ଦୈନିକ ରାଶିଫଳ: 13 ନଭେମ୍ବର ୨୦୨୦, ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର ହେବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ନଭେମ୍ବର ମାସ ୧୩ତାରିଖ, ଶୁକ୍ରବାର, ତୁଳାମାସ ୨୮ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ, ତ୍ରୟୋଦଶୀତିଥି, ଚିତ୍ରାନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର, ଦିବା ୧୨ଟା ୩୧ମିନିଟ୍ ଗତେ ତୁଳା ରାଶିରେ ଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ବାଇଗଣ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶୁଭସମୟ- ପ୍ରାତଃ ୫ଟା ୫୮ମିନିଟ୍ ରୁ ୬ଟା ୪୧ମିନିଟ୍, ସକାଳ ୭ଟା ୨୭ମିନିଟ୍ ରୁ ୮ଟା ୪୩ମିନିଟ୍, ଦିବା ୧୧ଟା ୫୪ମିନିଟ୍ ରୁ ୨ଟା ୫୦ମିନିଟ୍, ଦିବା ୩ଟା ୩୬ମିନିଟ୍ ରୁ ୫ଟା ୨ମିନିଟ୍, ସନ୍ଧ୍ୟା ୫ଟା ୫୬ମିନିଟ୍ ରୁ ରାତ୍ର ୮ଟା ୧୬ମିନିଟ୍, ରାତ୍ର ୧୧ଟା ୫୭ମିନିଟ୍ ରୁ ରାତ୍ର ୧ଟା ୪୦ମିନିଟ୍ । ପର୍ବଦିନ- ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା, ଯମ ଦୀପଦାନ, ଧନ ତ୍ରୟୋଦଶୀ, ଧନ୍ଵନ୍ତରୀ ଜୟନ୍ତୀ, ଧନତେରସ ଓ ଲକ୍ଷ୍ମୀ ପୂଜା ।

ମେଷ:-

ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ । ନିଜର କାର୍ଯ୍ୟକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ପଢ଼ାପଢ଼ିରେ ମନଯୋଗ ଦେଇ ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗ ଦେଇ ପାରନ୍ତି । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତ ଓ କ୍ରିଡା କ୍ଷେତ୍ରରେ ସ୍ଵନାମ ଅର୍ଜନ କରିବେ । କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଛାତ୍ର ଛାତ୍ରୀମାନେ କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ପ୍ରେମୀ ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ । ଉଚ୍ଚ ଅଧିକାରୀଙ୍କଠାରୁ ସମସ୍ୟା ଦେଖାଦେଇପାରେ । ଜଣେ ସମ୍ପର୍କୀୟଙ୍କ ଠାରୁ କଷ୍ଟ ପାଇପାରନ୍ତି । ରାଜନୀତି କ୍ଷେତ୍ରରେ ପଦାଧିକାରୀବର୍ଗଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବେ । ସତର୍କ ହୋଇ କାର୍ଯ୍ୟ କରିବା ଉଚିତ୍‌ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-

ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ପାଇ ମାନସିକ ଶାନ୍ତି ଅନୁଭବ କରିବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ଆପୋସ ସମାଧାନର ରାସ୍ତା ଖୋଲିଯିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତ ଓ କ୍ରିଡା କ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେବେ । ପ୍ରେମିକ ପ୍ରେମିକାମାନେ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କର୍କଟ:-

କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଉତ୍ସାହିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଜାଗା, ଜମି, ଗୃହଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-

ସନ୍ତାନର ସୁଖବର ଶୁଣି ଖୁସିହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ । ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା ସହଜରେ ହସ୍ତଗତ ହେବ । ବ୍ୟବସାୟ କ୍ଷେତ୍ରରେ ବୃତ୍ତିଗତ ଦୃଷ୍ଟିରୁ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି ବର୍ଦ୍ଧିତ ହେବ । ରାଜନୀତିରେ କୃତକାର୍ଯ୍ୟ ହେବେ । ପରିବାର ସମସ୍ୟା ସମାଧାନ ହୋଇଯିବ । ଦାମ୍ପତ୍ୟ ସୁଖ ବୃଦ୍ଧିହେବ । ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ । ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇ ପାରନ୍ତି । ମାନହାନୀର ସମ୍ଭାବନା ଅଧିକ । ନୂତନ କାର୍ଯ୍ୟରେ ହାତ ଦେଲେ ବିଫଳ ହୋଇ ପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କନ୍ୟା:-

ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହୋଇ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଭାତୃ ବିବାଦ, ଜମି, ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ ।

ତୁଳା:-

ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁ ନୂତନ ବ୍ୟବସାୟର ଯୋଜନା କରି ପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟିହେବ । ଆତ୍ମୀୟଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହୋଇ ସୁଖ ସମୃଦ୍ଧି ବୃଦ୍ଧିହେବ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତିହେବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ । ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ । ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ । ବିଳାସ ବ୍ୟସନ ଖାଦ୍ୟ ପେୟ ପାଇଁ ଖର୍ଚ୍ଚାନ୍ତ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବିଚ୍ଛା:-

କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ଆୟର ସ୍ରୋତ ଖୋଲିଯିବ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ । କୌଣସି ରାଜନେତାଙ୍କ ହେତୁ ସମସ୍ୟା ସୃଷ୍ଟି ହେବା ଫଳରେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଜଣେ ବନ୍ଧୁଙ୍କଠାରୁ ଦୂରତା ବଜାୟ ରହିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ଧନୁ:-

କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ । ଛାତ୍ର ଛାତ୍ରୀମାନେ ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନୂତନପନ୍ଥା ଅନୁସରଣ କରିବେ । କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ପାରିବାରିକ ସମସ୍ୟା ଦେଖାଦେଇପାରେ । ଚାକିରୀ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

ମକର:-

ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବେ । ଚାକିରୀ କ୍ଷେତ୍ରରେ ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ମିଳିବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବା ଫଳରେ ପରସ୍ପରକୁ ସାହାଯ୍ୟ ସହଯୋଗକରି ଗଠନ ମୂଳକ ଦିଗପ୍ରତି ଆଗ୍ରହୀ ହେବେ । ପ୍ରେମିକ ପ୍ରେମିକାମାନେ ସମୟକୁ ହାତ ଛଡ଼ା ନ କରିବା ଉଚିତ୍ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଛାତ୍ର ଛାତ୍ରୀମାନେ ସାଙ୍ଗସାଥିଙ୍କ ସହ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ରାଜନୀତି କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-

ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । କାର୍ଯ୍ୟବ୍ୟସ୍ତତା ଯୋଗୁ ପରିବାର ଏବଂ ସାଙ୍ଗସାଥିଙ୍କ ଠାରୁ ଦୂରରେ ରହି ପାରନ୍ତି । କର୍ମକ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ଚଳିବା ହିତକର । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ପାରିବାରିକ କ୍ଷେତ୍ରରେ କେତେକ କର୍ମରେ ସଫଳତା ପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ଛାତ୍ର ଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେନାହିଁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-

ସାଧୁ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ବ୍ୟବସାୟ କ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା ଓ ଆତ୍ମୀୟ ଶତ୍ରୁତା ସମସ୍ୟାର ସମାଧାନ ହୋଇଯିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ସାମାଜିକସ୍ଥିତି, ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ । କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ, ନଚେତ୍‌ ଅସୁବିଧାରେ ପଡିପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!