା, ବିଶ୍ଵାସ ଓ ଶାନ୍ତିର ବାତାବରଣ ଜାରିରହିବ । ଯାହା ଫଳରେ ଭବିଷ୍ୟତ ଯୋଜନା ପାଇଁ ବ୍ୟସ୍ତ ରହି ପାରନ୍ତି । ତେଣୁ ପ୍ରତିଷ୍ଠା ମାନ ସମ୍ମାନରେ ବୃଦ୍ଧି ହେବ । ରୋଗ ମଧ୍ୟ ଦୂରେଇଯିବ । କର୍ମ କ୍ଷେତ୍ରରେ ମଧ୍ୟ ଶୁଭ ପରିଣାମ ମିଳିବ । ପ୍ରତିସ୍ପର୍ଦ୍ଧାରେ ସଫଳତା ମିଳିବ । ଶ୍ଵଶୁର ଘର ପକ୍ଷରୁ ଆଶାତୀତ ସହଯୋଗ ମିଳି ଧନ ଲାଭ ହେବାର ସମ୍ଭାବନା ଅଛି । ପୈତୃକ ସମ୍ପତ୍ତିର ସମସ୍ୟା ସମାଧାନ ହେବ ।

ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି । ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ନବଗ୍ରହ ମହା ଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୪ ମାଳା ଜପ କରନ୍ତୁ ଔଁ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ । ୨- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ଓ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ୩- ପ୍ରଥମ ମାସର ଯେକୌଣସି ଗୁରୁବାରଦିନ ମନ୍ଦିରରେ ସୁନା, କଂସାପାତ୍ର, ଚଣାଡାଲି, ଘିଅ, ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ହଳଦିଆ ପୁସ୍ତକ, ହଳଦିଆ ଫଳ ଦାନ କରିବା ଉଚିତ୍ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!